ଯାଯାବର ଯୋଜନା

ଉଇକିପିଡ଼ିଆ‌ରୁ

ଯାଯାବର ପାନ୍ଥିକାର ଏକ ବ୍ରାଣ୍ଡ ନାମ ଅଟେ ।

ଓଡ଼ିଶାର ଚିହ୍ନଟ ହୋଇଥିବା ୩୪୦ଟି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ନୀତିରେ ଏହି ସ୍ୱତନ୍ତ୍ର ଯୋଜନା ଘୋଷଣା ହୋଇଥିଲା । [୧] ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଦରକାରୀ ସୁବିଧା ସୁଯୋଗ ଜୁଟାଇବା ‘ଯାଯାବର’ ଯୋଜନାର ମୂଳ ଉଦ୍ଦେଶ୍ୟ । ୨୦୧୫ ମସିହାରେ ନୂତନ ଯାଯାବର କୋଠା ପ୍ରତିଷ୍ଠା ପାଇଁ ୧୪୫କୋଟି ଟଙ୍କା ଆକଳନ ହୋଇଥିଲା ।

ଗୋଟିଏ ପର୍ଯ୍ୟଟନ ସ୍ଥଳୀରୁ ଆଉ ଏକ ପର୍ଯ୍ୟଟନ ସ୍ଥଳୀ ବା ଦୂର-ଦୁରାନ୍ତରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପହଞ୍ଚିବା ବାଟରେ ଚା,ପାନ,ମୃଦୁ ପାନୀୟ ଓ ଖାଦ୍ୟ ତଥା ସାମୟିକ ବିଶ୍ରାମର ସୁବିଧା ପାଇଁ ‘ଯାଯାବର’ ବ୍ରାଣ୍ଡରେ ୩୩ଟି ପାନ୍ଥିକା ନିର୍ମାଣ ହୋଇଛି । ଏହି ତାଲିକାରେ ସାକ୍ଷୀଗୋପାଳର ପଟ୍ଟନାୟିକା, ଭଦ୍ରକ, ବଅଁରପାଳ, ଖଲିକୋଟ, ଅନୁଗୁଳରେଢ଼ାଖୋଲର ମଧ୍ୟସ୍ଥାନରେ, କୋଣାର୍କ ପୁରୀ ମାରାଇନ ଡ୍ରାଇଭ ରାସ୍ତାରେ ୬ଟି ପାନ୍ଥିକା ନିର୍ମାଣ ହୋଇଥିବା ବେଳେ ପିପିଲିଠାରେ ପୂର୍ବ ନିର୍ମିତ ପାନ୍ଥିକାକୁ ଆଧୁନିକୀକରଣ କରାଯାଇଥିଲା । [୨]

ଅଧିକାଂଶ ଯାଯାବର, ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥର କଡ଼ରେ ଅବସ୍ଥିତ ଅଛି । ‘ଯାଯାବର’ କୋଠାରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ଥାଏ । ଏଠାରେ ଲଘୁ ଖାଦ୍ୟ, ମୃଦୁପାନୀୟ ସହ ମନ୍ଦିର ଭୋଗ ଓ ଓଡ଼ିଆ ଖାଦ୍ୟ ମିଳିଥାଏ । ଫୁଡ଼ କୋର୍ଟ ବ୍ୟତୀତ ପାନ୍ଥିକା ପରିସରରେ ଗାଲିଚା, ପିଲାମାନଙ୍କ ପାଇଁ ପାର୍କ, ଖେଳ ପଡ଼ିଆ, ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଅନ୍ୟାନ୍ୟ ପାନ୍ଥିକା ପରିସରରେ ଲ୍ୟାଣ୍ଡସ୍କେପ, ଫୁଡ କୋର୍ଟ, ପାର୍କିଂପ୍ଲେସ, ଟୁରିଷ୍ଟ ହଲ ୱେବସାଇଟ ସୁଯୋଗ ଓ ପୁଷ୍କରିଣୀ ଅଛି । ୨/୩ଟି ଉନ୍ନତ ବିଶ୍ରାମାଗର, ସ୍ନାନାଗାର ସହ ସ୍ଥାନୀୟ କାରିଗର ଏବଂ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ଉପାର୍ଜନର ମାଧ୍ୟମ ପାଇଁ ଜିଲ୍ଲାର ହସ୍ତଶିଳ୍ପ ଏବଂ ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୃହ ଆଦି ଅଛି । [୩]

ଆଧାର[ସମ୍ପାଦନା]

  1. "Odisha government to announce new tourism policy". ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ. Retrieved 31 January 2017.
  2. "'ଯାଯାବର' ବ୍ରାଣ୍ଡରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ପାନ୍ଥିକା". Retrieved 31 January 2017.
  3. "ଯାଯାବର ପାଇଁ ଦେଢ଼କୋଟି". ସମ୍ବାଦ. Retrieved 31 January 2017.[permanent dead link]