ସଲଫାଡାଏଜିନ

ଉଇକିପିଡ଼ିଆ‌ରୁ
ସଲଫାଡାଏଜିନ
Clinical data
AHFS/Drugs.commonograph
MedlinePlusa682130
Pregnancy
category
  • ?
Routes of
administration
Topical cream, by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability?
Metabolism?
Elimination half-life?
Excretion?
Identifiers
  • 4-amino-N-pyrimidin- 2-yl-benzenesulfonamide
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.000.623 Edit this at Wikidata
Chemical and physical data
FormulaC10H10N4O2S
Molar mass250.278 g/mol
Melting point252 to 256 °C (486 to 493 °F)
 ☒NcheckY (what is this?)  (verify)

ସଲଫାଡାଏଜିନ (ଇଂରାଜୀ ଭାଷାରେ Sulfadiazine) ଏକ ଆଣ୍ଟିବାୟୋଟିକ (antibiotic) ।[୧] ଟକ୍ସୋପ୍ଲାଜ୍‌ମୋସିସ (toxoplasmosis) ରୋଗରେ ପାଇରିମେଥାମିନ ସ‌ହିତ ସଲଫାଡାଏଜିନ ଦିଆଯାଏ ଓ ଏହା ଏକ ପସନ୍ଦ‌ଯୋଗ୍ୟ ଚିକିତ୍ସା ।[୨] ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ ରୋଗରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା; ରିଉମାଟିକ ଜ୍ୱର, ସାଙ୍କ୍ରଏଡ (chancroid), କ୍ଲାମିଡିଆ (chlamydia) ରୋଗମାନଙ୍କ ପ୍ରତିଷେଧ ଓ ହେମୋଫାଇଲସ ଇନଫ୍ଲୁଏଞ୍ଜି (Haemophilus influenzae) ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଜାଡ଼ା, ମୁଣ୍ଡବଥା, ଜ୍ୱର, ରାସ, ଅବସାଦ ଓ ଅଗ୍ନାଶୟ ପ୍ରଦାହ ହୋଇପାରେ ।[୧] ସାଂଘାତିକ ଯକୃତ ସମସ୍ୟା, ବୃକ୍‌କ ସମସ୍ୟା ବା ପରଫିରିଆ (porphyria) ଇତ୍ୟାଦି ରୋଗ ଥିଲେ ଏହି ଔଷଧ ବ୍ୟବ‌ହାର କରାଯାଏନାହିଁ ।[୨] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁର କେର୍ନିକ୍ଟେରସ (kernicterus) ରୋଗ ହେବା ସମ୍ଭାବନା ରହେ ।[୧] ଶିଶୁ ସୁସ୍ଥ ଥିଲେ ସ୍ତନ୍ୟପାନ ନିରାପଦ ହୁଏ ।[୩] ଏହା ସଲଫୋନାମାଇଡ (sulfonamide) ଶ୍ରେଣୀର ଏକ ଔଷଧ । [୧]

ସନ ୧୯୪୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସଲଫାଡାଏଜିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨.୭୦ରୁ ୭.୩୨ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସରେ ଏହି ଔଷଧର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Sulfadiazine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. pp. 126, 205. ISBN 9789241547659. Retrieved 8 December 2016.
  3. "Sulfadiazine Use During Pregnancy | Drugs.com". www.drugs.com. Retrieved 9 December 2016.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Sulfadiazine". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 104. ISBN 9781284057560.