ପ୍ରାଜିକ୍ୱାଣ୍ଟେଲ

ଉଇକିପିଡ଼ିଆ‌ରୁ
ପ୍ରାଜିକ୍ୱାଣ୍ଟେଲ
Clinical data
Pronunciationpraz-i-KWAN-tel
Trade namesBiltricide
AHFS/Drugs.commonograph
MedlinePlusa608048
Pregnancy
category
  • AU: B1
  • US: B (No risk in non-human studies)
Routes of
administration
Human use: by mouth (tablets)
ATC code
Legal status
Legal status
  • US: ℞-only (human use),
    OTC (veterinary use)[୧]
Pharmacokinetic data
BioavailabilityRelatively small
MetabolismLiver
Elimination half-life0.8–1.5 hours (main metabolites: 4–5 hours)
ExcretionUrine (mainly)
Identifiers
  • (RS)-2-(Cyclohexylcarbonyl)-1,2,3,6,7,11b-hexahydro-4H-pyrazino[2,1-a]isoquinolin-4-one
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.054.126 Edit this at Wikidata
Chemical and physical data
FormulaC19H24N2O2
Molar mass312.411
3D model (JSmol)
Melting point136 to 138 °C (277 to 280 °F)
  • O=C4N2C(c1c(cccc1)CC2)CN(C(=O)C3CCCCC3)C4
  • InChI=1S/C19H24N2O2/c22-18-13-20(19(23)15-7-2-1-3-8-15)12-17-16-9-5-4-6-14(16)10-11-21(17)18/h4-6,9,15,17H,1-3,7-8,10-13H2 checkY
  • Key:FSVJFNAIGNNGKK-UHFFFAOYSA-N checkY
  (verify)

ପ୍ରାଜିକ୍ୱାଣ୍ଟେଲ (ଇଂରାଜୀ ଭାଷାରେ Praziquantel, ବିକ୍ରୟ ନାମ ବିଲଟ୍ରିସାଇଡ/Biltricide) ଏକ ଔଷଧ ଯାହା ଅନେକ ଗୁଡ଼ିଏ ପରଜୀବୀ ସଂକ୍ରମଣର (parasitic worm infection) ଚିକିତ୍ସା ନିମନ୍ତେ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସିସ୍ଟୋସୋମିଆସିସ, କ୍ଲୋନୋର୍କିଆସିସ (clonorchiasis), ଓପିସ୍ଥୋକିଆସିସ (opisthorchiasis), ଫିତାକୃମି ସଂକ୍ରମଣ (tapeworm infection), ସିସ୍ଟିସର୍କୋସିସ, ହାଇଡାଟିଡ ଡିଜିଜ (hydatid disease) ଓ ଅନ୍ୟାନ୍ୟ ଟ୍ରେମାଟୋଡା ସଂକ୍ରମଣରେ (fluke infections) ଦିଆଯାଏ ।[୨] ଆଖିରେ ହେଉଥିବା ସିସ୍ଟିସର୍କୋସିସ ରୋଗରେ ଏହା ଦିଆଯାଏନାହିଁ ।[୩] ଏହି ଔଷଧକୁ ପାଟିରେ ଦିଆଯାଏ । [୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିୟନ୍ତ୍ରଣ ଅଭାବ, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ଓ ଆଲର୍ଜି ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେଲେ ମଧ୍ୟ ସ୍ତନ୍ୟପାନ ସମୟରେ ଦିଆଯାଏନାହିଁ ।[୩] ଏହା ଆନ୍ଥେଲମିଣ୍ଟିକ ଶ୍ରେଣୀର ଏକ ଔଷଧ । ଆଂଶିକ ଭାବରେ ପରଜୀବୀର ସକର (sucker) କାମକୁ ପ୍ରଭାବିତ କରି ଏହା କାର୍ଯ୍ୟକାରୀ ହୁଏ ।[୨]

ସନ ୧୯୮୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପ୍ରାଜିକ୍ୱାଣ୍ଟେଲ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଦିନର ହୋଲସେଲ ମୂଲ୍ୟ ୦.୪ରୁ ୧୮.୧୫ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. "Farnam Pet Press Release. TRUSTED D-WORM™ offers product for tapeworm management". Farnam Companies, Inc. Archived from the original on 14 October 2008. Retrieved 3 October 2016.
  2. ୨.୦ ୨.୧ ୨.୨ ୨.୩ "Praziquantel". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 88, 593. ISBN 9789241547659. Retrieved 8 December 2016.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Praziquantel". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.