ଆଲ୍‌ଭିନ କାଳୀଚରଣ

ଉଇକିପିଡ଼ିଆ‌ରୁ
(ଆଲ୍ଭିନ କାଲିଚରଣରୁ ଲେଉଟି ଆସିଛି)
ବ୍ୟକ୍ତିଗତ ତଥ୍ୟ
ନାମAlvin Isaac Kallicharran
ଡାକ ନାମKalli
ଉଚ୍ଚତା1.64 m (5 ft 5 in)
ବ୍ୟାଟିଂ ପ୍ରକାରବାମ-ହାତି ବ୍ୟାଟସ୍ ମ୍ୟାନ୍
ବୋଲିଂ ପ୍ରକାରRight-arm off break
ଭୂମିକାBatsman
ସମ୍ପର୍କୀୟD. I. Kallicharran (brother), M. V. Nagamootoo (nephew)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 144)6 April 1972 v New Zealand
ଶେଷ ଟେଷ୍ଟ4 January 1981 v Pakistan
ପ୍ରଥମ ଦିନିକିଆ (cap 7)5 September 1973 v England
ଶେଷ ଦିନିକିଆ4 February 1981 v England
ଘରୋଇ ଦଳ ତଥ୍ୟ
YearsTeam
1967–1981Guyana
1971–1990Warwickshire
1972–1974Berbice
1977–1978Queensland
1981–1984Transvaal
1984–1988Orange Free State
1984–1987Impalas
Career statistics
ପ୍ରତିଯୋଗିତା Tests ODIs FC List A
ମ୍ୟାଚ ସଂଖ୍ୟା 66 31 505 383
ମୋଟ ରନ 4399 826 32650 11336
ବ୍ୟାଟିଂ ହାର ୪୪.୪୩ ୩୪.୪୧ ୪୩.୬୪ ୩୪.୬୬
ଶତକ/ଅର୍ଦ୍ଧଶତକ ୧୨/୨୧ ୦/୬ ୮୭/୧୬୦ ୧୫/୭୧
ସର୍ବାଧିକ ରନ 187 78 243* 206
ବଲ ସଂଖ୍ୟା ୪.୬ ୧୦୫ 7133 2294
ଉଇକେଟ 4 3 84 42
ବୋଲିଂ ହାର ୩୯.୫୦ ୨୧.୩୩ ୪୭.୯୭ ୪୩.୩୦
ଇନିଙ୍ଗସରେ ୫ଟି ଉଇକେଟ 0 0 1 1
ମ୍ୟାଚରେ ୧୦ଟି ଉଇକେଟ 0 n/a {{{tenfor3}}} {{{tenfor4}}}
ସବୁଠୁ ଭଲ ବୋଲିଂ ୨/୧୬ ୨/୧୦ ୫/୪୫ ୬/୩୨
କ୍ୟାଚ/ଷ୍ଟମ୍ପିଙ୍ଗ ୫୧/୦ ୮/୦ ୩୨୩/- ୮୬/-
Source: Cricinfo, 2 July 2013

ଆଲ୍‌ଭିନ ଆଇଜାକ କାଳୀଚରଣ (ଜନ୍ମ ୨୧ ମାର୍ଚ୍ଚ୍ ୧୯୪୯ ) ଜଣେ ପୂର୍ବତନ ୱେଷ୍ଟ ଇଣ୍ଡିଜର ଜାତୀୟ କ୍ରିକେଟ ଖେଳାଳି । ସେ ଇଣ୍ଡୋ- ଗୁଏନିଜ ବଂଶର ଜନ୍ମିତ ଥିଲେ ଓ ୱେଷ୍ଟ ଇଣ୍ଡିଜ ପାଇଁ ୧୯୭୨ ମସିହାରୁ ୧୯୮୧ ମସିହା ଯାଏ ଖେଳିଥିଲେ । ତାଙ୍କର ଜନ୍ମ ବ୍ରିଟିଶ ଗୁଏନାରେ ( ବର୍ତ୍ତମାନ ଗୁଏନା ) ହୋଇଥିଲା । ତାଙ୍କ ଭାଇ ଡେରେକ ଗୁଏନ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ଓ ପରେ ଆମେରିକା ଯୁକ୍ତରାଷ୍ଟ୍ରରେ ଖେଳିଥିଲେ । କାଳୀଚରଣ ତାଙ୍କର ସତର୍କ ତଥା ନିଖୁଣ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ । ୧୯୭୩ ମସିହାରେ ବିଖ୍ୟାତ " ୱିସଡେନ" ପତ୍ରିକାର " ୱିସଡେନ କ୍ରିକେଟର ଓଫ ଦି ଇୟର " ପୁରସ୍କାର ପାଇଥିଲେ । ସେ ଜଣେ ବାମ ହାତି ବେତସମେନ ଓ ଡାହାଣହାତୀ ଅଫ- ସ୍ପିନ ବୋଲର । ସେ ୧୯୭୫ ଓ ୧୯୭୯ ବିଶ୍ୱକପ ବିଜେତା ୱେଷ୍ଟ ଇଣ୍ଡିଜ ଦଳର ସଦସ୍ୟ ଥିଲେ ।ତାଙ୍କର ସର୍ବାଧିକ ସ୍କୋର ୧୮୭ ଭାରତ ବିରୁଦ୍ଧରେ ୧୯୭୮-୭୯ ମସିହାର ୱେଷ୍ଟ ଇଣ୍ଡିଜର ଟୁରରେ ହେଇଥିଲା । ବ୍ରିଟିଶ ଘରେଇ କ୍ରିକେଟରେ ସେ ୱାରବିକଶଇୟାର ତରଫରୁ ସଫଳତାର ସହ ବହୁ ବର୍ଷ ଖେଳିଥିଲେ । ୧୯୮୬ ମସିହାରେ ସେ ନାଟୱେଷ୍ଟ ଟ୍ରଫି ପାଇଁ ସେହି ଦଳ ତରଫରୁ ଅକ୍ସଫୋର୍ଡଶାଇଆର ବିରୁଦ୍ଧରେ ଏକ ଏକଦିବଶୀୟ ମେଚରେ ସେ ୨୦୬ ରଣ କରିବା ସହ ୩୨ ରନ ଦେଇ ୬ଟି ୱିକେଟ ନେଇଥିଲେ ।  .[୧]

ଇଂଲଣ୍ଡ ବିରୁଦ୍ଧ ଏକ ଟେଷ୍ଟ ମେଚର ପ୍ରଥମ ଦିବସରେ ସେ ୧୫୮ ରନ୍ କଳା ପରେ ବିବାଦୀୟ ପରିସ୍ଥିତିରେ ଶେଷ ବଲରେ ଟନୀ ଗ୍ରେଙ୍କଦ୍ୱାରା ରନ ଆଉଟ ହେଇ ଚର୍ଚ୍ଚିତ ହେଇଥିଲେ । ସେ ୧୯୭୭ ମସିହାରେ ବିଦ୍ରୋହୀ ବିଶ୍ୱ ସିରିଜ କ୍ରିକେଟରେ ଯୋଗ ଦେବାରେ ବିଫଳ[୨] ହେବା ପରେ ୱେଷ୍ଟ ଇଣ୍ଡିଜ ଜାତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ ହେଇଥିଲେ । କିନ୍ତୁ ତାହା ପରେ ସେ ଦକ୍ଷିଣ ଆଫ୍ରିକାକୁ ଏକ ଅଣ - ଅଫିସିଆଲ ବିଦ୍ରୋହୀ ଟୁରରେ ଯାଇ କ୍ରିକେଟରେ ଜାତିବାଦ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ମୁଖୀନ ହେଇଥିଲେ ।ଉଲ୍ଲେଖଯୋଗ୍ୟ ଯେ ,  ସେ ସମୟରେ ଦକ୍ଷିଣ ଆଫ୍ରିକାକୁ ବିଶ୍ୱ ସମୁଦାୟ ଜାତିଭେଦ ନୀତି ଅବଲମ୍ବନ କରୁଥିବାରୁ ସମସ୍ତ ପ୍ରକାର ଖେଳରୁ ବାସନ୍ଦ କରିଥିଲେ । ଏହା ପରେ ସେ ଦକ୍ଷିଣ ଆଫ୍ରିକାର ଅରେଞ୍ଜ ଫ୍ରି ଷ୍ଟେଟ ଓ ଟ୍ରାନସଭାଲ ତରଫରୁ ଖେଳିଥିଲେ । 

ବର୍ତ୍ତମାନ କାଳୀଚରଣ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ କାରୋଲିନାରେ ଅବସ୍ଥାନ କରି ସେଠାରେ ଯୁବକମାନଙ୍କୁ କ୍ରିକେଟ କୋଚିଙ୍ଗ ପ୍ରଦାନ କରୁଛନ୍ତି । 

ଅନ୍ତର୍ଜାତିକ ଇଣ୍ଟର୍ନେଟ ସଂସ୍ଥାନ UiTV କନ୍ନେକ୍ଟ ନାମକ କମ୍ପାନୀର ସେ ବର୍ତ୍ତମାନ ବ୍ରାଣ୍ଡ ଆମ୍ବାସାଡର ଭାବରେ ରହିଛନ୍ତି । [୩][୪]

ଆଧାର[ସମ୍ପାଦନା]

  1. "Warwickshire v Oxfordshire at Birmingham, 4 Jul 1984". Uk.cricinfo.com. Retrieved 19 January 2012.
  2. His attempt to join Packer foundered when it was discovered he had contravened a contract with a Queensland radio station but instead took on the captaincy of West Indies in 1977-8 when Clive Lloyd resigned over the Packer issue. http://www.espncricinfo.com/westindies/content/player/52285.html
  3. Roy, Nisha (2013-02-12). "UiTV Connect: UiTV Connect Brand Ambassador, Alvin Kallicharran". Uitvconnects.blogspot.co.uk. Retrieved 2014-08-01.
  4. "Welcome to UITV Internet Television, High Definition Internet Television, Online Movie Trailers, Live Telecast Matches, Music, Entertainment, Lifestyle Videos, Online Movies". Uitvconnect.com. Retrieved 2014-08-01.