କପିଳେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
(କପିଳେଶ୍ଵର ମନ୍ଦିରରୁ ଲେଉଟି ଆସିଛି)

କପିଳେଶ୍ୱର ମନ୍ଦିର ଭାରତୀୟ ରାଜ୍ୟ ବିହାରର ମଧୁବାଣୀ ଜିଲ୍ଲାର ରହିକା ଅଞ୍ଚଳରେ ରହିଛି । ଜଣେ କପିଲ ସନ୍ଥ ଏଠାରେ ଶିବ ଲିଙ୍ଗ ସ୍ଥାପନା କରିଥିଲେ । ଏହା ମଧୁବାଣୀ ଜିଲ୍ଲାର ଏକ ପ୍ରସିଦ୍ଧ ଶୈବମନ୍ଦିର। [୧]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ମୁଖ୍ୟ ଶିବମନ୍ଦିର ନିକଟରେ ଦେବୀ ପାର୍ବତୀଙ୍କ ମନ୍ଦିର ଏବଂ ହନୁମାନ ମନ୍ଦିର ରହିଛି । ଶ୍ରାବଣ ମାସରେ କପିଳେଶ୍ୱରଙ୍କ ଜଳାଭିଷେକ ନିମନ୍ତେ ବହୁସଂଖ୍ୟାରେ ଜନସମାଗମ ହୁଏ ।[୨] କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣ ବାହାରେ ଏକ ବଡ଼ ପୋଖରୀ ଅଛି, ଯାହାର ଜଳ ଶିବ ଆରାଧନା ପାଇଁ ବ୍ୟବହୃତ ହୁଏ । ବିଶ୍ୱାସ କରାଯାଏ ଯେ ଏହି ପୋଖରୀଟି ବରୁଣଦେବଙ୍କଦ୍ୱାରା ନିର୍ମିତ ।
ମନ୍ଦିର ଗର୍ଭଗୃହରେ ଅବସ୍ଥିତ ଶିବଲିଙ୍ଗ ମହୁରଙ୍ଗ ସଦୃଶ ଇଷତ ହଳଦିଆ-ନାରଙ୍ଗୀ ରଙ୍ଗର । ଶିବଲିଙ୍ଗକୁ ଧାରଣ କରିଥିବା ଯୋନିଟି ଅଷ୍ଟକୋଣୀ । ମନ୍ଦିରଟି ମଧ୍ୟ ପୂର୍ବେ ଅଷ୍ଟକୋଣୀ ଥିଲା, ମାତ୍ର ୧୯୪୩ରେ ହୋଇଥିବା ଭୂମିକମ୍ଫ ହେତୁ ଏହା କ୍ଷତିଗ୍ରସ୍ତ ହୋଇଥିଲା । ପରେ ଦବଙ୍ଗା ଅଞ୍ଚଳର ରାଜା ଏହାକୁ ପୁନର୍ନିର୍ମିତ କରାଇଥିଲେ ।

ଆଧାର [ସମ୍ପାଦନା]

  1. http://wikimapia.org/1879368/Kapileshwar-Sthan
  2. http://yehaibihar.com/tag/kapileshwar-temple-madhubani/