ବିଜୁ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
ବିଜୁ ଏକ୍ସପ୍ରେସୱେ
Route information
Length:650 km (୪୦୦ mi)
Major junctions
From:ଜଗଦଲପୁର
To:ରାଉରକେଲା
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ବିଜୁ ଏକ୍ସପ୍ରେସୱେ , ଏକ ନିର୍ମାଣାଧୀନ ଏକ୍ସପ୍ରେସୱେ[୧] ଏହାର ସମୁଦାୟ ଦୈର୍ଘ୍ୟ ୬୫୦ କିଲୋମିଟର ।[୨] ଏହା କୋରାପୁଟ ଜିଲ୍ଲା ଆରା ସୀମାବର୍ତୀ ସହର ଚାନ୍ଦଲିଠାରୁ ଆରମ୍ଭ ହୋଇ ସୀମାବର୍ତୀ କୋତପାଦ, ବୋରୀଗୁମା, ନବରଙ୍ଗପୁର, ପାପଡ଼ାହାଣ୍ଡି, ଅମବାପାଣି, ଗୋଡ଼ଭାଗା , ଧରମଗଡ଼, ସିନାପାଲୀ, ନୂଆପଡା, ପାଇକମାଳ, ପଦ୍ମପୁର, ଷୋହେଲା, ସମ୍ବଲପୁର, ଝାରସୁଗୁଡ଼ା ଦେଇ ରାଉରକେଲାଠାରେ ସମାପ୍ତ ହେବ । [୩] ଏହି ପ୍ରକଳ୍ପର ସମୁଦାୟ ଖର୍ଚ ୩,୫୩୦ କୋଟି ହେଇଥିବା ବେଳେ ଏହା ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହଉଛି । ପ୍ରଥମ ସ୍ତରରେ ୨୫୪ କିଲୋମିଟର ବର୍ତ୍ତମାନ ଥିବା ରାଜପଥକୁ ୪-ଲେନ ବିଶିଷ୍ଟ କରାଯାଉଛି । ଅବଶିଷ୍ଟ ୪୦୨ କିଲୋମିଟର ୨-ଲେନ ରହି ପରେ ସେଥିରୁ ଶେଷ ୨୫୮ କିଲୋମିଟର ୪-ଲେନ ବିଶିଷ୍ଟ କରାଯିବ ।[୪] ଏହି ରାସ୍ତା ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଯାତ୍ରା ସମୟ ୧୩ ଘଣ୍ଟାରୁ ୬ ଘଣ୍ଟା କମିଯିବ ।[୪] ୩୦୭ କିଲୋମିଟର ପଥ ୪ ଲେନର ରାସ୍ତା ହେବା ସହ ୧୬୦ କିଲୋମିଟର ସମ୍ବଲପୁର -ରାଉରକେଲା ଭାଗ ପବ୍ଲିକ-ପ୍ରାୟିଭେଟ ଭାଗୀଦାରୀରେ ହେବ ।[୫] 

ଆଧାର [ସମ୍ପାଦନା]

  1. "Biju link takes off, battles low budget". The Telegraph.
  2. "Biju link takes off, battles low budget". The Telegraph.
  3. Sadananda Mohapatra (1 September 2014). "Tender for Rs 3,200 cr Biju Expressway in October". business-standard.com.
  4. ୪.୦ ୪.୧ "Naveen Patnaik launches Rs 3,200cr Biju Expressway project". The Times of India.
  5. "Biju Expressway to Bridge Economic Divide". The New Indian Express. Archived from the original on 2015-11-17. Retrieved 2016-12-23.