ରାମାବତାରମ୍

ଉଇକିପିଡ଼ିଆ‌ରୁ
Rama and Hanuman fighting Ravana, an album painting on paper from Tamil Nadu, ca 1820.

ରାମାବତାରମ୍, ତାମିଲ ଭାଷାରେ 12 ଶ ଶତାବ୍ଦୀରେ ମୂଳ ରାମାୟଣର କରାଯାଇଥିବା ଭାଷାନ୍ତର । ଏହାକୁ ତାମିଲ କବି କାମବାନ ବାଲ୍ମୀକି ରାମାୟଣର ଆଧାରରେ ଲେଖିଥିଲେ । ଏଥିରେ କିନ୍ତୁ ମୂଳ ରାମାୟଣର ସମସ୍ତ ବିଷୟ ବସ୍ତୁକୁ ଅବିକଳ ଉପସ୍ଥାପନା ନ କରି କବି ଅନେକ ପରିବର୍ତ୍ତନ କରିଥିଲେ । ଗଳ୍ପର ଧାରା ଓ ରଚନାର ଶୈଳୀ ଉଭୟରେ ବେଶ କିଛି ପରିବର୍ତ୍ତନ ଏଥିରେ ଥିଲା । ତେବେ ତାମିଲ ଭାଷାରେ ଏହା ଏକ ଏଇତିହାସିକ କୃତି ଭାବରେ ଗଣା ହୋଇଥାଏ ଓ ତାହା ପରବର୍ତ୍ତୀ କାଳର ତାମିଲ ସାହିତ୍ଯକୁ ବହୁଳ ଭାବରେ ପ୍ରଭାବିତ କରିଥିଲା ।  ସାଧାରଣ ଲୋକ ବା ତାମିଲ ବିଦ୍ୱାନମାନେ ଏବେ ମଧ୍ୟ ଏହାକୁ ପଠନ କରନ୍ତି । 

ପାନ୍ନା  କୁଲୁ ମୁଖିଆ ଥିରୁଭେନ୍ନେୟ ନାଲଲୁରଙ୍କ ପୃଷ୍ଠପୋଷକତାରେ ଏହାକୁ କାମବାନ (திருவெண்ணை நல்லூர் சடயப்ப வள்ளல்) ରଚନା କରିଥିଲେ । ଏଠି ପୁସ୍ତକରେ କାମବାନ ତାଙ୍କର ପୃଷ୍ଠପୋଷକଙ୍କ ନାମ ଉଲ୍ଲେଖ ବିଭିନ୍ନ ସ୍ଥାନରେ କରିଛନ୍ତି । . 

ପୁସ୍ତକ ଶୈଳୀ 

ଏହାର କାବ୍ଯିକ ମୂଲ୍ୟବୋଧ ତଥା ଉନ୍ନତ ତାମିଲ ସାହିତ୍ଯ ଯୋଗୁ ଏହି ପୁସ୍ତକ ତାମିଲ ଭାଷାର ଏକ ମାଇଲଖୁଣ୍ଟ ହେଇ ରହିଛି । ମୂଳ ସଂସ୍କୃତ ପରି କାଣ୍ଡଗୁଡ଼ିକ ଏଥିରେ ନ ରହି ତାହା ଭିନ୍ନ ପ୍ରକାର ରହିଛି । ଏଥିରେ ବଳ କାଣ୍ଡ , ଅଯୋଧ୍ୟା କାଣ୍ଡ , ଆରଣ୍ୟ କାଣ୍ଡ , କିଶକିନଧା କାଣ୍ଡ , ସୁନ୍ଦର କାଣ୍ଡ ଓ ଯୁଦ୍ଧ କାଣ୍ଡ ରହିଛି ।