ଜଟାଶଙ୍କର ଶୈବପୀଠ

ଉଇକିପିଡ଼ିଆ‌ରୁ

ଜଟାଶଙ୍କର ମଧ୍ୟପ୍ରଦେଶର ଏକ ପ୍ରମୁଖ ଶୈବ ପୀଠ ଓ ଦର୍ଶନୀୟ ସ୍ଥାନ । ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ । ପ୍ରାକୃତିକ ଗୁମ୍ଫା ସହ ଶିବ ମନ୍ଦିର ଓ ଗୁପ୍ତଗଙ୍ଗା ଝରଣା ଏଠାରେ ଅବସ୍ଥିତ ।[୧]

ଅବସ୍ଥିତି[ସମ୍ପାଦନା]

ମଧ୍ୟ ପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାର ପଚମଢ଼ୀରେ ଜଟାଶଙ୍କର ଶୈବ ପୀଠ ଅବସ୍ଥିତ ।

ଗମନାଗମନ[ସମ୍ପାଦନା]

ନିକଟସ୍ଥ ବିମାନବନ୍ଦର ଖଜୁରାହୋ ବିମାନବନ୍ଦର । ନିକଟସ୍ଥ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ହେଉଛି ଛତରପୁର । [୨]

ନାମକରଣ[ସମ୍ପାଦନା]

କିମ୍ବଦନ୍ତୀ ଅନୁଯାୟୀ ଶିବଙ୍କ ଜଟାର କିଛି ଅଂଶ ଏଠାରେ ଛିଡ଼ିଯାଇଥିବାରୁ ସ୍ଥାନର ଏ ଭଳି ନାମକାରଣ ହୋଇଛି ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତି ଅନୁଯାୟୀ ଭସ୍ମାସୁର ପରମ ଶୈବ ଥିଲା । ସେ ଯାହା ମୁଣ୍ଡରେ ହାତ ରଖିବ, ସେ ଜଳି-ପୋଡ଼ି ଭସ୍ମରେ ପରିଣତ ହେବ ବୋଲି ଶିବ ହିଁ ବର ଦେଇଥିଲେ । ବର ପାଉପାଉ ଭସ୍ମାସୁର, ବରଦାତାଙ୍କ ଉପରେ ପରୀକ୍ଷା କରିବାକୁ ବାହାରିଲା । ଶିବ ଉପାୟହୀନ ହୋଇ ତା' ସାମନାରୁ ପଳାୟନ କରି ଯେଉଁ ଗୁମ୍ଫା ଭିତରେ ପ୍ରବେଶ କରିଥିଲେ, ତାହା ହେଉଛି ଜଟାଶଙ୍କର । [୩]

ପରିସର ଓ ପରିବେଶ[ସମ୍ପାଦନା]

ଗୁମ୍ଫା ମଧ୍ୟରେ ମୋଟ ୧୦୮ଟି ପ୍ରାକୃତିକ ଶିବଲିଙ୍ଗ ବିଦ୍ୟମାନ । ଗୁମ୍ଫା ଭିତରେ ଏକ ଚିରସ୍ରୋତା ଝରଣା ପ୍ରବାହିତ । ଝରଣାର ଉତ୍ସ ଏ ଯାଏ ଅଜଣା ହୋଇରହିଛି । ଝରଣାଟି ଗୁପ୍ତ ଗଙ୍ଗା ଭାବେ ନାମିତ । ଗୁମ୍ଫା ବାହାରେ ଦୁଇଟି ସ୍ନାନକୁଣ୍ଡ ଅବସ୍ଥିତ । ଗୋଟିଏ ସର୍ବଦା ଶୀତଳ ଜଳରେ ଭରପୂର ଥାଏ ଏବଂ ଅନ୍ୟଟି ଏକ ଉଷ୍ମପ୍ରସ୍ରବଣ

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-12-02. Retrieved 2016-12-17. {{cite web}}: Cite has empty unknown parameter: |1= (help)
  2. http://bhaaratdarshan.com/mp/travel/jatashankar-temple-bijawar/[permanent dead link]
  3. http://sambad.in/news/special/famous-worship-spot-jatashanke/19957.html[permanent dead link]