ରାଇକିଆ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ରାଇକିଆ
Country India
StateOdisha
DistrictKandhamal
Elevation
485 m (1,591 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-12
Websiteodisha.gov.in

ରାଇକିଆ, ଭାରତୀୟ ରାଜ୍ୟ ଓଡ଼ିଶାର କନ୍ଧମାଳ ଜିଲାର ଏକ ସହର ।[୧] ଏହାକୁ କନ୍ଧମାଳ ଜିଲ୍ଲାର ବାଣିଜ୍ୟିକ କେନ୍ଦ୍ର କୁହାଯାଏ ।

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଏହାର ଭୌଗୋଳିକ ଅବସ୍ଥିତି : 20.47°N 84.23°Eଠାରେ ଓ ଏହା ସମୁଦ୍ରପତ୍ତନଠାରୁ ୪୮୫ ମିଟର ଉପରେ ରହିଛି । ଏହା ରାଜପଥଦ୍ୱାରା ଅନ୍ୟାନ୍ୟ ସହରମାନଙ୍କ ସହ ସଂଯୁକ୍ତ । ଏହାର ନିକଟତମ ରେଳ ଷ୍ଟେସନ ରେଢାଖୋଲଠାରେ ୧୦୦ କିଲୋମିଟର ଦୂରରେ ଅବସ୍ଥିତ । 

ପର୍ଯ୍ୟଟକ ଆକର୍ଷଣ [ସମ୍ପାଦନା]

ଅତ୍ୟନ୍ତ ଉଚ୍ଚ ପତ୍ତନରେ ଥିବା ଏହି ଅଞ୍ଚଳରେ ଘଞ୍ଚ ଅରଣ୍ୟ ଓ ପାହାଡରେ ଭରା ସବୁଜିମା ରହିଛି । ଏହା ନିକଟରେ କିଛି କ୍ଷୁଦ୍ର ଓ ବୃହତ ଜଳପ୍ରପାତ ମଧ୍ୟ ରହିଛି । ସେଥି ମଧ୍ୟରୁ ମୋଡାସୁର କୁଟି ଅନନ୍ୟତମ । ଏହା ରାଇକିଆ ଅଞ୍ଚଳରୁ 18 କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଏକ ପିକ୍ନିକ ସ୍ଥଳୀ ଭାବରେ ଅଞ୍ଚଳରେ ପ୍ରସିଦ୍ଧ । ଏଠାରେ ବନ୍ୟା ଜନ୍ତୁ ଓ ପକ୍ଷୀ ମାନଙ୍କ ମଧ୍ୟ ସମାଗମ ରହିଥାଏ । 

ଶିକ୍ଷା [ସମ୍ପାଦନା]

ସହରରେ ଏକ ଡିଗ୍ରୀ ମହାବିଦ୍ୟାଳୟ ସହ ବାଳକ ହାଇସ୍କୁଲ, ବାଳିକା ହାଇସ୍କୁଲ ଓ ଇଂରାଜୀ ମିଡିଆମ ସ୍କୁଲ ସମୂହ ରହିଛି । ଏଠାରେ ସରକାରଙ୍କଦ୍ୱାରା ସ୍ଥାପିତ କନ୍ୟାଶ୍ରମ ମଧ୍ୟ ରହିଛି । 

ଜନସଂଖ୍ୟା [ସମ୍ପାଦନା]

ରାଇକିଆର ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୭୮୦୯ ରହିଥିଲା ।[୨]ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୩୬୬୦ ଥିବା ବେଳେ ମହିଳା ସଂଖ୍ୟା ୪୧୪୯ ରହିଥିଲା । ୬ ବର୍ଷରୁ କମ ସଂଖ୍ୟା ଏଠାରେ ୧୦.୮୬% ଥିଲା । ରାଇକିଆର ସାକ୍ଷ୍ୟରତା ହାର ୮୫.୨୦ ରହିଥିଲା ଯାହା ଜାତୀୟ ହାର ଓ ଓଡ଼ିଶାର ହାରଠାରୁ ଅଧିକ । 

ଆଧାର [ସମ୍ପାଦନା]

  1. "The Orissa G a z e t t e" (PDF). govtpress.odisha.gov.in. Government Press Odisha Govt. Archived from the original (PDF) on 17 August 2019. Retrieved 17 August 2019.
  2. http://www.census2011.co.in/data/village/417542-raikia-orissa.html