ଜଙ୍କ ନଦୀ

ଉଇକିପିଡ଼ିଆ‌ରୁ

ଜଙ୍କ ନଦୀ  , ଭାରତୀୟ ରାଜ୍ୟ ଓଡ଼ିଶା ଦେଇ ପ୍ରବାହିତ ହଉଥିବା କେନ୍ଦ୍ର ପୂର୍ବୀୟ ଭାରତର ଏକ ମୁଖ୍ୟ ନଦୀ ମହାନଦୀର ଏକ ଉପନଦୀ । ଏହି ନଦୀ ଓଡ଼ିଶାର ନୂଆପଡା ଜିଲ୍ଲା ଓ ବରଗଡ ଜିଲ୍ଲାରେ ପ୍ରାୟ 210 କିଲୋମିଟର ଦୂର ପ୍ରବାହିତ ହୋଇ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଓ ରାୟଗଡ ଜିଲ୍ଲାକୁ ଯାଇଥାଏ । ସୁନାବେଡା ମାଳଭୂମିରୁ ଉପନ୍ନ ହେଇ ଏହା ମାରାଗୁଡା ଉପତ୍ୟକାରେ ପ୍ରବାହିତ ହେଇ ସେଠାରେ ପଟୋରା ବନ୍ଧ ନିକଟରେ ଗଇଧାସ ନଲ୍ଲା ସହିତ ମିଳିତ ହୁଏ ।ଏଥିରେ 2ଟି ପ୍ରପାତ , ବେନିଧାସ ପ୍ରପାତ (80 ଫୁଟ ) ଓ ଖରାଲ୍ଧାସ ପ୍ରପାତ ( 150 ଫୁଟ ) ସୃଷ୍ଟି ହେଇ ଉପତ୍ୟକା ଅଞ୍ଚଳକୁ ପ୍ରବେଶ କରେ ।[୧]

ଏହି ନଦୀ ମହାନଦୀ ସହ ଶେଓରିନାରାୟଣଠାରେ ମହାନଦୀ ସହ ସମ୍ମିଳିତ ହୁଏ । 

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]