ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ
ପାନ ଯୋଗ୍ୟ ଆଲକୋହୋଲ (Drinking alcohol)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCritical care medicine
ଆଇସିଡ଼ି-୧୦F10.23, F10.23(0-9)
ଆଇସିଡ଼ି-୯-ସିଏମ୍291.81
ରୋଗ ଡାଟାବେସ3543
ମେଡ଼ିସିନ-ପ୍ଲସ000764

ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ବା ମଦ୍ୟ ପ୍ରତ୍ୟାହାର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Alcohol withdrawal syndrome) ଏକ ଲକ୍ଷଣ ଦଳ ଯାହା ଅନେକ କାଳ ଧରି ଆଲକୋହୋଲ ବା ମଦ୍ୟପାନ ପରେ କମେଇ ଦେଲେ ଦେଖାଯାଇପାରେ । ଏହାର ସ୍ୱାଭାବିକ ଲକ୍ଷଣ ସମୂହ: ଉତ୍କଣ୍ଠା (anxiety), କମ୍ପନ (shakiness), ଝାଳ ବୋହିବା, ବାନ୍ତି, ଟାକିକାର୍ଡ଼ିଆ (fast heart rate|) ଓ ସାମାନ୍ୟ ଜ୍ୱର । ବାତ (seizures), ଦୃଷ୍ଟିଭ୍ରମ/ହାଲୁସିନେସନ (seeing or hearing things that others do not) ଓ ଡେଲିରିଅମ ଟ୍ରେମେନ୍ସ (delirium tremens)/DTs) ଇତ୍ୟାଦି ସାଂଘାତିକ ଲକ୍ଷଣ ମଧ୍ୟ ଦେଖାଯାଇପାରେ ।[୧] ଶେଷଥର ପାନ କରିବାର ପ୍ରାୟ ୬ ଘଣ୍ଟା ପରେ ଏହି ଲକ୍ଷଣମାନ ଆରମ୍ଭ ହୋଇ ୨୪ରୁ ୭୨ ପର୍ଯ୍ୟନ୍ତ ଅତି ଖରାପ ଦିଗକୁ ଗତି କରେ ଓ ୭ ଦିନ ମଧ୍ୟରେ ଉପଶମ ହୋଇଯାଏ ।[୨][୩]

ମଦ୍ୟ ନିର୍ଭରଶୀଳ (dependent) ଲୋକଙ୍କର ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୁଏ । ଯୋଜନା ବା ଅଣ‌ଯୋଜନା ଅନୁସାରେ ମଦ୍ୟପାନ କମିଗଲେ ଏହି ଅବସ୍ଥା ଉପୁଜେ । [୧] ମସ୍ତିଷ୍କରେ ଥିବା ଗାବା ରିସେପ୍ଟରମାନଙ୍କର (GABA receptors) ପ୍ରତିକ୍ରିୟ କମିଯିବା ଯୋଗୁ ଏହା ହୁଏ । ସିଆଇଡବ୍ଲ୍ୟୁଏ-ଏଆର (Clinical Institute Withdrawal Assessment of Alcohol Scale/CIWA-Ar) ସାହାଯ୍ୟରେ ପ୍ରତ୍ୟାହାର ପ୍ରକ୍ରିୟାକୁ ଅନୁଗମନ କରାଯାଏ । [୩]

କ୍ଲୋରଡାଏଜେପୋକସାଇଡ (chlordiazepoxide) ବା ଡାଏଜେପାମ (diazepam) ଭଳି ବେଞ୍ଜୋଡାଏଜେପିନ (benzodiazepines) ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ । ରୋଗୀର ଲକ୍ଷଣ ଅନୁପାତରେ ଔଷଧ ଦିଆଯାଏ । ରୁଟିନ ଭାବରେ ଥିଆମିନ Thiamine ଦିଆଯାଏ । ବିଦ୍ୟୁତ୍ ବିଶ୍ଳେଷ୍ୟ ସମସ୍ୟା (Electrolyte problems) ଓ ଅଳ୍ପ ରକ୍ତ ସୁଗର ମାତ୍ରା (low blood sugar) ଥିଲେ ସେମାନଙ୍କର ଚିକିତ୍ସା କରାଯାଏ । ଯଥା ଶୀଘ୍ର ଚିକିତ୍ସା ଆରମ୍ଭ କଲେ ଫଳ ଉନ୍ନତ ହୁଏ । [୨]

ପଶ୍ଚିମ ପୃଥିବୀରେ ପ୍ରାୟ ୧୫% ଲୋକ ମଦ୍ୟାତ୍ୟୟର ଶିକାର ଜୀବନର ଯେ କୌଣସି ସମୟରେ ହୁଅନ୍ତି । ମଦ୍ୟ ପ୍ରତ୍ୟାହାର ପରେ ପ୍ରାୟ ଅଧା ଲୋକଙ୍କର ପ୍ରତ୍ୟାହାର ଲକ୍ଷଣ ଦେଖାଯାଏ ଓ ୪% ଲୋକଙ୍କର ସାଂଘାତିକ ଲକ୍ଷଣ ପ୍ରକାଶ ପାଏ । [୩] ସାଂଘାତିକ ଲକ୍ଷଣରେ ଥିବା ଲୋକଙ୍କ ମଧ୍ୟରୁ ୧୫% ମୃତ୍ୟୁ ବରଣ କରନ୍ତି । [୨] ଅନ୍ୟୁନ ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrate) ଏହି ପ୍ରତ୍ୟାହାର ଲକ୍ଷଣ ଲିପିବଦ୍ଧ କରିଥିଲେ ।[୪][୫] ସନ ୧୮୦୦ ପର୍ଯ୍ୟନ୍ତ ଏହା ଏକ ବ୍ୟାପକ ସମସ୍ୟା ବୋଲି ବିଶ୍ୱାସ କରାଯାଉନଥିଲା । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ National Clinical Guideline Centre (2010). "2 Acute Alcohol Withdrawal". Alcohol Use Disorders: Diagnosis and Clinical Management of Alcohol-Related Physical Complications (in ଇଂରାଜୀ) (No. 100 ed.). London: Royal College of Physicians (UK). Retrieved 21 October 2016.
  2. ୨.୦ ୨.୧ ୨.୨ Simpson, SA; Wilson, MP; Nordstrom, K (September 2016). "Psychiatric Emergencies for Clinicians: Emergency Department Management of Alcohol Withdrawal". The Journal of emergency medicine. 51 (3): 269–73. PMID 27319379.
  3. ୩.୦ ୩.୧ ୩.୨ Schuckit, MA (27 November 2014). "Recognition and management of withdrawal delirium (delirium tremens)". The New England Journal of Medicine. 371 (22): 2109–13. doi:10.1056/NEJMra1407298. PMID 25427113.
  4. Martin, Scott C. (2014). The SAGE Encyclopedia of Alcohol: Social, Cultural, and Historical Perspectives (in ଇଂରାଜୀ). SAGE Publications. p. Alcohol Withdrawal Scale. ISBN 9781483374383.
  5. ୫.୦ ୫.୧ Kissin, Benjamin; Begleiter, Henri (2013). The Biology of Alcoholism: Volume 3: Clinical Pathology (in ଇଂରାଜୀ). Springer Science & Business Media. p. 192. ISBN 9781468429374.