ଭାଗିରଥୀ ଦାସ (ଲେଖକ)

ଉଇକିପିଡ଼ିଆ‌ରୁ
(ଭାଗିରଥି ଦାସରୁ ଲେଉଟି ଆସିଛି)
ଭାଗିରଥି ଦାସ
ଜନ୍ମ ଓ ଜନ୍ମସ୍ଥାନ (1939-11-01) ୧ ନଭେମ୍ବର ୧୯୩୯ (ବୟସ ୮୪)
ପାଟେଣୀ ଗାଁ, ଜଗତସିଂହପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ
ଜୀବନସାଥୀଦେବଯାନୀ ଦାସ
ସନ୍ତାନଦୁର୍ଗାପ୍ରସାଦ, ବିଥିକା, ଭାରତୀ

ଭାଗିରଥି ଦାସ, ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ଉପନ୍ୟାସ, ନାଟକ, ଗଳ୍ପ ଓ କବିତା ରଚନା ସହିତ ଓଡ଼ିଆ କଥାଚିତ୍ରରେ କାହାଣୀ ମଧ୍ୟ ଲେଖିଛନ୍ତି ।[୨]

ଜୀବନୀ[ସମ୍ପାଦନା]

ଭାଗିରଥି, ୧୯୩୯ ମସିହା ନଭେମ୍ବର ୧ତାରିଖରେ ଜଗତସିଂହପୁର ଜିଲ୍ଲାର ପାଟେଣୀଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବାଉରୀବନ୍ଧୁ ଦାସ ଓ ମାତା ଚମ୍ପାବତୀ ଦାସ । ସେ, ଗ୍ରାମ୍ୟ କୃଷି କର୍ମଚାରୀ ଭାବରେ ଚାକିରି କରି, ଅବସର ଗ୍ରହଣ କରିସାରିଛନ୍ତି ।

ସାହିତ୍ୟ ସାଧନା[ସମ୍ପାଦନା]

୫୦୦ରୁ ଅଧିକ ଉପନ୍ୟାସ, ୨୫ଟି ନାଟକ, ୧୫ଟି କାହାଣୀ, ଏକାଧିକ ଗଳ୍ପର ରଚୟିତା ଭାବେ ଭାଗିରଥି ପରିଚିତ । ସାହିତ୍ୟ ରଚନା ବ୍ୟତିତ ଜଣେ ସାହିତ୍ୟ ସଂଗଠକ ଭାବରେ ମଧ୍ୟ ସେ କାର୍ଯ୍ୟ କରି ଆସୁଛନ୍ତି । ନାଟ୍ୟ ସଂସ୍ଥା ମଞ୍ଚ ମଣିଷ, ଜଗତସିଂହପୁର ସାହିତ୍ୟ ପରିଷଦ, ଜଗତସିଂହପୁର ଜିଲ୍ଲା କଳାବିକାଶ କେନ୍ଦ୍ର, ବଟ ଶ୍ରୀକ୍ଷେତ୍ର ସାଂସ୍କୃତିକ ପରିଷଦ ସହ ସେ ଜଡ଼ିତ ଅଛନ୍ତି ।

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ମୋ ସଂସାର ଭାସିଗଲା
  • ଭିନ୍ନ ଏକ ପୃଥିବୀ
  • ଚାଲ ଫେରିଯିବା ଶ୍ରୀକ୍ଷେତ୍ର
  • ଏଠାରେ ନର୍କକୁ ଟିକେଟ ମିଳେ
  • ମୋ ଭଙ୍ଗାଘର କାନ୍ଦୁଛି
  • ଜଳୁଛି ଜୀବନ ଜଞ୍ଜାଳ ଜୁଇରେ
  • ସେ ଜୁଗର ସତୀ ଏ ଯୁଗରେ ଜଳେ
  • ଜିଦରେଖାର ଜାନୁଆରୀ
  • ଝଡ଼ଝଞ୍ଜା ଝାମେଳା
  • ପ୍ରିୟା ପ୍ରୀତି
  • ପ୍ରିୟତମା
  • ମୁଁ ଏକ ମାରାତ୍ମକ ମଣିଷ
  • ଯାହାକୁ ବିବାହ କଲି ଶାଢ଼ି ଶଙ୍ଖ ଦେଇ
  • କାନ୍ଦୁଛି କଙ୍କାଳ
  • ଭୋକିଲା ବୁଲେଟ
  • ବିଶ୍ୱାସଘାତକ ସଇତାନ
  • ପ୍ରତିହିଂସାର ଅଭିନାଦ
  • ଜୟ ଶିବ ଶଙ୍କର
  • ସ୍ୱାମୀ ଥାଇ ସ୍ତ୍ରୀ ବିଧବା
  • ପଥର ହେଲ କି ପ୍ରଭୃ
  • ଭାଇ ନୁହେଁ ଭଗବାନ
  • ମାଆର ମମତା

ଉପନ୍ୟାସ[ସମ୍ପାଦନା]

  • ନାରୀ ନଦୀ ନିଆଁ
  • ଅବାଞ୍ଚିତ ଅତିଥି
  • ପର ଝିଅ ନୁହେଁ ପଚା ପରିବା
  • ଝିଅ ନୁହେଁ ଜଳିବା ପାଇଁ
  • ଦୁହିତା ଦୁଇ କୂଳକୁ ହିତା
  • ବାପାର ଋଣ ସୁଝିବ କିଏ
  • ଧର୍ମ ଥିଲେ ବୁଝିବ
  • ବାପଠାରୁ ବନ୍ଧୁ ନାହିଁ
  • ହସ କାଳର ଦୁନିଆଁ
  • ମଙ୍ଗଳ ମହୁରୀ
  • କନ୍ୟାଦାନ ମହାପୁଣ୍ୟ
  • ସେ ନାରୀ ମୋର ନମସ୍ୟା
  • ବୋହୁ ନ ବାଛିବ ରୂପର
  • ଆଶା ବୈତରଣୀ
  • ଦୁଃଖ ଦରିଆ
  • ଜୀବନ ଜଞ୍ଜାଳ କେତେ
  • ମିଛ ମାୟା ସଂସାର
  • ଜଳେ ଜୀବନ
  • ସେଇମନ ସେଇ ଅନୁଭବ
  • ନାୟିକା ଆମ ସମୟର
  • ଅଛୁଆଁ ହେଲେ ବି ମଣିଷ
  • ପିତା ପରମେଶ୍ୱର ପତି ଈଶ୍ୱର
  • ଅଫେରା ଅତୀତ
  • କାମନାର କାରାଗାର
  • ଚାକର ହେଲେବି ମଣିଷ
  • ତୋତେ ବେଦୀରେ ବସେଇ ଦେବି ନାହିଁ
  • କାହିଁକି ଆସିଛୁ ମନ

କଥାଚିତ୍ର କାହାଣୀ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା
  • ଭୁବନେଶ୍ୱର ପଞ୍ଚସଖା ଯାତ୍ରା ଏକାଡେମୀ ସମ୍ମାନ
  • କାଦମ୍ବିନୀ ସାରସ୍ୱତ ସମ୍ମାନ[୪]
  • ଗଣକବି ସମ୍ମାନ
  • ଅକ୍ଷୟ ସାହିତ୍ୟ ସମ୍ମାନ - ୨୦୧୬[୫]
  • ବିଷୁବ ସମ୍ମାନ
  • ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ସମ୍ମାନhttp://web.archive.org/save/http://odishanewsnitidin.com/index.php?ID=20&PubId=4&schedule=2019-11-15&PageId=68815&PageNum=9

ଆଧାର[ସମ୍ପାଦନା]

  1. Orissa General Knowledge. Bright Publications. pp. 92–. ISBN 978-81-7199-574-5.
  2. http://sarbasadharana.com/?p=29262[permanent dead link]
  3. "ସଫଳ ସାରସ୍ୱତ ସାଧକ ଭାଗିରଥି". ପ୍ରମେୟ ୧୩/୧୧/୨୦୧୬ ପୃଷ୍ଠା ୩୪. {{cite news}}: |access-date= requires |url= (help)
  4. http://www.dailypioneer.com/state-editions/bhubaneswar/kadambini-national-writers-meet-organised-at-kiit.html
  5. http://www.odisha360.com/2016/10/09/durga-puja-pandal-at-rasulgarh-bhubaneswar-2/

ବାହାର ଆଧାର[ସମ୍ପାଦନା]