ଚିତ୍ତରଞ୍ଜନ ଆଭେନ୍ୟୁ , କଲିକତା

ଉଇକିପିଡ଼ିଆ‌ରୁ

ଚିତ୍ତରଞ୍ଜନ ଆଭେନ୍ୟୁ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତା ସହର ମଧ୍ୟରେ   ଥିବା ଏକ ସଡକ ପଥ  ଯାହା ଆଗରୁ ସେଣ୍ଟ୍ରାଲ ଆଭେନ୍ୟୁ ନାମରେ ପରିଚିତ ଥିଲା । ଉତ୍ତର - ଦକ୍ଷିଣକୁ ଯାଉଥିବା ଏହି ମୁଖ୍ୟ ସଡକ ଉତ୍ତର ଓ କେନ୍ଦ୍ରୀୟ କଲିକତାକୁ ଯୋଗାଯୋଗ ରଖେ । 

ଚିତ୍ତରଞ୍ଜନ ଆଭେନ୍ୟୁ , କଲିକତା

ବ୍ୟାପ୍ତି [ସମ୍ପାଦନା]

ଦକ୍ଷିଣରେ ଏସପ୍ଲାନେଡଠାରୁ ଉତ୍ତରରେ ଶୋଭାବଜାର  ଯାଏ ବ୍ୟାପ୍ତ ଏହି ଅଭେନ୍ୟୁ ଏକ ବ୍ୟସ୍ତ ସଡକ ପଥ । 

ତାତ୍ପର୍ଯ୍ୟ[ସମ୍ପାଦନା]

କଲିକତାର ଶିରାପ୍ରଶିରା କୁହା ଯାଉଥିବା ଏହି ସଡକ ଦକ୍ଷିଣ କଲିକତାରୁ କେନ୍ଦ୍ର କଲିକତାକୁ ସଂଯୋଗ ଦଉଥିବା ମୁଖ୍ୟ ରାସ୍ତା । କଲିକତା ମେଟ୍ରୋ ରେଳ ଲାଇନ ମୁଖ୍ଯତଃ ଏହି ରାସ୍ତା ତଳେ ଯାଇଛି । ଏହି ରାସ୍ତାରେ ଥିବା ମୁଖ୍ୟ ଅଞ୍ଚଳଗୁଡ଼ିକ ଶୋଭା ବଜାର ,ଗିରୀଶ ପାର୍କ , ଜୋରସଙ୍କୋ , ମେଡିକାଲ କଲେଜ , ଅଲ ଇଣ୍ଡିଆ ଇନ୍ସଟିଟିଉଟ ଅଫ ହାଇଜିନ ଆଣ୍ଡ ପବ୍ଲିକ ହେଲଥ , ବୌବଜାର , ଚାନ୍ଦିନୀ ଚଉକ , ଓ ଏସପ୍ଲାନେଡ ।  

କାର୍ଯ୍ୟକାରିତା [ସମ୍ପାଦନା]

ଏହି ରାସ୍ତା ଦ୍ୱି-ଦିଗବିଶିଷ୍ଟ । କିନ୍ତୁ ଛକଗୁଡ଼ିକ ସବୁ ଦିଗରେ ଯିବା ପାଇଁ ବ୍ୟବହାର ହେଇଥାଏ । ବାହନଗୁଡ଼ିକ କେବଳ ନିର୍ଦ୍ଧିଷ୍ଟ ଦିଗରେ ବୁଲାଣି କରିପାରନ୍ତି ।

ନାମକରଣ [ସମ୍ପାଦନା]

ପଶ୍ଚିମ ବଙ୍ଗର ଜଣାଶୁଣା ରାଜନୈତିକ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ନାମାନୁସାରେ ପୂର୍ବତନ କେନ୍ଦ୍ରୀୟ ଆଭେନ୍ୟୁକୁ ଚିତ୍ତରଞ୍ଜନ ଆଭେନ୍ୟୁ ଭାବରେ ନମିତା କରାଯାଇଛି । 

ଅଧିକ ପଠନ [ସମ୍ପାଦନା]