ଇତମାଦ - ଉଦ-ଦଉଲାହ କବର

ଉଇକିପିଡ଼ିଆ‌ରୁ
ଇତମାଦ - ଉଦ-ଦଉଲାହ କବରର ମାଉଶେଲିଆମ  (ସାମନା ପଟ )

ଇତମାଦ - ଉଦ-ଦଉଲାହ କବରଗୃହ(ଉର୍ଦ୍ଦୁ: اعتماد الدولہ کا مقبرہ, I'timād-ud-Daulah kā Maqbara) ଭାରତର ରାଜ୍ୟ ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଏକ ମୋଗଲ କାଳୀନ କବର-ଗୃହ । ଏହାକୁ ବହୁବାର "ଅଳଙ୍କାର ବାକ୍ସ"(jewel box) ଭାବେ ସମ୍ବୋଧିତ କରାଯାଏ, କେବେ କେବେ "ଛୋଟ ତାଜ ମହଲ"(Baby Tāj) ମଧ୍ୟ କୁହାଯାଏ । ଏହି କବର-ଗୃହକୁ ତାଜ୍ ମହଲର ପୂର୍ବ-ସଂସ୍କରଣ ଭାବେ ବିବେଚନା କରାଯାଇଥାଏ । 

ଏଠାରେ ମୁଖ୍ୟ ଗୃହ ବ୍ୟତୀତ ଅନେକ ଗୃହ ଓ ଉଦ୍ୟାନ ରହିଛି । ୧୬୨୨ରୁ ୧୬୨୮ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଏହି କବରଗୃହଟି ପ୍ରାରମ୍ଭିକ ସ୍ତରର ମୋଗଲ କଳା ସ୍ଥାପତ୍ୟ – ମୁଖ୍ୟତଃ ଲାଲ ବାଲୁକା ପ୍ରସ୍ତରରେ ନିର୍ମିତ ଏବଂ ମାର୍ବଲରେ ସୁସଜ୍ଜିତ, ଦିଲ୍ଲୀସ୍ଥିତ ହୁମାୟୁନ କବର ଓ ସିକନ୍ଦରାଠାରେ ଥିବା ଆକବରଙ୍କ କବର ସଦୃଶ – ତଥା ଦ୍ୱିତୀୟ ପର୍ଯ୍ୟାୟର ମୋଗଲ କଲା ସ୍ଥାପତ୍ୟ – ମୂଲ୍ୟବାନ ପଥର ଖଚିତ ଧଳା ମାର୍ବଲର ବ୍ୟବହାର, ଯାହାର ଲାଳିତ୍ୟ ତାଜ ମହଲରେ ପ୍ରତୀୟମାନ – ମଧ୍ୟରେ ଥିବା ପରିବର୍ତନର ପ୍ରତୀକ । 

ଇତମାଦ - ଉଦ-ଦଉଲାହ କବର ଜାହାଙ୍ଗୀରଙ୍କ ପତ୍ନୀ ନୁର ଜାହାନ  ଙ୍କଦ୍ୱାରା ନିର୍ମିତ ହେଇଥିଲା । ସେ ଏହାକୁ ତାଙ୍କ ପିତା ମିର୍ଜା ଘୟାସ ବେଗ , ଯିଏ ଜଣେ  ପାର୍ସି ଅମିର ଥିଲେ ,ଙ୍କ ସ୍ମୃତିରେ ନିର୍ମିତ ହେଇଥିଲା ।ମିର୍ଜା ସହ ଜାହଁଙ୍କ ପତ୍ନୀ ମୁମତାଜ୍ ମହଲଙ୍କ ପିତାମହ ମଧ୍ୟ ଥିଲେ । ପରେ ସହାଜାହାନ ମୁମତାଜ୍ ମହଲଙ୍କ ସ୍ମୃତିରେ ତାଜ ମହଲ ନିର୍ମାଣ କରିଥିଲେ ।  

କବର [ସମ୍ପାଦନା]

ଇତମାଦ - ଉଦ-ଦଉଲାହ କବର

ଯମୁନା ନଦୀର ପୁରା ତଟରେ ଏହି କବରଖାନା ନିର୍ମିତ ହେଇଥିଲା । ଏହାର ଚାରିପଟେ ଉଦ୍ୟାନ ଓ ଜଳାଧାର ରହିଛି । 50 ମିଟର ପରିଧିରେ ଏହା ନିର୍ମିତ । ପ୍ରତି କୋଣରେ ସ୍ତମ୍ଭ ରହିଛି । 

ରାଜସ୍ଥାନରୁ ଆସିଥିବା ଧଳା ମାର୍ବଳ ପ୍ରସ୍ତରରେ ଏହାର କାନ୍ଥ ସବୁ ନିର୍ମିତ । ଏହି କାନ୍ଥରେ କରନେଲିଆନ , ଯଶପର ତୋପଜ ଆଦି ମୂର୍ତିର ଖୋଦନ ରହିଛି । ଅଭ୍ୟନ୍ତରରେ କାଚ ଝରକା ସବୁ ଆଲୋକ ପ୍ରଦାନ କରିଥାଏ । 

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]