ଦାନାପୁର, ବିହାର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Danapur
दानापुर
Country India
StateBihar
DivisionPatna
DistrictPatna
UAPatna
Ward40 wards
Established1887
Government
 • BodyDanapur Nagar Parishad
 • MayorReshma Devi[clarification needed]
Population
 (2011)
 • Total୧,୮୨,୨୪୧
Languages
 • SpokenMagadhi, Hindi
Time zoneUTC+5:30 (IST)
PIN
801101/03/05/08/09/13/12
801501/03/06
800111
Telephone code06115
ଯାନବାହାନ ପଞ୍ଚୀକରଣBR-01
Planning agencyPatna Regional Development Authority
Civic agencyDanapur Nagar Parishad
Websitedanapur.biharurban.in

ଦାନାପୁର(ଦିନପୁର ନାମରେ ଭି ପରିଚିତ)  ଏହା ଭାରତୀୟ ରହୟ ବିହାରର ରାଜଧାନୀ ପାଟନା ଏକ ଉପଗ୍ରହ ସହର । ଏହାର ଲୋକ ସଂଖ୍ୟା 2011 ଜନଗଣନା ଅନୁସାରେ 182.241 ଥିଲା। ପାଟନା ମେଟ୍ରୋପଳିଟାନ ଅଞ୍ଚଳରେ ଏହା ଅନ୍ତର୍ଭୁକ୍ତ ।ଏହାକୁ 1887ରୁ ମୁନ୍ସିପାଲିଟି ଭାବେ ଗ୍ରହଣ କରାଯାଇଥିଲା । [୧] ଏଠାରେ ଭାରତୀୟ ସେନାର କାଣ୍ଟନମେଣ୍ଟ ରହିଛି । [୨][୩]


ଏଠାରେ ବ୍ରିଟିଶ ସମରରେ ନିର୍ମିତ ଅନେକ ପ୍ରାଚୀନ କୋଠା ବାଡି ଥିବା ସହ 1859 ନିର୍ମିତ ଗଙ୍ଗା ନଦୀର ସର୍ବପୁରାତନ ଘାଟ ରହିଛି ।[୪] ଶିଖମାନଙ୍କ ଏକ ତୀର୍ଥ ହିସାବରେ ଗୁରୁଦ୍ୱାର ହାଣ୍ଡି ସାହିବ ଏଠାରେ ଅବସ୍ଥିତ ।


ଭୌଗୋଳିକ ସ୍ଥିତି [ସମ୍ପାଦନା]

ପ୍ରସିଦ୍ଧ ଘାଟ 1859ର ଚିତ୍ରପଟ 

ଏହା ଗଙ୍ଗା ନଦୀରେ ମିଶିଥିବା ସୋନ୍ ନଦୀର ତୀରରେ ଅବସ୍ଥିତ । ଏଠାରୁ କିଛି କିଲୋମିଟର .ଯାଇ ଦିଘାଠାରେ ସୋନ୍ ନଦୀ ଗଙ୍ଗା ସହ ସମାର୍ଜିତ ହୁଏ । 

ଏହାର ଆୟତନ 11.63 ବର୍ଗ କିଲୋମିଟର ଓ ଏଥିରେ 40ଟି ୱାର୍ଡ ରହିଛି । 1889 ମସିହାରେ ଦାନାପୁର ନଗର ପରିଷଦ ଗଠିତ ହେଇଥିଲା । 

ଜନସଂଖ୍ୟା[ସମ୍ପାଦନା]

 2011 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 182,241 , ଯାହା ମଧ୍ୟରୁ ପୁରୁଷ 97,129 ଓ ମହିଳା ସଂଖ୍ୟା  86,112 ।6 ବର୍ଷରୁ କମ ସଂଖ୍ୟା 25,092 ରହିଥିବା ବେଳେ ସାକ୍ଷ୍ୟରତା ହାର 78.4% । ଜନ ଘନତ୍ୱ 113 ଜଣହେକ୍ଟର ପ୍ରତି । ଲିଙ୍ଗା ଅନୁପାତରେ ମହିଳା ଓ ପୁରୁଷ ହାର 882:1,000 ରହିଥିଲା ।

ଦର୍ଶନୀୟ ସ୍ଥାନ [ସମ୍ପାଦନା]

ଏଠାରେ ଥିବା ଗୁରୁଦ୍ୱାରା ପଞ୍ଜାବୀ ସଂପ୍ରଦାୟ ପାଇଁ ଏକ ମୁଖ୍ୟ ତୀର୍ଥ ସ୍ଥଳୀ । ଗୁରୁ ତେଗ ନାହାଦୁରଙ୍କ ଗୁରୁଦ୍ୱାରା ଦେଶର ଏକ ପ୍ରାଚୀନ ଶିଖ ଉପାସନା କେନ୍ଦ୍ର । ଏଠାରେ ନୌଲଖା ମନ୍ଦିର ଓ ଅନେକ ପ୍ରାଚୀନ ନିର୍ମାଣ ପର୍ଯ୍ୟଟକ ଆକର୍ଷଣ ଭାବେ ରହିଛି ।ଏଠାକୁ ଶୀତ କାଳରେ ଅନେକ ବିଦେଶାଗତ ପକ୍ଷୀ ଆସି ରହିଥାନ୍ତି ।  

ଯାତାୟତ [ସମ୍ପାଦନା]

Danapur Railway Station

 ରେଳପଥଦ୍ୱାରା ଏହି ସହର ସଂଯୁକ୍ତ । ଏଠାରେ ପୂର୍ବ କେନ୍ଦ୍ରୀୟ ରେଳ ଡିଭିଜନର ଉପମୁଖ୍ୟ ଦପ୍ତର ରହିଛି । ଜାତୀୟ ରାଜପଥ 30  ଏହି ସହର ଦେଇ ଯାଇଥିଲା ବେଳେ ନିକଟସ୍ଥ ବିମାନ ସେବା ପାଇଁ ପାଟନା ବିମାନବନ୍ଦର ଉପରେ ଉପରେ ଏହା ନିର୍ଭରଶୀଳ । 

ଶିକ୍ଷା[ସମ୍ପାଦନା]

ଦାନାପୁରଠାରେ ସୈନିକ ସ୍କୁଲ ସହ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନନ୍ୟ ଉତ୍ଚ ଶିକ୍ଷା ଅନୁଷ୍ଠାନ ରହିଛି । 

ଅଧିକ ପଠନ [ସମ୍ପାଦନା]

ଆଧାର [ସମ୍ପାଦନା]

  1. Students' Britannica India — Google Books. Books.google.co.in. Retrieved 5 ମାର୍ଚ୍ଚ 2014.
  2. Ramashankar (8 ଡିସେମ୍ବର 2010). "The Telegraph — Calcutta (Kolkata) | Bihar | Police force to hire 9000 ex-armymen". Telegraphindia.com. Retrieved 5 ମାର୍ଚ୍ଚ 2014.
  3. "New commander of Danapur Army HQ — The Times of India". Timesofindia.indiatimes.com. 3 ମଇ 2009. Retrieved 5 ମାର୍ଚ୍ଚ 2014.
  4. The story of the Lall Bazar Baptist Church Calcutta: being the history of Carey's church from 24th April 1800 to the present day. Edinburgh Press. 1908. Retrieved 17 ମାର୍ଚ୍ଚ 2011.

ବାହାର ଲିଙ୍କ [ସମ୍ପାଦନା]