ତୀର୍ଯ୍ୟକ ଦୃଷ୍ଟି

ଉଇକିପିଡ଼ିଆ‌ରୁ
ତୀର୍ଯ୍ୟକ ଦୃଷ୍ଟି
ଇଂରାଜୀ ପ୍ରତିଶବ୍ଦ - heterotropia, crossed eyes
ନିର୍ଦ୍ଦିଷ୍ଟ ବସ୍ତୁକୁ ଲକ୍ଷ ନ କଲେ ସ୍ଟ୍ରାବିସମସ ହୁଏ । ଏଠାରେ ଏକ୍ସୋଟ୍ରୋପିକ ଶ୍ରେଣୀର ଆଖି ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/strəˈbɪzməs/
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H49. H50.
ଆଇସିଡ଼ି-୯-ସିଏମ୍378
ଓଏମ୍‌ଆଇଏମ୍185100
ରୋଗ ଡାଟାବେସ29577
ମେଡ଼ିସିନ-ପ୍ଲସ001004
Patient UKତୀର୍ଯ୍ୟକ ଦୃଷ୍ଟି
MeSHD013285

ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ ସ୍ଟ୍ରାବିସମସ/Strabismus, ବା crossed eyes) ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ (alignment) ହୋଇପାରେ ନାହିଁ ।[୧] କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ । ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ । ପିଲାଦିନେ ବ‌ହୁତ ଦିନ ଧରି ରହିବା ଫଳରେ କ୍ଷୀଣ ଦୃଷ୍ଟି (amblyopia) ହୁଏ ଓ ଆଖିର ଗଭୀରତା ଜ୍ଞାନ (depth perception) ରହେନି । ବଡ଼ ମଣିଷଙ୍କର ଦୈତ ଦୃଷ୍ଟି (double vision) ରହିପାରେ ।[୨]

ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି (farsightedness) ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ । ଏହି ରୋଗ ସଙ୍କଟ କାରକମାନଙ୍କ ନାମ: ଅବଧୀପୂର୍ବ ପ୍ରସବ (premature birth), ସେରେବ୍ରାଲ ପାଲ୍ସି (cerebral palsy) ଓ ରୋଗର ପାରିବାରିକ ଇତିହାସ । ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- ଏସୋଟ୍ରୋପିଆ (esotropia) ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, ଏକ୍ସୋଟ୍ରୋପିଆ (exotropia) ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ (hypertropia) ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ । ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନ‌କମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ । ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର (pupil) ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । ଖପୁରୀୟ ସ୍ନାୟୁ (cranial nerve palsy) ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ ।[୨]

ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ । ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି । ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ ।[୨] ଗ୍ରୀକ ଭାଷାର strabismós ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା ।[୩] ଏହାର ଅନ୍ୟ ଇଂରାଜୀ ପ୍ରତିଶବ୍ଦ: "squint", "wall-eye" ଓ "cast of the eye".[୪][୫]

ଆଧାର[ସମ୍ପାଦନା]

  1. "Visual Processing Strabismus". NEI. Archived from the original on 5 October 2016. Retrieved 2 October 2016.
  2. ୨.୦ ୨.୧ ୨.୨ Gunton, KB; Wasserman, BN; DeBenedictis, C (September 2015). "Strabismus". Primary care. 42 (3): 393–407. PMID 26319345.
  3. "strabismus (n.)". Online Etymology Dictionary. Retrieved 2 October 2016.
  4. Brown, Lesley (1993). The New shorter Oxford English dictionary on historical principles. Oxford [Eng.]: Clarendon. ISBN 0-19-861271-0.
  5. "strabismus". OxfordDictioanriesOnline.com. Oxford University Press. 2016. "British & World English" database. Archived from the original on April 21, 2016. Retrieved April 6, 2016.