ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୭

ଉଇକିପିଡ଼ିଆ‌ରୁ


ଓଡ଼ିଆ ଉଇକିପିଡ଼ିଆ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବାବଦରେ[ସମ୍ପାଦନା]

ଗତ ୩ ବର୍ଷ ହେଲା ଆମ ଓଡ଼ିଆ ଉଇକିପିଡ଼ିଆ ତରଫରୁ ବହୁତ ଜଣ ଉଇକିପିଡ଼ିଆ ସମ୍ବନ୍ଧିୟ କାର୍ଯ୍ୟକ୍ରମ ଯଥା ଟି ଟି ଟି, ଏମ୍ ଡବ୍ଲ୍ୟୁ ଟି ଓ ଉଇକିମାନିଆରେ ଯୋଗ ଦେବାପାଇଁ ଆବେଦନ/ଆଲୋଚନା କରି ଯୋଗ ଦେଇଛନ୍ତି। ଯୋଗଦେବା ପାଇଁ ଆଲୋଚନା ସଭାରେ ସମର୍ଥନ ପାଇଲା ପରେ କେବେ କେହି ଆଉ ସେ ଆଲୋଚନାରେ କିଛି ଲେଖୁ ନାହାନ୍ତି। ଯାହା ଦ୍ଵାରା କାହିଁକି କିଏ ଯାଉଛି ଓ ଯିବା ଦ୍ଵାରା ଓଡ଼ିଆ ଉଇକିପିଡ଼ିଆର କଣ ଲାଭ ହେଉଛି ଜାଣି ହେଉନି। ଯେଉଁ ମାନେ ଯାଉଛନ୍ତି ସେମାନେ କଣ ଶିଖିଲେ ଓ ଭବିଷ୍ୟତରେ ଆମ ପାଇଁ କଣ କାମରେ ଆସିବ ତାର କିଛି ଅଭିଲେଖ ରହୁନାହିଁ । ତେଣୁ ଅନୁରୋଧ ଯେଉଁ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି,ଫେରିଲା ପରେ ତାର ଉପଯୋଗୀ ବିବରଣୀ ଲେଖିଲେ ସମସ୍ତେ ଜାଣି ପାରନ୍ତେ ଓ କିଛି ଶିଖି ପାରନ୍ତେ । ଦରକାର ହେଲେ ଆମର ହେଉଥିବା କର୍ମଶାଳାମାନଙ୍କରେ ସେ ବ୍ୟକ୍ତିମାନଙ୍କୁ ପଚାରି ଅନ୍ୟମାନେ କିଛି ଶିଖି ପାରିବେ । ଉଇକି କମନ୍ସରେ ଫୋଟ ଦେଖି ମୋପରି ସମସ୍ତେ କିଛି ଶିଖି ପାରୁନାହାନ୍ତି । ଧନ୍ୟବାଦ । --ଆଦିତ୍ୟ ମହାର (ଆଲୋଚନା) ୧୭:୦୭, ୨୫ ଜୁଲାଇ ୨୦୧୬ (IST)[reply]

  • ହଁ ମୁଁ ବି କିଛି ଜାଣିବାକୁ ଚାହୁଁଛି । କାର୍ଯ୍ୟକ୍ରମଗୁଡିକରେ ଯୋଗଦେଇଥିବା ସମସ୍ତେ ଦୟାକରି କିଛି ସୂଚନା ଦିଅନ୍ତୁ । --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୪୩, ୨୫ ଜୁଲାଇ ୨୦୧୬ (IST)[reply]
  • ମୁଁ ଆଦିତ୍ୟ ଭାଇଙ୍କ ପ୍ରସ୍ତାବରେ ଏକମତ । --Chinmayee Mishra (ମୋ ଆଲୋଚନା) ୧୮:୫୬, ୨୬ ଜୁଲାଇ ୨୦୧୬ (IST)[reply]
  • ଭଲ କଥାଟି କ‌ହିଛ । ଏହାକୁ ଗୋଟେ ନିୟମ ଭଳି କଲେ ଭଲ ହେବ । ଖାଲି ଗୋଟେ ଅସୁବିଧା ଯେ ଆମେ କାହାକୁ ବାଧ୍ୟ କରିପାରିବା ନାହିଁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୧୯, ୨୯ ଜୁଲାଇ ୨୦୧୬ (IST)[reply]
  • ସମ୍ପୂର୍ଣ୍ଣ ଏକ ମତ । ମୁଁ ନିଜେ ବି ବଡ଼ ଦୋଷୀଟିଏ । ତେବେ ଆଗକୁ ଆମେ ଉଇକିପିଡ଼ିଆ:ବିବରଣୀ/ଉଇକିକନଫରେନ୍ସ ଇଣ୍ଡିଆ ୨୦୧୬ ନାମରେ ପୃଷ୍ଠାଟିଏ ତିଆରି କରି ସେଠି ଜଣ ଜଣ କରି ସମସ୍ତେ ଲେଖିପାରିବା । ଆଉ ସେହି ଉଇକିପିଡ଼ିଆ:ବିବରଣୀ ପୃଷ୍ଠାଟି ଗୋଟେ ବିବରଣୀର ଅଭିଲେଖ ହୋଇପାରିବ । ଏଠାରେ ଆଲୋଚନାରେ ପ୍ରତି ମାସରେ ଥରେ ପାଖାପାଖି ପୁରୁଣା ଆଲୋଚନାକୁ ଅଭିଲେଖରେ ଏକ ରକମ ଲୁଚାଇ ଦିଆଯାଉଥିବାରୁ ସଭିଙ୍କ ଆଖିରେ ପଡ଼ିବନି । ତା' ଛଡ଼ା ସବୁ ଏକା ଜାଗାରେ ରଖିଲେ ଖୋଜିବାକୁ ସୁବିଧା ହେବ । ଆଗାମୀ ଉଇକିକନଫରେନ୍ସ ଇଣ୍ଡିଆ ୨୦୧୬ରେ ଓଡ଼ିଆ ଉଇକିରୁ ୧୦ ଜଣ ଭାଗ ନେଉଛନ୍ତି । ସମସ୍ତେ ଧାଡ଼ିଏ ଧାଡ଼ିଏ ଲେଖା ଲେଖିପାରିଲେ ବି ସେ କାହିଁରେ କେତେ । କେହି ଜଣେ ଦୟାକରି ସେ ଉପର ନାଲି ଲିଙ୍କରେ କ୍ଲିକ କରି ନଡ଼ିଆ ଫଟେଇଦିଅନ୍ତୁ! --ସୁଭାସିସ ପାଣିଗାହି (ଆଳାପ) ୨୧:୫୨, ୨୯ ଜୁଲାଇ ୨୦୧୬ (IST)[reply]
  • ଗୋଟେ କଥା ଯୋଡିବାକୁ ଚାହିଁବି । ଯଦି ଜଣେ ନିଜେ କାମ କରି ଆଉ ବୃତ୍ତି ପାଇଁ ଆବେଦନ କରି ପାଉଛି ସେ ଏଠି ଲେଖିବା ପାଇଁ ବାଧ୍ୟ ନୁହେଁ । କାରଣ କମ୍ୟୁନିଟି ଏଣ୍ଡୋର୍ସମେଣ୍ଟ ନ ମିଳିପାରେ । କାରଣ ସମସ୍ତେ କିଏ କଣ କାମ କରୁଛି ଜାଣି ନଥାନ୍ତି । ଆଉ ଗୋଟେ କଥା ଦେଖିବାକୁ ମିଳୁଛି ଯେ କେହି କୁଆଡେ ଯାଉଛନ୍ତି ଲେଖିଲେ କେହି କିଛି ମତାମତ ଦେଉନାହାନ୍ତି । ଏମିତିକି ଶୁଭକାମନା ବି ଦେଉନାହାନ୍ତି । ସେ କ୍ଷେତ୍ରରେ କିଛି ରିପୋର୍ଟ ଆଶା କରିବା ଟିକେ ରୁକ୍ଷ ହେଇ ଯାଉଛି । ଏମିତି ଲାଗୁଛି ଯେ ଘରୁ ଗଲାବେଳକୁ କେହି ବାଟେଇ ଦେବାକୁ ନାହାନ୍ତି ହେଲେ ଫେରିଲା ବେଳକୁ ସମସ୍ତେ ପ୍ରଶ୍ନ ପଚାରିବାକୁ ସଜାଗ ମାନେ " ମୋର ତତେ କିଛି କହିବାର ନାହିଁ, ତୁ କାଇଁ ଯାଇଥିଲୁ କହ" । ମୁଁ ଏହି କଥା ମଜାରେ କହୁଛି, କେହି ଓଲଟା ଭାବିବେନି । ଜଣେ ଯଦି କିଛି ଇଭେନ୍ଟ ରେ ଭାଗ ନେବାକୁ ଯାଉଛି ତ ପ୍ରି ଆଣ୍ଡ ପୋଷ୍ଟ ଫଲୋ ଅପ କଲେ ଭଲ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୪୬, ୩୦ ଜୁଲାଇ ୨୦୧୬ (IST)[reply]

Olympics Edit-a-ton[ସମ୍ପାଦନା]

Dear Friends & Wikipedians, Celebrate the world's biggest sporting festival on Wikipedia. The Rio Olympics Edit-a-Ton aims to pay tribute to Indian athletes and sportsperson who represent India at Olympics. Please find more details here. Looking forward to your participation. Thank you Abhinav619 sent using MediaWiki message delivery (ମୋ ଆଲୋଚନା) ୦୯:୫୮, ୨୯ ଜୁଲାଇ ୨୦୧୬ (IST)[reply]

MWTର ଅଭିଜ୍ଞତା[ସମ୍ପାଦନା]

ପୁର୍ବ ଅଲୋଚନା ହିସାବରେ ଶିତିକଣ୍ଠ ଏବଂ ମୁଁ MWTରେ ଭାଗ ନେଇଥିଲୁ । କମ୍ୟୁନିଟିର କିଛି ଅନୁରୋଧ ନଥିଲା ତେଣୁ ସେଠି ଆମେ ଯାହା ଶିଖିଲୁ ତାହା ବାଣ୍ଟୁଛି । ସେଠି ମୁଖ୍ୟତଃ ଟେକନିକାଲ ଜିନିଷ ଗୁଡିକ ଶିଖାଗଲା, ଆଲୋଚନା କରାଗଲା । ଏଇଠି ସବୁ ତଥ୍ୟ ଅଛି ଆପଣ ଚାହିଁଲେ ଦେଖିପାରିବେ ଏବଂ କିଛି ଜାଣିବା ପାଇଁ ଇଚ୍ଛୁକ ଥିଲେ ପଚାରିପାରିବେ । ଧନ୍ୟବାଦ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୦୦, ୩୦ ଜୁଲାଇ ୨୦୧୬ (IST)[reply]

ଉଇକିମାନିଆ ୨୦୧୬ ଯୋଗଦାନ ବିବରଣୀ[ସମ୍ପାଦନା]

ପୂର୍ବ ଆଲୋଚନା ହିସାବରେ ଉଇକିମାନିଆରେ ମୁଁ ଏବଂ ଅନ୍ୟ ତିନିଜଣ ସାଥି ଉଇକିଆଳି ଏଇ ବର୍ଷ ଏସିନୋ ଲାରିଓଠାରେ ହୋଇଥିବା ଉଇକିମାନିଆରେ ଯୋଗ ଦେଇଥିଲୁ । ମୁଁ ସଂକ୍ଷେପରେ ମୋ ଅଭିଜ୍ଞାତ ବାଣ୍ଟୁଛି । ସେଠାରେ ବହୁ ଦେଶରୁ ଅନେକ ଉଇକିଆଳି ଆସିଥିଲେ । ବହୁତ ଲୋକଙ୍କ ସହ ଆଲୋଚନା କରିଥିଲି । କଣ କଣ ଟ୍ରେଣ୍ଡ ବାହାରେ ଚଳୁଛି ସେ ବିଷୟରେ ଜାଣିବା ସହ । କଣ କଣ ପ୍ରକଳ୍ପ ଓଡିଆ ଉଇକିପିଡିଆରେ ଆଣି ହେବ ସେ ବିଷୟରେ ଆଲୋଚନା କରିଥିଲୁ ।
ସେଠାରେ ବହୁତ ଜାଗାରେ ଗୋଟେ ସମୟରେ ବିଭିନ୍ନ ପ୍ରକାର କାର୍ମଶାଳା, ଆଲୋଚନା, ଏବଂ ପ୍ରଦର୍ଶନୀ ଚାଲିଥିଲା । ଆମେ ଚାରିଜଣ ଯିବା ପୂର୍ବରୁ ସବୁଦିନ କିଏ କୌଠିକୁ ଗଲେ ଆମ ଓଡିଆ ଉଇକିପଡିଆ ପାଇଁ ଲାଭ ହେବ ସେଇ ହିସାବରେ ଯାଉଥିଲୁ ।
ଲର୍ନିଙ୍ଗ ଡେ ବୋଲି କାର୍ଯ୍ୟକ୍ରମରେ ଭାଗ ନେଇ କେମିତି ଅସୁବିଧା ସମାଧାନ କରାଯିବ । ନୂଆ ବ୍ୟବହାରକାରୀଙ୍କୁ ଅଣା ଜୀବ ଏହାଛଡା କେମିତି ସମ୍ପାଦନା ଇତ୍ୟାଦି ଚାଲୁ ରକ୍ଷା ହେବ ସେ ବାବଦରେ ଅସୁବିଧା ଓ ଏହାର ସମାଧାନ ବିଷୟରେ ଆଲୋଚନା କରଯାଇଥିଲା । ହାକାଥନରେ ଯୋଗ ଦେଇ କିଛି ଟେକନିକାଲ ଏକ୍ସପର୍ଟ ମାନଙ୍କ ସହ ଭେଟା ହୋଇଥିଲା ।
ପାଇଉଇକିବଟର ବ୍ୟବହାର ଉଇକିପଡିଆରେ କେମିତି କରାଯାଇପାରିବ ସେ ଉପରେ ଏକ କର୍ମଶାଳାରେ ଯୋଗ ଦେଇଥିଲି ।
କଣ୍ଟେଣ୍ଟ ଟ୍ରାନ୍ସଲେସନ ଟୁଲର ଏକ କାର୍ମଶାଳା ରେ ଯୋଗ ଦେଇଥିଲି । ସେଠାରେ ମେସିନ ଟ୍ରାନ୍ସଲେସନ କେମିତି ଓଡିଆ ଉଇକିପଡିଆରେ ଆସିପାରିବ ସେ ବାବଦରେ କଥା ହେଇଥିଲି ।
ଏହା ବ୍ୟତୀତ ବହୁତ ଗୁଡିଏ ଆଲୋଚନାରେ ଭାଗ ନେଇଥିଲି ଯେମିତି କି ଉଇକିପଡିଆରେ ଭବିଷ୍ୟତ । ଉଇକିପଡିଆର ବାବଦରେ ଭୁଲ ଧାରଣା, ସେଠାରେ ମୁ ଓଡିଆ ଉଇକିପଡିଆ କେମିତି ମେଡିଆରେ ଭୁଲ ଭାବେ ଦେଖା ଯାଉଛି ସେ ବାବଦରେ କହିଥିଲି । ମୋବାଇଲ ସମ୍ପାଦନା ଅସୁବିଧା ଆଲୋଚନାରେ କିଛି ମତାମତ ଦେଇଥିଲି । ପ୍ରୋଗ୍ରାମ ଟୁଲ ଗୁଡିକ ବିଷୟରେ ମଧ୍ୟ ଶିଖିବାକୁ ପାଇଥିଲି ।
ପୂରାପୂରି ଅଭିଜ୍ଞତା ଭଲ ଥିଲା । ଆପଣ କୋଉ ପ୍ରକଳ୍ପରେ କାମ କରନ୍ତି ବୋଲି ପଚାରିଲେ, ଓଡିଆ ଉଇକିପିଡିଆ ବୋଲି କହିବାକୁ ଗର୍ବିତ ଲାଗୁଥିଲା । ମୁଁ ଚାହୁଁଛି କି ଆର ଥରକୁ ବହୁତ ସଭ୍ୟ ଯାଅନ୍ତୁ ବୋଲି। କିଛି ଫୋଟୋ ଉଠେଇଥିଲି ସେଠାରେ ଆପଣ ମାନେ ଏଇଠି ଦେଖିପାରେଇବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୦୫, ୩୦ ଜୁଲାଇ ୨୦୧୬ (IST)[reply]

ଉଇକି କନଫରେନ୍ସ ଇଣ୍ଡିଆରେ ଯୋଗ ଦେବା ବାବଦରେ ମତାମତ[ସମ୍ପାଦନା]

ପ୍ରିୟ ଉଇକିଆଳି,
ଉଇକି କନଫରେନ୍ସ ଇଣ୍ଡିଆ ଆସନ୍ତା ମାସ ୫, ୬, ୭ ରେ ପଞ୍ଜାବର ଚଣ୍ଦିଗଡଠାରେ ଅନୁଷ୍ଟିତ ହେବାକୁ ଯାଉଛି । ଖୁସିର କଥା ଯେ ସେଥିରେ ଓଡ଼ିଆ ଉଇକିପିଡିଆରୁ ୧୦ ଜଣ ଯୋଗ ଦେବାକୁ ଯାଉଛନ୍ତି । ଏଥିରେ ୮ ଜଣ ବୃତି ଜରିଆରେ, ଜଣେ ସିଆଇଏସ କର୍ମକର୍ତ୍ତାଭାବେ ଓ ଜଣେ ନିଜ ତରଫରୁ ଯାଉଛନ୍ତି । ପ୍ରଥମ ଥର ପାଇଁ ୪ ଜଣ ମହିଳା ଉଇକିଆଳି ଓଡିଶାରୁ ଏକାଥରେ ଉଇକିର ଏକ ବଡ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଛନ୍ତି ।ସେଠାରେ ଆମେ ଭାରତ ଓ ଭାରତ ବାହାରର ଅନେକ ଉଇକିଆଳିଙ୍କୁ ଭେଟିବାର ଅଛି । ଆମେ ମାନେ ସେଠାରେ ଛୋଟ ଗଣ ସମ୍ପାଦନା, ଓଡ଼ିଆ ଉଇକିପିଡିଆର ଉନ୍ନତି, ଟେକନିକାଲ ଉନ୍ନତି ଏବଂ ଆଉ କିଛି ଆଲୋଚନା କରିବାର ପାଇଁ ଯୋଜନା କରିଛୁ । ଆମେ ମାନେ ଆପଣଙ୍କ ଠାରୁ ମଧ୍ୟ କିଛି ମତାମତ ଆଶା କରୁଛୁ । ଆପଣ ମାନେ କଣ କଣ ଆଶା କରୁଛନ୍ତି । ଅଲଗା ଉଇକି ଗୋଠରୁ କିଛି ଶିଖିବାକୁ ଆଶା କରୁଛନ୍ତି କି ? ଆପଣଙ୍କୁ ଆମ ଦ୍ଵାରା କିଛି ପ୍ରଶ୍ନ ଉଠେଇବାର ଅଛି କି ? ଉଇକି ପାଇଁ କିଛି ସନ୍ଦେଶ ଦେବାର ଅଛି କି ? ଉଇକି ସମ୍ପର୍କିତ କିଛି ବି ମତାମତ ଥିଲେ ଜଣାନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୪୦, ୩୦ ଜୁଲାଇ ୨୦୧୬ (IST)[reply]

ମତାମତ[ସମ୍ପାଦନା]

  • କେରଳରେ କିପରି ସ୍କୁଲ ପିଲାଙ୍କୁ ଉଇକିପିଡିଆରେ ଲେଖିବାକୁ ତିଆରି କରାଯାଉଛି, ବୁଝିଲେ ଭଲ ହେବ । ଉପର ସ୍ତରରୁ କାହାର ଅନୁମତି ନେଉଛନ୍ତି କି ପ୍ରଧାନ ଶିକ୍ଷକଙ୍କର ଅନୁମତି ଓ ସ୍ୱିକୃତୀ ନେଇ କରୁଛନ୍ତି ?
  • ଅନ୍ୟ ଭାରତୀୟ ଭାଷାରେ ଆମରି ଇନପୁଟରେ ଲେଖିଲା ଭଳି କିଛି ଅସୁବିଧା ହେଉଛି କି ବା ଯଦି ହେଉଛି, ସେମାନେ କି ପଦକ୍ଷେପ ନେଇଛନ୍ତି ?

--Subas Chandra Rout (ମୋ ଆଲୋଚନା) ୧୭:୧୩, ୨ ଅଗଷ୍ଟ ୨୦୧୬ (IST)[reply]

  • ଯୋଗଦେଉଥିବା ସମସ୍ତଂକୁ ଅଭିନନ୍ଦନ । ଯାତ୍ରା ମଂଗଳମୟ ହେଉ । କିଛି ପ୍ରମୁଖ ବକ୍ତାଙ୍କ ଉପାଦେୟ ବକ୍ତୃତା ରେକଡିଂ କରି ଆଣିପାରିଲେ ଆମେ ଶୁଣି ପାରନ୍ତୁ । ଓଡ଼ିଆର ଛାପ ସେଇଠି ଛାଡିବାକୁ ଭୁଲିବେନି । --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୩୬, ୪ ଅଗଷ୍ଟ ୨୦୧୬ (IST)[reply]

ଇମେଜ-ଏ-ଥନ ଆରମ୍ଭକରିବାକୁ ଆହ୍ବାନ[ସମ୍ପାଦନା]

ପଡ଼ିରହିଥିବା IMAGE-A-THON ଆରମ୍ଭ ହୋଇଯିବା ଭଲ । ଏଥିପାଇଁ ସମୟ ଧାର୍ଯ୍ୟ କରନ୍ତୁ । ମତାମତ ଦିଅନ୍ତୁ । --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୩୬, ୪ ଅଗଷ୍ଟ ୨୦୧୬ (IST)[reply]

ମତାମତ[ସମ୍ପାଦନା]

Why Rio Olympics 2016 Matters for India[ସମ୍ପାଦନା]

While India struggled to win medals, ending its tally with just two medals, there had been some spectacular performances. Abhinav Bindra, Jitu Rai were only marginally short at conceiving medals, while Saina-Bopana reached till the Bronze medal match, Depika Kumari lost to the world's best. At the most, Indian Hockey contingent reached the knock-out stage after so many years.

Let us keep doing our bit, Tokoyo 2020 Olympics would definitely bring more medals to India. The India At Rio Olympics 2016 is still in progress. Let's keep building it. Thank You. --Abhinav619 (sent using MediaWiki message delivery (ମୋ ଆଲୋଚନା) ୨୧:୨୭, ୨୩ ଅଗଷ୍ଟ ୨୦୧୬ (IST))[reply]

ଗଣ ସମ୍ପାଦନା[ସମ୍ପାଦନା]

ଆସନ୍ତା କାଲି ସନ୍ଧ୍ୟାରେ ପ୍ପୁରୀରେ ଆମେ ଏକ ମାସିକିଆ ଗଣ ସମ୍ପାଦନା ଆୟୋଯନ କରୁଛୁ । ଉଇକିଆଳି ମାନଙ୍କୁ ଯୋଗ ଦେବାକୁ ଅନୁରୋଧ। ଏହି ଗଣ ସମ୍ପାଦନାରେ ଆମେ ରଥଯାତ୍ରା ପ୍ରକଳ୍ପ ନିମନ୍ତେ ଉଠାଯାଇଥିବା ଫଟୋ ଗୁଡିକୁ ଅପ୍ଲୋଡ୍ କରିବୁ। ସମୟ = ୪:୦୦ ସ୍ଥାନ = ଗାନ୍ଧୀ ପାର୍କ Dibyadarsi Nayak (ମୋ ଆଲୋଚନା) ୨୩:୩୪, ୨୪ ଅଗଷ୍ଟ ୨୦୧୬ (IST)Dibyadarsi NayakDibyadarsi Nayak (ମୋ ଆଲୋଚନା) ୨୩:୩୪, ୨୪ ଅଗଷ୍ଟ ୨୦୧୬ (IST)[reply]

CIS-A2K Newsletter: July 2016[ସମ୍ପାଦନା]

Hello,
CIS-A2K has published their newsletter for the months of July 2016. The edition includes details about these topics:

  • Event announcement: Tools orientation session for Telugu Wikimedians of Hyderabad
  • Programme reports of outreach, education programmes and community engagement programmes
  • Ongoing event: India at Rio Olympics 2016 edit-a-thon.
  • Program reports: Edit-a-thon to improve Kannada-language science-related Wikipedia articles, Training-the-trainer programme and MediaWiki training at Pune
  • Articles and blogs, and media coverage

Please read the complete newsletter here.
If you want to subscribe/unsubscibe this newsletter, click here. MediaWiki message delivery (ମୋ ଆଲୋଚନା) ୦୨:୧୭, ୨୫ ଅଗଷ୍ଟ ୨୦୧୬ (IST)[reply]

ଗୁଗୁଲ ସଙ୍ଗେ ଆଲୋଚନା[ସମ୍ପାଦନା]

ଆଜି ଗୁଗୁଲରୁ ରିଚା ସିଂହ ଓ ପ୍ରବୀଣ ଦାସଙ୍କ ସଙ୍ଗେ ଏକ ଆଲୋଚନା ବେଳେ ସେମାନେ ଗୁଗୁଲଠାରୁ ବିଭିନ୍ନ ଭାଷାର ବ୍ୟବହାରକାରୀମାନେ କଣ ଆଶା କରୁଛନ୍ତି ତାହା ଜାଣିବାକୁ ଚାହୁଁଥିଲେ । ଆମେ ଅନେକ ଜିନିଷ ଆଲୋଚନା କଲୁ । ସେମାନେ ଖୁବ ସହଳ କେତେ ଜଣଙ୍କ ପାଖକୁ ଫର୍ମରେ ଅସୁବିଧା ଓ ଆଶାକରୁଥିବା ନୂଆ ଜିନିଷ/ବଦଳ ପାଇଁ ଅନୁରୋଧ କରିବାକୁ ଜଣାଇଛନ୍ତି । ତେବେ ମୋ ମତ ଲିଖିତ ଭାବେ ଜଣାଇବା ଆଗରୁ ଆପଣ ସଭିଙ୍କୁ ବି ଏଇଠି ଜଣାଉଛି । ସେମାନେ ଆପଣ ସଭିଙ୍କ ପାଖକୁ ସେ ଫର୍ମ ପଠାଉ ନ ଥିବାରୁ ମୁଁ ସେ ଫର୍ମ ଭରିବା ବେଳେ ଆପଣମାନଙ୍କ ନାମ ଉଲ୍ଲେଖ କରିବି । ବାକିମାନେ ଅଲଗା/ଅଧିକ ମତ ଥିଲେ ଯୋଡ଼ିବାକୁ ମାଗୁଣି ରହିଲା:

  • ଗୁଗୁଲ ବାକି ଭାରତୀୟ ଭାଷାରେ ଆସୁଥିଲେ ହେଁ ଓଡ଼ିଆରେ ଆସୁନାହିଁ । ଅନେକେ ଏହାକୁ ଓଡ଼ିଆ ପ୍ରତି ଅବମାନନା ବୋଲି ଭାବୁଛନ୍ତି । କେତେକ ମନ ଭିତରେ ଏଯାଏ ଭୁଲ ଧାରଣାଟିଏ ରଖିଛନ୍ତି ଯେ ଗୁଗୁଲରେ ଓଡ଼ିଆରେ ଖୋଜି ହେବନାହିଁ । କେବେ ଗୁଗୁଲର ପ୍ରଧାନ ପୃଷ୍ଠାରେ ଓଡ଼ିଆ ଯୋଡ଼ାହେବ ସେ ବାବଦରେ କିଛି ସୂଚନା ।
  • ଗୁଗୁଲ ଟ୍ରାନ୍ସଲେଟରେ ଓଡ଼ିଆ କେବେ ଆସିବ? ଉଇକିଡାଟା ବ୍ୟବହାର କରି ଖୋଲା-ଲାଇସେନ୍ସରେ ଥିବା ଅନେକ ଅନୂଦିତ ଶବ୍ଦ ନିଆଯାଇପାରିବ କି?
  • ଗୁଗୁଲ ଟ୍ରାନ୍ସଲେଟରେ ଅନୂଦିତ ଶବ୍ଦ ଖୋଲା ଲାଇସେନ୍ସରେ କେବେ ସଭିଙ୍କ ପାଇଁ ଉପଲବ୍ଧ କରାଯିବ କି? କାରଣ ଗୁଗୁଲ ତା'ର ସବୁ ପ୍ରଡକ୍ଟ ନିଜ ସୁବିଧା ପାଇଁ ବ୍ୟବହାର କରୁଥିବା ବେଳେ ବିଭିନ୍ନ ଭାଷାଭାଷୀ ଲୋକେ ଅନ୍ତତ ସେ କର୍ପସ ଅଭିଧାନ ଓ ସେଭଳି ବାକି ଜିନିଷ ତିଆରି କାମରେ ବ୍ୟବହାର କରିପାରନ୍ତେ ।
  • ଗୁଗୁଲ ଟ୍ରାନ୍ସଲେଟରେ ଶବ୍ଦର ଉଚ୍ଚାରଣ ଯୋଡ଼ିବା ପାଇଁ ଅନେକେ ଆଗ୍ରହୀ । ସେମାନେ ମୂଳତଃ ଓଡ଼ିଆ ଉଇକିଅଭିଧାନରେ ସେହି ଶବ୍ଦଗୁଡ଼ିକ ଯୋଡ଼ି ପରେ ସେହି ଏକା ଶବ୍ଦଗୁଡ଼ିକୁ ଗୁଗୁଲ ପାଇଁ ବ୍ୟବହାର କରିବାକୁ ଦିଅନ୍ତେ । ଏଥି ନିମନ୍ତେ କିଛି ଅତ୍ୟାବଶ୍ୟକୀୟ ପାଣ୍ଠି ଗୁଗୁଲ ଯୋଗାଇଦେଇପାରିବ କି?
  • ଗୁଗୁଲ ଟ୍ରାନ୍ସଲେଟରେ ଓଡ଼ିଆ ପାଇଁ କାମ କରୁଥିବା (ଓ ସମାନ ଭାବେ ଅନ୍ୟାନ୍ୟ ଭାଷା ପାଇଁ କାମ କରୁଥିବା) ଲୋକେ ଏକାଠି ହେବା ପାଇଁ ଆଲୋଚନା କରିବା ପାଇଁ ଏକ ଆଲୋଚନା ସଭା ଆବଶ୍ୟକ । ଫଳରେ ସେମାନଙ୍କ କାମରେ ସମତା ରହିବ । ଏହା କରାଯାଇପାରିବ କି?
  • ଗୁଗୁଲ ଓସିଆର ଲାଗି ଉଇକିପାଠାଗାରରେ ଆଗରୁ ଟାଇପ ଓ ସଂଶୋଧିତ ହୋଇଥିବା ଲେଖାସବୁ ଗୁଗୁଲ ଓସିଆର ପାଇଁ ସିଧାସଳଖ ମେସିନ ଲର୍ଣିଂ ପାଇଁ ନିଆଯାଇପାରିବ କି? ଏଥିରେ ଡିଜିଟାଲ ହୋଇନଥିବା ବହୁ ଫଣ୍ଟ ରହିଛି । ୬୦-୭୦ ଦଶକ ଓ ତା' ଆଗରୁ ଛାପାକଳରେ ଛପା ଅକ୍ଷର ଚିହ୍ନିବା ପାଇଁ ଉଇକିପାଠାଗାର ସବୁଠୁ ବଡ଼ କର୍ପସ (ଶବ୍ଦ ଭଣ୍ଡାର‌) ଯୋଗାଇପାରିବ ।

--ସୁଭାସିସ ପାଣିଗାହି (ଆଳାପ) ୧୬:୨୧, ୨୫ ଅଗଷ୍ଟ ୨୦୧୬ (IST)[reply]

ଭିନ୍ନ/ଅଧିକ ମତ[ସମ୍ପାଦନା]

  • ଶୁଭ ଭାଇ , ଗୁଗୁଲ ସହିତ ଏହି ଆଲୋଚନାରେ ଓଡିଆର ବିଭିନ୍ନ ପ୍ରକାର ସ୍କ୍ରିପ୍ଟ ଫର୍ମାଟ କୁ ୟୁନିକୋଡରେ ବଦଳାଇବା ତଥା ଏହାର କିଛି ପ୍ରଡ଼କ୍ଟ ଦ୍ଵାରା ଓଡିଆ ଉଇକିର ଲିଖନ ଶୈଳୀରେ କିଛି ସାହାଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା କି ? ଆଉ ଉଇକିପାଠାଗାରରେ ବହି ଗୁଡିକ ଲେଖି ସାଇତିବା କାମରେ ଓସିଆର ଛଡା ଆଉ କିଛି ଉପାୟ ବାହାର କରାଯାଇପାରିବ କି ? --Chinmayee Mishra (ମୋ ଆଲୋଚନା) ୧୧:୦୬, ୯ ସେପ୍ଟେମ୍ବର ୨୦୧୬ (IST)[reply]
@Chinmayee Mishra:, ପ୍ରଥମ ପ୍ରଶ୍ନର ଉତ୍ତର ହେଲା ନାଁ । ଗୁଗୁଲ ହୁଏତ ସେଥିରେ ଏବେ ଯାଏ ନିଜର ଲାଭ ଦେଖିନି । ତେବେ ମୁଁ ମେଲ ଯୋଗେ ସେମାନଙ୍କୁ ଏ ବାବଦରେ ଜଣେଇପାରିବି । ସେମାନେ ମେଲର ପାଲଟା ଉତ୍ତର କେବେ ଦିଅନ୍ତି ନାହିଁ ଯେ ମେଲ ପଢ଼ିଲେ କି ନାଁ ଜାଣିବା କାଠିକର ପାଠ । ତେବେ ତାଙ୍କୁ ମେଲ କଲେ ତମକୁ CC କରିଦେବି । ଓସିଆର ଛଡ଼ା ଗୁଗୁଲର ଆଉ ସେମିତି କିଛି ପ୍ରଡକ୍ଟ ଏବେ ନାହିଁ । ହୁଏତ ଆଗକୁ ଆସିପାରେ ।--ସୁଭାସିସ ପାଣିଗାହି (ଆଳାପ) ୧୮:୫୯, ୧୦ ସେପ୍ଟେମ୍ବର ୨୦୧୬ (IST)[reply]

Wiki Loves Monuments 2016 in India[ସମ୍ପାଦନା]

Greetings from Wikimedia India! Wiki Loves Monuments in India is an upcoming photo competition, part of the bigger Wiki Loves Monuments 2016. We welcome you all to be part of it, as participants and as volunteers. The aim of the contest is to ask the general public—readers and users of Wikipedia, photographers, hobbyists, etc.—to take pictures of cultural heritage monuments and upload them to Wikimedia Commons for use on Wikipedia and its sister projects. This in turn would lead to creation of new articles along with development of new articles in Indian languages.

We seek your support to make this event a grand success ! Please sign up here -- Abhinav619 (sent using MediaWiki message delivery (ମୋ ଆଲୋଚନା) ୦୦:୧୮, ୨୮ ଅଗଷ୍ଟ ୨୦୧୬ (IST))[reply]

ମିନି MWT ଓ TTT ବିଷୟରେ ସୂଚନା।[ସମ୍ପାଦନା]

ଆସନ୍ତା ସେପ୍ଟେମ୍ବର ୧୭-୧୮ରେ ପୁରୀ ରେ ମିନି TTT-MWT ଆୟୋଜିତ ହେବ। ଏହି କର୍ମଶାଳାରେ ପୁରୀର ଉଇକିଆଳି ମାନଙ୍କୁ ଉଇକିର କିଛି ଟେକ୍ନିକାଲ କାମ, ଉଇକିଡ଼ାଟା ଓ ପ୍ରଚାର କାମ କିପରି କରାଯିବ ତା ବିଷୟରେ ଟ୍ରେନିଙ୍ଗ ଦିଆଯିବ। ଯଦି କେହି ଉଇକିଆଳି ଏଥିରେ ଯୋଗଦେବାକୁ ଚାହୁଁଛନ୍ତି ତେବେ ଏଠାରେ ଜଣାନ୍ତୁ । --ଶୈଳେଶ (ପଚାରିବେ କିଛି?) ୨୦:୧୬, ୫ ସେପ୍ଟେମ୍ବର ୨୦୧୬ (IST)[reply]


  1. ଯୋଗ ଦେବାକୁ ଇଚ୍ଛୁକ ।-- Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୦:୪୭, ୭ ସେପ୍ଟେମ୍ବର ୨୦୧୬ (IST)[reply]
  2. ମୁଁ ଏହି କର୍ମଶାଳାରେ ଯୋଗ ଦେବା ପାଇଁ ଆଗ୍ରହୀ । --Chinmayee Mishra (ମୋ ଆଲୋଚନା) ୧୧:୧୨, ୯ ସେପ୍ଟେମ୍ବର ୨୦୧୬ (IST)[reply]
  3. ମୁଁ ଯୋଗ ଦେବାକୁ ଇଚ୍ଛୁକ । --Subas Chandra Rout (ମୋ ଆଲୋଚନା) ୧୨:୨୪, ୯ ସେପ୍ଟେମ୍ବର

୨୦୧୬ (IST)

ଯେଉଁ ସବୁ ଟେକ୍ନିକାଲ ବିଷୟରେ ଜାଣିବାକ୍କୁ ଚାହୁଁଛନ୍ତି ଏଠାରେ ଆଲୋଚନା କରନ୍ତୁ।--ଶୈଳେଶ (ପଚାରିବେ କିଛି?) ୧୬
୦୧, ୧୧ ସେପ୍ଟେମ୍ବର ୨୦୧୬ (IST)
ଶୈଳେଶ, ଟେକ୍ନିକାଲ ବିଷୟ ପରିଧିରେ କଣ କଣ ଆସେ ଟିକେ ଜଣେଇଲେ, ଆଗ୍ରହୀ ବନ୍ଧୁମାନେ ବିଷୟ ବାଛି ପାରନ୍ତେ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୦, ୧୨ ସେପ୍ଟେମ୍ବର ୨୦୧୬ (IST)[reply]
ପ୍ରିତିରଞ୍ଜନ ଭାଇ, କ୍ଷମା କରିବେ ପରେ ଦେଖିଲି ଏଟା। କିଛି ଟୁଲ୍ସ ଏଠି ଅଛି ଯାହା ଉଇକିଟୁଙ୍ଗି ପୁରୀ ଉଇକିଆଳିଙ୍କୁ ଶିଖା ହେଇଥିଲା, GLAM ଓ ଉଇକିପିଡ଼ିଆ ସମ୍ପାଦନାର ଟ୍ରେନିଙ୍ଗ ଦିଆଯାଇଥିଲା।--ଶୈଳେଶ (ପଚାରିବେ କିଛି?) ୧୪:୧୮, ୧୮ ସେପ୍ଟେମ୍ବର ୨୦୧୬ (IST)[reply]

ଉଇକିପତ୍ରିକା/ଅକ୍ଟୋବର ୨୦୧୬[ସମ୍ପାଦନା]

ଆସନ୍ତା ଅକ୍ଟୋବର ମାସରେ ଉଇକିପତ୍ରିକାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହେବ । ଲେଖକ/ଲେଖିକାମାନ‌ଙ୍କୁ ଅନୁରୋଧ, ସେମାନେ ଲେଖିବା ଆରମ୍ଭ କରିଦିଅନ୍ତୁ । ବରିଷ୍ଠ ଉଇକିଆଳିମାନ‌ଙ୍କୁ ଅନୁରୋଧ, ସେମାନେ ବଛା ଲେଖା, ବଛା ଛବି, ଶ୍ରେଷ୍ଠ ଉଇକିଆଳି ଆଦିର ଚୟନ ଓ ଉଇକିପିଡ଼ିଆର ଇତିହାସ ସ୍ତମ୍ଭଟିର ଲିଖନରେ ନିଜର ଯୋଗଦାନ ଦିଅନ୍ତୁ । ଉଇକିପତ୍ରିକା/ଅକ୍ଟୋବର ୨୦୧୬ ପାଇଁ ଲିଙ୍କ୍ ନିମ୍ନରେ ଦିଆଗଲା ।
https://or.wikipedia.org/s/10w6
--Rajalaxmi Mishra (ମୋ ଆଲୋଚନା) ୨୧:୧୩, ୮ ସେପ୍ଟେମ୍ବର ୨୦୧୬ (IST)[reply]

ଏଇଟା ଦେଖିକି ବହୁ ଖୁସି ଲାଗିଲା ରାଜଲକ୍ଷ୍ମୀ । ମୁଁ ତମକୁ ମଝିରେ ଗୋଟେ ଫେସବୁକରେ ପଠେଇଥିଲି ବୋଧେ । ତେବେ ଲେଖାସବୁ ତମ ପାଖେ ପହଞ୍ଚିବାର ଶେଷ ତାରିଖ କେବେ? --ସୁଭାସିସ ପାଣିଗାହି (ଆଳାପ) ୧୮:୫୫, ୧୦ ସେପ୍ଟେମ୍ବର ୨୦୧୬ (IST)[reply]
ସୁଭାସିସ ଭାଇ, ମୋ ପାଖକୁ ତ ଆପଣଙ୍କ ତରଫରୁ ଫେସବୁକରେ କିଛି ବି ଆସିନି । ତେବେ ଉକ୍ତ ପତ୍ରିକା ପାଇଁ ମୁଁ ଓ ଚିନ୍ମୟୀ ସମ୍ପାଦକ ଦାୟିତ୍ୱ ତୁଲାଉଛୁ । ଆଭା ଦିଦି ସ୍ତମ୍ଭଗୁଡ଼ିକ ଲେଖିବାରେ ସ‌ହଯୋଗ କରୁଛନ୍ତି । ଆମମାନ‌ଙ୍କୁ ଛାଡ଼ି ଆପଣମାନେ ଯିଏ ବି ଏହି ଉଇକିପତ୍ରିକାର ଲିଖନ, ସମ୍ପାଦନା ଇତ୍ୟାଦିରେ ସ‌ହଯୋଗ ଦେବାକୁ ଚାହୁଁଛନ୍ତି, ସେମାନ‌ଙ୍କୁ ହାର୍ଦ୍ଦିକ ସ୍ୱାଗତ । ଯେହେତୁ ଏହି ତ୍ରୟମାସିକ ପତ୍ରିକାଟି ଅକ୍ଟୋବର ମାସରେ ପ୍ରକାଶିତ ହେବା କଥା, ତେଣୁ ଏହି ମାସ ଶେଷ ସୁଦ୍ଧା ଏହାର ଲିଖନ କାର୍ଯ୍ୟ ସରିଗଲେ ଭଲ ହେବ । --Rajalaxmi Mishra (ମୋ ଆଲୋଚନା) ୨୩:୧୬, ୧୦ ସେପ୍ଟେମ୍ବର ୨୦୧୬ (IST)[reply]

କଳା ମହାବିଦ୍ୟାଳୟ ଛାତ୍ରଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା[ସମ୍ପାଦନା]

ଅକ୍ଟୋବର ମାସରେ ଓଡ଼ିଶାର ବିଭିନ୍ନ କଳା ମହାବିଦ୍ୟାଳୟ ଛାତ୍ର ଭୁବନେଶ୍ୱରରେ ଗୋଟେ ୧୦ ଦିନିଆ କର୍ମଶାଳାରେ ଭାଗନେବାକୁ ଆସୁଛନ୍ତି। ଏହି କର୍ମଶାଳାରେ ଓଡ଼ିଶା ପାଖାପାଖି ୮ଟି କଳା ମହାବିଦ୍ୟାଳୟରୁ ୧୦୦ ଉପରେ ଛାତ୍ର ଓ ଛାତ୍ରି ଭାଗ ନେବେ। ଏହି କର୍ମଶାଳାରେ ଓଡ଼ିଆ ଉଇକିପିଡ଼ିଆର ଗୋଟେ କର୍ମଶାଳା କରିବା ପାଇଁ ପରିବର୍ତ୍ତନ ମହାନ୍ତି (କର୍ମଶାଳାର ଆୟୋଜକ) ଗୋଟେ ପ୍ରସ୍ତାବ ଦେଇଛନ୍ତି। ଏହି କର୍ମଶାଳା ଦ୍ୱାରା ଆମେ ପ୍ରାୟତଃ ୧୦୦ରୁ ଉର୍ଦ୍ଧ ଲୋକଙ୍କ ପାଖରେ ଓଡ଼ିଆ ଉଇକିପିଡ଼ିଆକୁ ପ‌ହଞ୍ଚାଇ ପାରିବା। ମୁଁ ସମସ୍ତ ଉଇକିଆଳି ମାନଙ୍କୁ ଏହି କର୍ମଶାଳା ରେ ଭାଗ ନେବାକୁ ଅନୁରୋଧ କରୁଛି ଓ ଆମେ କିଭଳି ଏହି କର୍ମଶାଳଟି କରିପାରିବା ତା ବାବଦରେ ତଳେ ଆଲୋଚନା କରିବାକୁ ଅନୁରୋଧ କରୁଛି।--ଶୈଳେଶ (ପଚାରିବେ କିଛି?) ୧୮:୩୯, ୧୦ ସେପ୍ଟେମ୍ବର ୨୦୧୬ (IST)[reply]

ସ୍ଥାନ
ଜଣାଇବି
ସମୟ
୧୪ ଅକ୍ଟୋବର , ସନ୍ଧ୍ୟା ୬ଟା
  • ଶୈଳେଶ, ଏହି ସୂଚନା ପାଇ ବହୁତ ଖୁସି ଲାଗୁଛି । ଏଠାରେ ଛାତ୍ର ଛାତ୍ରୀ ମାନେ କେଉଁ କାରଣରୁ ଏକାଠି ହେଉଛନ୍ତି , ମାନେ ଏହି ୧୦ ଦିନିଆ କର୍ମଶାଳାର ଉଦ୍ଦେଶ୍ୟ କଣ ଓ ଏହି ୧୦ ଦିନରୁ ଉଇକି କର୍ମଶାଳା ପାଇଁ କେତେ ସମୟ ମିଳିପାରିବ ସେ ବିଷୟରେ ଟିକେ ଜଣାଇପାରିବ କି ? ଆମ ମାନଙ୍କୁ ସେହି ସମୟ ଅନୁସାରେ କର୍ମଶାଳାର ଯୋଜନା କରିବାକୁ ପଡିବ । --Chinmayee Mishra (ମୋ ଆଲୋଚନା) ୨୩:୩୯, ୧୦ ସେପ୍ଟେମ୍ବର ୨୦୧୬ (IST)[reply]
ଚିନୁ ଦିଦି, ସେମାନେ ଏଠି Chance Dice ନାମକ ଗୋଟେ କର୍ମଶାଳା ଓ ପ୍ରଦର୍ଶନୀରେ ଭାଗ ନେବା ପାଇଁ ଆସୁଛନତି, ଅଧିକ ଏଠାରେ ଜାଣିପାରିବେ। ସେ ଆମକୁ କେବଳ ୧୪ ତାରିଖ ସନ୍ଧ୍ୟାରେ ହି ସମୟ ଦେଇପାରିବେ।-ଶୈଳେଶ (ପଚାରିବେ କିଛି?) ୦୦:୫୮, ୧୪ ସେପ୍ଟେମ୍ବର ୨୦୧୬ (IST)[reply]
  • ସେମାନେ ଲିଖିତ ପ୍ରସ୍ତାବ ଦେଲେଣି କି ? ଆମର ଉଇକିପାଠାଗାର ସଭା କେବେ ହେବ ? ଏକା ସମୟରେ ନ ପଡ଼ୁ । ସେମାନଙ୍କ କର୍ମଶାଳାରେ ଆମର କେବଳ ବକ୍ତା ଯୋଗାଡ଼ କରାଯିବ, ସଭା ତ ସେମାନେ କରିବେ । ଆମେ କେଉଁ ବିଷୟ ଆଲୋଚନା କରିବା ତାହାର ଲିସ୍ଟ କରିଦେଲେ କିଏ କଅଣ କ‌ହିବେ ସେଥିରେ ଲେଖିବେ, ସେହି ଅନୁସାରେ ଆମେ ପ୍ରସ୍ତୁତ ହେବା । ପ୍ରସ୍ତାବଟି ଭଲ ଅଛି ।--Subas Chandra Rout(ମୋ ଆଲୋଚନା) ୧୬:୩୩, ୧୨ ସେପ୍ଟେମ୍ବର ୨୦୧୬ (IST)[reply]
ସାର, ମତେ ଲାଗୁନି ଏକା ସାଙ୍ଗେ ପଡିବ ବୋଲି, ହଁ ଆମେ ଆଗତୁରା ପ୍ଲାନ କରିଦେବା। -ଶୈଳେଶ (ପଚାରିବେ କିଛି?) ୦୦:୫୮, ୧୪ ସେପ୍ଟେମ୍ବର ୨୦୧୬ (IST)[reply]

ଉଇକିପତ୍ରିକା[ସମ୍ପାଦନା]

ତ୍ରୈମାସିକ ପତ୍ରିକା ଉଇକିଶିଖାର ଅକ୍ଟୋବର ସଂସ୍କରଣର ସମ୍ପାଦନା କାର୍ଯ୍ୟ ୧୮ ତାରିଖରେ ଆରମ୍ଭ ହୋଇ ଏକ ନୂଆ ଶୈଳୀ(tab)ରେ ଅଧାରୁ ଅଧିକ ଆଗେଇ ସାରିଛି । ଏହି ଶୈଳୀ ପାଇଁ ବିରୋଧ/ଭିନ୍ନମତ ନଥିବା ବେଳେ ଆଉ ଏକ ଶୈଳୀରେ ଏକ ନୂତନ ପତ୍ରିକା କରାଯିବାର କାରଣ କ'ଣ ? Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୨୨:୪୦, ୨୦ ସେପ୍ଟେମ୍ବର ୨୦୧୬ (IST)[reply]

@Abha S Pradhan:, ଏଥି ଲାଗି କ୍ଷମା ମାଗୁଛି । ପ୍ରକୃତରେ ମୁଁ ମୋ ବ୍ୟବହାରକାରୀ ପୃଷ୍ଠାରେ ଉଦାହରଣଟେ ଆରମ୍ଭ କରିଥିଲି ଆଉ @Odisha1: (ଶ୍ରୀକାନ୍ତ)ଙ୍କୁ ସେଥିରେ ଥିବା କିଛି ଭୁଲ ସୁଧାରିବାକୁ ଅନୁରୋଧ କରିଥିଲି । ସେ ବୋଧେ ଭୁଲରେ ତାକୁ ମୂଳ ଉଇକିଶିଖା ପୃଷ୍ଠାକୁ ଘୁଞ୍ଚାଇଦେଇଛି । ତେବେ ଏବେ ପୁଣି ପଛକୁ ଫେରାଇ ଆଉଥରେ ଆଲୋଚନା କରିବା ବଦଳରେ ମୁଁ ସଭିଙ୍କୁ ତଳେ ନିଜ ମତ ଦେବାକୁ ଅନୁରୋଧ କରୁଛି । ଯଦି ସମସ୍ତେ ନୂଆ ଡିଜାଇନ (ଏଠାରେ ଦେଖନ୍ତୁ) ରଖିବାକୁ ସହମତ ବା ଏହାକୁ ବିରୋଧ/ଭିନ୍ନ ମତ ଦେବାକୁ ଚାହାଁନ୍ତି ତଳେ ନିଜ ମତ ଦିଅନ୍ତୁ ।--ସୁଭାସିସ ପାଣିଘରି (ଆଳାପ) ୧୦:୦୦, ୨୨ ସେପ୍ଟେମ୍ବର ୨୦୧୬ (IST)[reply]
ସମସ୍ତଙ୍କ ନିଷ୍ପତ୍ତି ଅନୁଯାୟୀ ନିଶ୍ଚିତ କାର୍ଯ୍ୟ କରାଯିବ । ମାତ୍ର ବିଳମ୍ବିତ ଆଲୋଚନା ହତୋତ୍ସାହିତ କରେ ।
ଜୁଲାଇ ମାସରେ ପତ୍ରିକା ଲମ୍ବା ହୋଇଥିବା ମତ ଆସିବା ହେତୁ ଅକ୍ଟୋବର ସଂସ୍କରଣରେ tab ଛାଞ୍ଚ ପ୍ରୟୋଗ କରାଗଲା । ପରେ ମତାନୁସାରେ tab ସଂଖ୍ୟା ମଧ୍ୟ କମାଯାଇଛି ।
ଯଦି ଆଲୋଚନା କରିବାର ଥିଲା, ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାର ନ ଥିଲା । ଆରମ୍ଭ କେହି ମଧ୍ୟ କରିପାରିଥାଆନ୍ତେ । ସ୍ଵେଚ୍ଛାସେବୀ ହେତୁ ସମୟ ଦେଉଛୁ, ଏବଂ ସେ ସମୟକୁ ସମ୍ମାନ ମିଳୁ । Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୫:୩୯, ୨୩ ସେପ୍ଟେମ୍ବର ୨୦୧୬ (IST)[reply]
@Abha S Pradhan: ମୁଁ ନିଶ୍ଚିତ ଭାବେ ସବୁ ସ୍ୱେଚ୍ଛାସେବୀ ଉଇକିଆଳିଙ୍କୁ ସମ୍ମାନ ଦିଏ ଆଉ ମୁଁ ନିଜେ ବି ଜଣେ ସ୍ୱେଚ୍ଛାସେବୀ ଭାବେ ନୂଆ ଡିଜାଇନ ବାବଦରେ ମତ ଦେଇ ନିଜ ବ୍ୟବହାରକାରୀ ଉପ ପୃଷ୍ଠାରେ ଲେଖୁଥିଲି । ଆଗରୁ ବି ଲେଖିଥିଲି ଯେ ଭୁଲବଶତଃ ଶ୍ରୀକାନ୍ତ ତାକୁ ଉଇକିପିଡ଼ିଆ:ଉଇକିଶିଖାକୁ ପରଖୁ ପରଖୁ ଘୁଞ୍ଚାଇଦେଇଛି । ତେବେ ତମକୁ ଏଇଟା ଆଘାତ ଦେଇଛି ଜାଣି ସତରେ ଦୁଃଖିତ । ମୁଁ ସେ ପୃଷ୍ଠାଟା ଖାଲି କରିଦେଇଛି । ତମେ ଯେତେବେଳେ ସେ କାମର ଦାୟିତ୍ୱ ନେଇଛ ଯେମିତି ଠିକ ଲାଗୁଛି କର । ତେବେ ତଳେ ଲେଖିଥିବା ପ୍ରଶ୍ନ ଉପରେ ଟିକେ ମତ ଦେବି । ସାପ୍ତାହିକ ହେଉକି ମାସିକ କି ତ୍ରୈମାସିକ । ସେ ଡିଜାଇନ ଅନେକ ଉଇକିଆଳି ମିଶି ତିଆରିଥିଲେ । ଆଉ ସେମିତି କରିବାର କାରଣ ସେଭଳି ଡିଜାଇନରେ ଆମର ଆବଶ୍ୟକୀୟ ସବୁ ଜିନିଷ ଠିକଣା ଭାବେ ରହିପାରିବ । ତାହା ଟ୍ୟାବରେ ହୁଏତ ଠିକ ଲାଗିନପାରେ । ତେବେ ଏଇଟା ମୋ ବ୍ୟକ୍ତିଗତ ମତ । ତା' ଛଡ଼ା ଏବେ ପୃଷ୍ଠାର ଅଧା କେବଳ ଲୋଗୋରେ ସରିଯାଉଛି । ମୋର ଡିଜାଇନରେ ସାମାନ୍ୟତମ ଜ୍ଞାନରୁ ଏତିକି କହିବି ଯେ ସେଇଟା ସମତୁଲ ଲାଗୁନି । ତେଣିକି ତମକୁ ଯେମିତି ଠିକ ଲାଗୁଛି କର । ତେବେ ଅକ୍ଟୋବର ସଂସ୍କରଣରେ ତମେ ଯେମିତି କରିଛ ସେମିତି ଥାଉ । ପରେ ବରଂ ଆମେ ସମସ୍ତେ ଆଲୋଚନା କରି କିଛି ବଦଳେଇବା ଭଲ ହେବ ।--ସୁଭାସିସ ପାଣିଘରି (ଆଳାପ) ୧୧:୩୯, ୨୬ ସେପ୍ଟେମ୍ବର ୨୦୧୬ (IST)[reply]

ସମସ୍ତଙ୍କ ମତାମତ ସ୍ଵାଗତଯୋଗ୍ୟ ଏବଂ ସେହି ଅନୁସାରେ କାର୍ଯ୍ୟ ମଧ୍ୟ କରାଯିବ । ସମସ୍ତଙ୍କୁ ମତ ଦେବାକୁ ଅନୁରୋଧ । Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୨:୩୩, ୨୬ ସେପ୍ଟେମ୍ବର ୨୦୧୬ (IST)[reply]

ସହମତ[ସମ୍ପାଦନା]

ଭିନ୍ନମତ[ସମ୍ପାଦନା]

ମିନି MWT ଓ TTT ଆଲୋଚନା[ସମ୍ପାଦନା]

ଆଜି (୧୭-୦୯-୨୦୧୬) ଓ କାଲି (୧୮-୦୯-୨୦୧୬) ପୁରୀରେ ମିନି MWT ଓ TTT ଚାଲିଛି, ଏଠାରେ ହେଉଥିବା ଆଲୋଚନା ଆପଣ ଏଠାରେ ପାଇପାରିବେ।-ଶୈଳେଶ (ପଚାରିବେ କିଛି?) ୧୨:୩୦, ୧୭ ସେପ୍ଟେମ୍ବର ୨୦୧୬ (IST)[reply]

CIS-A2K Newsletter August 2016[ସମ୍ପାଦନା]

Hello,
CIS-A2K has published their newsletter for the months of August 2016. The edition includes details about these topics:

  • Event announcement: Tools orientation session for Telugu Wikimedians of Hyderabad
  • Programme reports of outreach, education programmes and community engagement programmes
  • Ongoing event: India at Rio Olympics 2016 edit-a-thon.
  • Program reports: Edit-a-thon to improve Kannada-language science-related Wikipedia articles, Training-the-trainer programme and MediaWiki training at Pune
  • Articles and blogs, and media coverage

Please read the complete newsletter here. --MediaWiki message delivery (ମୋ ଆଲୋଚନା) ୧୩:୫୫, ୨୯ ସେପ୍ଟେମ୍ବର ୨୦୧୬ (IST)[reply]
If you want to subscribe/unsubscibe this newsletter, click here.

CIS-A2K Newsletter September 2016[ସମ୍ପାଦନା]

Hello,
CIS-A2K has published their newsletter for the months of September 2016. The edition includes details about these topics:

  • Gender gap study: Another 5 Years: What Have We Learned about the Wikipedia Gender Gap and What Has Been Done?
  • Program report: Wikiwomen’s Meetup at St. Agnes College Explores Potentials and Plans of Women Editors in Mangalore, Karnataka
  • Program report: A workshop to improve Telugu Wikipedia articles on Nobel laureates
  • Article: ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା

Please read the complete newsletter here. --MediaWiki message delivery (ମୋ ଆଲୋଚନା) ୧୧:୪୫, ୧୯ ଅକ୍ଟୋବର ୨୦୧୬ (IST)[reply]
If you want to subscribe/unsubscribe this newsletter, click here.