ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୬

ଉଇକିପିଡ଼ିଆ‌ରୁ


ତନଭିରଙ୍କ ଗସ୍ତ ବିବରଣୀ[ସମ୍ପାଦନା]

ତନଭିରଙ୍କ ଗସ୍ଥ ସମ୍ପର୍କରେ ଆଲୋଚନା ସଭାରେ ସୂଚନା ନ ଦେଇଥିବାରୁ ମୁଁ ପ୍ରଥମେ କ୍ଷମା ମାଗୁଛି। ତନଭିର ଗତ ଜୁନ ୭-୯ ଯାଁଏ ଭୁବନେଶ୍ୱର ଓ ପୁରୀ ଗସ୍ଥରେ ଆସିଥିଲେ, ତାଙ୍କ ଆସିବାର ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଉଇକିପିଡ଼ିଆ କମ୍ୟୁନିଟିର ସଂସ୍ଥାଗତ ସ‌ହ‌ଯୋଗୀ ମାନଙ୍କୁ ଭେଟିବା।


Centurian University.

Centurian University ଜଟଣି ସ୍ଥିତ ଏକ ବିଶ୍ୱବିଦ୍ୟାଳ‌ୟ, ଏହାର ଦୁଇଟି କ୍ୟାମ୍ପସ ଅଛି, ଗୋଟେ ଜଟଣୀରେ ଓ ଅନ୍ୟଟି ପାରଳାଖେମୁଣ୍ଡିରେ। ଏହି ବିଶ୍ୱବିଦ୍ୟାଳ‌ୟରେ Centre for Language ବିଭାଗ ଅଛି ଯାହା ଭାଷା ଭିତ୍ତିକ କାର୍ଯ୍ୟ କରେ। ଏହାର ନିର୍ଦେଶକ ଚନ୍ଦ୍ରଭାନୁ ପଟ୍ଟନାୟକ ଅଟନ୍ତି (ଡଃ ଦେବିପ୍ରସନ୍ନ ପଟ୍ଟନାୟକଙ୍କ ପୁଅ)। ଚନ୍ଦ୍ରଭାନୁ ସାରଙ୍କ କ‌ହିବା ହିସାବରେ ପାରଳାଖେମୁଣ୍ଡି ଠାରେ ଓ ତାଙ୍କ ନିଜ ଘରେ ବ‌ହୁ ପୁରାତନ ବ‌ହି, ପୋଥି ଓ ପୁରୁଣା ଥିଏଟର ସ୍କ୍ରିପ୍ଟ ଅଛି ଯେଉଁଗୁଡା ସେ ଡିଜିଟାଇଜ କରିବାକୁ ଚାହାନ୍ତି। ଆମେ ବିଶ୍ୱବିଦ୍ୟାଳ‌ୟର ଛାତ୍ର-ଛାତ୍ରିଙ୍କୁ ଏକ Skill-building କାର୍ଯ୍ୟ ଭାବେ ଡିଜିଟାଇଜେସନ ପ୍ରକ୍ରୀୟା ଶିଖେଇ ପାରିବା। ବିଶ୍ୱବିଦ୍ୟାଳ‌ୟ ତରଫରୁ ୧୦ ଛାତ୍ର-ଛାତ୍ରିଙ୍କୁ ବଛା ଯିବ ଓ ସେମାଙ୍କୁ ୪-୫ ଦିନର ପ୍ରଶିକ୍ଷଣ ଦିଆଯିବ, ଯେଉଁଥିରେ ସେମାନଙ୍କୁ, ବ‌ହି ସ୍କାନ କରିବା, OCR ଚଳାଇବା, ଉଇକିରେ ଲେଖିବା ଓ ସଂସୋଧନ କରିବାର ପ୍ରଶିକ୍ଷଣ ଦିଆଯିବ। ପ୍ରଥମେ ୩ ମାସର ଏକ ପାଇଲଟ ପ୍ରୋଯେକ୍ଟ ଭାବେ ଏହା ଆରମ୍ଭ କରାଯିବ ଓ ପରେ ଏହାର କାର୍ଯ୍ୟ ଓ କମ୍ୟୁନିଟିର ମତାମତ ନେଲା ପରେ ଏହି ପ୍ରୋଯେକ୍ଟ କୁ ଆଗକୁ ବଢ଼ା ହେବ।

ସୃଜନିକା

ଆମେ ନିଖିଲ ସାରଙ୍କୁ ଦେଖା କରିଥିଲୁ ଓ ଓଡ଼ିଆ ଉଇକିପାଠାଗାରକୁ ବ‌ହି ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲୁ।

ଓଟାର୍ଟ

ଓଟାର୍ଟ ଏକ ସମ‌ବାୟ ସଂସ୍ଥା ଯାହା ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଛି। ଓଟାର୍ଟ ଓଡ଼ିଆ ଉଇକିମିଡ଼ିଆ ପ୍ରକଲ୍ପକୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ଚିତ୍ର ଓ ବିବରଣୀ free-licenceରେ ଯୋଗାଇବ ଓ ଏହା ଉଇକିପିଡ଼ିଆ ସାହାୟତାରେ ଏକ QR code ପ୍ରକଳ୍ପ ଆରମ୍ଭ କରିବାକୁ ଚାହେଁ। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଗୋଟେ ଗୋଟେ QR-code ଲାଗିବ ଯାହାକୁ ସ୍ମାର୍ଟ ଫୋନରେ ସ୍କାନ କରିଲେ ଜଣେ ଦେହି ସ୍ଥାନ ଉପରେ ଉଇକିପିଡ଼ିଆରେ ଥିବା ତ‌ଥ୍ୟ ପାଇପାରିବ।

ପୁରୀ ଗସ୍ତ

ପୁରୀରେ ଆମେ ଗଜପତି ମାହାରାଜାଙ୍କ କାର୍ଯ୍ୟାଳ‌ୟରେ ଭେଟିବାର ଥିଲା, ହେଲେ ସେହିଦିନ କାର୍ଯ୍ୟାଳ‌ୟ ବନ୍ଦ ଥିବାରୁ ଆମେ କାହାରିକୁ ଭେଟିପାରିଲୁନି ଓ କେବଳ ପୁରୀରେ ଥିବା ଉଇକିଆଳିଙ୍କ ସ‌ହ ଭେଟି ତାଙ୍କର ନୁଆ ପ୍ରକଳ୍ପ ବିଷ‌ୟରେ ଆଲୋଚନା କରିଥିଲୁ।

ଉତ୍କଳ ବିଶ୍ୱବିଦ୍ୟାଳ‌ୟ

ଉତ୍କଳ ବିଶ୍ୱବିଦ୍ୟାଳ‌ୟ ରେ କର୍ମଶାଳା ହେବା ପରେ ବିଶ୍ୱବିଦ୍ୟାଳ‌ୟ ପ୍ରାୟତଃ ୫-୬ ଉଇକିଆଳି ଓଡ଼ିଆ ଉଇକିପିଡ଼ିଆ ସ‌ହ ଯୋଗାଯୋଗ ରଖିଛନ୍ତି। ବିଶ୍ୱବିଦ୍ୟାଳ‌ୟର ଛାତ୍ର-ଛାତ୍ରି ପାଇଁ ଏକ Skill-building କାର୍ଯ୍ୟକ୍ରମ ରଖିବାକୁ MCA ବିଭାଗର HoD ପ୍ରସ୍ତାବ ରଖିଲେ, ଆମେ ଜୁଲାଇ ମାସରେ ଏକ digitisation sprint ଆୟୋଜନ କରିବା ଓ ଉତ୍କଳ ବିଶ୍ୱବିଦ୍ୟାଳ‌ୟରେ ମଧ୍ୟ ଏକ pilot ପ୍ରକଳ୍ପ ଭାବେ ଗୋଟେ ତିନି ମାସର WEP ଆରମ୍ଭ କରିବାର ଯୋଜନା ଅଛି।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୦୮, ୧୪ ଜୁନ ୨୦୧୬ (IST)[reply]

ମତାମତ[ସମ୍ପାଦନା]

କିଛି ପୁରୁଖା ଉଇକିଆଳିଙ୍କ ବିଶ୍ୱାସ (ଦୁଇଟି ଚଳନ୍ତି ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳକ ଦାୟିତ୍ୱ ତୁଲାଉଥିବାରୁ) ମୁଁ ଏବାବଦରେ ପୂର୍ବରୁ ଜାଣିଥିଲି, ତେଣୁ ପ୍ରଥମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ତନବୀରଙ୍କ ଏହି ଗସ୍ତ ବାବଦରେ ମୁଁ ପୂର୍ବରୁ ଜାଣିନଥିଲି ‌‌।

'ତନଭିରଙ୍କ ଗସ୍ଥ ସମ୍ପର୍କରେ ଆଲୋଚନା ସଭାରେ ସୂଚନା ନ ଦେଇଥିବାରୁ ମୁଁ ପ୍ରଥମେ କ୍ଷମା ମାଗୁଛି।'

ଏହି ‘ସୂଚନା ନ ଦେଇଥିବାର’ ଅର୍ଥ ଜଣେ ଉଇକିଆଳି କ’ଣ ବୁଝିବ ?
  • ତନବୀର ଆସିବା ବାବଦରେ ତମେ ଜାଣିଶୁଣି ସୂଚନା ଦେଇ ନଥିଲ କିମ୍ବା
  • ତନବୀର ଆସିବା ବାବଦରେ ତମେ ନିଜେ ହିଁ ଜାଣିନଥିଲ
ଉଭୟ ପରିସ୍ଥିତି ଓଡ଼ିଆ ଉଇକି ନିମନ୍ତେ ନିରାଶଜନକ ।
ମୁଁ ଯାହା ବୁଝିଛି ଜଣେ ସ୍ୱେଚ୍ଛାସେବୀ ଭାବେ ଜଣେ ଉଇକିଆଳି (ମୁଁ, ତୁମେ ବା ଅନ୍ୟଯେକେହି) କରୁଥିବା ବିଭିନ୍ନ ଉଦ୍ୟମ ବାବଦରେ ଅନ୍ୟମାନଙ୍କୁ ନ’ଜଣେଇଲେ କିଛି ଅସୁବିଧା ନାହିଁ କିନ୍ତୁ ଏହି ଜଣେଇବା କାମଟି ତୁମ ଦାୟିତ୍ୱର ଅନ୍ତର୍ଭୁକ୍ତ ହେଇଥିବାରୁ ଅସୁବିଧା ‍। ପ୍ରୋଗ୍ରାମ ଆସୋସିଏଟ (ଓଡ଼ିଆ ଉଇକି) ଭାବେ ତୁମର ଏକ ମୁଖ୍ୟ ଦାୟିତ୍ୱ ହେଲା ଉଡ଼ିଆ ଉଇକିଆଳି ଓ ସିଆଇଏସ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ‌କିନ୍ତୁ ତାହା ତୁମେ ଠିକ ଭାବେ କରିଲନାହିଁ ‌।
ଖୋଲା ଜ୍ଞାନ ବାଣ୍ଟିବାର ପରିବେଶରେ ଲୁଚାଛପା କାମ କରିବା ବାବଦରେ ଜଣାପଡ଼ିଲେ ସ୍ୱେଚ୍ଛାସେବୀ ଉଇକିଆଳିମାନେ ଅନେକ ସମୟରେ ଅତିମାତ୍ରାରେ ଭାବପ୍ରବଣ ହେଇପଡ଼ନ୍ତି (ନିକଟ ଅତୀତରେ ସର୍ଚ୍ଚ ଇଞ୍ଜିନ ଯୋଜନା ନିମନ୍ତେ ଲିଳା ଟ୍ରେଟିକୋଭଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା )

ତନଭିର ଗତ ଜୁନ ୭-୯ ଯାଁଏ ଭୁବନେଶ୍ୱର ଓ ପୁରୀ ଗସ୍ଥରେ ଆସିଥିଲେ, ତାଙ୍କ ଆସିବାର ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଉଇକିପିଡ଼ିଆ କମ୍ୟୁନିଟିର ସଂସ୍ଥାଗତ ସ‌ହ‌ଯୋଗୀ ମାନଙ୍କୁ ଭେଟିବା।

ତନବୀର (ଓ ଅନ୍ୟ ସିଆଇଏସ ପ୍ରତିନିଧି) କେଉଁ କାମରେ, କେତେ ଦିନ ନିମନ୍ତେ ଆସୁଛନ୍ତି (କାମ ହେବା/ନହେବା ପଛକଥା ।) ଉଇକିଆଳିମାନେ ପୂର୍ବରୁ ଜାଣିବା ଦରକାର କି ନାହିଁ ?
ଏହି ଗସ୍ତସୂଚୀ ସିଆଇଏସ ନିମନ୍ତେ ନା ଓଡ଼ିଆ ଉଇକି ନିମନ୍ତେ ଉଦ୍ଦିଷ୍ଟ ? ଯଦି ଏହା ଓଦଡ଼ିଆ ଉଇକି ନିମନ୍ତେ ଉଦ୍ଦିଷ୍ଟ ତେବେ ଗସ୍ତ କାର୍ଯ୍ୟସୂଚୀ କିଏ ଓ କେବେ ସ୍ଥିର କଲା ? ଅର୍ଥାତ ତମେ କେଉଁ କେଉଁ ଅନୁଷ୍ଠାନ ସଙ୍ଗେ ଦେଖା କରିବାକୁ ଯାଉଛ ସେ ବାବଦରେ କୌଣସି ଉଇକିଆଳି ଅବଗତ ଥିଲେ କି ? --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୨, ୧୦ ଜୁଲାଇ ୨୦୧୬ (IST)[reply]
ଭାଇ 'ଭିସା' କାମ ପାଇଁ ମୁଁ ପ୍ରାୟ ମଇ ମାସଟା ବ୍ୟସ୍ତ ଥିଲି ଓ କଲିକତାରୁ ଆସିବା ମାତ୍ରେ ଜନ୍ମଦିନ କାମରେ ବ୍ୟସ୍ତ ହେଇଗଲି। ମୁଁ ନିଜେ ଏହି କମ୍ୟୁନିଟି ସ‌ହ ୪+ ବର୍ଷ ହେଲା ଜଡ଼ିତ ଅଛି ଓ କେବେ ଚାହିଁବିନି କି କୌଣସି ବାହାର ସଂସ୍ଥା କମ୍ୟୁନିଟିକୁ ନୁଚେଇ କିଛି କାମ କରୁ। Proffesionalismରେ ମାତ୍ର ୬ ମାସ ହେଲା ଆସିଛି, ସେଥିପାଇଁ ବେଳେ ବେଳେ କିଛି ଭୁଲ ହେଇଯୌଛି। ଆପଣ ଭୁଲ ଗୁଡ଼ିକ୍କୁ ବାଛିଥିବାରୁ ଧନ୍ୟବାଦ, ଆଗକୁ ଯେମିତି ଏହି ସବୁ ଭୁଲ ନ ହେବ ସେହାକୁ ଧ୍ୟାନରେ ରଖି କାମ କରିବି ଓ କୌଣସି କାମ ପୁର୍ବରୁ ଆଲୋଚନା ସଭାରେ ଯେପରି ଆଲୋଚନା ହେବ ସେଗୁଡା ଧ୍ୟାନ ଦେବି।--ଶୈଳେଶ ୧୬:୨୫, ୧୪ ଜୁଲାଇ ୨୦୧୬ (IST)[reply]

WikiConference India 2016 Survey[ସମ୍ପାଦନା]

Hi,

Greetings from Wiki Conference India 2016 Team. Sorry for writing in English. Please feel free to translate the message in your language to help other community members.

Everyone is requested to participate in this short survey to help us learn more about WikiConference India 2016 participants' capabilities, needs, interests and expectations regarding conference programs.

How we’ll use this data: We will collect responses to assess whether and what type of conference programs would be most beneficial for the Wikimedia community in India. Individual responses or comments will not be made publicly available unless in anonymized or aggregate form.

In legalese: Your privacy is important to us. As allowed by law, we will only share your responses with WCI 2016 helping on this survey. We may, however, publicly share anonymous statistics about the responses in aggregate form. Wikimedia is a worldwide organization. By answering these questions, you permit us to record and transfer your responses to the United States and other places as may be necessary to carry out the objectives of this project. You also agree to refrain from incorporating your personal information in response to a question that doesn’t ask for it and to donate your responses to the public domain. For terms and privacy considerations related to Google Forms, consult the Privacy Policy (https://www.google.com/policies/privacy/) and Terms of Use (http://www.google.com/intl/en/policies/terms/) of Google.

Survey link - https://docs.google.com/forms/d/1Tn5TCFE4DkrAhIVmXk_Hx--upllCRU5pQlz6G_7Qb5M/edit?ts=575ad1a7

Regards,

WikiConference India Team

Wiki Loves Earth India 2016[ସମ୍ପାଦନା]

Greetings from Wikimedia India
Wiki Loves Earth (WLE) is an international photography competition on Wikimedia Commons for use on Wikipedia and other project websites of the Wikimedia Foundation. Wikimedia India is running this competition in India. We are delighted to share our early success, within 15 days we have received more than 15000 images, averaging a thousand images per-day. Some of the images received have helped us improve the picture quality of India’s flora and fauna, which are then being shared on Wikipedia and its sister projects.

India’s natural diversity remains incredible your support and suggestions would help us record images of India’s unique eco-systems. We seek your support to make this event reach new heights. India has a vibrant photography community and we hope to significantly increase Indian Natural heritage related photographs on Commons through this contest campaign.

We seek your community support in spreading awareness about this competition amongst your family and friends who aren’t Wikimedia’s, contribution yourself and at last using images for your respective languages to build Wikipedia and its sister projects richer and exemplified.

Please find more details on this link: Wiki Loves Earth 2016 in India.

For any doubts, please feel free to email us at wikilovesearth2016@gmail.com and you may follow us on Facebook here. -- User:Abhinav619 via MediaWiki message delivery (ମୋ ଆଲୋଚନା) ୧୭:୦୪, ୧୮ ଜୁନ ୨୦୧୬ (IST)[reply]

ମାସିକିଆ Edit-A-Thon[ସମ୍ପାଦନା]

ଆଞ୍ଚଳିକ ଉଇକିଟୁଙ୍ଗୀରେ ମାସିକିଆ Edit-A-Thon ପାଇଁ ପ୍ରସ୍ତାବ ଆସିଥିଲା । ତେବେ ଭବିଷ୍ୟତର କାର୍ଯ୍ୟକ୍ରମ ଦେଖିଲେ କେବଳ ଜୁଲାଇ ମାସରେ ୩ଟି କାର୍ଯ୍ୟ ହେବାର ଅଛି ଓ ଅଗଷ୍ଟ, ସେପ୍ଟେମ୍ବର ଫାଙ୍କା ପଡ଼ିଛି । ତେଣୁ ୩ ଦିନିଆ Edit-A-Thon ଅଗଷ୍ଟ ମାସରେ ସ୍ଵାଧୀନତା ଦିବସ ଓ ସେପ୍ଟେମ୍ବରରେ ଗୁରୁ ଦିବସ ଅବସରରେ କରିବା ପାଇଁ ମତ ରଖୁଛି ।--Abha S Pradhan (ମୋ ଆଲୋଚନା) ୨୩:୩୫, ୧୯ ଜୁନ ୨୦୧୬ (IST)[reply]

 ସମର୍ଥନ--Sailesh Patnaik  ଶୈଳେଶ (ମୋ ଆଲୋଚନା) ୨୩:୪୨, ୧୯ ଜୁନ ୨୦୧୬ (IST)୨୩:୪୧, ୧୯ ଜୁନ ୨୦୧୬ (IST)[reply]
 ସମର୍ଥନ--Aliva Sahoo (ମୋ ଆଲୋଚନା) ୨୩:୧୭, ୩୦ ଜୁନ ୨୦୧୬ (IST)[reply]

WikiConference India 2016 - Call for papers/abstracts[ସମ୍ପାଦନା]

Hello,
Here is an important update from WikiConference India 2016. The call for abstracts/proposals for WikiConference India opens today. If you are interested to submit your paper, please do so. To know more details please check this page. If you have question(s), please ask us here. Thanks and regards. -- WikiConference India 2016 organizing team sent using MediaWiki message delivery (ମୋ ଆଲୋଚନା) ୦୦:୧୯, ୨୩ ଜୁନ ୨୦୧୬ (IST)[reply]

Reference icon Dialogue boxରେ ବନାନ ଅଶୁଦ୍ଧି[ସମ୍ପାଦନା]

ଛବିଟିରେ ଗୋଲ ବୁଲାଯାଇଥିବା ଅଂଶଟିରେ ବନାନ ଅଶୁଦ୍ଧି ଅଛି ।

Edit windowରେ ଥିବା ଆଧାର Icon ଉପରେ click କଲେ ଯେଉଁ Dialogue Box ଖୋଲୁଛି, ତାହାର Headingରେ ଆଧାର ଦିଅନ୍ତି ଲେଖାହୋଇଛି । ମୋ ମତରେ ତାହା ଆଧାର ଦିଅନ୍ତୁ ହେବା ଠିକ୍ ହେବ । ତେଣୁ ଦୟାକରି ଓଡ଼ିଆ ଉଇକିପିଡ଼ିଆ website design ଉପରେ କାମ କରୁଥିବା କେହି ଉଇକିଆଳି ଏହି ଭୁଲଟିକୁ ଠିକ୍ କରି ଦିଅନ୍ତୁ ।
--Rajalaxmi Mishra (ମୋ ଆଲୋଚନା) ୧୭:୫୯, ୨୬ ଜୁନ ୨୦୧୬ (IST)[reply]

ମତାମତ ନିମନ୍ତେ ଧନ୍ୟବାଦ, ଆବଶ୍ୟକୀୟ ସଂଶୋଧନ କରାଗଲା, କିଛି ସମୟ ପରେ ଉଇକିରେ 'ଆଧାର ଦିଅନ୍ତୁ' ଦେଖାଯିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୨:୩୧, ୨୬ ଜୁନ ୨୦୧୬ (IST)[reply]
ମୃତ୍ୟୁଞ୍ଜୟ ଭାଇ, ଆପଣଙ୍କୁ ଧନ୍ୟବାଦ । ବନାନ ଏବେ ଠିକ୍ ଆସୁଛି । --Rajalaxmi Mishra (ମୋ ଆଲୋଚନା) ୧୯:୧୦, ୩୦ ଜୁନ ୨୦୧୬ (IST)[reply]
Rajalaxmi Mishra, 'ଆଧାର' ଅପେକ୍ଷା 'Cite' ବ୍ୟବ‌ହାର ଅଧିକ ଉପାଦେୟ । ସେଠାରେ କଅଣ ଲେଖିବ, ତାହାର ବିବରଣୀ ଅଛି । --Subas Chandra Rout (ମୋ ଆଲୋଚନା) ୦୯:୫୦, ୨୭ ଜୁନ ୨୦୧୬ (IST)[reply]
ସୁବାସ ସାର୍, ମୁଁ ଆପଣଙ୍କ ସ‌ହ ଏକମତ । ମୁଁ ମଧ୍ୟ cite ବ୍ୟବ‌ହାର କରେ । ତେବେ ଅକସ୍ମାତ ଏହି ବନାନ ଅଶୁଦ୍ଧିଟି ଉପରେ ମୋ ନ‌ଜର ପଡ଼ିଗଲା । --Rajalaxmi Mishra (ମୋ ଆଲୋଚନା) ୧୯:୧୦, ୩୦ ଜୁନ ୨୦୧୬ (IST)[reply]

ପୁରୀ ସହରରେ ମାସିକିଆ Wiki Meetup[ସମ୍ପାଦନା]

ଜୁଲାଇ ମାସର ରଥଯାତ୍ରା ପରଠାରୁ ପୁରୀ ସହରରେ ପ୍ରତି ମାସର ଯେ କୌଣସି ରବିବାର ଦିନ ପୁରୀ ଉଇକିଆଳିଙ୍କୁ ନେଇ Meetup କରିବା ପାଇଁ ମତ ରଖୁଛି । ଏଥିପାଇଁ ଆପଣ ମାନଙ୍କ ସହଯୋଗ ଲାଗି ଅପେକ୍ଷା କରିଛି । ଦୟାକରି ନିଜ ନିଜର ମତକୁ ଏଠାରେ ପ୍ରସ୍ତାବିତ କରନ୍ତୁ । ଧନ୍ୟବାଦ!!!--Aliva Sahoo (ମୋ ଆଲୋଚନା) ୧୨:୪୭, ୧ ଜୁଲାଇ ୨୦୧୬ (IST)[reply]

  • ଏହି କାର୍ଯ୍ୟକ୍ରମ ପାଇଁ ମୋର ସମର୍ଥନ ରହିଛି । ତେବେ ମେଳଣରେ କ'ଣ କରାଯିବ ତା ଉପରେ ମଧ୍ୟ ମତ ରଖନ୍ତୁ । ଏତଦ୍‌ବ୍ୟତୀତ ପୁରୀରେ ପୂର୍ବରୁ କେବଳ ମାସିକ ନୁହେଁ ସାପ୍ତାହିକ ଉଇକିଟୁଙ୍ଗୀ ମଧ୍ୟ କାର୍ଯ୍ୟକ୍ଷମ ଥିଲା । ତେଣୁ ମୋ ମତରେ ପୁରୀର ସଚଳ ସଭ୍ୟମାନେ କିଛି ନୂଆ କରିବା ପୂର୍ବରୁ ପୁରୁଣାଟି କ'ଣ ପାଇଁ ବନ୍ଦ ହେଲା ତାହା ତର୍ଜମା କରିବା ଆବଶ୍ୟକ ।--Abha S Pradhan (ମୋ ଆଲୋଚନା) ୧୯:୫୮, ୨ ଜୁଲାଇ ୨୦୧୬ (IST)[reply]

ମୁଁ ମଧ୍ୟ ଏହି ପ୍ରସ୍ତାବ କୁ ସମର୍ଥନ କରୁଛି

Punjab Edit-a-thon : WikiConference India 2016[ସମ୍ପାଦନା]

Hello
Greetings from WikiConference India team.

An edit-a-thon is being conducted with an aim to create or improve articles related to Punjab. This edit-a-thon is a part of WikiConference India 2016. You and your community are cordially invited to join this edit-a-thon as participants or co-ordinators. This will be our gift for the Chandigarh team which is hosting us for the conference. The community that adds most number of words or bytes to the articles will be awarded a trophy during the conference!

Participate or learn more here.

Thank you. -- WikiConference India team (Discuss) sent using MediaWiki message delivery (ମୋ ଆଲୋଚନା) ୧୪:୪୫, ୨ ଜୁଲାଇ ୨୦୧୬ (IST)[reply]

ଗଣସମ୍ପାଦନା ବାବଦରେ[ସମ୍ପାଦନା]

ରଥଯାତ୍ରା ଗଣ ସମ୍ପାଦନା ସଫଳ ହେବାପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି । ପୂର୍ବରୁ ହୋଇଥିବା ନବକଳେବର ଗଣସମ୍ପାଦନାର ବକେୟା କାମକୁ ଆଗେଇ ନେବାକୁ ଏହା ଏକ ସୁଯୋଗ । ଏଥିପାଇଁ କୌଣସି ଅନୁଦାନ ମଗା ନଯାଇ ପୂର୍ବ ଗଣସମ୍ପଦନାରୁ ବଳି ପଡିଥିବା ୬,୩୦୦ ଟଙ୍କାକୁ ଅନ୍ୟାନ୍ୟ ଖର୍ଚ୍ଚ ଓ ପୁରସ୍କାର ଆଧାର ପାଇଁ କିଣାଯାଇଥିବା କିଛି ପୁସ୍ତକ ପାଇଁ ବିନିଯୋଗ କରିବା ପାଇଁ ପ୍ରସ୍ତାବ ଦେଉଛି । ଏଥର ରଥଯାତ୍ରା ଗଣସମ୍ପଦନାର ରୂପରେଖ ସାମାନ୍ୟ ଉନ୍ନତ କରାଯାଇଛି । ପ୍ରକଳ୍ପ ପୃଷ୍ଠା ଦେଖନ୍ତୁ । ବଦଳ ପ୍ରସ୍ତାବ କିଛି ଥିଲେ ଏଇଠି ମତ ଦେଇପାରନ୍ତି । ଆପଣଙ୍କ ସମର୍ଥନ ସବୁବେଳେ ଅଛି ବୋଲି ଭାବେ । ଯେହେତୁ ଏଥରକ ପରିଚାଳନା ଓ ନୀତିରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ କିଛି ହୋଇନାହିଁ ସେଥିପାଇଁ ଆଲୋଚନା କରିନଥିଲି । ଜ୍ଞାନଭାଇ ଆଲୋଚନା ଚାହିଁବାରୁ ଆଲୋଚନା ଆରମ୍ଭ କଲି । ଗଣସମ୍ପଦନା କିପରି ସଫଳ ହେବ ସମସ୍ତେ ନିଜ ମତ ଦେବା ହେବେ । ନିଷ୍ଠାରଞ୍ଜନଦାଶtalk ୨୨:୦୨, ୭ ଜୁଲାଇ ୨୦୧୬ (IST)[reply]

ପ୍ରସଙ୍ଗ ତାଲିକାରେ ବାଦ୍ୟଯନ୍ତ୍ରରେ ଥିବା ଗିନିର ଲିଙ୍କ ପରିବର୍ତ୍ତନ କରାଯାଉ ।ଏହା ଆଫ୍ରିକା ମହାଦେଶର ଗିନି ଦେଶକୁ ଦର୍ଶାଉଛି ।--Abha S Pradhan (ମୋ ଆଲୋଚନା) ୦୧:୨୧, ୮ ଜୁଲାଇ ୨୦୧୬ (IST)[reply]
 Done ଗିନିର ନାମ ଠିକ କରାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୦୪, ୧୦ ଜୁଲାଇ ୨୦୧୬ (IST)[reply]
  • ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ ବାର୍ତ୍ତା:

-ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇ ଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬" । ଗତବର୍ଷର "ନବକଳେବର ଗଣସମ୍ପଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି ଭିତ୍ତିକ ଦ୍ଵିତୀୟ ଗଣସମ୍ପଦନା । ସୂଚନା ଥାଉକି ପୂର୍ବବର୍ଷର ଗଣସମ୍ପଦନାରେ ଆମେ ପାଇଥିଲେ ### ଟି ନୂଆ ଓ ଉନ୍ନତ କରାଯାଇଥିବା ପ୍ରସଙ୍ଗ ଯାହା ଉଇକିପିଡ଼ିଆ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା । ତେବେ ବହୁ ଅପେକ୍ଷିତ "ରଥଯାତ୍ରା ଗଣସମ୍ପଦନା" ଆରମ୍ଭ ହୋଇଯାଇଛି । ଏହି ମାସଯାକ (ଜୁଲାଇ ୬ ରୁ ଅଗଷ୍ଟ ୪) ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଆପଣ ଏଥିରେ ଅଂଶଗ୍ରହଣକରି ଏହାକୁ ସଫଳ କରାଇବେ । ଗଣସମ୍ପଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠା ଦେଖନ୍ତୁ । କିଛିବି ପ୍ରଶ୍ନ କିମ୍ବା ସହାୟତା ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ । (ସଂଶୋଧନ ପ୍ରସ୍ତାବ ଏଇଠି ଦିଅନ୍ତୁ)

ଲେଖିଟିରେ ଯେଉଁ ଅଂଶସବୁ ଟିକେ ବୁଝିବାରେ ଅସୁବିଧା ହେଉଥିଲା କିମ୍ବା ବାକ୍ୟଗଠନ ଠିକ ଲାଗୁନଥିଲା ସେଥିରେ ସାମାନ୍ୟ ବଦଳାଇ ତଳେ ଲେଖିଲି ।

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇ ଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬" ।
ଗତବର୍ଷର "ନବକଳେବର ଗଣସମ୍ପଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପଦନାରେ ଜଗନ୍ନାଥ ସଂସ୍କୃତି ସମନ୍ଧିତ ### ଟି ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ପ୍ରଶ୍ନ ପଚାରିବାର ଥିଲେ କିମ୍ବା ସହାୟତା ଲୋଡୁଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ!

--ସୁଭାସିସ ପାଣିଗାହି (ଆଳାପ) ୧୬:୦୭, ୧୫ ଜୁଲାଇ ୨୦୧୬ (IST)[reply]

CIS-A2K Newsletter : May and June[ସମ୍ପାଦନା]

Hello,
CIS-A2K has published their consolidated newsletter for the months of May and June, 2016. The edition includes details about these topics:

  • Train-the-trainer and MediaWiki training for Indian language Wikimedians
  • Wikimedia Community celebrates birthdays of Odia Wikipedia, Odia Wiktionary and Punjabi Wikipedia
  • Programme reports of outreach, education programmes and community engagement programmes
  • Event announcements and press releases
  • Upcoming events (WikiConference India 2016)
  • Articles and blogs, and media coverage

Please read the complete newsletter here.
If you want to subscribe/unsubscribe this newsletter, click here. -- CIS-A2K (talk) sent using MediaWiki message delivery (ମୋ ଆଲୋଚନା) ୧୦:୦୭, ୧୪ ଜୁଲାଇ ୨୦୧୬ (IST)[reply]

ଓଡ଼ିଆ ଭାଷାରେ ପର୍ଯ୍ୟାବରଣ ପ୍ରକଳ୍ପ କରିବା ବାବଦରେ[ସମ୍ପାଦନା]

ଜୁନ ମାସ ୧୫-୧୭ ମଧ୍ୟରେ ବାଙ୍ଗାଲୋରରେ ହୋଇଥିବା ଟି ଟି ଟି କର୍ମଶାଳା ସମୟରେ ଶ୍ରୀଯୁକ୍ତ ସୁବୋଧ କୁଲକର୍ଣ୍ଣୀ, ମରାଠୀ ଉଇକିଆଳୀଙ୍କ ସ‌ହ ଦେଖାହୋଇଥିଲା । ସିଏ ପର୍ଯ୍ୟାବରଣ ଉପରେ ଗୋଟିଏ ପ୍ରକଳ୍ପ ମରାଠୀ, ତାମିଲ ଓ ଅନ୍ୟ ଭାରତୀୟ ଭାଷାରେ କରିଛନ୍ତି । ମୁଁ ତାଙ୍କୁ ସେହି ପ୍ରକଳ୍ପଟି ଓଡ଼ିଆରେ କରିବାକୁ କ‌ହିବାରୁ ସିଏ ମୋତେ କିଛି excel format (ଏକସେଲ ଫରମେଟ) ଦେଲେ ଓ କ‌ହିଲେ ଏହାକୁ ଓଡ଼ିଆରେ ଅନୁବାଦ କରି ପଠାନ୍ତୁ ତାପରେ ସେ ତାକୁ ଆଗକୁ ବଢ଼େଇବେ । ଆପଣମାନେ ଯଦି ସମର୍ଥନ କରନ୍ତି ତାହାଲେ ଆମେ ସେଇ ପ୍ରକଳ୍ପଟି ଓଡ଼ିଆରେ କରିପାରିବା । --Pmsarangi (ମୋ ଆଲୋଚନା) ୧୧:୪୫, ୧୬ ଜୁଲାଇ ୨୦୧୬ (IST)[reply]

 ସମର୍ଥନ[ସମ୍ପାଦନା]

 ବିରୋଧ[ସମ୍ପାଦନା]

ମତାମତ[ସମ୍ପାଦନା]

ତାଙ୍କୁ କ‌ହିଲେ ସେ ଯଦି ଆମକୁ ତାଙ୍କ tool ଦେଇ ପାରିବେ ଆଉ ସୋର୍ସ ଦେଇ ପାରିବେ ତ ଆମେ ସେଇ କାମ କରି ପାରିବା । ଅଣ ଓଡ଼ିଆ ଅପେକ୍ଷା ଆମେ ନିଜେ ସେ କାମ ଅଧିକା ନିର୍ଭୁଲ ଭାବେ କରି ପାରିବା ବୋଲି ମୋ ଆଶା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୩୪, ୧୬ ଜୁଲାଇ ୨୦୧୬ (IST)[reply]

ସମର୍ଥନ । ନିଜ ମାତୃଭାଷା ହୋଇଥିବା ହେତୁ ଜଣେ ଓଡ଼ିଆ ଏହାକୁ ଅଧିକ ମନଧ୍ୟାନ ଦେଇ ଯତ୍ନର ସହ କରିପାରିବ ।--Abha S Pradhan (ମୋ ଆଲୋଚନା) ୧୯:୧୮, ୧୬ ଜୁଲାଇ ୨୦୧୬ (IST)[reply]

ଫଳାଫଳ[ସମ୍ପାଦନା]

ଉଇକି କନଫରେନ୍‌ସ ଇଣ୍ତିଆ ୨୦୧୬ (WCI 2016)[ସମ୍ପାଦନା]

ଉଇକି କନଫେରନ୍‌ସ ଇଣ୍ତିଆ ୨୦୧୬ ଚଣ୍ତିଗଡ଼ ପଞ୍ଜାବ ରେ ହେଉଛି ଏବଂ ମୁଁ ଦିଲ୍ଲୀରେ ରହୁଛି ଏବଂ ଦିଲ୍ଲୀରୁ ଚଣ୍ତିଗଡ଼ ମାତ୍ର ୩ ଘଣ୍ଟାର ରାସ୍ତା ତେଣୁ ମୁଁ ଏଥିରେ ଯୋଗ ଦେବାକୁ ଚାହୁଁଛି । ଯେହେତୁ ଓଡ଼ିଶାରୁ ଏବଂ ଅନ୍ୟ କମ୍ୟୁନିଟିରୁ ଉଇକିଆଳି ମାନେ ଏଥିରେ ବ‌ହୁ ସଂଖ୍ୟାରେ ଭାଗ ନେଉଛନ୍ତି ମୁଁ ଏଥିରେ ଯୋଗ ଦେଲେ ବ‌ହୁତ କିଛି ଶିଖିପାରନ୍ତି ଓ ଉଇକି ପାଠାଗାର ବିଷୟରେ କିଛି ଅନ୍ୟମାନଙ୍କ ସ‌ହ ଆଲୋଚନା କରିପାରନ୍ତି । ଆମ ଓଡ଼ିଆ ଉଇକିଆଳିଙ୍କ ସ‌ହ ଭେଟିବାର ମଧ୍ୟ ଗୋଟିଏ ସୁଯୋଗ ପାଇଥାନ୍ତି । ସେଥିପାଇଁ ଆପଣମାନଙ୍କ ‌ସ‌ହମତି ଚାହୁଁଛି । --Pmsarangi (ମୋ ଆଲୋଚନା) ୧୧:୩୦, ୨୦ ଜୁଲାଇ ୨୦୧୬ (IST)[reply]

ସମର୍ଥନ[ସମ୍ପାଦନା]

checkY ଏହି ନିବେଦନଟି ଗ୍ରହଣ କରାଗଲା ଓ ଏହା ବିଷ‌ୟରେ ଓଡ଼ିଆ ଉଇକିପିଡ଼ିଆର ମେଲିଙ୍ଗ ଲିଷ୍ଟରେ ଘୋଷଣା କରାଯାଇଛି।-ଶୈଳେଶ (ପଚାରିବେ କିଛି?) ୨୩:୩୦, ୨୭ ଜୁଲାଇ ୨୦୧୬ (IST)[reply]

ବିରୋଧ[ସମ୍ପାଦନା]

ମତାମତ[ସମ୍ପାଦନା]

ମିନି MWT ଓ TTT.[ସମ୍ପାଦନା]

ଆଗରୁ ଆଲୋଚନା ସଭାରେ ମିନି MWT ଓ TTT ବିଷ‌ୟରେ ଆଲୋଚନା ହେଇଥିଲା, ଏହା ଜୁନ ୯-୧୦ରେ ହେବାର ଥିଲା ଓ ପରେ ଘୁଞ୍ଚାଯାଇଥିଲା। ଏବେ ଯେହେତୁ ଅଗଷ୍ଟ ମାସରେ ପ୍ରାୟତଃ ଉଇକିଆଳି WCIରେ ଭାଗ ନେବେ, ମୁଁ ଅନୁରୋଧ କରୁଛି ଆମେ ଅଗଷ୍ଟ ୧୩-୧୪ରେ ଏହା ଆୟୋଜନ କରିବା ପାଇଁ। --ଶୈଳେଶ (ପଚାରିବେ କିଛି?) ୦୦:୩୯, ୨୧ ଜୁଲାଇ ୨୦୧୬ (IST)[reply]

ମତାମତ[ସମ୍ପାଦନା]

କିଛି ଅସୁବିଧା ଯୋଗୁ ଏହାକୁ ପୁନର୍ବାର ଘୁଞ୍ଚାଯାଉଛି, ଏହା ଏବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରାଯିବ।--ଶୈଳେଶ (ପଚାରିବେ କିଛି?) ୨୩:୧୮, ୧୧ ଅଗଷ୍ଟ ୨୦୧୬ (IST)[reply]

ଓଡ଼ିଆ ଭାଷାରେ ହଳନ୍ତ୍‌ର ବ୍ୟବହାର ସମ୍ପର୍କରେ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ହଳନ୍ତ୍‌ର ବ୍ୟବହାର କରାଯାଉନାହିଁ । ବହୁ ସମୟରେ ଏଥି ପାଇଁ ଦ୍ୱନ୍ଦ ମଧ୍ୟ ଉପୁଜୁଛି । ଯେପରି କିଛି ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦ ନାହିଁ, ଯଥା ପାର୍କିନ୍‌ସନ୍ ରୋଗ । ତେବେ ମୁଁ ଏଠାରେ ଆଧାର ସହ ବିଭିନ୍ନ ସମୟର ବିଭିନ୍ନ ଲେଖକଙ୍କ ଲେଖାରୁ କିଛି ହଳନ୍ତ୍ ବ୍ୟବହୃତ ଶବ୍ଦର ଉଦାହରଣ ଦେଉଛି ।
ଓଡ଼ିଆ ଉଇକିପାଠାଗାର: ଫକୀର ମୋହନଙ୍କ ଛ ମାଣ ଆଠ ଗୁଣ୍ଠ- ପ୍ରେମ୍‌ଚନ୍ଦ୍‌ଙ୍କର, କମ୍ , ଅର୍ଥାତ୍ ( ପୃଷ୍ଠା ୨- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା) (ଲିଙ୍କ-https://or.wikisource.org/wiki/%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE:Chha_mana_atha_guntha.pdf/%E0%AD%A8)
ମହତ୍ (ପୃଷ୍ଠା ୫- ଲେଖକଙ୍କ ଦ୍ୱାରା) (ଲିଙ୍କ-https://or.wikisource.org/wiki/%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE:Chha_mana_atha_guntha.pdf/%E0%AD%AB)
ଓଡ଼ିଆ ଉଇକିଅଭିଧାନ: ଡିଜିଟାଲାଇଜ୍‌ଡ କରାଯାଇଥିବା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଟକ୍କର ଶବ୍ଦରେ ଟକାଟକ୍ର ତଥା ନିମ୍ନରେ ଟକ୍କର୍ ବୋଲି ମଧ୍ୟ ଲେଖାଯାଇଛି । (ଲିଙ୍କ-http://dsalsrv02.uchicago.edu/cgi-bin/philologic/search3advanced?dbname=praharaj&query=knock&matchtype=exact&display=utf8)

ସାରଣୀ
ପୁସ୍ତକ ଲେଖକ ବର୍ଷ ପୃଷ୍ଠା ଶବ୍ଦ
ମାମୁ ଫକୀରମୋହନ ସେନାପତି ମୁନ୍‌ସିଖାନା, ଖୁବ୍, ଠିକ୍
ଓଡ଼ିଆ ଶିଶୁ ସଂଗୀତ ସଙ୍କଳନ ରାମକୃଷ୍ଣ ନନ୍ଦ ୧୯୮୪ ୧୦୭ ଝୁଲ୍ ହାତୀ ଝୁଲ୍ (ଗୋପାଳଚନ୍ଦ୍ର ପ୍ରହରାଜ: ୧୮୭୪-୧୯୪୫)
କନକଲତା ନନ୍ଦକିଶୋର ବଳ ୧୯୨୫ ଅପ୍ର‌ଗଳ୍‌ଭା
ପରଜା ଗୋପୀନାଥ ମହାନ୍ତି ୧୯୪୫ କୋରାପୁଟ୍, ଧକ୍‌କା ଧକ୍‌କି, ଶର୍‌ଶୁପଦର, ଠିକ୍
ଶାସ୍ତି କାହ୍ନୁ ଚରଣ ୧୯୪୫ ଦମ୍, ଖାନ୍‌ଦାନ୍
ଛାଇ ସଚ୍ଚିଦାନନ୍ଦ ରାଉତରାୟ ୧୯୪୯ ଟକ୍ ଟକ୍, ଖୁବ୍
ଆରଣ୍ୟକ ମନୋଜ ଦାସ ୧୯୬୧ ବେଶ୍, ଠିକ୍, ଅର୍ଥାତ୍
ନୀଳାଦ୍ରି ବିଜୟ ସୁରେନ୍ଦ୍ର ମହାନ୍ତି ୧୯୮୦ ଲସ୍‌କର୍, ଜଗତଶେଠ୍, ମୁର୍ସିଦାବାଦ୍
ମୁଚୁକୁନ୍ଦିଆ ଫତୁରାନନ୍ଦ ୧୯୯୦ ଝିନ୍‌ଝଟ୍, ଫାଲ୍‌ତୁ

--Abha S Pradhan (ମୋ ଆଲୋଚନା) ୨୦:୫୧, ୨୪ ଜୁଲାଇ ୨୦୧୬ (IST)[reply]

ମତାମତ[ସମ୍ପାଦନା]

  • Abha S Pradhan, ଏ ବାବଦରେ ପ୍ରକୃତରେ କିଛି ଧରାବନ୍ଧା ନିୟମ ନାହିଁ । ଏ ବାବଦରେ ଆମେ ଆଗରୁ ବହୁଥର ଆଲୋଚନା କରିସାରିଛୁ । ଆଉ ସେସବୁ ଆଲୋଚନାର ନିର୍ଯ୍ୟାସ ହେଉଛି ଯେ ବିନା ହଳନ୍ତରେ ବୁଝାପଡୁଥିଲେ ହଳନ୍ତ ବ୍ୟବହାର ହେଉ । ବୁଝାପଡୁନଥିଲେ ବା ଅତି ଅଧିକ ଦ୍ୱନ୍ଦ ଉପୁଜୁଥିଲେ ହଳନ୍ତ ବ୍ୟବହାର ହେଉ । ଉଦାହରଣ ପାର୍କିନ୍‌ସନ୍‌କୁ ପାର୍କିନସନ ବୋଲି ଲେଖିଲେ ମଧ୍ୟ ବୁଝାପଡୁଛି ତେଣୁ ହଳନ୍ତର ଆବଶ୍ୟକତା ନାହିଁ । ସେହି ଭଳି ଗଛରେ "ସାର" ଦିଆଯାଏ ଓ "ସାର" ମୋତେ ମାଇଲେ ଏ ଉଭୟ ବାକ୍ୟରେ ଏକା ଶବ୍ଦ "ସାର" ଥିଲେ ବି ଦୁହେଁ ଅଲଗା ବୋଲି ସଭିଏଁ ବୁଝିପାରିବେ । ଆଉ ହଳନ୍ତ ଦେଲେ ମଧ୍ୟ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଉଚ୍ଚାରଣ ଭିନ୍ନ ହେତୁ ଶବ୍ଦଗୁଡ଼ିକ ଅଲଗା ଉଚ୍ଚାରଣ ହୁଏ । ଶହ ଶହ ଶବ୍ଦକୁ ନିଜେ ବ୍ୟାକରଣିକମାନେ ଉଭୟ ହଳନ୍ତ ଦେଇ ଓ ନ ଦେଇ ଲେଖନ୍ତି । ତେଣୁ ଗୋଟେ ବହିର ଆଧାର ଦେଇ ଠିକ ଭୁଲ ଦର୍ଶାଇବା କଷ୍ଟ । ଉଦାହରଣ ସ୍ୱରୂପ ସୁବାସ ସାର ଅନେକ ଇଂରାଜୀ ନାମ ଜଣାଶୁଣା ହୋଇଥିବାରୁ ସେହି ନାମକୁ ଯଥାରୀତି ଓଡ଼ିଆରେ ଲେଖନ୍ତି । ଆଉ ମୋ ଜାଣିବାରେ ସେ ଉଭୟ ହଳନ୍ତ ଥାଇ ଓ ନ ଥାଇ ସାଧାରଣ ଭାବେ ବ୍ୟବହୃତ ବନାନ ବ୍ୟବହାର କରିଥାନ୍ତି । ଏହାକୁ ଏକ ବିଧିବଦ୍ଧ ନିୟମ କରିବା କଷ୍ଟ । ଯଦି କୌଣସି ପ୍ରସଙ୍ଗର ବନାନରେ ଦ୍ୱନ୍ଦ ଉପୁଜୁଛି ତାହେଲେ ସେହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଲେଖିଲେ ଭଲ ହୁଅନ୍ତା ବୋଲି ମୋ ବ୍ୟକ୍ତୋଗତ ମତ ।--ସୁଭାସିସ ପାଣିଗାହି (ଆଳାପ) ୧୬:୦୦, ୨୫ ଜୁଲାଇ ୨୦୧୬ (IST)[reply]
ସୁଭାସିସ ଭାଇ, ଏ ପ୍ରସଙ୍ଗ ଉଠାଇବାର କାରଣ ହେଉଛି ଉଇକି ଶୈଳୀ ବୋଲି ପ୍ରସଙ୍ଗ ନାମ ପରିବର୍ତ୍ତନ ହେବାର ଦେଖିଛି । ଏକ ଶାସ୍ତ୍ରୀୟ ଭାଷା, ଯାହାର ନିଜସ୍ୱ ଲିପି ଅଛି, ତା'ର ଲେଖିବା ଶୈଳୀର ନିୟମ ନାହିଁ, ଏହା ମାନିବା କଷ୍ଟ । ଓଡ଼ିଶାରେ ବିଭିନ୍ନ ଶବ୍ଦର କହିବା ଶୈଳୀ ଅଲଗା । ମାତ୍ର ଏକ ଭାଷା କଥିତ ଓ ଲିଖିତ ଦୁଇ ପ୍ରକାର ଥାଏ । ଉଇକିପିଡ଼ିଆରେ ଯାହା ଲେଖାଯାଉଛି, ତାହା ଗୋଟିଏ ଶୈଳୀରେ ଲେଖିବା ପାଇଁ ମତ ଦେଉଛି । ମୋ ବ୍ୟକ୍ତିଗତ ମତ ହେଉଛି, କିଛି ପ୍ରସଙ୍ଗ ଲେଖିବା ଅର୍ଥାତ୍ ତାହା ଅର୍ଥଯୁକ୍ତ ହେବା ସହ ପଢ଼ିବାକୁ ରୁଚିକର ହେବା ମଧ୍ୟ ଦରକାର । ରୁଚିକର ନହେଲେ ପଢ଼ିବାକୁ ଆଗ୍ରହ ଆସେନାହିଁ ।--Abha S Pradhan (ମୋ ଆଲୋଚନା) ୧୭:୩୩, ୨୫ ଜୁଲାଇ ୨୦୧୬ (IST)[reply]
କାଳେ ପାଶୋରିପକେଇଥିବି ମୁଁ ଆଉଥରେ ଉଇକିପିଡ଼ିଆ:ନିୟମାବଳୀଉଇକିପିଡ଼ିଆ:ଲିଖନଶୈଳୀ ପୃଷ୍ଠା ଦୁଇଟି ଦେଖିଲି । ସେଥିରେ ହଳନ୍ତ ବ୍ୟବହାରକୁ ନେଇ କିଛି ବାଧ୍ୟବାଧ୍ୟକତା ନାହିଁ । ଆଉ ଉଭୟ ହଳନ୍ତ ଥାଇ ବା ନ ଥାଇ ଶବ୍ଦ ଓଡ଼ିଆରେ ମାଳମାଳ । ସେ ପୁଣି ଏକା ଶବ୍ଦ । ବ୍ୟାକରଣିକ ଓ ଭାଷାବିଦମାନେ ମଧ୍ୟ ଏ ଭଳି ସହାବସ୍ଥାନ ସପକ୍ଷରେ । ଜଣେ ଉଇକିଆଳି ଭାବେ ମୋର ବ୍ୟକ୍ତିଗତ ମତ ଆମେ ହଳନ୍ତକୁ ନେଇ କୌଣସି ନିୟମ ବାଧ୍ୟବାଧ୍ୟକତା କରିବା ନାହିଁ । ଉଇକିଆଳିଏ ନିଜେ ସେ ସିଦ୍ଧାନ୍ତ ନେଲେ ଭଲ । ଯଦି ବ୍ରିଟିସ ଆଉ ଆମେରିକା ଇଂରାଜୀ ଭଳି ଦୁଇଟି ଭିନ୍ନ ଭିନ୍ନ ଶୈଳୀରେ ଲେଖା ଓ କୁହାଯାଉଥିବା ଦୁଇଟି ଭାଷାକୁ ନେଇ ଗୋଟେ ଇଂରାଜୀ ଉଇକିପିଡ଼ିଆ (ସମାନ ଉଦାହରଣ ହେଲା ଦୁଇଟି ଭିନ୍ନ ଭିନ୍ନ ମହାଦେଶରେ କୁହାଯାଉଥିବା ସ୍ପାନିସ ଓ ପର୍ତୁଗୀଜ ଭାଷା) ତାହେଲେ ଆମେ ସେତେ ବ୍ୟସ୍ତ ହେବା ଅନୁଚିତ । ଆଉ ସବୁଠି ହଳନ୍ତ ବ୍ୟବହାର କଲେ ସ୍ୱରାନ୍ତ ଓଡ଼ିଆ ଭାଷା ବି ଭିନ୍ନ ପ୍ରକାର ଦିଶିବ । ଓଡ଼ିଆର ମୌଳିକତା ଏହାର ସ୍ୱରାନ୍ତ ଉଚ୍ଚାରଣ ଓ ବନାନରେ । ତମେ ନିଜେ ଯେହେତୁ ପୁରୀରୁ ତମେ ଭଲକରି ବୁଝିପାରିବ କାରଣ ମାନକ ଓଡ଼ିଆ ତିଆରି ପୁରୀ ଓ ଖୋର୍ଦ୍ଧା ପଟର କଥିତ ଭାଷା ବେଶି କାମରେ ଆସିଛି । ଅନେକ ସମୟରେ ହଳନ୍ତ ତା ପର ଅକ୍ଷର ସହ ମିଶି ଅଲଗା ଅଲଗା କମ୍ପୁଟରରେ ଯୁକ୍ତାକ୍ଷର ହୋଇ ଏମିକି କଦାକାର ଦିଶେ ଯେ ହଳନ୍ତ ତେଜିବାକୁ ବାଧ୍ୟ ହେଉ । ବାକିମାନେ ସେମାନଙ୍କ ମତ ଦେଲେ ଭଲ ହେବ । ତେବେ ମୋର ଆଉଥରେ ଅନୁରୋଧ ହଳନ୍ତକୁ ନେଇ ଏତେ ଦ୍ୱନ୍ଦ ଅନାବଶ୍ୟକ । ଅଧିକାଂଶ ବାକ୍ୟ କେଉଁ ଉଦ୍ଦେଶ୍ୟରେ ଲେଖା ପଢ଼ିଲେ ଆପେ ଆପେ ବାରିହୋଇଯିବ । ମିଡ଼ିଆ ଯେଉଁ ଭଳି ହଳନ୍ତ ବ୍ୟବହାର ନ କଲେ ଲୋକେ ଅଡୁଆରେ ପଡ଼ିବେ ବୋଲି ପ୍ରଚାର କରୁଛି ଦେଖିଲେ ହସ ମାଡୁଛି । ମାଣ୍ଡାରିନ ଭାଷାରେ ଗୋଟେ ଗୋଟେ ଅକ୍ଷରର ୧୦ ପ୍ରକାର ଅର୍ଥ । ଜଣେ ଲୋକର ନାଁ ଦଶ ପ୍ରକାର ଲେଖାଯାଇପାରେ । ହେଲେ ସେ ଆଜି ପୃଥିବୀରେ ସର୍ବାଧିକ କଥିତ ଭାଷା । ଆଉ ଆମେ ଯଦି କହିବା ଦେଶ ବିଦେଶରେ ବେପାର ବଣିଜରେ ଏକ ନମ୍ବର ଥିବା ଆମ ଲୋକ ଏତେ ବୋକା ଯେ ହଳନ୍ତ ବ୍ୟବହାର ନ କଲେ ବାକ୍ୟର ଅର୍ଥ ବୁଝପାରୁନାହାନ୍ତି ତାହେଲେ ସେ ଆମ ନିଜକୁ ନିନ୍ଦା । କିନ୍ତୁ ବେଳେବେଳେ ଅଯଥା ଦ୍ୱନ୍ଦକୁ ଏଡ଼ାଇବା ପାଇଁ ହଳନ୍ତ ବ୍ୟବହାର ଦରକାର ପଡ଼େ । ସେମିତି ଚାଲିଲେ ବରଂ ଭଲ ।--ସୁଭାସିସ ପାଣିଗାହି (ଆଳାପ) ୦୯:୦୪, ୨୬ ଜୁଲାଇ ୨୦୧୬ (IST)[reply]
ଆଭା ବହୁତ ସମୟ ଖର୍ଚ୍ଚ କରି ବହୁତ ଗୁଡିଏ ଆଧାର ଆଣିଛ । ତୁମ ଚେଷ୍ଟା ପାଇଁ ଧନ୍ୟବାଦ । ଆମେ ଉଇକି କୁ ଖୋଲା ଜ୍ଞାନକୋଷ କହୁଛୁ ତେଣୁ ଏହାକୁ ଗ୍ଲୋବାଲ ଭିଉ ରେ ଦେଖିବାକୁ ପଡିବ । ତୁମେ ଯେମିତି ହଳନ୍ତ ପାଇଁ ଲେଖିଲ ସେମିତି ଆଉ କେହି ବିନା ହଳନ୍ତ ପାଇଁ ଲେଖିବ । ତ ଏହି ଯୁକ୍ତିଗୁଡିକରେ ଆମେ ଜଡ଼ିତ ହେଲେ ଜ୍ଞାନକୋଷ ଗଢିବା ଲକ୍ଷଟା ଟିକେ ପଡିଯାଇପାରେ । ମୁଁ ସାହିତ୍ୟିକ ନୁହେଁ କି ହଳନ୍ତ ପାଇଁ କି ବିରୁଦ୍ଧରେ କହୁନି । ଖାଲି ଏତିକି କହୁଛି ଯେ ଆମକୁ ଫ୍ଲେକ୍ସିବଲ ହବାକୁ ପଡିବ । ଆମେ କିଛି ଜ୍ଞାନ ବା ତଥ୍ୟ ବାଣ୍ଟୁଛୁ ସେଇଟା ମୂଳ ଲକ୍ଷ ହଉ । ଶୁଭାଶିଷ ଭାଇଙ୍କ କହିବା ଭଳି ସେମିତି ଧରାବନ୍ଧା ନିୟମ କକିଛି ନାହିଁ । ତେଣୁ ୟା ଉପରେ ବେଶି ଆଲୋଚନା ନ କରିବା ଭଲ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୦୫, ୩୦ ଜୁଲାଇ ୨୦୧୬ (IST)[reply]
Jnanaranjan Sahu (ଜ୍ଞାନ), ମତାମତ ପାଇଁ ଧନ୍ୟବାଦ । ତେବେ ଏହା କୌଣସି ଯୁକ୍ତି ନ ଥିଲା କିମ୍ବା ଏହି ଆଲୋଚନା ସହ ଜ୍ଞାନକୋଷ ଗଢ଼ିବା ହାର ଧିମା ପଡ଼ିବାର କୌଣସି ସମ୍ପର୍କ ନାହିଁ । ଆଉ ତା'ପରେ ବି ଫ୍ଲେକ୍ସିବଲ କିଏ ହବ ? ଏହା ଯେପରି ଭୁଲି ନ ଯାଆନ୍ତି, ବଦଳ ସାରକଥାରେ ଉଇକି ଶୈଳୀ ଲେଖାଯାଇ ପ୍ରସଙ୍ଗ ନାମ ପରିବର୍ତ୍ତନ କରିବା ଏହି ଆଲୋଚନାର ବିଷୟବସ୍ତୁ ଥିଲା, ଯାହା ମୁଁ ପୂର୍ବ ମତରେ ଉଲ୍ଲେଖ କରିଥିଲି । ଉଦାହରଣ ସ୍ୱରୂପ ସକ୍ରେଟିସ । ନିୟମ ମୁଁ ମଧ୍ୟ ଦେଖିନାହିଁ । ସେଥିପାଇଁ ବିଭିନ୍ନ ବହିର ଆଧାର ଦେଇଥିଲି । ଆଲୋଚନା ପାଇଁ ଧନ୍ୟବାଦ ।-- Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୦୮:୧୬, ୩୦ ଜୁଲାଇ ୨୦୧୬ (IST)[reply]
ମୁଁ ଖାଲି ଏତିକି କହିବି ଯେ ଆମର ସୋର୍ସ ଆଉ ରିସୋର୍ସ ସବୁ କମ । ଏଇ ଆଲୋଚନାରେ ଯେତିକି କଥା ଲେଖା ହେଲାଣି ସେଥିରେ ଗୋଟେ ଭଲ ପ୍ରସଙ୍ଗ ଲେଖା ଯାଇପାରିଥାନ୍ତା । ଏଇ ଆଲୋଚନାରୁ କିଛି ଆଶା ବି କରାଯାଇନପାରେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୪୯, ୩୦ ଜୁଲାଇ ୨୦୧୬ (IST)[reply]

ରଥଯାତ୍ରା ୨୦୧୬ ର ଫୋଟୋଗୁଡିକୁ ଅପଲୋଡ କରିବା ବାବଦକୁ ଇଣ୍ଟରନେଟ ଖର୍ଚ୍ଚ ପାଇଁ ଅନୁରୋଧ[ସମ୍ପାଦନା]

ସମସ୍ତଙ୍କୁ ମୋର ପ୍ରଣାମ୍ । ମୁଁ ଏଠାରେ ରଥଯାତ୍ରା ପ୍ରକଳ୍ପ ପାଇଁ କରିଥିବା କାମ ବିଷୟରେ ସୂଚନା ଦେବାକୁ ଚାହୁଁଛି ଏବଂ କାମଟିକୁ ପୁରା କରିବା ପାଇଁ କିଛି ସାହାଯ୍ୟ ପାଇଁ ଅନୁରୋଧ କରୁଛି । ଆମେ ପୁରୀ ସହରର ଉଇକିଆଳି ମିଶି ରଥଯାତ୍ରା ପାଇଁ ଛୋଟ ପ୍ରକଳ୍ପ ଟିଏ କରିଥିଲୁ । କାରଣ ଥିଲା କି, ଓଡ଼ିଆ ଉଇକିରେ ରଥ ଓ ରଥଯାତ୍ରା ସମ୍ବନ୍ଧିତ ଅନେକ ତଥ୍ୟ ଅଛି କିନ୍ତୁ ସେସବୁ ସହ ମେଳ ଖାଇବା ଭଳି ଭଲ ଛବି ପୂର୍ବରୁ ନଥିଲା । ସେଥିପାଇଁ ଆମେ ରଥଖଳାରେ ରଥ ତିଆରି ସମୟର ,ରଥଯାତ୍ରା ସମୟର ଓ ଅନ୍ୟ କିଛି ଭିଡିଓ ଓ ଫୋଟୋ ଉଠାଇଛୁ । ସେସବୁ ଆମ ପାଖରେ ମହଜୁଦ ଅଛି , କିନ୍ତୁ ସେସବୁର ପରିମାଣ ଅଧିକ ହୋଇଥିବାରୁ ସେସବୁକୁ ଅପଲୋଡ଼ କରିବା ଆମ ପାଇଁ ସହଜ ହେଉନାହିଁ । ତଥାପି କିଛି ଫୋଟୋ ଆମେ ଉଇକିମିଡ଼ିଆ କମନ୍ସ ରେ ଦେଇଛୁ । ସମସ୍ତ ଫୋଟୋ ଓ ଭିଡିଓ ଅପ୍ଲୋଡ଼ କରିବା ପାଇଁ ଯଦି ଆମକୁ କେବଳ ଇଣ୍ଟରନେଟ ଖର୍ଚ୍ଚ ବାବଦରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ମିଳିପରନ୍ତା , ତେବେ ଆମେ ଏହି କାମଟି ପୁରା କରିପରନ୍ତୁ । ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି ।

  • ରଥ ଖଳା,ରଥ ତିଆରି,ଘୋଡାଯଚା,ପହଣ୍ଡି,ଛେରାପହଁରା,ଦକ୍ଷିଣମୋଡ,ହେରାପଞ୍ଚମୀ,ବାହୁଡା,ସୁନାବେଶ,ଗୋଟିପହଣ୍ଡି ସହ ୫୦୦ ରୁ ଅଧିକ ଫୋଟ,୨୫ ରୁ ଅଧିକ ଭିଡିଓ ।

ନାମ[ସମ୍ପାଦନା]

Dinesh.das.171 (ମୋ ଆଲୋଚନା) ୦୦:୫୧, ୨୫ ଜୁଲାଇ ୨୦୧୬ (IST)[reply]

 ସମର୍ଥନ[ସମ୍ପାଦନା]

  1. Satyamwikipedia (ମୋ ଆଲୋଚନା) ୧୦:୩୦, ୨୫ ଜୁଲାଇ ୨୦୧୬ (IST)[reply]
  2. ପବିତ୍ର କୁମାର ପଣ୍ଡା(ମୁଁ ଏ ପ୍ରସ୍ତାବ ରେ ଏକମତ)ପବିତ୍ର କୁମାର ପଣ୍ଡା ୧୧:୫୬, ୨୫ ଜୁଲାଇ ୨୦୧୬ (IST)[reply]
  3. ଶୈଳେଶ (ପଚାରିବେ କିଛି?) ୧୧:୫୯, ୨୫ ଜୁଲାଇ ୨୦୧୬ (IST)[reply]
  4. Abha S Pradhan (ମୋ ଆଲୋଚନା) ୧୨:୩୬, ୨୫ ଜୁଲାଇ ୨୦୧୬ (IST)[reply]
  5. Ramachanra nayak (ଏହି ପ୍ରସ୍ତାବରେ ମୁଁ ସହମତ।) ୧୪:୦୦, ୨୫ ଜୁଲାଇ ୨୦୧୬ (IST)[reply]
  6. ମୋର ଏହି ପ୍ରସ୍ତାବଟିକୁ ସମର୍ଥନ | Dibyadarsi Nayak (ମୋ ଆଲୋଚନା) ୧୪:୧୬, ୨୫ ଜୁଲାଇ ୨୦୧୬ (IST)[reply]
  7. ମୁଁ ସମର୍ଥନ ଜଣାଉଛି ।
  8. ସଂଗ୍ରାମ କେଶରୀ ସେନାପତି Ssgapu (ମୋ ଆଲୋଚନା) ୨୨:୦୭, ୨୫ ଜୁଲାଇ ୨୦୧୬ (IST)[reply]
  9. ବ୍ୟବହାରକାରୀ:Soumya srp
  10. T3knikalteenager (ମୋ ଆଲୋଚନା) ୨୨:୪୪, ୨୫ ଜୁଲାଇ ୨୦୧୬ (IST)[reply]
  11. Am supportive . --Aliva Sahoo (ମୋ ଆଲୋଚନା) ୨୩:୩୧, ୨୫ ଜୁଲାଇ ୨୦୧୬ (IST)[reply]
  12. Rajalaxmi Mishra (ମୋ ଆଲୋଚନା) ୧୮:୨୫, ୨୬ ଜୁଲାଇ ୨୦୧୬ (IST)[reply]
  13.  ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୮:୫୧, ୨୬ ଜୁଲାଇ ୨୦୧୬ (IST)[reply]
  14.  ସମର୍ଥନ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୦୭, ୩୦ ଜୁଲାଇ ୨୦୧୬ (IST)[reply]

 ବିରୋଧ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

ଏ ପ୍ରକଳ୍ପରେ ଭାଗନେଇଥିବା ସମସ୍ତଙ୍କୁ ଧନ୍ୟବାଦ। ମୋ ମତରେ ଆମେ ଏମିତି ୧୦୦୦/୨୦୦୦ ଟଙ୍କା ପାଇଁ CIS ରେ ଆବେଦନ କରିବା ଠିକ ହେବନି । ଗତବର୍ଷ ନବକଳେବର ଗଣ ସମ୍ପାଦନା ବେଳର ବଳକା ପଇସା ନିଷ୍ଠାରଞ୍ଜନ ଭାଇଙ୍କ ପାଖେ ଭୁଲରେ ରହି ଯାଇଛି । ମୁଁ ଭାବୁଛି ଏ ବର୍ଷ ରଥଯାତ୍ରା ଗଣ ସମ୍ପାଦନ ପୁରସ୍କାର ଆଉ ପୁରୀ ପିଲାଙ୍କୁ ଇଣ୍ଟରନେଟ୍ ଖର୍ଚ୍ଚ ସେଇ ପଇସାରେ ଦେଇଦେଲେ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୬:୩୧, ୨୫ ଜୁଲାଇ ୨୦୧୬ (IST)[reply]

  • ପୁରୀ କମ୍ୟୁନିଟିକୁ ରଥଯାତ୍ରା ଗଣସମ୍ପଦନାକୁ ପୁଣିଥରେ ସ୍ୱାଗତ କରୁଛି । ରଥଯାତ୍ରା ଗଣସମ୍ପଦନା ଅଧିନରେ ଇଣ୍ଟରନେଟ ଖର୍ଚ୍ଚ ଦିଆଯାଇପାରିବ । କିଛି ଅସୁବିଧା ନାହିଁ । ମୋର କେତେକ ପ୍ରଶ୍ନ: କେତୋଟି ଫଟୋ ଯୋଡ଼ିବେ? କେବଳ ରଥଖଳା ଫଟୋ ନା ଜଗନ୍ନାଥଙ୍କ ସମ୍ପର୍କିତ ଅନ୍ୟ ଫଟୋ ଅଛି ? କେତୋଟି ପ୍ରସଙ୍ଗ ପାଇଁ ଫଟୋ ଯୋଡ଼ାଯିବ? 'ଆମେ'ମାନେ କିଏ କିଏ? --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୩୫, ୨୫ ଜୁଲାଇ ୨୦୧୬ (IST)[reply]
  • ଆଦିତ୍ୟ ଭାଇ ମୁଁ ଆପଣଙ୍କ ସହ ଏକମତ ଯେ ୧୦୦୦ ଟଙ୍କା ପାଇଁ CIS ରେ ଅନୁରୋଧ କରିବା ଠିକ୍ ନୁହଁ । କିନ୍ତୁ ଆଲୋଚନାରେ ଦିନେଶ କୋଉଠି ବି CIS ର ନାଁ ଲେଖିନି କିମ୍ବା ଏବେ ଯାଏଁ ମେଟା ରେ ଏହି ଟଙ୍କା ପାଇଁ ଅନୁରୋଧ କରାଯାଇନି । ତନଭିର ଓ ଶୈଳେଶଙ୍କର ପୁରୀ ଗସ୍ତ ସମୟରେ ରଥଯାତ୍ରା ପ୍ରକଳ୍ପ ଆଲୋଚନା ହୋଇଥିଲା ଓ ଏହି କାମପାଇଁ ପୁରୀ ପିଲାଙ୍କୁ କିଛି ଦିନ ପାଇଁ କ୍ୟାମେରା ଟିଏ ଦେବା ପାଇଁ କଥା ହୋଇଥିଲା , ଯାହା ଦ୍ୱାରା କିଛି ଦରକାରୀ ଓ ଉତ୍ତମ ମାନର ଫୋଟୋ ସଂଗ୍ରହ କରାଯାଇପାରିବ । ମୁଁ ଆଉଥରେ କହି ରଖୁଛି ଏହି କାମ ପାଇଁ ପୁରୀ ପିଲା ନିଜ ଆଡୁ ଆଗ୍ରହୀ ଥିଲେ । ଯେହେତୁ ଏହି ପ୍ରସ୍ତାବରେ ସମସ୍ତେ ରାଜି ଥିଲେ ଏବଂ ସବୁ ଠିକ୍ ଚାଲିଥିଲା ପ୍ରାରମ୍ଭିକ ପର୍ଯ୍ୟାୟରେ ପିଲାମାନେ ନିଜ ଆଡୁ ସମୟ କାଢି ନିଜ ମୋବାଇଲରେ ଫୋଟୋ ଆଉ ଭିଡ଼ିଓ ଉଠାଇବା ଆରମ୍ଭ କରିଥିଲେ । କିନ୍ତୁ ଏଥି ପାଇଁ CIS ରୁ ଅନୁମତି ନମିଳିବାରୁ ରଥଯାତ୍ରା ୩ ଦିନ ଆଗରୁ କ୍ୟାମେରା ଦେବାପାଇଁ ମନା କରାଗଲା(ଯେତିକି ମୁଁ ଜାଣିଛି,ଏବଂ ସେଇଟା ଆମର ଭୁଲ୍ ଥିଲା ମୁଁ ମନୁଛି ଯେ ଆମେ କ୍ୟାମେରା ପାଇଁ ଅନୁରୋଧ କରିବା , ଆଲୋଚନା ସଭାରେ ସମୟରେ ଲେଖିପାରିନଥିଲୁ କାରଣ ଆମେ ଏହାକୁ ଗୋଟିଏ ପାଇଲଟ୍ ପ୍ରକଳ୍ପ ଭାବେ ନେଇଥିଲୁ ...ତଥାପି ସେଥିପାଇଁ ମୁଁ କ୍ଷମା ମଗୁଛି ) । ତାପରେ ବି ପିଲାମାନେ ଫୋଟୋ ସଂଗ୍ରହ କରିବା ଚାଲୁ ରଖିଥିଲେ । ଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଆ ମାନଙ୍କ ପାଇଁ ଏପରି ଏକ ଅନୁଭବ ଯାହା ସାରା ବିଶ୍ୱରେ କେବଳ ପୁରୀ ଧାମରୁ ହିଁ ପ୍ରକୃତରେ ଅନୁଭବ କରିହୁଏ । ମୋ ମତରେ ଯେହେତୁ ପିଲା ମାନେ ନିଜର ସୁବିଧା ଅସୁବିଧାକୁ ଖାତିର ନକରି , ସମୟ ବାହାର କରି ପରିଶ୍ରମ କରି ସବୁଦିନର ଫୋଟୋ ଉଠାଇଛନ୍ତି , ସେସବୁ ଅପଲୋଡ଼ କରିବା ପାଇଁ ସେମାନଙ୍କୁ ଇଣ୍ଟରନେଟ ଖର୍ଚ୍ଚ ଦେବା ଉଚିତ । ଆମକୁ ଫୋଟୋ ଗୁଡିକୁ କାମରେ ଲଗାଇବାର ଅଛି, ତେଣିକି ସେଥିପାଇଁ ଟଙ୍କା CIS ରୁ ଆସୁ କି ବଳକା ଟଙ୍କାରୁ ଆସୁ । ଏହି କଥା କେବଳ ଆଦିତ୍ୟ ଭାଇଙ୍କୁ ନୁହେଁ ସମସ୍ତଙ୍କ ଜାଣିବା ପାଇଁ ଏଠାରେ ଲେଖୁଛି, ଯଦି ମୁଁ କିଛି ଭୁଲ୍ ଭାବୁଥାଏ ଆପଣମାନେ ନିଜର ମତାମତ ଦିଅନ୍ତୁ ଓ ଆଗକୁ କଣ କରାଯାଇପାରିବ କୁହନ୍ତୁ । --Chinmayee Mishra (ମୋ ଆଲୋଚନା) ୦୯:୧୨, ୨୬ ଜୁଲାଇ ୨୦୧୬ (IST)[reply]
ଚିନ୍ମୟୀ, ମୋ ଲେଖିବା ଶୈଳୀ ବୋଧେ ଭୁଲ ହେଇଥିବ, ତେଣୁ ବୁଝିବାରେ ଅସୁବିଧା ହେଇଛି। ପୁରୀ ପିଲାଙ୍କ ଆଗ୍ରହ ସକାଶେ ଏତେ ସୁନ୍ଦର ପ୍ରକଳ୍ପ ହେଇ ପାରିଛି, ତାହା ଖୁସିର କଥା , ଫୋଟ ଓ ଭିଡିଓ ଅପଲୋଡ଼ ପାଇଁ ଦରକାର ହେଉଥିବା ଖର୍ଚ ଦେବାପାଇଁ ମୋର ସମ୍ପୂର୍ଣ୍ଣ ସମର୍ଥନ। ତାହା ଉପରେ ମଧ୍ୟ ଲେଖିଥିଲି । ହେଲେ ମୋର କହିବା କଥା ଯେ ହେତୁ ଆଗରୁ ବଳକା ପଇସା ଅଛି, ଆମେ ଆଉ କାହିଁକି ଆବେଦନ କରିବା । ଆଉ ଏଠାରେ ଦିନେଶ CIS ନାଁ ଲେଖିନି କି ମେଟାରେ ଅନୁରୋଧ କରିନି ମୁଁ ଜାଣିଛି, ହେଲେ ଆଲୋଚନା ସଭାରେ ସମର୍ଥନ ମିଳିବା ପରେ CIS କୁ ଅନୁରୋଧ କରାଯିବା ପରମ୍ପରା ସବୁ ବେଳେ ରହି ଆସିଛି। କ୍ୟାମେରା କଥା ଆଉ ତନଭିର-ଶୈଳେସ ପୁରୀ ଗ୍ରସ୍ତ ଆଲୋଚନା ବିଷୟରେ କିଛି ଜାଣିନି, ତେଣୁ ଶୈଳେସ କେଉଁ ପରିସ୍ଥିତିରେ କ୍ୟାମେରା ପାଇଁ ମନା କଲା ମୁଁ କହିବା ଠିକ ହେବନି। ଅନ୍ୟମାନେ ମତ ଦେଲା ପରେ ନିଷ୍ଠାଭାଇ ପଇସା ପଠେଇବା ବ୍ୟବସ୍ଥା କରିବେ ବୋଲି ଆଶା, ସମସ୍ତଙ୍କୁ ଅନୁରୋଧ ଟିକେ ମତ ଦେବେ । --ଆଦିତ୍ୟ ମହାର (ଆଲୋଚନା) ୧୨:୧୯, ୨୬ ଜୁଲାଇ ୨୦୧୬ (IST)[reply]
  • ଆଦିତ୍ୟ ଭାଇ, ମୁଁ କିଛି ଭୁଲ୍ ବୁଝୁନାହିଁ କିମ୍ବା କାହାକୁ ଆକ୍ଷେପ ମଧ୍ୟ କରୁନି , କମ୍ୟୁନିଟି ତରଫରୁ ୧୦୦୦ ଟଙ୍କା ମଧ୍ୟ କିଛି ବଡ଼ ରାଶି ନୁହଁ ଯେ ଆମେ CIS କୁ ଅନୁରୋଧ କରିବା । ଯଦି ମୋର କଥାରେ କିଛି ଭୁଲ୍ ରହିଯାଇଥାଏ , ମୁଁ ସେଥିପାଇଁ କ୍ଷମା ମଗୁଛି । ମୋର କହିବାର କଥା ବାସ୍ ସେତିକି ଯେ ଯେହେତୁ ପିଲାମାନେ ନିଜର ସମୟ ଦେଇ ଫୋଟୋ ଗୁଡିକ ସଂଗ୍ରହ କରିଛନ୍ତି , ସେମାନଙ୍କ ପରିଶ୍ରମ ସଫଳ କରିବାରେ କମ୍ୟୁନିଟିର ଏତିକି ସାହାଯ୍ୟ ରହିବା ଉଚିତ ।

--Chinmayee Mishra (ମୋ ଆଲୋଚନା) ୧୯:୧୦, ୨୬ ଜୁଲାଇ ୨୦୧୬ (IST)[reply]

  • ସମସ୍ତଙ୍କ ପାଇଁଁ CIS ତରଫରୁ ଗୋଟେ ଛୋଟ ସୂଚନା । ଏ ପ୍ରକଳ୍ପରେ ପୁରୀ ପିଲାଏ ଯେମିତି ଆଗଭର ହୋଇ କାମ କରିଛନ୍ତି ତା ବାବଦରେ କାହାରି ପ୍ରଶ୍ନ ନାହିଁ । ତେଣୁ କମ ହେଉ କି ବେଶି ଆବେଦନ କରିବାରେ କିଛି ଅସୁବିଧା ନାହିଁ । ଯଦି ୧୦୦୦ ଟଙ୍କାରେ ହେଇଯାଉଛି ତାହେଲେ ଭଲ । କିନ୍ତୁ ଯଦି ନ ଅଣ୍ଟୁଛି ତାହେଲେ ଅଧିକ ପାଇଁ ଦୟାକରି ଆବେଦନ କରନ୍ତୁ । ଜଣଙ୍କ ଦାୟିତ୍ୱରେ ରହୁ ସେଇଟା ଆଉ ବାକିମାନେ ମିଶିକରି ନେଇ ଯେତେ ଫଟୋ-ଭିଡ଼ିଓ ଆଦି ଅଛି ଅପଲୋଡ଼ କରିଦିଅନ୍ତୁ । ଏତେ ବଡ଼ କାମଟି ଅଟକି ନ ଯାଉ ଏଥିରେ ଭାଗନେଇଥିବା ଉଇକିଆଳିଏ ନିରାଶ ନ ହୁଅନ୍ତୁ । ଆଉ ଯଦି ସେମାନେ ଚାହୁଁଛନ୍ତି ତାହେଲେ ଓଡ଼ିଆ ଉଇକି ତରଫରୁ ସବୁ ଅଂଶଗ୍ରହଣକାରୀ ଉଇକିଆଳିଙ୍କୁ କିଛି ପୁରସ୍କାର ଆଦି ମଧ୍ୟ ଦିଆଯାଉ । ଆପଣମାନେ ସଭିଏଁ ମିଶି ଭାବନ୍ତୁ କେମିତି ସେମାନଙ୍କ ଏ ବିରାଟ କାମକୁ ଆମ ଉଇକିର ଗୋଟେ ଐତିହ୍ୟ କରି ରଖିହେବ । ଏଇଟା ଆମର ପ୍ରଥମ ଆଉ ସବୁଠୁ ବଡ଼ GLAM ପ୍ରକଳ୍ପ ।--ସୁଭାସିସ ପାଣିଗାହି (ଆଳାପ) ୨୨:୦୪, ୨୯ ଜୁଲାଇ ୨୦୧୬ (IST)[reply]
ଯାହା ହେଉ ଯେମିତି ହେଉ ପ୍ରକଳ୍ପଟିକୁ ପୁରା କରିବାକୁ ଅନୁରୋଧ । ୧୦୦୦ଟଙ୍କାର କଥା ନୁହେଁ କଥା ହେଉଛି ପ୍ରକଳ୍ପ ଟା ସଫଳ ହେବା । ତେଣୁ ସିଏଆଇଏସ ବା ପୁରୁଣା ଟଙ୍କା ଯିଏ ବି ସମର୍ଥନ କଲେ ଭଲ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୧୦, ୩୦ ଜୁଲାଇ ୨୦୧୬ (IST)[reply]