ଇବ ନଦୀ

ଉଇକିପିଡ଼ିଆ‌ରୁ
ଝାରସୁଗୁଡା ନିକଟରେ ଇବ ନଦୀ 

ଇବ ନଦୀ ,ମହାନଦୀର ଏକ ଉପନଦୀ ।[୧] ଏହା ଉତ୍ତର ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପ୍ରବାହିତ ହୋଇ ହୀରାକୁଦ ଜଳଭଣ୍ଡାରରେ ପତିତ ହୁଏ । ଏହାର ଉତ୍ପତ୍ତି ପାଣ୍ଡରାପେଟ ପାଖ ପାହାଡ଼ର[୨] ୭୬୨ ମିଟର ଉଚ୍ଚତାରୁ ହୋଇଛି । ଏହା ଛତିଶଗଡ଼ ରାଜ୍ୟର ରାୟପୁରଜଶପୁର ଜିଲ୍ଲା ଦେଇ ପ୍ରବାହିତ ହୋଇ ଆସି ଓଡ଼ିଶା ରାଜ୍ୟର ଝାରସୁଗୁଡ଼ାସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରି ପରିଶେଷରେ ହୀରାକୁଦ ବନ୍ଧର ଜଳଭଣ୍ଡାରରେ ପତିତ ହୁଏ । 

ଇବ ଉପତ୍ୟକାର ବହୁତ ଅଞ୍ଚଳ କୋଇଲା ଖଣିଦ୍ୱାରା ସମୂର୍ଦ୍ଧ । ଝାରସୁଗୁଡ଼ା ନିକଟସ୍ଥ ମହାନଦୀ କୋଇଲାଖଣିର ଅଧିକାଂଶ ଅଞ୍ଚଳ ଏହି ଇବ ନଦୀ ସମୀପରେ ଅବସ୍ଥିତ ।[୩] କୋଇଲା ଓ ହୀରାକୁଦ ଜଳଭଣ୍ଡାରର ଜଳ ଉପଲବ୍ଧ ହେଉଥିବାରୁ ଇବ ନଦୀର ତଟବର୍ତୀ ଅଞ୍ଚଳରେ ବହୁ ପରିମାଣରେ କଳ କାରଖାନା ଗଢ଼ି ଉଠିଛି ।   

ଇବ ନଦୀ ସନ୍ନିକଟ ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଶୋଭା ରାଜି ଥିବା ଅଞ୍ଚଳ ରହିଛି । ଇବ ନଦୀ ସହ ପୌରଣିକ ସଂଯୋଗ ଥିବା ମଧ୍ୟ କୁହାଯାଏ । 

ଆଧାର [ସମ୍ପାଦନା]

  1. "Patnaik inaugurates bridge over river Ib". www.business-standard.com. business-standard. Retrieved 22 August 2019.
  2. "ib river". www.chhattisgarhgyan.in. chhattisgarh gyan. Retrieved 22 August 2019.
  3. "Impact of Surface Runoff from Opencast Coal Mines in the Ib Valley Basin and its Management". ethesis.nitrkl.ac.in. NIT Rourkela. Retrieved 22 August 2019.