କର୍ସନ ଘାବ୍ରି

ଉଇକିପିଡ଼ିଆ‌ରୁ

କର୍ସନ ଦେବଜୀଭାଇ ଘାବ୍ରି (ଜନ୍ମ ୨୮ ଫେବୃଆରୀ ୧୯୫୧) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ଖେଳାଳି । ସେ ଗୁଜରାଟର ରାଜକୋଟଠାରେ ଜନ୍ମ ଗ୍ରହଣ କରି ୧୯୭୪ରୁ ୧୯୮୧ ମଧ୍ୟରେ ଭରତ ପାଇଁ ୩୯ଟି ଟେଷ୍ଟ ଓ ୧୯ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳିଥିଲେ । ସେ ୨ଟି ବିଶ୍ୱ କପ ୧୯୭୫ ଓ ୧୯୭୯ରେ ଭାଗନେଇଥିଲେ । 

ପ୍ରମୁଖ ଅବଦାନ[ସମ୍ପାଦନା]

ଘାବ୍ରି ମୁଖ୍ୟତ ଜଣେ ବାମ  ହାତୀ ମାଧ୍ୟମ ଗତି ବୋଲର ଥିଲେ । ସେ  ତୀବ୍ର ଗତି ସହ ବାମ ହାତୀ ସ୍ପିନ ବୋଲିଂ ମଧ୍ୟ କରିପାରୁଥିଲେ ଓ ତଳ ଅଡରରେ ଜଣେ ଉପଯୋଗୀ ବ୍ଯାଟସମ୍ଯାନ ଭାବରେ ମଧ୍ୟ ଦଳକୁ ନିଜର ଯୋଗଦାନ ଅନେକ ସମୟରେ ଦେଇ ପାରୁଥିଲେ । ସେ ୪ ଥର ୫ ୱିକେଟ ନେବା ସହ ସମୁଦାୟ ୧୦୯ଟି ୱିକେଟ ନେଇଥିଲେ ଭାରତୀୟ ଜାତୀୟ ଦଳ ପାଇଁ ଓ ତା ସଙ୍ଗେ ୨ଟି ଅର୍ଦ୍ଧଶତକୀୟ ପାରି ମଧ୍ୟ ଖେଳିଥିଲେ । ତାଙ୍କର ସର୍ବୋଛ ସ୍କୋର ୮୬ ଥିଲା , ଯାହା ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ବମ୍ବେଠାରେ କରିଥିଲେ । ସେହି ମେଚରେ ସେ ଶୟଦ କିରିମାନିଙ୍କ ସହ ଅଷ୍ଟମ ୱିକେଟ ଯୋଡି ପାଇଁ ୧୨୭ ରଣ ଯୋଡିଥିଲେ ଯାହା କି ସେ ସମୟରେ ଏକ ରେକର୍ଡ ହେଇଥିଲା । ସେହି ଟେଷ୍ଟରେ ଭରତ ବିଜୟୀ ହେଇଥିଲା ଓ ଘାବ୍ରିଙ୍କ ଅବଦାନ ପ୍ରଶଂସିତ ହେଇଥିଲା ।   ଜାତୀୟ ଦଳରେ ସେ ୧୯୭୫ରେ ପଦାର୍ପଣ କରିଥିଲେ ମଧ୍ୟ ୧୯୭୭ରୁ ସେ ନିୟମିତ ଭାବରେ ଦଳରେ ଖେଳିଥିଲେ । ନିଉ ଜିଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପରେ ୧୯୭୮/୭୯ ସେରିଜରେ ସେ ସର୍ବାଧିକ ୨୭ ୱିକେଟ ନେଇଥିଲେ । ୧୯୮୧ରେ ଅଷ୍ଟ୍ରେଲିଆ ସହ ସିରିଜରେ ମଧ୍ୟ ତାଙ୍କର ପ୍ରଦର୍ଶନ ଅତି ମୁଲ୍ୟବାନ ଥିଲା ।ସେହି ସିରିଜର ୩ୟ ଟେଷ୍ଟର ଚତୁର୍ଥ ଦିନ ଅଷ୍ଟ୍ରେଲିଆର ଉଭୟ ପ୍ରାରମ୍ଭିକ ବ୍ଯାଟସମେନଙ୍କୁ ସେ ଲଗ୍  ଲାଗ  2ଟି ବଳରେ ଆଉଟ କରିଦେବାରୁ ଭାରତର ବିଜଯ ସୁଗମ ହେଇଥିଲା । ତାହା ପରେ କପିଲ ଦେବ ଅଷ୍ଟ୍ରେଲିଆ ବେଟିଙ୍ଗକୁ ସମ୍ପୂର୍ଣ୍ଣ ଆୟତ୍ତ କରିନେଇ ପାରିଥିଲେ । 

୧୯୭୮ରେ ପାକିସ୍ତାନର ଫଇସଲାବାଦଠାରେ ମହାନ ଭାରତୀୟ ଖେଳାଳି କପିଲା ଦେବଙ୍କ ଜାତୀୟ ଦଳକୁ  ପଦାର୍ପଣ ହେଲା ବେଳେ ଘାବ୍ରି ତାଙ୍କ ସହ ବୋଲିଂ ଆରମ୍ଭ କରୁଥିଲେ ।  ଅବସର ପ୍ରମୁଖ

ପରିଶେଷରେ ଘାବ୍ରିଙ୍କ ସ୍ଥାନ ଆଉ ଜଣେ ଅଲ ରାଉଣ୍ଡର ମଦନଲାଲ ଦଖଲ କରି ନେଲା ପରେ ୧୮୮୨ରେ ତାଙ୍କର ଅନ୍ତର୍ଜାତିକ ଖେଳ ଜୀବନର ଜବନିକା ପଡିଥିଲା । 

References[ସମ୍ପାଦନା]