କୋଇଲିଘୁଘର ଜଳପ୍ରପାତ

ଉଇକିପିଡ଼ିଆ‌ରୁ
(କୋଇଲି ଘୋଘର ଜଳପ୍ରପାତରୁ ଲେଉଟି ଆସିଛି)
କୋଇଲି ଘୁଘର

କୋଇଲିଘୁଘର ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନ ସ୍ଥାନ ।

ଅବସ୍ଥିତି [ସମ୍ପାଦନା]

ଜାତୀୟ ରାଜପଥ ୨୦୦ରେ ଗୋବିନ୍ଦପୁରରୁ ଝାରସୁଗୁଡା ରାୟପୁର ରାସ୍ତାରେ ଗଲେ କୋଇଲିଘୁଘର ଜଳପ୍ରପାତଠାରେ ପହଞ୍ଚି ହୁଏ । ଜାତୀୟ ରାଜପଥରୁ ୬ କିଲୋମିଟର ଅଭ୍ୟନ୍ତରକୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ହୁଏ । ଗୋବିନ୍ଦପୁର ଗ୍ରାମ ବେଲପାହାଡ ସହରରୁ ପ୍ରାୟ ୨୦ କିଲୋମିଟର ଦୂର । 

ଦର୍ଶନୀୟ ସ୍ଥାନ [ସମ୍ପାଦନା]

କୋଇଲିଘୁଘର ଜଳପ୍ରପାତର ଉଚ୍ଛତା ପ୍ରାୟ ୨୦୦ ମିଟର । ଏହା ଲଖନପୁରର କୁସୁମେଳବାହଲ ଗ୍ରାମ ସନ୍ନିକଟରେ ଅବସ୍ଥିତ । ଜଳପ୍ରପାତରୁ ନିର୍ଗତ କ୍ଷୁଦ୍ର ନଦୀକୁ ଅହିରାଜ କୁହାଯାଏ । ଏହା ଚୁଇଖଞ୍ଚ ଅରଣ୍ୟରୁ ନିର୍ଗତ । ଜଳପ୍ରପାତରୁ ପଟାଁ ହେଲା ପରେ ଏହା ମହାନଦୀରେ ସମରଜିତ ହେବା ଯାଏ ବହି ଯାଏ । ଏହି ସ୍ଥଳଟି ପ୍ରକୃତିକ ସୌନ୍ଦଜ୍ୟରେ ପରିପୂର୍ଣ ହୋଇଥିବାରୁ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । 

ମହେଶ୍ୱରନାଥ ମନ୍ଦିର [ସମ୍ପାଦନା]

ଜଳାପ୍ରପାତ ମଧ୍ୟରେ ଆବିର୍ଭୂତ ହେଇଥିବା ଶିବଲିଙ୍ଗ ଅବସ୍ଥିତ । ତାହା ଅନେକ ସମୟରେ ଦୃଷ୍ଟିଗୋଚର ହେଇ ନ ଥାଏ ଜଳ ପତ୍ତନ କାରଣରୁ । ତେଣୁ ଜଳଧାର ନିକଟରେ ଅନ୍ୟ ଏକ ଶିବଲିଙ୍ଗ ସ୍ଥାପନ କରା ଯାଇ ମନ୍ଦିର ନିର୍ମାଣ କରାଯାଇଛି । 

ପର୍ବ ପର୍ବାଣି [ସମ୍ପାଦନା]

କୋଇଲିଘୁଘରଠାରେ ଥିବା ମହେଶ୍ୱରନାଥ ମନ୍ଦିରରେ ସବୁଠୁ ବଡ଼ ଉତ୍ଶବ ଭାବରେ ଶିବରାତ୍ରି ପାଳନ କରାଯାଏ । ଏହା ବ୍ୱ୍ୟତୀତ ଶ୍ରାବଣ ମାସରେ ବୋଲବମ ଭକ୍ତ ବହୁ ସଂଖ୍ୟାରେ ପ୍ରତି ସୋମବାର ଦିନ ଏଠାକୁ ଆସି ପୂଜା କରିଥାନ୍ତି ।  

ପିକନିକ ସ୍ଥଳ[ସମ୍ପାଦନା]

ଉତ୍ତମ ପ୍ରକୃତିକ ସୁନ୍ଦରତା ସହ ଜଳପ୍ରପାତର ଝରଣା ଯୋଗୁ କୋଇଲିଘୁଘର ଝାରସୁଗୁଡା ତଥା ନିକଟ ବାରଟି ଜିଲ୍ଲାମାନଙ୍କ ପାଇଁ ଖୁବ ପସନ୍ଦର ପିକନିକ ସ୍ଥଳ ଭାବରେ ବିଖ୍ୟାତ । ପ୍ରତି ବର୍ଷ ପିକନିକ ଋତୁରେ ( ଦେସେମ୍ବର -ଜାନୁୟାରୀ ) ବହୁସଂଖ୍ୟକ ସ୍କୁଲ , କଲେଜ ଓ ଅନନ୍ୟ ଅନୁଷ୍ଠାନ ମାନ ଏଠାକୁ ପିକ୍ନିକ ପାଇଁ ଆସନ୍ତି । ଗମନା ଗମନର ସୁବିଧା , ନିକଟରେ ଜାଲ କଥାର ପର୍ଯ୍ୟାପ୍ତ ଉପଲବ୍ଧି ଯୋଗୁ ଏଠାରେ ପିକନିକ ଖୁବ ଆମୋଦକର ହେଇଥାଏ ।

References[ସମ୍ପାଦନା]

ବାହ୍ୟ ଆଧାର [ସମ୍ପାଦନା]