ନୀନା ଗୁପ୍ତା (ଗଣିତଜ୍ଞ)

ଉଇକିପିଡ଼ିଆ‌ରୁ
ଡଃ

ନୀନା ଗୁପ୍ତା
ନୀନା ଗୁପ୍ତା
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାପିଏଚଡି, ଏମ.ମ୍ୟାଥ., ବିଏସସି (ଅନ୍ସ)
ଶିକ୍ଷାନୁଷ୍ଠାନଆଇଏସଆଇ, ବେଥୁନ କଲେଜ
ପ୍ରସିଦ୍ଧିତାଙ୍କୁ ଜାରିକି କ୍ୟାନ୍ସଲେସନ ପ୍ରୋବ୍ଲେମରେ ସକରାତ୍ମକ ଗୁଣର ବିକଳ୍ପ ସମାଧାନ
ବିଜ୍ଞାନୀ ଜୀବନ
କ୍ଷେତ୍ରଗଣିତ, ବିନିମୟ ବୀଜଗଣିତ (କମ୍ୟୁନିକେଟିଭ ଆଲଜେବ୍ରା), ଆଫିନ ବୀଜଗାଣିତିକ ଜ୍ୟାମିତି
କର୍ମାନୁଷ୍ଠାନଆଇଏସଆଇ, ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ (ଟିଆଇଏଫାଆର
ବୈଜ୍ଞାନିକ ନିବନ୍ଧSome Results on Laurent Polynomial Fibrations and Quasi A* Algebras (2011)
ଡକ୍ଟରୀ ଉପଦେଷ୍ଟାଅମର୍ତ୍ୟ ଦତ୍ତ

ନୀନା ଗୁପ୍ତା କୋଲକାତା ଭାରତୀୟ ପରିସଂଖ୍ୟାନ ଅନୁଷ୍ଠାନର (ଆଇଏସାଆଇ) ପରିସଂଖ୍ୟାନ ଓ ଗଣିତ ବିଭାଗର ଜଣେ ଉପପ୍ରାଧ୍ୟାପକ । ବିନିମୟ ବୀଜଗଣିତ (କମ୍ୟୁନିକେଟିଭ ଆଲଜେବ୍ରା) ଓ ଆଫିନ ବୀଜଗାଣିତିକ ଜ୍ୟାମିତି ତାଙ୍କର ପ୍ରାଥମିକ ଅଧ୍ୟୟନ । ଗୁପ୍ତା ଆଗରୁ ଆଇଏସାଅଇର ଜଣେ ପରିଦର୍ଶନୀ ବୈଜ୍ଞାନିକ ଓ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ (ଟିଆଇଏଫାଅଅର)ର ପରିଦର୍ଶନୀ ଫେଲୋ ଥିଲେ ।

ଗୁପ୍ତା ୨୦୦୬ ମସିହାରେ ଗଣିତରେ ଅନର୍ସ ରହିତ ବେଥୁନ କଲେଜରୁ ସ୍ନାତକ ଲାଭକରିଥିଲେ । ପରେ ସେ ୨୦୦୮ ମସିହାରେ ଆଇଏସାଅଇରୁ ଗଣିତରେ ସ୍ନାତକୋତ୍ତର ଲାଭକରିଥିଲେ ।[୧] ୨୦୧୧ ମସିହାରେ ସେ ବୀଜଗାଣିତିକ ଜ୍ୟାମିତିରେ ପ୍ରଫେସର ଅମର୍ତ୍ୟ କୁମାର ଦତ୍ତଙ୍କ ଅଧୀନରେ ଡକ୍ଟରେଟ ଲାଭ କରିଥିଲେ ।[୨] ଗୁପ୍ତାଙ୍କ ପିଏଚଡି ନିବନ୍ଧର ନାମ ଥିଲା "Some Results on Laurent Polynomial Fibrations and Quasi A* Algebras"[୩]

ଗୁପ୍ତା ୨୦୧୪ ମସିହାରେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀର ଯୁବ ବୈଜ୍ଞାନିକ ପୁରସ୍କାରରେ ସମ୍ମାନୀତ ।[୪] ଏହା ତାଙ୍କୁ ଜାରିକି କ୍ୟାନ୍ସଲେସନ ପ୍ରୋବ୍ଲେମର ସକରାତ୍ମକ ଗୁଣରେ ସମାଧାନ ନିମନ୍ତେ ଦିଆଯାଇଥିଲା ।[୫] ୨୦୧୩ରେ ଏହି କାମ ଉପରେ ମତବାଦକୁ ଭିତ୍ତିକରି ୨୦୧୩ ମସିହାରେ ତାଙ୍କୁ ଟିଆଇଏଫାଆର ପୁରାତନ ଛାତ୍ରସଂସଦ ତରଫରୁ "ସରସ୍ୱତୀ କୌସିକ ମେଡ଼ାଲ"ରେ ସମ୍ମାନୀତ କରାଯାଇଥିଲା ।[୬]

ପ୍ରକାଶନ[ସମ୍ପାଦନା]

  • A Survey on Zariski Cancellation Problem, ଇଣ୍ଡିଆନ ଜର୍ଣ୍ଣାଲ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ ମ୍ୟାଥମାଟିକ୍ସ, ଡିସେମ୍ବର ୨୦୧୫2015[୭]
  • On Faithfully Flat Fibrations by a Punctured Line, ଜର୍ଣ୍ଣାଲ ଅଫ ଆଲଜେବ୍ରା, ଅକ୍ଟୋବର ୨୦୧୪[୮]
  • On the family of affine threefolds x^m y= F(x, z, t), କମ୍ପୋଜିଟୋ ମ୍ୟାଥମାଟିକା, ଜୁନ ୨୦୧୪[୯]
  • ଧ୍ୱନିତା ଆର. ରାଓଙ୍କ ସହ, On the non-injectivity of the Vaserstein symbol in dimension three, Journal of Algebra, February 2014
  • On Zariski's Cancellation Problem in Positive Characteristic, ଜର୍ଣ୍ଣାଲ ଅଫ ଆଲଜେବ୍ରା, ସେପ୍ଟେମ୍ବର ୨୦୧୩
  • A Counter-example to the Cancellation Problem for the Affine Space A^3 in Characteristic p, ଇନଭେଣ୍ଟିଅନ୍ସ ମ୍ୟାଥମାଟିକେ, ଅଗଷ୍ଟ ୨୦୧୨
  • ଅମର୍ତ୍ୟ କୁମାର ଦତ୍ତ ଓ ନୋବୁହାରୁ ଅନଡ଼ାଙ୍କ ସହ, Some Patching Results on Algebras over Two-dimensional Factorial Domains, ଜର୍ଣ୍ଣାଲ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ ଆଲଜେବ୍ରା, ଜୁଲାଇ ୨୦୧୨
  • ଏସ.ଏମ. ଭଟୱାଡ଼େକରଙ୍କ ସହ, The Structure of a Laurent Polynomial Fibration in n Variables, ଜର୍ଣ୍ଣାଲ ଅଫ ଆଲଜେବ୍ରା, ମାର୍ଚ୍ଚ ୨୦୧୨
  • ଏସ.ଏମ. ଭଟୱାଡ଼େକରଙ୍କ ସହ, On Locally Quasi A ∗ Algebras in Codimension-one over a Noetherian Normal Domain, ଜର୍ଣ୍ଣାଲ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ ଆଲଜେବ୍ରା, ସେପ୍ଟେମ୍ବର ୨୦୧

ଆଧାର[ସମ୍ପାଦନା]

  1. "Alumnus Page". Bethune College. Retrieved 5 Sep 2016.
  2. "Amartya Dutta Page". Mathematics Genealogy Project. Retrieved 5 Sep 2016.
  3. "ISI Stat-Math Unit Annual Report 2011-12". ISI. Retrieved 29 Aug 2016.
  4. "Young Scientists Awards". INSA. Retrieved 28 Aug 2016.
  5. "On the Zariski Cancellation Problem". Bar-Ilan University. Archived from the original on 28 August 2016. Retrieved 28 Aug 2016.
  6. "TIFR Endowment Fund Awards". TIFR. Retrieved 28 Aug 2016.
  7. "Indian Journal of Pure and Applied Mathematics Volume 46 Extract" (PDF). INSA. Retrieved 28 Aug 2016.
  8. "ResearchGate Neena Gupta Publications". ResearchGate. Retrieved 28 Aug 2016.
  9. "Compositio Mathematica Abstract". Cambridge Journals. Retrieved 29 Aug 2016.