ହାସିମୋଟୋସ ଥାଇରଏଡାଇଟିସ

ଉଇକିପିଡ଼ିଆ‌ରୁ
ହାସିମୋଟୋସ ଥାଇରଏଡାଇଟିସ
ଇଂରାଜୀ ପ୍ରତିଶବ୍ଦ - chronic lymphocytic thyroiditis, autoimmune thyroiditis, struma lymphomatosa
ଜଣେ ହାସିମୋଟୋସ ଥାଇରଏଡାଇଟିସ ରୋଗୀର ଥାଇରଏଡ ଗ୍ରନ୍ଥିର ଅଣୁବୀକ୍ଷଣ ଯନ୍ତ୍ରରେ ଦୃଶ୍ୟ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିendocrinology[*]
ଆଇସିଡ଼ି-୧୦E06.3
ଆଇସିଡ଼ି-୯-ସିଏମ୍245.2
ଓଏମ୍‌ଆଇଏମ୍140300
ରୋଗ ଡାଟାବେସ5649
ଇ-ମେଡ଼ିସିନmed/949
Patient UKହାସିମୋଟୋସ ଥାଇରଏଡାଇଟିସ
MeSHD050031

ହାସିମୋଟୋସ ଥାଇରଏଡାଇଟିସ (ଇଂରାଜୀ ଭାଷାରେHashimoto's thyroiditis ବା chronic lymphocytic thyroiditis) ଏକ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି କ୍ରମାନୁସାରେ ନଷ୍ଟ ହୋଇଯାଏ । [୧] ଆରମ୍ଭରୁ କୌଣସି ଲକ୍ଷଣ ନ ଥାଇପାରେ ।[୧] ସମୟ କ୍ରମେ ଥାଇରଏଡର ଆକାର ବଢ଼ିଯାଇ ଏକ କଷ୍ଟବିହୀନ ଗଳଗଣ୍ଡ/ଗଏଟର (goitre) ତିଆରି ହୁଏ ।[୧] ଅବଶେଷରେ କେତେକ ଲୋକଙ୍କର ହାଇପୋଥାଇରଏଡିଜ୍ମ (hypothyroidism) ହୋଇ ଓଜନ ବୃଦ୍ଧି, ଥକ୍କା ଲାଗିବା (feeling tired), କୋଷ୍ଠକାଠିନ୍ୟ, ଅବସାଦ (depression) ଓ ଶାରୀରିକ ଯନ୍ତ୍ରଣା ଆଦି ଲକ୍ଷଣ ପ୍ରକାଶ ପାଏ ।[୧] ଅନେକ ବର୍ଷ ପରେ ଥାଇରଏଡର ଆକାର କମିଯାଇ ଶୁଖିଯାଏ ।[୧] ଏହି ରୋଗ ଜଟିଳ ହୋଇ ଥାଇରଏଡ ଲିମ୍ଫୋମା (thyroid lymphoma) ସୃଷ୍ଟି ହୋଇପାରେ ।[୨]

ଜେନେଟିକ (genetic|) ଓ ପରିବେଶ (environmental factors) ପ୍ରଭାବ ଯୋଗୁ ହାସିମୋଟୋସ ଥାଇରଏଡାଇଟିସ ହୋଇପାରେ ।[୩] ଏହି ରୋଗର ପାରିବାରିକ ଇତିହାସ ଥିଲେ ବା ଅନ୍ୟ କୌଣସି ଅଟୋଇମ୍ମ୍ୟୁନ (autoimmune disease) ରୋଗ ଥିଲେ ହାସିମୋଟୋସ ଥାଇରଏଡାଇଟିସ ସଙ୍କଟ ରହେ । [୧] ରକ୍ତରୁ ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (TSH), ଟି୪ (T4), ଓ ଆଣ୍ଟିଥାଇରଏଡ ଆଣ୍ଟିବଡି (antithyroid antibodies) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।.[୧] ଗ୍ରେଭସ ଡିଜିଜ (Graves’ disease) ଓ ନନ୍‌ଟକ୍ସିକ ନୋଡ୍ୟୁଲାର ଗଏଟର (nontoxic nodular goiter) ରୋଗମାନଙ୍କରେ ମଧ୍ୟ ସମାନ ଧରଣର ଲକ୍ଷଣ ପ୍ରକାଶ ପାଏ ।[୪]

ହାସିମୋଟୋସ ଥାଇରଏଡାଇଟିସ ରୋଗରେ ହାଇପୋଥିରଏଡିଜ୍ମ ଥାଉ ବା ନ ଥାଉ, ଲେଭୋଥାଇରକ୍ସିନ (levothyroxine) ଦେଇ ଚିକିତ୍ସା କରାଯାଏ ।[୧] ହାଇପୋଥିରଏଡିଜ୍ମ ନ ଥିଲେ ଅନେକ ଚିକିତ୍ସା କରିବାକୁ ସୁପାରିସ କରନ୍ତି ନାହିଁ, ଅନ୍ୟ କେତେକ ଗଏଟର ଆକାର କମେଇବା ନିମନ୍ତେ ଚେଷ୍ଟା କରିବାକୁ ଚିକିତ୍ସା କରନ୍ତି ।[୧] ଯେଉଁମାନଙ୍କର ହାଇପୋଥିରଏଡିଜ୍ମ ଅଛି, ସେମାନେ ବ‌ହୁତ ପରିମାଣର ଆୟୋଡିନ ଖାଇବାରୁ ବିରତ ରହିବା ଉଚିତ; କିନ୍ତୁ ଗର୍ଭାବସ୍ଥାରେ ଯଥେଷ୍ଟ ଆୟୋଡିନ ଖାଇବା ଆବଶ୍ୟକ । [୧] ଗଏଟର ଚିକିତ୍ସା ନିମନ୍ତେ କ୍ୱଚିତ୍ ଅପରେଶନ ଦରକାର ହୁଏ ।[୪]

ଜନସଂଖ୍ୟାର ୫% ଲୋକ ହାସିମୋଟୋସ ଥାଇରଏଡାଇଟିସ ରୋଗଦ୍ୱାରା ପୀଡ଼ିତ ହୁଅନ୍ତି ।[୩] ଏହି ରୋଗ ୩୦ରୁ ୫୦ ବର୍ଷ ବ‌ଯସ ମଧ୍ୟରେ ବାହାରେ ଓ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧][୫] ଏହି ରୋଗ ହାର ବୃଦ୍ଧି ପାଇବାକୁ ଲାଗିଛି ।[୪] ସନ ୧୯୧୨ରେ ଜାପାନର ଚିକିତ୍ସକ ହାକାରୁ ହାସିମୋଟୋ (Hakaru Hashimoto) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୬] ସନ ୧୯୫୭ରେ ଏହା ଏକ ଅଟୋଇମ୍ମ୍ୟୁନ ରୋଗ ଭାବରେ ଚିହ୍ନଟ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Hashimoto's Disease". NIDDK. May 2014. Retrieved 9 August 2016.
  2. Noureldine, SI; Tufano, RP (January 2015). "Association of Hashimoto's thyroiditis and thyroid cancer". Current opinion in oncology. 27 (1): 21–5. PMID 25390557.
  3. ୩.୦ ୩.୧ Pyzik, A; Grywalska, E; Matyjaszek-Matuszek, B; Roliński, J (2015). "Immune disorders in Hashimoto's thyroiditis: what do we know so far?". Journal of immunology research. 2015: 979167. PMID 26000316.
  4. ୪.୦ ୪.୧ ୪.୨ Akamizu, T; Amino, N; DeGroot, LJ; De Groot, LJ; Beck-Peccoz, P; Chrousos, G; Dungan, K; Grossman, A; Hershman, JM; Koch, C; McLachlan, R; New, M; Rebar, R; Singer, F; Vinik, A; Weickert, MO (2000). "Hashimoto's Thyroiditis". PMID 25905412. {{cite journal}}: Cite journal requires |journal= (help)
  5. Hiromatsu, Y; Satoh, H; Amino, N (2013). "Hashimoto's thyroiditis: history and future outlook". Hormones (Athens, Greece). 12 (1): 12–8. PMID 23624127.
  6. Shoenfeld, Yehuda; Cervera, Ricard; Gershwin, M. Eric (2010). Diagnostic Criteria in Autoimmune Diseases (in ଇଂରାଜୀ). Springer Science & Business Media. p. 216. ISBN 9781603272858.
  7. Moore, Elaine A.; Wilkinson, Samantha (2009). The Promise of Low Dose Naltrexone Therapy: Potential Benefits in Cancer, Autoimmune, Neurological and Infectious Disorders (in ଇଂରାଜୀ). McFarland. p. 30. ISBN 9780786452583.