ନିନୋ

ଉଇକିପିଡ଼ିଆ‌ରୁ

ନିନୋ ହେଉଛି କମ୍ପ୍ୟୁଟର୍ ବିଜ୍ଞାନରେ ବ୍ୟବ‌ହାର କରାଯାଉଥିବା ଏକ ଶବ୍ଦ । ଏହାର ପୂର୍ଣ୍ଣ ଅର୍ଥ ହେଉଛି Nothing In, Nothing Out । ଅନ୍ୟ ପ୍ରକାରରେ କ‌ହିଲେ, ଗୋଟିଏ କମ୍ପ୍ୟୁଟର୍ ପ୍ରୋଗ୍ରାମ୍‌କୁ କୌଣସି ଡାଟା ଦିଆ ନ ଗଲେ ପ୍ରୋଗ୍ରାମ୍‌ଟି କୌଣସି ଫଳ ବା ରେଜଲ୍ଟ୍ ଦିଏ ନାହିଁ ବୋଲି ଏହି ଶବ୍ଦଟି ଦର୍ଶାଇଥାଏ । ଅର୍ଥାତ୍, କୌଣସି ଇନ୍‌ପୁଟ୍ ନ ଥିଲେ କୌଣସି ଆଉଟ୍‌ପୁଟ୍ ମଧ୍ୟ ମିଳିବ ନାହିଁ (No Input, No Output) ।[୧] କମ୍ପ୍ୟଟର୍‌ରେ ହେଉଥିବା ପ୍ରତ୍ୟେକ କାମ ଇନ୍‌ଫର୍ମେସନ୍ ପ୍ରୋସେସିଂଦ୍ୱାରା ହୋଇଥାଏ । ଏହି ଇନ୍‌ଫର୍‌ମେସନ୍‌ଗୁଡ଼ିକ ହିଁ ଇନ୍‌ପୁଟ୍ ଆକାରରେ କମ୍ପ୍ୟୁଟର୍‌କୁ ଦିଆଯାଇଥାଏ । ତେଣୁ କୌଣସି ଇନ୍‌ପୁଟ୍ ଦିଆ ନ ଗଲେ, ଅର୍ଥାତ୍ ପ୍ରୋସେସିଂ ପାଇଁ କୌଣସି ଇନ୍‌ଫର୍‌ମେସନ୍ ଦିଆ ନ ଗଲେ, କମ୍ପ୍ୟୁଟର୍ କୌଣସି ଆଉଟ୍‌ପୁଟ୍ ଦେଇପାରେ ନାହିଁ । କେତେକ ଇନ୍‌ପୁଟ୍ ମଣିଷଦ୍ୱାରା ଦିଆଯାଇଥାଏ । ଉଦାହରଣ ସ୍ୱରୂପ, ୱାର୍ଡ଼୍ ପ୍ରୋସେସର୍‌ରେ ଟେକ୍ସ୍‌ଟ୍ ଟାଇପ୍ କରିବା କିମ୍ବା ୱେବ୍ ବ୍ରାଉଜର୍‌ରେ କୌଣସି ଲିଙ୍କ୍‌‌ ଉପରେ କ୍ଲିକ୍ କରିବା ଏହି ପ୍ରକାର ଇନ୍‌ପୁଟ୍‌‌ର ଅନ୍ତର୍ଗତ । ଆଉ କେତେକ ଇନ୍‌ପୁଟ୍ ଅନ୍ୟ ସଫ୍‌ଟ୍ଓୟାର୍, ଯଥା ବୁଟ୍‌ଷ୍ଟ୍ରାପ୍ ଅପରେସନ୍ ବା ବଟ୍,ଦ୍ୱାରା ମଧ୍ୟ ଦିଆଯାଇଥାଏ । କମ୍ପ୍ୟୁଟର୍ ପ୍ରୋଗ୍ରାମିଂ କ୍ଷେତ୍ରରେ NINO ଗୋଟିଏ ଫଙ୍କ୍‌ସନ୍ କିଛି ରେଜଲ୍ଟ୍ ନ ଦେବାର କାରଣ ଦର୍ଶାଇବାରେ ସାହାଯ୍ୟ କରିଥାଏ । ଠିକ୍ ଭାବେ ରନ୍ କରିବା ପାଇଁ ଆବଶ୍ୟକ ହେଉଥିବା ପାରାମିଟର୍ ବା ଇନ୍‌ପୁଟ୍ ଫଙ୍କ୍‌ସନ୍‌ଟିକୁ ଦିଆଯାଇ ନ ଥିଲେ, ଫଙ୍କ୍‌ସନ୍‌ଟି ରନ୍ କରି ନ ପାରି ଫେଲ୍ ହୋଇଯାଏ ବା ନଲ୍ (NULL) ଭ୍ୟାଲୁ ଦେଇଥାଏ । ଫଙ୍କ୍‌ସନ୍‌ଟିକୁ ଭୁଲ୍ ଇନ୍‌ପୁଟ୍ ଦିଆଗଲେ, ଏହା ଗାର୍ବେଜ୍ ରେଜଲ୍ଟ୍ ଦେଇଥାଏ ଅଥବା କୌଣସି ରେଜଲ୍ଟ୍ ଦେଇ ନ ଥାଏ । ଏହି ପ୍ରକ୍ରିୟାକୁ GIGO କୁହାଯାଏ । ଗୋଟିଏ ଉନ୍ନତମାନର ପ୍ରୋଗ୍ରାମ୍ ବା ଫଙ୍କ୍‌ସନ୍ ଦିଆଯାଇଥିବା ସବୁ ଇନ୍‌ପୁଟ୍‌କୁ ଭଲଭାବେ ପରୀକ୍ଷା କରିସାରିବା ପରେ, କୌଣସି ଇନ୍‌ପୁଟ୍ ଦିଆଯାଇ ନ ଥିଲେ କିମ୍ବା କୌଣସି ଇନ୍‌ପୁଟ୍ ଭୁଲ୍ ଥିଲେ ଏରର୍ ମେସେଜ୍ ଦେଖାଇଥାଏ ।

ଆଧାର[ସମ୍ପାଦନା]

  1. "NINO". Retrieved 14 July 2016. {{cite web}}: |first= missing |last= (help)