ଅଲସରେଟିଭ କୋଲାଇଟିସ

ଉଇକିପିଡ଼ିଆ‌ରୁ
ଅଲସରେଟିଭ କୋଲାଇଟିସ
ଲୋଲୋନରେ ଅଲସରେଟିଭ କୋଲାଇଟିସ ହୋଇଥିବା କୋଲୋନୋସ୍କୋପି Endoscopic ଦୃଶ୍ୟ । କୋଲୋନର ଭିତର ପାଖ ଭାଙ୍ଗିଯାଇଥିବା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K51.
ଆଇସିଡ଼ି-୯-ସିଏମ୍556
ଓଏମ୍‌ଆଇଏମ୍191390
ରୋଗ ଡାଟାବେସ13495
ମେଡ଼ିସିନ-ପ୍ଲସ000250
ଇ-ମେଡ଼ିସିନmed/2336
Patient UKଅଲସରେଟିଭ କୋଲାଇଟିସ
MeSHD003093

ଅଲସରେଟିଭ କୋଲାଇଟିସ (ଇଂରାଜୀ ଭାଷାରେ Ulcerative Colitis ବା UC) ଏକ ଦୀର୍ଘକାଳୀନ ବା କ୍ରନିକ ବେମାରୀ ଯେଉଁଥିରେ ବୃହଦନ୍ତ୍ରମଳାଶୟରେ ପ୍ରଦାହ ହୋଇ ଘାଆ ହୋଇଯାଏ ।[୧][୨] ଏହାର ପ୍ରାଥମିକ ଲକ୍ଷଣ: ଉଦର ଯନ୍ତ୍ରଣାରକ୍ତ ମିଶ୍ରିତ ତରଳ ଝାଡ଼ା । ଏହା ବ୍ୟତୀତ ଓଜନ ହ୍ରାସ (Weight loss), ଜ୍ୱର, ଓ ଆନିମିଆ ହୋଇପାରେ । ଅନେକ ସମୟରେ ଲକ୍ଷଣ ଧୀରେ ଧୀରେ ଆସନ୍ତି ଓ ସାଧାରଣରୁ ସାଂଘାତିକ ହୋଇପାରନ୍ତି । ଲକ୍ଷଣ ଗୁଡ଼ିକ ମଝିରେ ମଝିରେ ପ୍ରକାଶ ପାଏ ଓ ମଧ୍ୟବର୍ତ୍ତୀ ସମୟରେ କୌଣସି ଲକ୍ଷଣ ନ ଥାଏ ।[୧] ଏହି ରୋଗ ଜଟିଳ ହେଲେ ମେଗାକୋଲୋନ (megacolon), କୋଲୋନ କର୍କଟ (colon cancer) ଓ ଚକ୍ଷୁ, ଗଣ୍ଠି ବା ଯକୃତରେ ପ୍ରଦାହ ହୋଇପାରେ ।[୩][୧]

ଏହି ରୋଗର କାରଣ ଅଜଣା ଅଛି ।[୧] ଏହାର କାରଣ ରୂପେ ଅଟୋଇମ୍ମ୍ୟୁନ କାରକ (immune system dysfunction), ଜେନେଟିକ (genetics), ଅନ୍ତନଳୀ ଜୀବାଣୁ ପରିବର୍ତ୍ତନ ଓ ପରିବେଶ ଇତ୍ୟାଦିକୁ ସମ୍ଭାବ୍ୟ କାରଣ ମନେ କରାଯାଉଛି ।[୧][୪] ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ହେଉଥିବାର କାରଣରୁପେ ଅତ୍ୟଧିକ ସ୍ୱାସ୍ଥ୍ୟରକ୍ଷା (less exposure to intestinal infections), ପଶ୍ଚିମ ଖାଦ୍ୟ (Western diet) ଓ ଜୀବନ‌ଚର୍ଯ୍ୟାକୁ ଦାୟୀ କରାଯାଇଛି ।[୨][୫] ଅଳ୍ପ ବୟସରେ ଆପେଣ୍ଡିକ୍ସ ବାହାର କରିଦେଲେ ସୁରକ୍ଷା ମିଳିପାରେ ।[୫] କୋଲୋନୋସ୍କୋପି (colonoscopy) ଓ ଟିସୁ ବାୟୋପ୍ସି (tissue biopsies) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease/ IBD) ଦଳର କ୍ରନ ରୋଗ (Crohn's disease) ଓ ମାଇକ୍ରୋସ୍କୋପିକ କୋଲାଇଟିସ (microscopic colitis) ଭଳି ଏହା ଏକ ପ୍ରକାର ରୋଗ ।[୧]

ଖାଦ୍ୟ ପରିବର୍ତ୍ତନ କଲେ ଲକ୍ଷଣରେ ଉନ୍ନତି ହୁଏ । ଉପଶମ କରିବା ଓ ରଖିବା ନିମନ୍ତେ ଅନେକ ପ୍ରକାର ଔଷଧ ବ୍ୟବ‌ହାର କରାଯାଏ । ଆମିନୋସାଲିସିଲେଟ (aminosalicylates) ସଲଫାସାଲାଜିନ (sulfasalazine), ସ୍ଟିରଏଡ (steroids), ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଯେପରିକି ଆଜାଥାଇଓପ୍ରିନ (azathioprine), ଓ ବାୟୋଲୋଜିକାଲ ଥେରାପି ଦିଆଯାଏ । ରୋଗ ସାଂଘାତିକ ହୋଇଥିଲେ ଅପରେଶନ କରି କୋଲୋନ କାଢ଼ିଦିଆଯାଏ (Removal of the colon by surgery) ।[୧] ପ୍ରୋକ୍ଟୋକୋଲେଟୋମି କଲେ (Removal of the colon and rectum) ଏହି ରୋଗ ଆରୋଗ୍ୟ ହୋଇଯାଏ ।[୫][୧]

ସନ ୧୮୫୦ରେ ଅଲସରେଟିଭ କୋଲାଇଟିସ ବିଷୟରେ ପ୍ରଥମ ବର୍ଣ୍ଣନା ବାହାରିଥିଲା ।[୫] ପ୍ରତି ବର୍ଷ ଏକ ଲକ୍ଷ ଲୋକରେ ୧-୨୦ ନୂଆ ଲୋକଙ୍କୁ ଏହି ରୋଗ ହୁଏ ଓ ଏକ ଲକ୍ଷ ଲୋକରେ ୫-୫୦ ଲୋକ ଆକ୍ରାନ୍ତ ହୁଅନ୍ତି ।[୫][୨] ଉତ୍ତର ଆମେରିକା ଓ ୟୁରୋପରେ ଏହା ଏକ ସାଧାରଣ ରୋଗ ଭାବରେ ଗଣ୍ୟ ହୁଏ ।[୫] ୧୫ରୁ ୩୦ ବର୍ଷ ବୟସ ମଧ୍ୟରେ ଓ ୬୦ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ ।[୧] ପୁରୁଷ ଓ ମହିଳାମାନେ ସମ ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୨] ସନ ୧୯୫୦ ପରଠାରୁ ଏହା ଅପେକ୍ଷାକୃତ ସାଧାରଣ ରୋଗ ହୋଇଯାଇଛି ।[୫][୨] ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରନସ ରୋଗ ଓ ଅଲସରେଟିଭ କୋଲାଇଟିସ ମିଶି ପ୍ରାୟ ୫୦୦,୦୦୦ରୁ ୨ ନିୟୁତ ଲୋକଙ୍କୁ ଆକ୍ରମଣ କରନ୍ତି ।[୬] ଉପ‌ଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜନସଂଖ୍ୟା ସ‌ହ ସମାନ ମୃତ୍ୟୁ ସଙ୍କଟ ରହେ ।[୩]

Video explanation

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Ulcerative Colitis". NIDDK. September 2014. Archived from the original on 28 July 2016. Retrieved 3 August 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Ford, AC; Moayyedi, P; Hanauer, SB (5 February 2013). "Ulcerative colitis". BMJ (Clinical research ed.). 346: f432. PMID 23386404.
  3. ୩.୦ ୩.୧ Wanderås, Magnus Hofrenning; Moum, Bjørn A; Høivik, Marte Lie; Hovde, Øistein (2016-05-06). "Predictive factors for a severe clinical course in ulcerative colitis: Results from population-based studies". World Journal of Gastrointestinal Pharmacology and Therapeutics. 7 (2): 235–241. doi:10.4292/wjgpt.v7.i2.235. ISSN 2150-5349. PMC 4848246. PMID 27158539.{{cite journal}}: CS1 maint: unflagged free DOI (link)
  4. Akiho, Hirotada; Yokoyama, Azusa; Abe, Shuichi; Nakazono, Yuichi; Murakami, Masatoshi; Otsuka, Yoshihiro; Fukawa, Kyoko; Esaki, Mitsuru; Niina, Yusuke (2015-11-15). "Promising biological therapies for ulcerative colitis: A review of the literature". World Journal of Gastrointestinal Pathophysiology. 6 (4): 219–227. doi:10.4291/wjgp.v6.i4.219. ISSN 2150-5330. PMC 4644886. PMID 26600980.{{cite journal}}: CS1 maint: unflagged free DOI (link)
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Danese, S; Fiocchi, C (3 November 2011). "Ulcerative colitis". The New England journal of medicine. 365 (18): 1713–25. doi:10.1056/NEJMra1102942. PMID 22047562.
  6. Tamparo, Carol (2011). Fifth Edition: Diseases of the Human Body. Philadelphia, PA: F. A. Davis Company. p. 409. ISBN 978-0-8036-2505-1.