ଛତି

ଉଇକିପିଡ଼ିଆ‌ରୁ

ଛତା ବଡ଼ ଅର୍ଥରେ ଛତି । ଏହା ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ।[୧] ଏହା ଉପରପୃଷ୍ଠ କନା ଚାନ୍ଦୁଆରେ ସୁସଜ୍ଜିତ ହୋଇଥାଏ ।

ଶ୍ରୀମନ୍ଦିରରେ ଛତି[ସମ୍ପାଦନା]

ପ୍ରତି ବାହାର ଓ ଭିତର ବିଜେ, ବେଢ଼ା, ସର୍ବାଙ୍ଗ, ଚନ୍ଦନ ବିଜେ, ସ୍ନାନପୂର୍ଣ୍ଣିିମା ନିମନ୍ତେ ଜଳ ଘେନାଣ ଘରକୁ ଜଳ ବିଜେ ସମୟରେ ଓ ଅନ୍ୟ ଯେଉଁ ସମୟରେ କାହାଳୀ ବାଜେ ସେ ସମୟରେ ଛତି ବ୍ୟବହାର ହୁଏ ।

ଛତାର ସେବକ[ସମ୍ପାଦନା]

ଛତାର ସେବକ ପ୍ରତିଦିନ ବଡ଼ସିଂହାର ପହୁଡ଼ ଅାଳତି ବେଳେ ଶୟନଠାକୁରଙ୍କ ପାଖରେ ଛତି ଧରି କଳାହାଟ ଦ୍ୱାରରେ ଠିଅା ହୁଅନ୍ତି । ପହୁଡ଼ ଅାଳତି ପରେ ଶୟନଠାକୁରଙ୍କ ସହ ଡମ୍ବରୁଠାକୁ ଅାସନ୍ତି । ଅାଳତି ସରିଲେ ଭିତରକୁ ବିଜେକରି ଛତି ଭଣ୍ଡାର ଦ୍ୱାରରେ ରଖନ୍ତି । ଏମାନେ ଛତି, ଓଲାର, ତରାସକଳାକନାଟି ଏପରି ଚାରିପ୍ରକାର ଛତ୍ର ସେବା କରନ୍ତି ।[୨]

ଅମୋଣିହା ଛତାର[ସମ୍ପାଦନା]

ଯେତେ ଘଣ୍ଟ, ଛତା, କାହାଳୀ ଭୋଗ ହୁଏ, ଏ ସେବକ ଛତା ଧରି ଭୋଗବାଟଠାରୁ ଜୟ ବିଜୟ ଦ୍ୱାର ଯାଏଁ ଭୋଗ ଅାଗରେ ଚାଲନ୍ତି । ସ୍ନାନ ପୂଣ୍ଣର୍ମୀ, ପୁଷ୍ୟାଭିଷେକ ଓ ନୀଳାଦ୍ରି ମହୋଦୟରେ ଜଳ ଛେକ ଅାସିଲା ବେଳେ ଛତା ଧରି ଅାଗରେ ଚାଲନ୍ତି ଯେଉଁ ଯେଉଁ ବେଢ଼ରେ ଛତି ଯାଏ (ଯାମକର), ସେ ବେଢ଼ରେ ଛତି ଧରନ୍ତି । ଏ ସେବକ ଅଖଣ୍ଡମେକାପ ଶ୍ରେଣୀର । ସେବା ବଂଶାନୁକମିକ ।[୩]

ଆଧାର[ସମ୍ପାଦନା]

  1. https://or.wiktionary.org/wiki/%E0%AC%9B%E0%AC%A4%E0%AC%BE
  2. https://or.wikisource.org/w/index.php?title=ପୃଷ୍ଠା:ShreeJagannath.pdf/୮୪
  3. https://or.wikisource.org/w/index.php?title=ପୃଷ୍ଠା:ShreeJagannath.pdf/୮୯