ମହୁର

ଉଇକିପିଡ଼ିଆ‌ରୁ

ସକାଳ ୧୧ଟା ସମୟରେ ଭୋଗ ମଣ୍ଡପରେ ହେଉଥିବା ଭୋଗରେ ପ୍ରଭୁଙ୍କୁ ମହୁର ଭୋଗ କରାଯାଏ।

ଉପକରଣ[ସମ୍ପାଦନା]

  • ଦେଶୀଆଳୁ(ଖମ୍ବଆଳୁ) ୨୫୦ ଗ୍ରାମ
  • କନ୍ଦମୂଳ ୧୦୦ ଗ୍ରାମ
  • କଖାରୁ୧୫୦ ଗ୍ରାମ
  • ପୋଟଳ ୮ଟା
  • କଞ୍ଚା କଦଳୀ ୩ଟା
  • ବିରିବଡ଼ି୧୨ଟା
  • ତେଜପତ୍ର ୫ଟା
  • ଜିରା ୨ଚାମଚ
  • ଗୁଆଘିଆ ୬ଚାମଚ
  • ଦରକାର ଅନୁସାରେ ଲୁଣ,ହଳଦୀ ଗୁଣ୍ଡ ଓ ପାଣି ଦେବେ

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ ପନିପରିବା ସବୁକୁ ପରିଷ୍କାର କରି ବାଛି ଦେଇ ଛୋଟ ଛୋଟ କରି କାଟି ରଖିବେ।ଜିରାକୁ ଅଧେ ଭାଜି ଗୁଣ୍ଡ କରି ରଖିବେ।ପରିବା ସହିତ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ସିଝାନ୍ତୁ । ବିରିବଡ଼ିକୁ ଭାଜି ଖଣ୍ଡ ଖଣ୍ଡ କରି ରଖନ୍ତୁ । ୬ଚାମଚ ଘିଅ ଗୋଟିଏ ପାତ୍ରରେ ନେଇ ତାକୁ ଗରମ କରି ସେଥିରେ ତେଜପତ୍ର, ଅବଶିଷ୍ଟ ଜିରା ପକାଇ ଫୁଟାନ୍ତୁ।ଏଥିରେ ସିଝା ପନିପରିବା ଓ ଭଜା ଖଣ୍ଡ ବଡ଼ି ପକାନ୍ତୁ।ଦରକାର ଅନୁସାରେ ପାଣି ଦେଇ ଭଲକରି ଖରଡ଼ି ଦିଅନ୍ତୁ।ତରକାରୀ ଭଲକରି ଫୁଟିଗଲେ ସେଥିରେ ଆଗରୁ ଭଜା ହୋଇଥିବା ଜିରା ଗୁଣ୍ଡ ପକାଇ ଭଲକରି ଗୋଳାଇ ଦେବେ।ବାସ୍ ଏଥର ମହୁର ତରକାରୀ ପ୍ରସ୍ତୁତ ହୋଇଗଲା।