ବ୍ୟବହାରକାରୀ:Snip1/ଭୁବନେଶ୍ଵର ଉଇକିଟୁଙ୍ଗି ଆଲୋଚନା/୨୦୧୪
ଜାନୁଆରୀ[ସମ୍ପାଦନା]
୧୯ ଜାନୂୟାରୀ ୨୦୧୪ ରବିବାର ଦିନ ଭୂବନେଶ୍ୱରର ଉଈକିଆଳିମାନଙ୍କ ଆଲୋଚନା [ସମ୍ପାଦନା]
ଗତ ୧୯ ଜାନୂୟାରୀ ୨୦୧୪ ରବିବାର ଦିନ ବର୍ତ୍ତମାନ ଭୂବନେଶ୍ୱରରେ ରହୁଥିବା ଉଈକିଆଳିମାନଙ୍କୁ ଲକ୍ଷରେ ରଖି ଏକ ଆଲୋଚନାର ଆୟୋଜନ କରାଯାଇଥିଲା । ଏଥିରେ ଓଡିଆ ଉଇକିଆଳି ସୁବାଷ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାଶ ଓ ଜ୍ଞାନରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି ମେଳଣଟି ସୁବାଷ ଚନ୍ଦ୍ର ରାଉତଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ।
- ସମସ୍ତ ଉଇକିଆଳିମାନଙ୍କୁ ଏସଏମଏସ ଓ ଇ-ମେଲ ମାଧ୍ୟମରେ ଯୋଗାଯୋଗ ଓ ଉଇକିପିଡିଆ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ନିୟମିତ ଭାବେ ସୂଚନା ।
- ବର୍ତ୍ତମାନ ଓଡିଆ ଉଇକିପେଡିଆ ସହିତ ଜଡ଼ିତ ହୋଇ ରହିଥିବା ଲୋକମାନଙ୍କ ସହ ଯୋଗାଯୋଗ କହିବାକୁ ଗଲେ ଯାହା ଖାଲି ମେଲିଂଗ୍ ଲିସ୍ଟ୍ ଜରିଆରେ ହେଉଛି ।ଏହି ଯୋଗାଯୋଗ କିପରି ଅଧିକରୁ ଅଧିକ ଲୋକମାନଙ୍କ ସହ ହୋଇପାରିବ ସେଥିପଇଁ ଉଇକିପିଡିଆରେ ଆଗ୍ରହ ଦେଖାଉଥିବା ଲୋକମାନଙ୍କ ମୋବାଇଲ୍ ନମ୍ବର୍ ଆଣି ସେମାନଙ୍କ ଉଇକିପେଡିଆରେ ଆଗକୁ ଥିବା କର୍ମଶାଳା, ଆଲୌଚନା ଈତ୍ଯାଦିର ସୂଚନା ମାନ ଦେଲେ ତାହା ଅଧିକ ଫଳପ୍ରଦ ହୋଇ ପାରନ୍ତା।
- ଉଇକିପିଡିଆରେ ନିୟମିତ ଭାବେ ସଚଳ ରହୁଥିବା ବ୍ୟକ୍ତିମାନଙ୍କୁ କିଛି ବିଶେଷ ପଦ ବା ସେହିଭଳି ମାନକ ଦେବା ।
- ଓଡିଆ ଉଇକିପିଡିଆରେ ନିୟମିତ ଭାବେ ଲେଖାଲେଖି କରୁଥିବା ସଭ୍ୟମାନଙ୍କୁ କିଛି ବିଶେଷ ମାନକ କିମ୍ବା ସମ୍ମାନ ଦେଲେ ତାହା ଅଧିକ ଆଗ୍ରହ ବଢାଇ ପାରନ୍ତା ।
- ମୁଣ୍ଡିଆ ଲେଖା ପାଇଁ ମାନକ ।
- ବର୍ତ୍ତମାନ ଓଡିଆ ଉଇକିପିଡିଆରେ ମୁଣ୍ଡିଆ ଲେଖା ପାଇଁ ସେପରି କିଛି ବିଶେଷ ମାନକ ନାହିଁ ତେଣୁ କିଛି ଗୋଟେ ମାନକ ରଖିଲେ ଭଲ ହୁଅ ନ୍ତା।
- ଭୁବନେଶ୍ଵର ଉଇକିପିଡିଆ ଗୋଷ୍ଠୀ ଗଠନ ଓ ପରିଚାଳନା ପାଇଁ ପ୍ରସ୍ତାବ ।
- ଭୁବନେଶ୍ଵର ଉଇକିପିଡିଆ ଗୋଷ୍ଠୀ ଗଠନ ଓ ପରିଚାଳନା କରିବା ପାଇଁ ପ୍ରସ୍ତାବ ରଖାଗଲା ଏବଂ ପ୍ରାଥମିକ ପଦକ୍ଷେପ ଭାବେ ଭୁବନେଶ୍ଵର ଉଇକିଆଳି ଫେସବୁକ୍ ଗ୍ରୁପ୍ କରାଗଲା ।
ଆପଣ ଏହି ଲିଙ୍କ ଉପରେ କ୍ଲିକ୍ କରି ଦେଖିପାରିବେ।ଏହାର ଦାଇତ୍ଵ ସୁବାଷ୍ ସାରଙ୍କୁ ଦିଆଗଲା ।ଭୁବନେଶ୍ଵର ଉଇକିଆଳିମାନେ ବର୍ତମାନ୍ ସ୍ବଳ୍ପ ଖର୍ଚ ବିନିମୟରେ ସୁବାଷ୍ ସାର୍ ରହୁଥିବା ଆପାର୍ଟ୍ମେନ୍ଟ୍ କମ୍ୟୁନିଟି ହଲକୁ ବ୍ୟବହାର କରିପାରିବେ ।
- ଉଇକିପିଡିଆରେ ବଟ୍ ବ୍ୟବହାର ପାଇଁ ପ୍ରସ୍ତାବ ।
- ଶିତିକଣ୍ଠ ଉଇକିପିଡିଆରେ ବଟ୍ ବ୍ୟବହାର ପାଇଁ ପ୍ରସ୍ତାବ ରଖିଥିଲେ ଏହି ଅଲୋଚନାଟି ଅଧିକ ଉଇକିଆ ଳିମାନଙ୍କ ଉପସ୍ଥିତିରେ ଭଲ ହେବ ବୋଲି ପ୍ରସ୍ତାବ ରଖାଗଲା ।
- ଓଡିଆ ଉଇକିଆଳିମାନଙ୍କର କିସ ଓ କିଟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭୂମିକା ।
- କିସ ଓ କିଟରେ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମରେ ଉଇକିଆଳିମାନେ କଣ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା ।ଏଯାବତ୍ ଏହି କାର୍ଯ୍ୟକ୍ରମରେ ଉଇକିଆଳିମାନଙ୍କ ଭୁମିକା ସ୍ପଷ୍ଟ ହୋଇନାହିଁ।
- ବିଜ୍ଞାନ ପୋର୍ଟାଲର ଉନ୍ନତି ବଛାଲେଖା ଓ ବଛାଛବି ପାଇଁ ପ୍ରସ୍ତାବ ।
- ବିଜ୍ଞାନ ପୋର୍ଟାଲରେ ବଛାଲେଖା ଓ ବଛାଛବି ପାଇଁ ପ୍ରସ୍ତାବ ରଖାଯାଇଥିଲା ଏବଂ ସୁବାଷ୍ ସାର୍ ଏଥିରେ ସହୋଯାଗ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ ।
- ଓଡିଆ ଉଇକିପିଡିଆରେ କିପରି ଅଧିକ ସଚଳ ସଭ୍ୟ ଆସିବେ ସେ ନେଇ ପ୍ରସ୍ତାବ ।
- ବର୍ତ୍ତମାନ ଓଡିଆ ଉଇକିପିଡିଆରେ ସଭ୍ୟ ସଂଖ୍ୟା କିପରି ବଢାଯିବ କିପରି ନୁଆ ସଚଳ ସଭ୍ୟ ଅଣାଯିବ ସେ ବିଷୟରେ ଅଲୋଚନା କରାଯାଇଥିଲା।ଏହା ବିଷୟରେ ଅଧିକ ଅଲୋଚନା ଅଗାମୀ ମାସିକ ଅଲୋଚନାରେ କରାଯିବ ବୋଲି ପ୍ରସ୍ତାବ’ରଖାଯାଇଥିଲା।
- ଅନ୍ୟ ଉଇକିପେଡିଆ ଗୋଷ୍ଠୀମାନଙ୍କ ଠାରୁ ସେମାନଙ୍କ କାର୍ଯ୍ୟପନ୍ଥା ବିଷୟରେ ବୁଝିବା ଓ ଓଡିଆ ଉଇକିପିଡିଆରେ ପ୍ରଣୟନ କରିବା ।
- ଭାରତରେ ଥିବା ଅନ୍ୟ ଉଇକିପିଡିଆ ଗୋଷ୍ଠୀମାନଙ୍କ ଠାରୁ ସେମାନଙ୍କ କାର୍ଯ୍ୟପନ୍ଥା ଓ ସେମାନେ କିପରି ଅଧିକ ସଚଳ ଉଇକିଆଳି ଅଣିପାରୁଛନ୍ତି ସେ ନେଇ ଅଲୋଚନା କରାଯାଇଥିଲା ଏବଂ କିପରି ସେହି ଅନ୍ୟ ଗୋଷ୍ଠୀମାନଙ୍କ ସହ ଯୋଗାଯୋଗ କରି ଅଧିକ ତଥ୍ୟ ଅଣାଯାଇପାରିବ ସେ ବିଷୟରେ ଅଲୋଚନା କରାଯାଇଥିଲା।
- ଓଡିଆ ଉଇକିପିଡିଆ ଭିଡିଓ ଟ୍ୟୁଟୋରିଆଲ ତିଆରି କରିବା ପାଇଁ ପ୍ରସ୍ତାବ ।;
- ଶିତିକଣ୍ଠ ଓଡିଆ ଉଇକିପିଡିଆ ସମ୍ପାଦନ ପାଇଁ ଏକ ଭିଡିଓ ଟ୍ୟୁଟୋରିଆଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ।
ଅଗାମୀ ଭୁବନେଶ୍ଵର ଉଇକିଆଳି ଅଲୋଚନା ଫେବୃଆରୀ ମାସ ମଧ୍ୟଭାଗରେ ହେବାକୁ ଅଛି ।ଅମେ ଆଶା କରୁଛୁକି ଏଥିରେ ଅଧିକ ଉଇକିଆଳିମାନେ ଭାଗ ନେବେ ।ଉପର ଲେଖାରେ ବନାନ ଜନିତ ତୃଟିଥିଲେ କ୍ଷମା କରିବେ। ubuntuରେ ଲେଖୁଥିବାରୁ ଯୁକ୍ତାକ୍ଷରଗୁଡିକ ଠିକରେ ଅସୁନାହିଁ । ଏହି ଅଲୋଚନା ବାବଦରେ ଆପଣଙ୍କ ମତ ଦେବାକୁ ଅନୁରୋଧ ।କେମିତି ଅଲୋଚନାକୁ ସଫଳ କରାଯିବ ଏବଂ ଉଇକିପିଡିଆ ପାଇଁ ଆଉ କଣ କଣ ପଦକ୍ଷେପ ନିଆଗଲେ ଭଲ ହେବ ସେ ବିଷୟରେ ମତ ଦିଅନ୍ତୁ। ଏହି ଲେଖାର ଡାହାଣପଟେ ଥିବା ସମ୍ପାଦନାରେ କ୍ଲିକ୍ କରନ୍ତୁ ଓ ସଭାତଳେ ନିଜର ମତ ଲେଖି ଚାରୋଟି ~ ଚିନ୍ହ ଦେଇ ସାଇତି ଦିଅନ୍ତୁ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୪୮, ୨୩ ଜାନୁଆରୀ ୨୦୧୪ (UTC)
ଅନ୍ୟ ଆଲୋଚନା[ସମ୍ପାଦନା]
୧୧ ଜାନୁୟାରୀରେ କିସଠାରେ ଓଡିଆ ଉଇକିପିଡିଆ ଓ ଉଇକିଆଳିମାନଙ୍କ ଦ୍ଵାରା ହୋଇଥିବା କାର୍ଯ୍ୟକ୍ରମ
|
---|
ଜାନୁୟାରୀ ୧୧ ତାରିଖରେ କିସଠାରେ ଏଟୁକେ(A2K) ସହ କିସ ଏବଂ କିଟର ଏକ ସହବନ୍ଧିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଟୁକେ(A2K)ର ପ୍ରୋଗ୍ରାମିଂ ଅଫିସର ଶୁଭାଶିଷ ପାଣିଗ୍ରାହୀ ଏବଂ ପ୍ରୋଗ୍ରାମିଂ ଡାଇରେକ୍ଟର ବିଷ୍ଣୁବର୍ଦ୍ଧନ ଉପସ୍ଥିତ ଥିଲେ । ଓଡିଆ ଉଇକିଆଳି ଶୁବାଷ ଚନ୍ଦ୍ର ରାଉତ, ଶୈଳେଶ ପଟ୍ଟନାୟକ, ଶିତିକଣ୍ଠ ଦାସ ଏବଂ ଜ୍ଞାନରଞ୍ଜନ ସାହୁ ଉପସ୍ଥିତ ଥିଲେ । ପ୍ରଥମେ କିସଠାରେ କିଟ କୁଳପତି ଅଚ୍ୟୁତ ସାମନ୍ତ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ ବ୍ୟକ୍ତିବିଶେଷଙ୍କ ଉପସ୍ଥିତରେ ଏହି ସହବନ୍ଧିତା ହୋଇଥିଲା । ଏହାପରେ ଓଡିଆ ଉଇକିଆଳିମାନେ ଏଟୁକେ(A2K)ର ପ୍ରୋଗ୍ରାମିଂ ଅଫିସର ଶୁଭାଶିଷ ପାଣିଗ୍ରାହୀ ଏବଂ ପ୍ରୋଗ୍ରାମିଂ ଡାଇରେକ୍ଟର ବିଷ୍ଣୁବର୍ଦ୍ଧନ ସହ ମିଶି ଓଡିଆ ଉଇକିପିଡିଆରେ ଅତୀତରେ ହୋଇଥିବା ବିଭିନ୍ନ କାର୍ଯ୍ୟକଳାପ, ବର୍ତ୍ତମାନ ହେଉଥିବା ଅସୁବିଧା, ଅନ୍ୟ ଉଇକିପିଡିଆ ଗୋଷ୍ଠୀମାନଙ୍କର କାର୍ଯ୍ୟପନ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ଏହା ଛଡା ଭବିଷ୍ୟତରେ ଓଡିଆ ଉଇକିପିଡିଆ ଉନ୍ନତି ପାଇଁ କଣ କଣ ପଦକ୍ଷେପ ନିଆ ଯିବ ସେ ବିଷୟରେ ଆଲୋଚନା କରିଥିଲେ । ଏହାପରେ ବିଷ୍ଣୁବର୍ଦ୍ଧନ କିସ ର ପାର୍ଥସେନ ଗୁପ୍ତା ଓ କେଏସଓଏମର ସୂର୍ଯ୍ୟ ମିଶ୍ରଙ୍କ ସହ ଓଡିଆ ଉଇକିଆଳି ମାନଙ୍କ ଭେଟ କରାଇଥିଲେ । ସେମାନଙ୍କ ସହ ଦୁଇଟି ମୁଖ୍ୟ ବିଷୟରେ ଆଲୋଚନା ହୋଇଥିଲା:
|
୨୮ ଜାନୁଆରୀରେ ଜନ୍ମତିଥି ପାଳନ ସମୟରେ ହୋଇଥିବା ମେଳଣ
|
---|
( ଖାଲି )
|
ଫେବୃଆରୀ[ସମ୍ପାଦନା]
(ଅଲଗା ଉଇକିଟୁଙ୍ଗି ଆଲୋଚନା କିଛି ହେଇନଥିଲା)
ଅନ୍ୟ ଆଲୋଚନା[ସମ୍ପାଦନା]
ଫେବୃଆରୀ ୨୩ କୀଟ ପାଖ ସିସିଡ଼ି ଓ ଗେଷ୍ଟ ହାଉସ ଆଲୋଚନା
|
---|
== ଫେବୃଆରୀ ୨୩ ତାରିଖ ଆଲୋଚନାର ବିବରଣୀ ଏବଂ ଆଗାମୀ କାର୍ଯ୍ୟକ୍ରମଗୁଡିକ ପାଇଁ ହୋଇଥିବା ଯୋଜନା ପାଇଁ ମତାମତ ==
ଗତ ଫେବୃଆରୀ ୨୩ ରବିବାର ଦିନ କିଟ ପାଖରେ ଥିବା ସିସିଡ଼ି ଏବଂ ଅତିଥି ଭବନରେ ବିଷ୍ଣୁବର୍ଦ୍ଧନ, ଶୁଭାଶିଷ ପାଣିଗ୍ରାହୀଙ୍କ ସହ ସୁବାଷ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାସ ଏବଂ ମୁଁ ମିଶି ଓଡିଶା ଦିବସ ପାଳନ ବିଷୟରେ ଆଲୋଚନା କରିଥିଲୁ । ସେହି ଆଲୋଚନାରେ ଆମେ ଏହି ଦିବସଟିକୁ କେମିତି ପାଳନ କରାଯିବ ସେଥିପାଇଁ କିଛି ଯୋଜନା କରିଥିଲୁ । ଅବଶ୍ୟ ଅଳ୍ପ ଲୋକ ଥିବାରୁ କିଛି ନିର୍ଦିଷ୍ଟ ପଦକ୍ଷେପ ନିଆ ଯାଇ ପାରିଲା ନାହିଁ । ସେଥିପାଇଁ ଏଠି ମୁଁ ସେହି ଆଲୋଚନା ଓ ଯୋଜନାଗୁଡିକୁ ଲେଖୁଛି । ଅନ୍ୟମାନଙ୍କୁ ଅନୁରୋଧ ଦୟାକରି ନିଜ ମତାମତ ଦିଅନ୍ତୁ ଯାହା ଫଳରେ ଆମେ ସମସ୍ତେ ମିଶି ସେହି ଅନୁସାରେ ଆଗରୁ ସବୁ ଠିକଠାକ ଭାବେ ଯୋଗାଡ କରିପାରିବା ଏବଂ ଭଲ ଭାବେ ଆୟୋଜନ କରିପାରିବା । ହେବାକୁ କାର୍ଯ୍ୟକ୍ରମ ଗୁଡିକ ନିମ୍ନରେ ଦିଆଗଲା । ଯଦି ଆପଣଙ୍କର କିଛି ଯୋଡିବାର ଅଛି ତେବେ ଏହି ବିଭାଗ ତଳେ ଲେଖନ୍ତୁ ।ଯୋଜନା ଅନୁଯାୟୀ ଓଡିଶା ଦିବସକୁ ଦୁଇଦିନ ଧରି ପାଳନ କରାଯିବ । ଓଡିଶା ଦିବସଉତ୍କଳ କହିଲେ ଓଡିଶାର ପୂର୍ବ ଉପକୂଳ ଅଞ୍ଚଳକୁ ମୁଖ୍ୟତଃ ବୁଝାଉଥିବାରୁ ଏହାକୁ ଓଡିଶା ଦିବସ କହିଲେ ଭଲ ହେବ ବୋଲି ଆଲୋଚନା କରା ଯାଇଥିଲା । ତେଣୁ ଏହି ପୃଷ୍ଠାଟିକୁ ଘୁଞ୍ଚାଇବାକୁ ଅନୁରୋଧ । ପ୍ରଥମ ଦିବସ
ଦ୍ଵିତୀୟ ଦିବସଦ୍ଵିତୀୟ ଦିବସଟି କେବଳ ଉଇକିଆଳି ମାନଙ୍କ ପାଇଁ
ସ୍ଥାନଏଥିପାଇଁ ପ୍ରାଥମିକ ଭାବେ ଦୁଇଟି ସ୍ଥାନ ବଛାଯାଇଛି, ସମସ୍ତଙ୍କ ମତାନୁଯାୟୀ
ଅତିଥିଆମ ଆଲୋଚନା ଅନୁଯାୟୀ ଏହି ଦୁଇଜଣ ଅତିଥିଙ୍କୁ ଡାକିବା ପାଇଁ ପ୍ରସ୍ତାବ ରଖିଛୁ ।
ଉଇକିପିଡିଆ ବ୍ୟାଜ, ଟିସାର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀଏଥର ଆମେ ଓଡିଆ ଉଇକିପିଡିଆ ପାଇଁ ସ୍ଵତନ୍ତ୍ର ଭାବେ ଟିସାର୍ଟ ତିଆରି କରିବା ପାଇଁ ଭାବୁଛୁ । ଯେହେତୁ ଏହା କେବଳ ସଚଳ ଉଇକିଆଳି ମାନଙ୍କ ପାଇଁ ହେବ ତ ଦୟାକରି ମତ ଦିଅନ୍ତୁ ହାରାହାରି କେତୋଟି କଲେ ଠିକ ହେବ ବ୍ୟକ୍ତିଗତ ନାମ ରଖିଲେ ଭଲ ହେବ ନା ନାହିଁ । ଏହା ମଧ୍ୟ ମତ ଦିଅନ୍ତୁ ଯେ ହାରାହାରି କେତୋଟି ବ୍ୟାଜ କରାଗଲେ ଠିକ ହେବ । ଅତିଥିମାନଙ୍କ ପାଇଁ ମଧ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି ସେ ବିଷୟରେ ଆଗକୁ ଲେଖାହେବ । ଆୟ ବ୍ୟୟ ଅଟକଳସମସ୍ତଙ୍କ ମତ ମିଳିଲା ପରେ ଆୟବ୍ୟୟ ଅଟକଳ ଲେଖା ହେବ । କାର୍ଯ୍ୟ ଭାରକେବଳ ଅଳ୍ପ ସଭ୍ୟ ଉପସ୍ଥିତ ଥିବାରୁ କାର୍ଯ୍ୟଭାର ସମସ୍ତଙ୍କୁ ବଣ୍ଟାଯାଇପାରି ନାହିଁ କାରଣ କେଉଁ ସଭ୍ୟଙ୍କର କେଉଁ କେଉଁ କାମରେ ଇଚ୍ଛା ଅଛି ତାହା ଜଣାନଥିଲା । ଆମେ ଅନୁରୋଧ କରୁଛୁ କି ସମସ୍ତେ କିଛି କିଛି କାମ ନିଅନ୍ତୁ ଯାହାଦ୍ୱାରା ସବୁ କାମ ସହଜ ହୋଇଯିବ କାରଣ "ଜୋଡକୁ ନୁହେଁ ଘୋଡା ସରି, ମିଳିମିଶି ଯାଅ କାମ କରି" ।
ଦୟାକରି ଇଚ୍ଚୁକ ସଭ୍ୟମାନେ ସେମାନଙ୍କ ନାମ ଏବଂ କେଉଁ କାମ କରିବାକୁ ଇଚ୍ଛା ତାହା ଜଣାନ୍ତୁ ।ଅନ୍ୟ ଯେକୌଣସି ମତାମତ ପାଇଁ ତଳେ ଲେଖନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୨୩, ୨୭ ଫେବୃଆରୀ ୨୦୧୪ (UTC) ତାରିଖଏପ୍ରିଲ ୧ ରେ ଅତିଥି କିମ୍ବା ଦର୍ଶକ କମ ଆସିପାରନ୍ତି । ମିଡ଼ିଆ ତଥା ସାମ୍ବାଦିକଙ୍କ ଆସିବା ବି ସନ୍ଦେହ । ଏଣୁ ଗତ ରବିବାର କୀଟ ରେ ହେଇଥିବା ଆଲୋଚନା ସମୟରେ ଏପ୍ରିଲ ପହିଲା ରେ ଏହି ଆୟୋଜନ ନକରି ମାର୍ଚ୍ଚ ୩୦ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । |