ମାଛି

ଉଇକିପିଡ଼ିଆ‌ରୁ
ଷୋହଳ ପ୍ରକାର ମାଛିର ପୋଷ୍ଟର

ମାଛି ଦ୍ବୀପକ୍ଷୀ ଗଣ କିମ୍ବା (Diptera) ଗଣ ଅନ୍ତର୍ଗତ କୀଟ-ପତଙ୍ଗରେ ସାମିଲ ରହିଛନ୍ତି , ସେମାନେ ଦ୍ୱି-ପକ୍ଷୀ (ଦୁଇ ପକ୍ଷୀ ଯୁକ୍ତ) ଅଟନ୍ତି ।[୧] ଏଥିରେ ପାଖାପାଖି ୮୦ ହଜାର କୀଟ ଜାତି ରହିଛନ୍ତି । ଏଥିରେ ମାଛି, ପତଙ୍ଗ, ମଶା, ଝିଣ୍ଟିକା ତଥା ଏହିପ୍ରକାର ଅନ୍ୟ କୀଟ ମଧ୍ୟ ସାମିଲ ରହିଛନ୍ତି । ଏହି ସମୁଦାୟ ଅନ୍ତର୍ଗତ ଏକ ପ୍ରକାର ସୂକ୍ଷ୍ମ ତଥା ସାଧାରଣ ଆକାରର କୀଟ ରହିଥାନ୍ତି । ଏହି କୀଟ ଦିନ ତଥା ରାତ୍ରି ଉଭୟର ଉଡ଼ିଥାନ୍ତି ତଥା ଜଳ ଓ ସ୍ଥଳ ଉଭୟ ସ୍ଥାନରେ ଏମାନଙ୍କ ବାସସ୍ଥାନ ରହିଥାଏ । ସାଧାରଣତଃ ଏମାନେ ସମସ୍ତ ବିଶ୍ୱରେ ବିସ୍ତ୍ରୁତ ହୋଇ ରହିଛନ୍ତି କିନ୍ତୁ ଗ୍ରୀଷ୍ମ ପ୍ରବାହ ଦେଶରେ ଏମାନଙ୍କ ଆଧିପତ୍ୟ ପ୍ରତିବର୍ଷ 100ରୁ ଅଧିକ ମନୁଷ୍ୟ ତଥା ଅନ୍ୟ ଜନ୍ତୁମାନଙ୍କର ଏମାନଙ୍କ କାରଣରୁ ମୃତ୍ୟୁ ହୋଇଥାଏ । ମାଛି ଏକ ବଡ଼ କ୍ରମ ଅଟେ ଯେଉଁଥିରେ ୧୦୦,୦୦୦ ପ୍ରଜାତି ରହିଛନ୍ତି । ଏଥିରେ ଘୋଡ଼ା-ମାଛି, କ୍ରେନ-ମାଛି, ହୋଭର-ମାଛି ଏବଂ ଅନ୍ୟ କେତେକ ପ୍ରଜାତୀ ସାମିଲ ରହିଛନ୍ତି । ପାଖାପାଖି ୧୨୫,୦୦୦ ପ୍ରଜାତୀମାନଙ୍କର ହିଁ ବର୍ଣ୍ଣନା କରାଯାଇଛି ।[୨]

ପରିଚୟ[ସମ୍ପାଦନା]

ମାଛି ଅତ୍ୟଧିକ ଶୀଘ୍ରତା ପୂର୍ବକ କାର୍ଯ୍ୟ କରୁଥିବା ତଥା ସାବଧାନତା ସ୍ୱଭାବର ଜୀବ ଅଟନ୍ତି । ସେମାନଙ୍କ ମଧ୍ୟରୁ (Bot fly) ନାମକ ମାଛି ସବୁଠାରୁ ଅଧିକ ଗତିଶୀଳ ହୋଇଥାନ୍ତି ଯିଏ , ୫୦ ମିଲି ପ୍ରତି ଘଣ୍ଟାର ଗତିରେ ଉଡି ପାରନ୍ତି । ଏମାନଙ୍କ ଅଗ୍ରଭାଗ ପଙ୍ଖ ଜାଲ ଯୁକ୍ତ ହୋଇଥାଏ । ଏମାନଙ୍କର ପଛଭାଗରେ ପଙ୍ଖ ରହିନଥାଏ ।

ଏମାନଙ୍କ ମୁଖଦ୍ୱାରର ସମୀପରେ ଆହୁରି ମଧ୍ୟ ଉପାଙ୍ଗ ମିଳିଥାଏ, ଯାହାକୁ ମୁଖାଙ୍ଗ (Mouth parts) କୁହାଯାଏ । ଏହା ମୁଖ୍ୟ ମୁଖ ଭାଗରେ ମିଶି ଏକ ଶୁଣ୍ଢ ତିଆରି କରିଥାଏ ଯାହାଦ୍ୱାରା ସେମାନେ ନିଜ ଖାଦ୍ୟ ଶୋଷି ଥା'ନ୍ତି । ଏହି ଶୁଣ୍ଢଦ୍ୱାରା ଏମାନେ ଭେଦନ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏମାନେ କେବଳ ତରଳ ପଦାର୍ଥ ଖାଇପାରନ୍ତି ।

ଅଣ୍ଡିରା ଏବଂ ମାଇର ବାହ୍ୟକର ସାଧାରଣତଃ ଏକ ପ୍ରକାର ହୋଇଥାଏ, ପରନ୍ତୁ ଲିଙ୍ଗ ଦ୍ୱି-ରୂପତା ଅସାଧାରଣ ହୋଇ ନଥାଏ । କିଛି ମାଛି ମାନଙ୍କ ମଧ୍ୟରେ (ଯେପରି, ଅଣ୍ଡିରା ମାଛି) ଶ୍ରୁଙ୍ଗିକା (antenna)ରେ ଘନଯୁକ୍ତ ଚୁଟି ରହିଥାଏ ଏବଂ ଅଣ୍ଡିରା ମାନଙ୍କ ସଂଯୁକ୍ତ ନେତ୍ର ମାଇ ମାନଙ୍କ ଅପେକ୍ଷା ଅଧିକ ସମୀପ ହୋଇଥାଏ । ଏହି କୀଟ ମାନଙ୍କ ମଧ୍ୟରେ ପୂର୍ଣ୍ଣ ରୂପାନ୍ତରଣ ହୋଇଥାଏ । ଡିମ୍ବକ (larva)ରେ ବହୁ ଛୋଟ ମୁଣ୍ଡ ରହିଥାଏ ଏବଂ ଗୋଡ଼ର ଅଭାବ ରହିଥାଏ । ପ୍ୟୁପା (pupa) କଠୋର ଆବରଣ ଭିତରେ ରହିଥାଏ, ଯାହାକୁ ପ୍ୟୁପା କୋଷ (Puparium) କୁହାଯାଏ । କିଛି କୀଟମାନଙ୍କର ପ୍ୟୁପା ଅଲଗା ଅଲଗା ମଧ୍ୟ ହୋଇଥାଏ ।

ସାମାନ୍ୟ ରଚନା[ସମ୍ପାଦନା]

ସମାନ୍ୟତଃ ଏହି ଗଣର କୀଟ ମାନଙ୍କ ମୁଣ୍ଡ ଗୋଲାକାର ହୋଇଥାଏ, ଯାହାଉପରେ ଦୁଇ ସଂଯୁକ୍ତ ନେତ୍ର ରହିଥାଏ ଏବଂ ମୁଣ୍ଡର ଅଧିକାଂଶ ଭାଗ ଘେରି ରହିଥାଏ । ଏହାର ଅତିରିକ୍ତ ମୁଣ୍ଡର ଉପର ଭାଗରେ ତିନୋଟି ସରଳ ନେତ୍ର ମଧ୍ୟ ରହିଥାଏ । ଏହି ସଂଯୁକ୍ତ ନେତ୍ରରେ ସହସ୍ର ଦୃଷ୍ଟି ନେତ୍ର ରହିଥାଏ ଯାହାକୁ ନେତ୍ରାଣୁ (Ommatidium) କୁହାଯାଏ ।

ମାଛିର ପାଚକ ତନ୍ତ୍ର ସରଳ ହୋଇଥାଏ । ଏହାର ହୃଦୟ ସିଧା ନଳୀ ମାତ୍ର ହୋଇଥାଏ । ଶ୍ୱାସତନ୍ତ୍ରରେ ଶ୍ୱାସ ନଳୀକା ରହିଥାଏ ଯାହା ବହୁତ ବଡ଼ ବାୟୁକୋଷ ତିଆରି କରିଥାଏ । ଆଧାରତନ୍ତ୍ରିକା ଦୌଡ଼ିର ଗୋଚ୍ଛିକା ମିଶି ଏକ ସଙ୍କେତ ତିଆରି କରିଥାଏ ।

ବର୍ଗିକରଣ[ସମ୍ପାଦନା]

ଏକ ମାସର ପ୍ରବାସରେ ମ୍ୟାଲେରିଆ ବିପଦ ହେବାର ସାଂଖିକୀୟ ମାନଚିତ୍ର
ଉଚ୍ଚ ବିପଦ
ମଧ୍ୟମ ବିପଦ
କମ ବିପଦ
ପାଖାପାଖି ଶୂନ୍ୟ ବିପଦ
କୌଣସି ବିପଦ ନାହିଁ

ବର୍ଗିକରଣର ମୁଖ୍ୟ ଆଧାର ଶ୍ରୁଙ୍ଗିକାର ରଚନା ଓ ପଙ୍ଖର ନାଡୀ ବିନ୍ୟାସ ଅଟେ । ଜେନେରା ଏବଂ ସ୍ପୀଶୀଜରେ ବିଭାଜନ ପାଇଁ ବେଳେବେଳେ ଅପ୍ରସିଦ୍ଧ ଓ ଅସ୍ପଷ୍ଟ ରଚନାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିଥାଏ । ଏହି ଗଣ ତିନୋଟି ଉପଗଣ (suborders)ରେ ବିଭାଜିତ ହୋଇଛି, ଯଥା:

  • ନେମାଟୋସେରା (Nematocera)
  • ବ୍ରାଚୀସେରା (Brachycera)
  • ସାଇକ୍ଲୋରାଫା (Cyclorrhapha)।

ଭୌଗୋଳିକ ବିତରଣ[ସମ୍ପାଦନା]

ଏହି ଗଣର ମୁଖ୍ୟ ପ୍ରାଣୀ ସମଗ୍ର ବିଶ୍ୱରେ ମିଳିଥାନ୍ତି ଏବଂ ଏମାନଙ୍କ ମଧ୍ୟରୁ ବହୁ କମ ସମୁଦାୟ ଗୋଟିଏ ସ୍ଥାନରେ ସୀମିତ ରହିଥାନ୍ତି । ତା'ସହିତ ଏହା ସତ୍ୟପୂର୍ଣ୍ଣ ଯେ, "ଉଷ୍ମ ପ୍ରଦେଶୀୟ" କ୍ଷେତ୍ରରେ ଅଧିକ ସଂଖ୍ୟା ତଥା ମହତ୍ତ୍ୱପୂର୍ଣ୍ଣ ସମୁଦାୟରେ ମିଳିଥାନ୍ତି ।

ଆଧାର[ସମ୍ପାଦନା]

  1. from the Greek di = two, and ptera = wings
  2. "Order Diptera: Flies". BugGuide. Iowa State University. Retrieved 26 May 2016.