ବାଣୀ ଜୟରାମ

ଉଇକିପିଡ଼ିଆ‌ରୁ
ବାଣୀ ଜୟରାମ
Born(1945-11-30)୩୦ ନଭେମ୍ବର ୧୯୪୫


[୧]
Died୪ ଫେବୃଆରୀ ୨୦୨୩(2023-02-04) (ବୟସ ୭୭)
Nationalityଭାରତୀୟ
Known forପ୍ରଚ୍ଛଦପଟ ଗାୟିକା
Spouseଜୟରାମ
Parentପଦ୍ମାବତୀ (ମା)
Websitehttp://www.vanijairam.com/

ବାଣୀ ଜୟରାମ, (୩୦ ନଭେମ୍ବର ୧୯୪୫ - ୪ ଫେବୃଆରୀ ୨୦୨୩)[୩] ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟିକା ଥିଲେ ।[୪] 'ଦକ୍ଷିଣ ଭାରତର ମୀରା' ଉପାଧୀରେ ସମ୍ମାନୀତ[୫] ଏହି କଣ୍ଠଶିଳ୍ପୀ, ଓଡ଼ିଆ ସମେତ ପ୍ରାୟ ୧୮ଟି ଭାରତୀୟ ଭାଷାରେ ୧୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ସଙ୍ଗୀତ ଶିକ୍ଷା[ସମ୍ପାଦନା]

ବାଣୀ ଜୟରାମ, ୧୯୪୫ ମସିହା ନଭେମ୍ବର ୩୦ତାରିଖରେ ତାମିଲନାଡୁର ଭେଲୋରଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ସଙ୍ଗୀତର ପରିବେଶ ରହିଥିଲା । ବାଣୀ ଜୟରାମଙ୍କୁ ମାତ୍ର ୫ ବର୍ଷ ହୋଇଥିବା ସମୟରେ ତାଙ୍କ ଭଉଣୀଙ୍କ ଗୁରୁ ରଙ୍ଗା ରାମାନୁଜ ଆୟଙ୍ଗର, ବାଣୀଙ୍କ ସଙ୍ଗୀତ ପ୍ରତିଭାକୁ ଆବିଷ୍କାର କରିଥିଲେ ଓ ତାପରେ ତାଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା । ୮ ବର୍ଷ ବୟସରେ ସେ ଆକାଶବାଣୀ, ମାଡ୍ରାସ କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରିଥିଲେ ।

ବାଣୀ, ଗୁରୁ କୁଡାଲୋର ଶ୍ରୀନିବାସ ଆୟଙ୍ଗର, ଟି.ଆର. ବାଲସୁବ୍ରମଣୟମ୍ ଓ ଆର୍. ଏସ୍. ମଣିଙ୍କଠାରୁ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ ତଥା ଗୁରୁ ଉସ୍ତାଦ ଅବଦୁଲ ରେହମାନ ଖାଁଙ୍କଠାରୁ ହିନ୍ଦୁସ୍ତାନି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।

ଜୟରାମଙ୍କୁ ବିବାହ କରି, ମୁମ୍ବାଇ ଆସିବାପରେ, ସେ ପ୍ରଚ୍ଛଦପଟ ଗାୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୭୧ମସିହାରେ, ବାଣୀ ଜୟରାମଙ୍କୁ 'ଗୁଡ୍ଡି' ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ 'ବୋଲେରେ ପପିହରା' ଖୁବ ଲୋକପ୍ରିୟ ହୋଇଥିଲା ଓ ବାଣୀ ଜୟରାମଙ୍କୁ ସମଗ୍ର ଦେଶରେ ଖୁବ ପରିଚିତି ଆଣିଦେଇଥିଲା । ୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶଙ୍ଖ ମହୂରୀରେ ସେ ଗାଇବାର ସୁଯୋଗ ପାଇଥିଲେ ଓ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ଏହାପରେ ବଳିଦାନ, ତପସ୍ୟା, ଶଙ୍ଖା ସିନ୍ଦୂର ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଥିଲେ । ୧୯୮୧ରେ ନିର୍ମିତ ଦେବଯାନୀ ଚଳଚ୍ଚିତ୍ର ପାଇଁ, ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । [୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଜାତୀୟ ଚଳଚ୍ଚିତ୍ର ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ୧୯୭୫ (ଅପୂର୍ବା ରାଗଙ୍ଗଲ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ୧୯୮୦ (ଶଙ୍କର ଭର୍ଣମ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ୧୯୯୧ (ସ୍ୱାତୀ କିରଣମ)

ଫିଲ୍ମଫେୟାର ପୁରସ୍କାର[ସମ୍ପାଦନା]

  • ଲାଇଫଟାଇମ ପୁରସ୍କାର (ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କାର) - ୨୦୧୩
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା - ୧୯୮୦ (ମୀରା)

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା(ଗୁଜରାଟ) - ୧୯୭୨(ଘୁଙ୍ଗଟ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା(ତାମିଲନାଡୁ) - ୧୯୭୯ (Azhagae Unnai Aradhikkiren)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ନନ୍ଦୀ ସମ୍ମାନ - ୧୯୭୯ (ଶଙ୍କର ଭର୍ଣମ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା (ଓଡ଼ିଶା) - ୧୯୮୨ (ଦେବଯାନୀ)

ଅନ୍ୟାନ୍ୟ ପୁରସ୍କାର[ସମ୍ପାଦନା]

  • ମିଆଁ ତାନସେନ ସମ୍ମାନ - ୧୯୭୨
  • କଲାଇ ମାମ୍ମନୀ ସମ୍ମାନ - ୧୯୯୧
  • ଲାଇଫଟାଇମ ପୁରସ୍କାର (ତାମିଲନାଡୁ ସରକାର) - ୨୦୦୪[୭]
  • କାମୁକାର ସମ୍ମାନ - ୨୦୦୪,୨୦୦୫[୮]
  • ମୁଧ୍ରା ସମ୍ମାନ - ୨୦୦୬[୯]
  • ଦକ୍ଷିଣ ଭାରତର ମୀରା - ୨୦୦୭
  • ସୁବ୍ରମଣ୍ୟ ଭାରତୀ ସମ୍ମାନ - ୨୦୧୨[୧୦]

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହା ଫେବୃଆରୀ ୪ ତାରିଖରେ ନିଜର ଚେନ୍ନାଇସ୍ଥିତ ବାସଭବନରେ ପଡ଼ିଯାଇ ତାଙ୍କର ପରଲୋକ ଘଟିଥିଲା ।[୧୧]

ଆଧାର[ସମ୍ପାଦନା]

  1. Sampath, Janani (29 November 2012). "Serenading a dream". The New Indian Express. Archived from the original on 29 April 2014. Retrieved 29 April 2014.
  2. Veteran singer Vani Jayaram passes away
  3. Sampath, Janani (29 November 2012). "Serenading a dream". The New Indian Express. Archived from the original on 29 April 2014. Retrieved 29 April 2014.
  4. Indian Films. 1978.
  5. "The Hindu dated May 28, 2007". Chennai, India. 2007-05-28. Retrieved 2009-01-18.
  6. ସମାଜ ୨୩/୦୬/୨୦୧୪ ପୃଷ୍ଠା ୧୮
  7. "ଆର୍କାଇଭ୍ କପି". Archived from the original on 2009-08-28. Retrieved 2014-06-25. {{cite web}}: Cite has empty unknown parameter: |1= (help)
  8. "Vani Jairam — accolades as a way of life". The Hindu. Chennai, India. 2005-01-07. Archived from the original on 2005-02-09. Retrieved 2014-06-25.
  9. "Award for Vani Jairam". The Hindu. Chennai, India. 2006-11-17. Archived from the original on 2006-11-28. Retrieved 2014-06-25.
  10. "With another award in her kitty, Vani Jairam sings on - The Times of India". The Times Of India. Archived from the original on 2013-04-11. Retrieved 2014-06-25.
  11. "பிரபல பின்னணி பாடகி வாணி ஜெயராம் மரணம்...!". 4 February 2023. Archived from the original on 4 February 2023. Retrieved 4 February 2023.

ଅଧିକ ତଥ୍ୟ[ସମ୍ପାଦନା]