ଦେବଦତ୍ତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଦେବଦତ୍ତ ପଟ୍ଟନାୟକ
Born(1970-12-11)୧୧ ଡିସେମ୍ବର ୧୯୭୦
Nationalityଭାରତୀୟ
Citizenship ଭାରତୀୟ
Occupationନେତୃତ୍ୱ ପରାମର୍ଶଦାତା ଓ ଲେଖକ
Parent(s)ପ୍ରଫୁଲ୍ଲ କୁମାର ପଟ୍ଟନାୟକ (ପିତା)
ସାବିତ୍ରୀ ପଟ୍ଟନାୟକ (ଦାସ) (ମାତା)
Websitewww.http://devdutt.com/
Signature

ଦେବଦତ୍ତ ପଟ୍ଟନାୟକ(୧୧ ଡିସେମ୍ବର ୧୯୭୦ରେ ଜନ୍ମିତ) ଜଣେ ଡାକ୍ତର, ନେତୃତ୍ୱ ପରାମର୍ଶଦାତା ଓ ଲେଖକ । ତାଙ୍କର ରଚନାବଳୀ ମୁଖ୍ୟତଃ ପୁରାଣ, କିମ୍ବଦନ୍ତୀ ଓ ମ୍ୟାନେଜମେଣ୍ଟ ପୃଷ୍ଟଭୂମୀ ଉପରେ ପର୍ଯ୍ୟବସିତ । [୧][୨]ସେ ଭାରତର ସର୍ବବୃହତ ରିଟେଲ କମ୍ପାନୀ "ଫ୍ୟୁଚର ଗ୍ରୁପ"ର ଚିଫ୍ ବିଲିଫ୍ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ।[୩][୪] "ମିଡ଼ ଡେ" ଖବରକାଗଜରେ ସେ ଜଣେ ନିୟମିତ ସ୍ଥମ୍ଭକାର ।[୫]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଦେବଦତ୍ତ ମୁମ୍ବାଇରେ ଜନ୍ମିତ ଜଣେଓଡ଼ିଆ । ମୁମ୍ବାଇର ଚେମ୍ବୁରଠାରେ ତାଙ୍କ ବାଲ୍ୟଜୀବନ ବ୍ୟତିତ ହୋଇଛି[୫] ସେ ମୁମ୍ବାଇର "ଗ୍ରାଣ୍ଟ ମେଡିକାଲ କଲେଜ"ରୁ ଏମ.ବି.ବି.ଏସ କରି ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କମ୍ପେୟାରିଟିଭ୍ ମ୍ୟାଇଥୋଲୋଜିରେ ଅଧିକ ଜ୍ଞାନଲାଭ କରିଛନ୍ତି । ଦେବଦତ୍ତ ଜଣେ ଐତିହାସିକ ବା ପୁରାତତ୍ନବିତ ନୁହନ୍ତି । ତାଙ୍କ ଲେଖାଗୁଡିକ ତଥ୍ୟ ଉପରେ ପର୍ଯ୍ୟବସିତ ନହୋଇ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ହୋଇଥାଏ । [୬]

ବୃତ୍ତିଗତ ଜୀବନ[ସମ୍ପାଦନା]

ଆପଣା ଲିଖିତ ପୁସ୍ତକ ସହିତ ଦେବଦତ୍ତ

ଦେବଦତ୍ତ ସାନୋଫି ଆଭେନଟିସ୍ ଓ ଆପୋଲୋ ଗ୍ରୁପ ଭଳି ଫାର୍ମା ଓ ସ୍ୱାସ୍ଥ୍ୟସେବା ଉଦ୍ୟୋଗରେ ୧୪ବର୍ଷ କାର୍ଯ୍ୟ କରିଛନ୍ତି । [୭] ଏହି ସମୟରେ ସେ ନିଜ ଖାଲି ସମୟ ପୌରାଣିକ ବିଷୟବସ୍ତୁକୁ ଆଧାର କରି ପ୍ରବନ୍ଧ ଓ ପୁସ୍ତକ ଲେଖୁଥିଲେ । କ୍ରମେ ଏହା ତାଙ୍କର ବୃତ୍ତି ହୋଇଯାଇଥିଲା । ସେ ୟର୍ଣଷ୍ଟ ଓ ୟଙ୍ଗ ସଂସ୍ଥାରେ ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ରଥମ ପୁସ୍ତକ "ଶିବା : ଆନ ଇଣ୍ଟ୍ରଡକ୍ସନ" ୧୯୯୭ ମସିହାରେ ପ୍ରକାଶିତ ହୋଇଥିଲା । [୮] ନିଜର ସମସ୍ତ ପୁସ୍ତକର ବାଖ୍ୟା ଦେବଦତ୍ତ ନିଜେ କରନ୍ତି । [୯]

୨୦୦୯ ମସିହାରେ ଭାରତରେ ଅନୁଷ୍ଠିତ ପ୍ରଥମ ଟେଡ଼ ସମ୍ମେଳନରେ ଦେବଦତ୍ତ ଜଣେ ବକ୍ତା ଥିଲେ । [୧୦][୧୧] ୨୦୧୦ ଅଗଷ୍ଟ ମାସରେ ସେ କଲମ୍ବିଆରେ "ସବଜେକ୍ଟିଭ ବାର୍ଲଡ ଓ ମ୍ୟାଇଥୋଲୋଜି ଅଫ ଆଇଡେଣ୍ଟିଟି" ଉପରେ ନିଜର ସଂଦର୍ଭ ପ୍ରସ୍ତୁତ କରିଥିଲେ ।  ସି.ଏନ୍,ବି.ସି ଟିଭି ଚ୍ୟାନେଲରେ ସେ ମେନକା ଦୋଷୀଙ୍କ ସହ "ବିଜିନେସ ସୂତ୍ର" ନାମକ ଏକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ଏହି କାର୍ଯ୍ୟକ୍ରମରେ ସେ ରାମାୟଣ ଓ ମହାଭାରତରୁ ଆଜିର ମ୍ୟାନେଜମେଣ୍ଟ ଶିକ୍ଷାର ଅବତାରଣା କରୁଥିଲେ । ସେ ଷ୍ଟାର ଟିଭି ଓ ଏପିକ ଟିଭି ଏବଂ ରିଲାଏନସ ଉଦ୍ୟୋଗ ପାଇଁ ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୧୨] 

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦେବଦତ୍ତ ବର୍ତ୍ତମାନ ମୁମ୍ବାଇଠାରେ ରହନ୍ତି ।

ସାହିତ୍ୟକୃତ୍ତି[ସମ୍ପାଦନା]

  • Shiva: an introduction. Vakils, Feffer and Simons Ltd., 1997.
  • Vishnu: an introduction. Vakils, Feffer and Simons, 1999. ISBN 81-87111-12-7.
  • Devi, the Mother-Goddess: an introduction. Vakils, Feffer, and Simons Ltd., 2000. ISBN 81-87111-45-3.
  • The Goddess in India: the five faces of the eternal feminine. Inner Traditions / Bear & Company, 2000. ISBN 0-89281-807-7.
  • Hanuman: an introduction. Vakils, Feffer and Simons, 2001. ISBN 81-87111-47-X.
  • The Man Who Was A Woman and other queer tales of Hindu lore. Routledge, 2002. ISBN 1-56023-181-5.
  • Vināyaka: the first god. Shakti Art and Culture Foundation. 2002.
  • Indian mythology: tales, symbols, and rituals from the heart of the Subcontinent. Inner Traditions / Bear & Company, 2003. ISBN 0-89281-870-0.
  • Lakshmi, the goddess of wealth and fortune: an introduction. Vakils, Feffer and Simons, 2003. ISBN 81-87111-58-5
  • Book of Kali. with Seema Mohanty. Penguin Books India, 2004.
  • Myth=Mithya: A Handbook of Hindu Mythology. Penguin, India. 2006. ISBN 978-0-14-309970-3.
  • Shiva to Shankara: decoding the phallic symbol. Indus Source, India. 2006. ISBN 81-88569-04-6.
  • The Pregnant King, Penguin Books, 2008 ISBN 978-1-4306-3472-0
  • The Book of Ram. Penguin Group, 2009. ISBN 0-14-306528-9.
  • 7 Secrets From Hindu Calendar Art. Westland India, 2009. ISBN 81-89975-67-6.
  • Hanuman's Ramayan. Tulika Publishers, 2010. ISBN 81-8146-752-3.
  • Jaya: An Illustrated Retelling of the Mahabharata, Penguin Books, 2010 ISBN 978-0-14-310425-4.
  • Business Sutra : A Very Indian Approach to Management, Aleph Book Company, 2013 ISBN 978-81-92328-07-2.
  • Sita: An Illustrated Retelling of the Ramayana, Penguin Books, 2013 ISBN 978-0-14-306432-9.
  • 7 secrets of the Goddess, Westland ltd., 2014 ISBN 978-93-84030-58-2.

ଆଧାର[ସମ୍ପାଦନା]

  1. "Author Lounge: Devdutt Pattanaik". Penguin India.
  2. "Being aware of violence". MiD DAY. 17 October 2010.
  3. "Future Group". Archived from the original on 2015-06-28. Retrieved 2015-06-09.
  4. "Mythic Past, Resonating in the Present". New York Times. 4 July 2010.
  5. ୫.୦ ୫.୧ "The mythologist". Mint. 16 September 2010.
  6. "Teaching Old Heads New Tricks". Financial Express. 25 May 2003.
  7. "ଆର୍କାଇଭ୍ କପି". Archived from the original on 2015-02-09. Retrieved 2015-06-09. {{cite web}}: Cite has empty unknown parameter: |1= (help)
  8. http://books.google.co.in/books/about/Shiva.html?id=LGbXAAAAMAAJ
  9. "Demystifying mythology: A conversation with Devdutt Pattanaik". The Hindu. 24 April 2009. Archived from the original on 29 April 2009. Retrieved 9 June 2015.
  10. "Great response to first TED meet in India". The Hindu. 1 November 2009. Archived from the original on 5 November 2009. Retrieved 9 June 2015.
  11. speaker at TEDIndia 2009.
  12. http://www.indiantelevision.com/mam/marketing/an-eclectic-set-of-speakers-announced-for-goafest-2014-140402

ବାହାର ଆଧାର[ସମ୍ପାଦନା]