ଏମ ଏନ ଶ୍ରୀନିବାସ

ଉଇକିପିଡ଼ିଆ‌ରୁ

ମହୀଶୁର ନରଶିଂହଚାର ଶ୍ରୀନିବାସ (୧୯୧୬-୧୯୯୯)[୧] ଜଣେ ଭାରତୀୟ ସମାଜବିଜ୍ଞାନୀ । .[୨] ସେ ତାଙ୍କର ଭାରତୀୟ ଜାତି ବ୍ୟବସ୍ଥା ଉପରେ କାମ ପାଇଁ ପରିଚିତ । ସେ ଭାରତୀୟ ସମାଜ ବିଜ୍ଞାନକୁ ସଂସ୍କୃତକରଣ ଓ ପ୍ରଧାନ ଜାତି (ଡମିନାଣ୍ଟ୍ କାଷ୍ଟ୍) ଆଦି ଧାରଣା ଦେଇଅଛନ୍ତି ।

କର୍ମ ଜୀବନ[ସମ୍ପାଦନା]

ଶ୍ରୀନିବାସ ଜନ୍ସରେ ଜାତି ଦୃଷ୍ଟିରୁ ବ୍ରାହ୍ମଣ । ବମ୍ବେ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିସାରିଲା ପରେ ସେ ଇଂଲଂଡ୍ର ଅକ୍ସଫର୍ଡ୍ ବିଶ୍ୟବିଦ୍ୟାଳୟକୁ ଶିକ୍ଷାଳାଭ ପାଇଁ ଗଲେ । ଅକ୍ସଫର୍ଡ୍ରେ ପ୍ରଶିକ୍ଷଣ ତାଙ୍କର ବିଚାର ଓ ମାନସର ବିକାଶରେ ଗୁରୁତ୍ତ୍ୱୁ୍ପୂର୍ଣ ଭୂମିକା ତୁଲାଇଲା । ଶ୍ରୀନିବାସ ଅନେକ ଗୁରୁତ୍ତ୍ୱପୂର୍ଣ ଅନୁଷ୍ଠାନ ଯଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବରୋଦାର ମହାରାଜା ସୟାଜୀରାଓ ବିଶ୍ସବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ୍ ଫର୍ ସୋସାଲ୍ ଆଣ୍ଡ୍ ଇକନମିକ୍ ଚେଞ୍ ଓ ନାଶନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଆଦିରେ କାମ କରିଥିଲେ । [୩]

ଭାରତୀୟ ସମାଜ ବିଜ୍ଞାନ ଓ ଭାରତୀୟ ନୃତତ୍ତ୍ୱ ବିଜ୍ଞାନକୁ ଅବଦାନ[ସମ୍ପାଦନା]

ଫ୍ରଣ୍ଟଲାଇନ୍ ପତ୍ରିକାରେ ସେ ଚାଲି ଗଲା ପରେ ସ୍ମୃତିଚାରଣରେ ତାଙ୍କୁ ଭାରତର ସବୁଠାରୁ ବିଶିଷ୍ଟ ସମାଜ ବିଜ୍ଞାନୀ ଓ ନୃତତ୍ତ୍ୱ ବିଜ୍ଞାନୀ ଭାବରେ ବର୍ଣ୍ଣନା କରାଯାଇଥିଲା । [୩] ତାଙ୍କର ବିଜ୍ଞାନୀ ମାନସିକତା ଆଦର୍ଶବାଦୀ ଓ କଳ୍ପନାପ୍ରବଣ ନ ଥିଲା । ନ୍ୟାୟ ଓ ସମାନତା ଆଦି ବିଷୟରେ ତାଙ୍କର ଅବଧାରଣା ଥିଲା ଭୂମିଜ । ସଂସ୍କୃତକରଣ ଓ ପ୍ରଧାନ ଜାତି (ଡମିନାଣ୍ଟ୍ କାଷ୍ଟ୍)ଆଦି ଧାରଣାଦ୍ୱାରା ଶ୍ରୀନିବାସ ଗୋଟିଏ ସାମାଜିକ ଅନୁଷ୍ଠାନ ଭାବରେ ଜାତିର ତରଳ ଓ ଗତିଶୀଳ ମୂଳସୂତ୍ରକୁ ବୁଝିବାକୁ ଚେଷ୍ଟା କରିଥିଲେ । [୪]

ବହି[ସମ୍ପାଦନା]

  • ମ୍ୟାରେଜ୍ ଆଣ୍ଡ୍ ଫାମିଲି ଇନ୍ ମହିଶୁର୍ (୧୯୪୨)।
  • ରିଲିଜିଅନ୍ ଆଣ୍ଡ୍ ସୋସାଇଟି ଏମଂଗ୍ ଦ କୁ୍ର୍ଗସ୍ ଅଫ୍ ସାଉଥ୍ ଇଣ୍ଡିଆ (୧୯୫୨)।
  • କାଷ୍ଟ୍ ଇନ୍ ମଡର୍ଣ୍ ଇଣ୍ଡିଆ ଆଣ୍ଡ୍ ଅଦର୍ ଏସେଜ୍ (୧୯୬୨), ଏସିଆ ପବ୍ଲିଶିଂଗ୍ ହାଉସ୍ ।
  • ଦ ରିମେମ୍ବର୍ଡ୍ ଭିଲେଜ୍ (୧୯୭୬, ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ଦ୍ୱାରା ୨୦୧୩ରେ ପୁନଃପ୍ରକାଶିତ)।
  • ଇଣ୍ଡିଆନ୍ ସୋସାଇଟି ଥ୍ରୁ ପର୍ସନାଲ୍ ରାଇଟିଂଗ୍ସ୍ (୧୯୯୮)।
  • ଭିଲେଜ୍, କାଷ୍ଟ୍, ଜେଣ୍ଡର୍ ଆଣ୍ଡ୍ ମେଥଡ୍ (୧୯୯୮)।
  • ସୋସାଲ୍ ଚେଞ୍ ଇନ୍ ମଡର୍ଣ୍ ଇଣ୍ଡିଆ
  • ଦ ଡମିନାଣ୍ଟ୍ କାଷ୍ଟ୍ ଆଣ୍ଡ୍ ଅଦର୍ ଏସେଜ୍ (ସମ୍ପାଦିତ)।
  • ଡାଇମେନସନ୍ସ୍ ଅଫ୍ ସୋସାଲ୍ ଚେଞ୍ ଇନ୍ ଇଣ୍ଡିଆ

ଆଧାର[ସମ୍ପାଦନା]

  1. Barry Bearak, M. N. Srinivas Is Dead at 83; Studied India's Caste System, The New York Times, 3 December 1999.
  2. M.N. Srinivas: Obituary in the Hindu Frontline Archived 2009-03-04 at the Wayback Machine..
  3. ୩.୦ ୩.୧ Menon, Parvathi. "A scholar remembered". Frontline. The Hindu. Retrieved 17 January 2013.
  4. Social Change in Modern India, Orient Longman, New Delhi, 2000.