ଆଡାମ୍ ସ୍ମିଥ୍

ଉଇକିପିଡ଼ିଆ‌ରୁ
ଆଡାମ ସ୍ମିଥ
A sketch of Adam Smith facing to the right
ଜନ୍ମ16 June 1723 NS
(5 June 1723 OS)
Kirkcaldy, Fife, Scotland
ଦେହାନ୍ତ୧୭ ଜୁଲାଇ ୧୭୯୦(1790-07-17) (ବୟସ ୬୭)
Edinburgh, Scotland
ଅଞ୍ଚଳWestern philosophy
ବିଦ୍ୟାଳୟClassical economics
ମୂଳ ଲକ୍ଷPolitical philosophy, ethics, economics
ଜଣାଶୁଣା ଚିନ୍ତାଧାରାClassical economics,
modern free market,
division of labour,
the "invisible hand"
କାହାଦେଇ ପ୍ରଭାବିତ
କାହାକୁ ପ୍ରଭାବିତ କରିଛନ୍ତି
ସନ୍ତକ

ଆଡାମ ସ୍ମିଥ (୧୬ ଜୁନ ୧୭୨୩ - ୧୭ ଜୁଲାଇ ୧୭୯୦) ଜଣେ ସ୍କଟୀୟ ଦାର୍ଶନିକ, ରାଜନୈତିକ ଅର୍ଥନୀତିର ପୂରୋଗାମୀ ଓ ସ୍କଟୀୟ ନବଜାଗରଣର ପ୍ରବକ୍ତା । [୧] ସ୍ମିଥ ନିଜର "ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍" (୧୯୫୯) ଓ "ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍" (୧୭୭୬) ପାଇଁ ଜଣାଶୁଣା । ଏଥିରୁ ଦ୍ୱୀତିୟ ବହିଟି ତାଙ୍କର ସବୁଠାରୁ ଗୁରୁତ୍ତ୍ୱପୁର୍ଣ ଅବଦାନ ଓ ଏହି ଗ୍ରନ୍ଥକୁ ଆଧୁନିକ ଅର୍ଥନୀତି ବିଜ୍ଞାନର ମୂଳପାଠ ବୋଲି ଧରାଯାଏ । ସ୍ମିଥି୍ "ଆଧିନିକ ଅର୍ଥନୀତି ବିଜ୍ଞାନର ପିତା" ବୋଲି ଖ୍ୟାତ । ଅର୍ଥନୀତି କ୍ଷେତ୍ରରେ ତାଙ୍କୁ ଏବେ ବି ସବୁଠାରୁ ଗୁରୁତ୍ତ୍ୱପୂର୍ଣ ଚିନ୍ତାନାୟକମାନଙ୍କମଧ୍ୟରୁ ଜଣେ ବୋଲି ଧରାଯାଏ । [୨] ନିଜର କାମଦ୍ୱାରା ସ୍ମିଥ୍ ଶାସ୍ତ୍ରୀୟ ମୁକ୍ତ ବଜାର ଅର୍ଥନୈତିକ ତତ୍ତ୍ୱର ମୂଳଦୁଆ ପକାଇଲେ । ତାଙ୍କର ମତ ଅନୁସାରେ ଯୁକ୍ତିସଂଗତ ଭାବରେ ପରିଚାଳିତ ହୋଇ ଲୋକମାନେ ନିଜର ସ୍ୱସ୍ୱାର୍ଥ ସିଦ୍ଧି ପାଇଁ ପ୍ରତିଯୋଗିତା କଲେ ତାହାଫଳରେ ଅର୍ଥନୈତିକ ସମୃଦ୍ଧି ଜାତ ହେବ । [୩]

କର୍ମ ଜୀବନ[ସମ୍ପାଦନା]

ଆଡାମ୍ ସ୍ମିଥ୍ ପ୍ରଥମେ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ସାମାଜିକ ଦର୍ଶନ ପଢ଼ିଲେ । ଏହାପରେ ଉଚ୍ଚତର ଶିକ୍ଷାପାଇଁ ସେ ଅକ୍ସ ଫର୍ଡ୍ ବିଶ୍ୱବିଦ୍ୟାଳୟର ବାଲିଓଲି କଲେଜରେ ଅଧ୍ୟୟନ କଲେ । ଶିକ୍ଷା ସମାପ୍ତ ହେବା ପରେ ସେ ଏଡିନବରା ବିଶ୍ୱବିଦ୍ୟାଳୟରେ କେତେଗୁଡିଏ ପବ୍ଲିକ୍ ଅଭିଭାଷଣ ଦେଲେ । ଏହାପରେ ସେ ୧୭୫୧ ମସିହାରୁ ଆରମ୍ଭକରି ଅନେକ ବର୍ଷ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ କାମ କଲେ ।

ଗ୍ରନ୍ଥାବଳୀ[ସମ୍ପାଦନା]

  • ଦ ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍ (୧୭୬୯)
  • ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍ (୧୭୭୬)

ଆଧାର[ସମ୍ପାଦନା]

  1. "Great Thinkers of the Scottish Enlightenment".
  2. L. Davis, William; Figgins, Bob; Hedengren, David; B. Klein, Daniel (May 2011). "Economics Professors' Favorite Economic Thinkers, Journals, and Blogs (along with Party and Policy Views)" (PDF). Econ Journal Watch. 8 (2): 133.
  3. Smith, Adam (1977) [1776]. An Inquiry into the Nature and Causes of the Wealth of Nations. University of Chicago Press. ISBN 0-226-76374-9. {{cite book}}: Invalid |ref=harv (help)

ଅଧିକ ତଥ୍ୟ[ସମ୍ପାଦନା]