ବ୍ୟବହାରକାରୀ:SRIKANTA KUMAR NAYAK

ଉଇକିପିଡ଼ିଆ‌ରୁ

ପୁରୀ ଖରୁଡ଼ାଙ୍କ ଘଣ୍ଟୁଆ ସେବା

ରଥ ବା ଘୋଷ ଘଣ୍ଟୁଆ: ସ୍ୱତ୍ଵଲିପିର ବିବରଣୀ ଅନୁସାରେ, ଏହି ଘଣ୍ଟୁଆ ସେବକ ସ୍ନାନପୂଣ୍ଣମୀ ଦିନ ରତ୍ନସିଂହାସନରୁ ସ୍ନାନବେଦୀକୁ ଓ ସ୍ନାନବେଦୀଠାରୁ ଅଣସର ପିଣ୍ଡିକୁ ଠାକୁରମାନଙ୍କର ବିଜେ କାଳରେ ଘଣ୍ଟ ବଜାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଅଣସରପିଣ୍ଡିରୁ ରଥକୁ ପହଣ୍ଡି ହୋଇ ଆସିବାବେଳେ, ବିଜେ ପ୍ରତିମାମାନ (ଯଥା ରାମ, କୃଷ୍ଣ ଓ ମହନମୋହନ)ଙ୍କ ରଥବିଜେ ସମୟରେ, ରଥ ଚାଲିବାବେଳେ, ରଥରୁ ଠାକୁରମାନେ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ଘରକୁ ଯିବାବେଳେ ଏହି ସେବକ ଘଣ୍ଟ ବଜାନ୍ତି। ପୁଣି ବାହୁଡ଼ା ଯାତ୍ରା ନିମନ୍ତେ ରଥ ଦକ୍ଷିଣମୋଡ଼ ହେବାବେଳେ, ଠାକୁରମାନେ ଶ୍ରୀଗୁଣ୍ଡିଚା ଘରୁ ପହଣ୍ଡି ହୋଇ ରଥକୁ ଆସିବାବେଳେ ଓ ବାହୁଡ଼ା ରଥ ଚାଲିବାବେଳେ ଏ ସେବକ ଘଣ୍ଟ ବଜାନ୍ତି। ପରିଶେଷରେ ନୀଳାଦ୍ରି ବିଜେରେ ଠାକୁରମାନେ ପହଣ୍ଡି ହୋଇ ରଥରୁ ରତ୍ନବେଦୀକୁ ଆସିବାବେଳେ ଏହି ସେବକ ଘଣ୍ଟ ବଜାନ୍ତି।