ବ୍ୟବହାରକାରୀ:Kiranbala sahoo

ଉଇକିପିଡ଼ିଆ‌ରୁ

ଝରଣ। ଦ।ସ (ଜନ୍ମ - ୧୯୪୫ ମସିହା ) ଓଡିଆ ସିନେମା ଜଗତର ଅପ୍ରତିଦ୍ବନ୍ଦି ନାୟିକ। । ବେତାର ନାଟକର ସ୍ବକୃତି ପ୍ର।ପ୍ତ କଳ।କ।ର ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଝରଣା ଦାସଙ୍କ ଜନ୍ମ କଟକ ସହରର ଚାନ୍ଦିନି ଚୌକେର । ୧୯୪୫ ମସିହ।ରେ ଏକ ଖ୍ରୀଷ୍ଟିୟାନ୍‌ ଯୌଥ ପରିବାରରେ । ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ। ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ ମହାନ୍ତି (କାଶ୍ୟପ) ଓ କିମ୍ବଦନ୍ତି କଳାକାର ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ। କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟ।ର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର 'ଶିଶୁ ସଂସାର' କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ପ୍ରଖାତ ଓଡ଼ିଶୀ ନୃତ୍ୟଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ। ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।

ଶିକ୍ଷାଗତ ଯେ।ଗ୍ୟତା[ସମ୍ପାଦନା]

ମିସନ୍‌ ଗର୍ଲସ ସ୍କୁଲ (ଏବର ବକଲି ଗର୍ଲସ ସ୍କୁଲ)ରୁ ମ୍ୟାଟ୍ରିକ ପାସ କଲା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନ।ତକ ଡିଗ୍ରୀ ହାସଲ କରିଥିଲେ ଝରଣା ଦାସ। ପ୍ରଥମ ଗ୍ରାଜୁଏଟ ଅଭିେନତ୍ରୀ ହେବାର ଗୌରବ ପାଇଛନ୍ତି ଝରଣା ଦାସ। ଅଭିେନତ୍ରୀ ହେବା ପୂର୍ବରୁ ବେତାର ନାଟକର ଜଣେ ଆଗଧାଡିର କଳାକାରଥିଲେ ଝୁମୁ ଅପା। ଏହାପରେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକ। ଭ।ବେ କାମ କରିଛନ୍ତି ଝରଣା ଦାସ ।

କଳାକାର ଜୀବନ[ସମ୍ପାଦନା]

୬୦ ଦଶକର ଜଣେ ଆଗଧାଡିର ନାୟିକା । ନିତାଇ ପାଲିତ ( ଓଡ଼ିଆ ଚଳଚ୍ଚିତ୍ର ଜଗତର ନାମି କଳାକାର) ଙ୍କ ପ୍ରେରଣ।ରେ ପ୍ରଥେମ ଚଳଚ୍ଚିତ୍ର "ମଲାଜହ୍ନ"ରେ ଅଭିନୟ କଲେ ଝରଣା ଦାସ। ଏଇଠାରୁ ଆରମ୍ଭ ହେଲା ଝରଣାଙ୍କର ଚଳଚ୍ଚିତ୍ର କ୍ୟାରିୟର। ପରେ ପରେ ବାବୂଲାଲ ଯେ।ଶୀଙ୍କ ଫିଲ୍ମ "ଅମଡାବାଟ"ରେ ସେ ମୁଖ୍ୟ ଭୂମିକ।ରେ ଅଭିନୟ କେଲ । ୧୯୬୫ ମସିହ।ରେ ପ୍ରଥମେ 'ଅମଡା ବାଟ' ଓ ପରେ 'ମଲାଜହ୍ନ' ମୁକ୍ତିଲାଭ କରିଥିଲା । ଯାହା ତାଙ୍କୁ ଅଭିେନତ୍ରୀର ପରିଚୟ ଦେଇଥିଲା । ତାଙ୍କର ଅନ୍ୟ ଚଳଚ୍ଚିତ୍ର ଗୁଡିକ ମଧ୍ୟରେ ନବଜନ୍ମ (୧୯୬୪), କ। (୧୯୬୬),ଅଦିନ ମେଘ(୧୯୭୦), ଶ୍ରୀଜଗନ୍ନାଥ(୧୯୭୯), ଟିକେହସ ଟିକେଲୁହ(୧୯୮୧), ସମୟ ବଡ ବଳବାନ୍‌,ହିସାବ ନିକାସ, ଜ୍ବାଇଁ ପୁଅ ( ୧୯୮୨), ମହାସତୀ ସାବିତ୍ରୀ (୧୯୮୩), ନିନାଦ(୧୯୮୪), ପୁଜାଫୁଲ, ହାକିମ ବାବୁ (୧୯୮୫), କସ୍ତୁରୀ(୧୯୮୭), କସ୍ତୁରି (୧୯୮୭),ଲାଲପାନ ବିବି(୧୯୮୮) ଓ ଟେ।ପେ ସିନ୍ଦୁର ଦିପଟ ଶଙ୍ଖା (୧୯୮୯) , ସୁନ। ଭ।ଉଜ (୧୯୯୪) ଇତ୍ୟାଦି । ଏତିକିରେ ସିମିତ ନଥିଲା ଝରଣା ଦାସଙ୍କ ଅଭିନୟ ଜୀବନ। ଆକାଶବାଣୀ କଟକ କେନ୍ଦ୍ରର ନାଟକ ବିଭାଗର ଜଣେ ସ୍ବିକୃତିପ୍ରାପ୍ତ କଳାକାର ହେଉଛନ୍ତି ଝରଣା ଦାସ । ତାଙ୍କ କେ।କିଳ କଣ୍ଠର ଯାଦୁରେ ସେ ଦର୍ଶକଙ୍କୁ ଦେଉଥିଲେ ଭରପୁର ମନେ।ରଞ୍ଜନ । ପରିଣତ ବୟସରେ ବି ସେ ଜଣେ ନାୟିକା ଭୁମିକ।ରେ ଅଭିନୟ କରୁଥିଲେ ବେତାର ନାଟକରେ । ତାଙ୍କ କଣ୍ଠ ହିଁ ତାଙ୍କୁ ଦେଇଛି ଭିନ୍ନ ପରିଚୟ । ଓଡିଆ ସିନେମ। ଜଗତର ମୀନା କୁମାରୀ ଥିଲେ ବେ।ଲି ଅନେକ କୁହନ୍ତି ଝରଣା ଦାସଙ୍କୁ। ସୁମଧୁର କଣ୍ଠ ପାଇଁ ଅକ୍ଷୟ ମହାନ୍ତି ଥରେ ତାଙ୍କୁ ସୁେଯାଗ ଦେଇଥିେଲ ସତ। ହେଲେ ରକ୍ଷଣଶୀଳ ପରିବାରର ଝିଅ ହିସାବେର ସେ ବିଭିନ୍ନ କାରଣରୁ ଏହାକୁ ଆପଣାଇ ପାରି ନଥିଲେ ।

ନିର୍ଦ୍ଦେଶନ।[ସମ୍ପାଦନା]

ଝରଣା ଦାସ ପୂର୍ବତମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉପରେ ଏକ ବୃତ୍ତଚିତ୍ର ନିର୍ମାଣ କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ନାଲକୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୬ 
  • ଜୟଦେବ ପୁରସ୍କାର, ୧୯୯୭ 
  • ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ୨୦୧୧ 
  • ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୧ [୧]

୨୦୧୬ ମସିହ।ରେ ଜୀବନବ୍ୟାପି ଅବଦାନ ପାଇଁ ଝରଣା ଦାସଙ୍କୁ ମିଳିଛି ସମ୍ମାନ ସୂଚକ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର। [୨]

  1. ଓଡିଆ ଉଇକିପିଡିଆ
  2. ସମ୍ବାଦ ୨୭ ଜୁଲ।ଇ ୨୦୧୫ , ସୁପ୍ରଭ।ତ ପୃଷ୍ଠା