ପଞ୍ଚଦେବତା

ଉଇକିପିଡ଼ିଆ‌ରୁ
(Panchadevataରୁ ଲେଉଟି ଆସିଛି)
ପଞ୍ଚଦେବତା : ଗଣେଶ (କେନ୍ଦ୍ରରେ), ଶିବ (ଉପର ବାମପାର୍ଶ୍ୱ), ଦେବୀ (ଉପର ଦକ୍ଷିଣପାର୍ଶ୍ୱ), ବିଷ୍ଣୁ (ତଳ ବାମପାର୍ଶ୍ୱ) ଓ ସୂର୍ଯ୍ୟଦେବ (ତଳ ଦକ୍ଷିଣପାର୍ଶ୍ୱରେ) ।

ଶାସ୍ତ୍ରାନୁସାରେ ପଞ୍ଚଦେବତାଙ୍କୁ ପୂଜା କରିବାର ବିଧି ରହିଛି । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ସମୟରେ ଏହି ପଞ୍ଚ ଦେବତାଙ୍କୁ ପୂଜା କରାଯାଇଥାଏ । ସେମାନେ ହେଲେ ଗଣେଶ, ବିଷ୍ଣୁ, ଶିବ, ଦୁର୍ଗା ଏବଂ ସୂର୍ଯ୍ୟଦେବ । କୁହାଯାଏ ଯେ ଆମ ଶରୀର ପଞ୍ଚ ତତ୍ତ୍ୱରେ ନିର୍ମିତ ଏବଂ ଏହି ପଞ୍ଚଦେବତା ଆମ ଶରୀରରେ ବିଦ୍ୟମାନ । ଗଣେଶଙ୍କୁ ଜଳ ତତ୍ତ୍ୱ କୁହାଯାଏ । କାରଣ ଏହାଙ୍କ ବାସସ୍ଥାନ ଜଳ ବୋଲି ଧରାଯାଏ । ଶ୍ରୀ ବିଷ୍ଣୁ ବାୟୁତତ୍ତ୍ୱ,ଶିବ ପୃଥିବୀ ତତ୍ତ୍ୱ, ଶ୍ରୀଦେବୀ ମା' ଅଗ୍ନୀ ତତ୍ତ୍ୱ ଏବଂ ସୂର୍ଯ୍ୟଦେବ ଆକାଶ ତତ୍ତ୍ୱ । ଆମ ଜୀବନ ଧାରଣ ପାଇଁ ସର୍ବପ୍ରଥମେ ଜଳର ଆବଶ୍ୟକତା ରହିଛି । ସେଥିପାଇଁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ । ବାୟୁ ସାକ୍ଷାତ ବିଷ୍ଣୁ ଦେବତା । ଏହିସବୁ ତତ୍ତ୍ୱଗୁଡିକ ଆମଶରୀରରେ ବିଦ୍ୟମାନ କାରଣ ଏହି ପଞ୍ଚ ଦେବତାଙ୍କୁ ପୂଜାକରିବାର ଅର୍ଥ ଆମେ ନିଜକୁ ହିଁ ପୂଜା କରୁ ବୋଲି ପୁରାଣ ବର୍ଣ୍ଣିତ ।

ଆଧାର[ସମ୍ପାଦନା]