ଓଡ଼ିଶା ଇଞ୍ଜିନିୟରିଂ କଲେଜ

ଉଇକିପିଡ଼ିଆ‌ରୁ
(Orissa Engineering Collegeରୁ ଲେଉଟି ଆସିଛି)
ଓଡ଼ିଶା ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର, ଓଡ଼ିଶା
ଲକ୍ଷ୍ୟ (ଇଂରାଜୀରେ)Stands for quality Education
ସ୍ଥାପିତ୧୯୮୬
ପ୍ରକାରଘରୋଇ
ସଭାପତିଶ୍ରୀମତୀ ଶୁଭ୍ରା ପଟ୍ଟନାୟକ
ତଳସ୍ନାତକ୨୭୦୦
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ India
ପରିସର୫୮
ଅନୁବନ୍ଧନ0
ୱେବସାଇଟhttp://www.oec.ac.in

ଓଡ଼ିଶା ଇଞ୍ଜିନିୟରିଂ କଲେଜ (ଓ.ଇ.ସି) ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ। ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟଟି ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟଦ୍ୱାରା ଅନୁବନ୍ଧିତ।[୧] ଏହା ରାଜ୍ୟର ତଥା ପୂର୍ବ ଭାରତର ପ୍ରଥମ ଘରୋଇ ଇଞ୍ଜିନିୟରିଂ କଲେଜ।

ଅବସ୍ଥିତି[ସମ୍ପାଦନା]

ଓଡ଼ିଶା ଇଞ୍ଜିନିୟରିଂ କଲେଜ (ଓ.ଇ.ସି) ଭୁବନେଶ୍ୱରରୁ ପ୍ରାୟ ୨୦ କି.ମି. ଦୂରରେ ଅବସ୍ଥିତ। ପ୍ରାୟ ୫୮ ଏକର (୨୩୦,୦୦୦ ମି) ବିସ୍ତୃତ ଏହି ମହାବିଦ୍ୟାଳୟଟି ଭୁବନେଶ୍ୱରରୁ ଜଟଣି ରାସ୍ତାରେ ନିଜିଗଡ଼ - କୁର୍କୀରେ ଅବସ୍ଥିତ।

ବିଭାଗ[ସମ୍ପାଦନା]

  1. ନିର୍ମାଣ ବିଜ୍ଞାନ ଇଞ୍ଜିନିଅରିଂ (ସି.ଇଂ.)
  2. କମ୍ପ୍ୟୁଟର୍ ବିଜ୍ଞାନ ଇଞ୍ଜିନିଅରିଂ (ସି.ଏସ. ଇଂ)
  3. ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଇଞ୍ଜିନିଅରିଂ (ଆଇ.ଟି)
  4. ମେକାନିକାଲ୍ ଇଞ୍ଜିନିଅରିଂ (ଏମ.ଇଂ.)
  5. ଇଲେକ୍ଟ୍ରିକାଲ୍ ଇଞ୍ଜିନିଅରିଂ (ଇ. ଇଂ.)
  6. ଇଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିକମ୍ୟୁନିକେସନ୍ ଇଞ୍ଜିନିଅରିଂ (ଇ.ଟି.ସି.)

ଆଧାର[ସମ୍ପାଦନା]