ନନ୍ଦ କିଶୋର ବଳ

ଉଇକିପିଡ଼ିଆ‌ରୁ
(Nanda Kishore Balରୁ ଲେଉଟି ଆସିଛି)
ପଲ୍ଲୀକବି

ନନ୍ଦ କିଶୋର ବଳ
ଜନ୍ମ ଓ ଜନ୍ମସ୍ଥାନରସାନନ୍ଦ ଜେନା
(1875-12-22)୨୨ ଡିସେମ୍ବର ୧୮୭୫
କୁସୁପୁର, କଟକ, ଓଡ଼ିଶା
ମୃତ୍ୟୁ୧ ଜୁଲାଇ ୧୯୨୮(1928-07-01) (ବୟସ ୫୨)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ,
ରେଭେନ୍ସା ମହାବିଦ୍ୟାଳୟ
ଶୈଳୀକବି
ପିତାମାତାଭଜନାନନ୍ଦ ଜେନା, ହିରଣ୍ମୟୀ ଦେବୀ

ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ ।[୧]

ଜୀବନକାଳ[ସମ୍ପାଦନା]

ସେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ସ୍କୁଲ ସବ୍-ଇନସିପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡିଥିଲା ।

୧୯୨୮ ମସିହା ଜୁଲାଇ ୧ତାରିଖରେ, ବାଉନ ବର୍ଷ ବୟସରେ ନନ୍ଦ କିଶୋର ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

ନନ୍ଦ କିଶୋର, କଲେଜର ପଢ଼ିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ "ପଲ୍ଲୀ ଚିତ୍ର" ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ "ନାନା ବାୟା ଗୀତ" ଓଡ଼ିଶାର ପୁରପଲ୍ଲିରେ ବେଶ୍ ପ୍ରଚଳିତ ।[୨] ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।[୩]

ନନ୍ଦ କିଶୋରଙ୍କ ନାନାବାୟା ଗୀତ:[୪]

ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।

୧୯୨୫ରେ ସେ କନକଲତା (ଉପନ୍ୟାସ) ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ । ନନ୍ଦ କିଶୋରଙ୍କ ପଦ୍ୟାବଳୀ ଗୁଡିକର ମୂଲ୍ୟାୟନ କରି, ବ୍ୟାସକବି ଫକୀର ମୋହନ କହିଥିଲେ :[୫]

"ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା॥"


ନନ୍ଦ କିଶୋରଙ୍କଦ୍ୱାରା ରଚିତ ପୁସ୍ତକ:

  • ଲକ୍ଷ୍ମୀ (ଗଳ୍ପ- ୧୯୧୩)

[୬]

ଆଧାର[ସମ୍ପାଦନା]

  1. A History of Indian Literature
  2. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 49–. ISBN 978-81-8450-151-3.
  3. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4145–. ISBN 978-81-260-1221-3.
  4. http://www.odiasahitya.com/smaraniyalekha/nanabaya-gita/
  5. "ପଲ୍ଲୀକବି ନନ୍ଦକିଶୋର". ସମ୍ବାଦ ୦୧/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 1 July 2015. Archived from the original on 4 March 2016. Retrieved 1 July 2015.
  6. "ଆର୍କାଇଭ୍ କପି". Archived from the original on 2015-09-24. Retrieved 2015-07-01. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ[ସମ୍ପାଦନା]