ବୃକ୍‌କ

ଉଇକିପିଡ଼ିଆ‌ରୁ
(Kidneyରୁ ଲେଉଟି ଆସିଛି)
ବୃକକ
Human kidneys viewed from behind with spine removed
ଲାଟିନ ଭାଷାରେ Ren (Greek: nephros)
ବିଭାଗ Urinary system and endocrine system
ଧମନୀ Renal artery
ଶିରା Renal vein
ସ୍ନାୟୁ Renal plexus
MeSH Kidney
Dorlands/Elsevier Kidney

ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ [୧] ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ [୨]। ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ ।
ଏକ ରକ୍ତ ଶୋଧନ ଯନ୍ତ୍ର ଭାବେ ଜଣାଶୁଣା ଥିଲେ ମଧ୍ୟ ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରେ । ଏହା ଇଲେକ୍ଟ୍ରୋଲାଇଟ ନିୟନ୍ତ୍ରଣ କରେ, ଏସିଡ-ବେସ ସନ୍ତୁଳନ ରଖେ, ରକ୍ତ ଚାପ ନିୟନ୍ତ୍ରଣ କରେ । ଏହା ରକ୍ତକୁ ପ୍ରାକୃତିକ ଉପାୟରେ ଶୋଧନ କରି ୟୁରିଆଆମୋନିଅମ ଭଳି ଶରୀରର ହାନି କାରକ ପଦାର୍ଥ ଗୁଡିକୁ ନିଷ୍କାସନ କରେ । ରକ୍ତର ଫିଲଟର ବା ପରିସ୍ରବଣଦ୍ୱାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ । କ୍ୟାଲସିଟ୍ରଲ, ଏରିଥ୍ରୋପଏଟିନରେନିନ ଭଳି ଏନଯାଇମ ଏହା ପ୍ରସ୍ତୁତ କରେ ।

ଗଠନ[ସମ୍ପାଦନା]

1. Renal pyramid • 2. Interlobular artery • 3. Renal artery • 4. Renal vein 5. Renal hilum • 6. Renal pelvis • 7. Ureter • 8. Minor calyx • 9. Renal capsule • 10. Inferior renal capsule • 11. Superior renal capsule • 12. Interlobular vein • 13. Nephron • 14. Minor calyx • 15. Major calyx • 16. Renal papilla • 17. Renal column

ଶିମ୍ବ ମଞ୍ଜି ଆକାରର କିଡନିର ଗୋଟିଏ ଅବତଳ ଓ ଗୋଟିଏ ଏକ୍ସଏକ୍ସଏକ୍ସ ପ୍ରୁଷ୍ଠ ଥାଏ । ଗୋଟିଏ ଗାତ ଭଳି ସ୍ଥାନକୁ ହାଇଲମ କହନ୍ତି । ଏହି ହାଇଲମଠାରେ କିଡନୀ ସହା ଧମନୀ, ଶିରା ଓ ୟୂରେଟର ସଂଯୁକ୍ତ ହୋଇଥାଏ । କିଡନୀ ଚାରି ପାଖରେ ଏକ ସଂଯୋଜକ ତନ୍ତୁ ନିର୍ମିତ ଆବରଣ ଥାଏ । ଯାହାକୁ କିଡନୀ କ୍ୟାପ ସ୍ୟୁଲ କହନ୍ତି । କିଡନୀ ଚାରି ପାଖରେ ଚର୍ବି ଥାଏ । କିଡନୀ ଆଗରେ ପେରିଟୋନିଅମ, ପଛରେ ଟ୍ରାନ୍ସଭରସାଲିସ ଫାସା, ଡାହାଣ କିଡନୀ ଉପର ପାଖରେ ଲିଭର ବା ଯକୃତ, ବାମ କିଡନି ଉପର ପାଖରେ ପ୍ଳିହା ଥାଏ ।
କିଡନୀ ପଦାର୍ଥକୁ ପାରେନାକାଇମା କହନ୍ତି । ଏହାର ବାହ୍ୟ ଅଂଶକୁ କର୍ଟେକ୍ସ ଓ ଅଭ୍ୟନ୍ତର ଅଂଶକୁ ମେଡୁଲା କହନ୍ତି । ଆଠରୁ ଅଠରଟି କୋନ ସଦୃଶ ରେନାଲ ଲୋବ ଏଥିରେ ଥାଏ ଓ ପ୍ରତ୍ୟେକ ଲୋବରେ କର୍ଟେକ୍ସ ଓ ମେଡୁଲା ଥାଏ । ପରିସ୍ରା ତିଆରି କରିବା ନିମନ୍ତେ ଅନେକ ଗୁଡିଏ ଏକକ (Unit) ଥାଏ ଯାହାକୁ ନେଫ୍ରନ (Nephron) କହନ୍ତି । ପ୍ରତ୍ୟେକ ନେଫ୍ରନରେ ଗୋଟିଏ ଫିଲଟର ଥାଏ ଓ ଏଥିରୁ ଗୋଟିଏ ଲମ୍ବା ନଳୀ ବାହାରି ଥାଏ । କର୍ଟେକ୍ସରେ ଫିଲଟର ଥାଏ ଓ ନଳୀ ମେଡୁଲାରେ ଥାଏ । ନଳୀଟି ଇଂରାଜୀ ‘u’ ଭଳି ଦେଖାଯାଏ । ଫିଲଟରରୁ ଯେଉଁ ନଳୀ ବାହାରେ ତାହାକୁ ଡିସେଣ୍ଡି ଲୁପ ଅଫ ହେନଲେ, ତା ପର ଅଂଶକୁ ଲୁପ ଅଫ ହେନଲେ ଓ ତା ପର ଅଂଶକୁ ଆସେଣ୍ଡି ଲୁପ ଅଫ ହେନଲେ କହନ୍ତି । ଏହି ଶେଷ ଅଂଶଟି ଯାଇ କଲେକଟିଙ୍ଗ ଡକ୍ଟରେ ମିଶିଛି । ଏହି ଶେଷ ଅଂଶଟି ଯାଇ ପର୍ଯ୍ୟାୟକ୍ରମେ ଆହୁରି କେତେକ ନଳୀ ସହ ମିଶି କଲେକଟିଙ୍ଗ ଡକ୍ଟରେ ପରିଣତ ହୋଇଛି । ଏହି ପରି ଅନେକ ଡକ୍ଟ ମିଶି ପାପିଲା, ମାଇନର କାଲିକ୍ସ, ମେଜର କାଲିକ୍ସ ହୋଇ ଶେଷରେ ରେନାଲ ପେଲଭିସରେ ପରିଣତ ହୁଏ ଯେଉଁଠାରୁ ୟୁରେଟର ଆରମ୍ଭ ହୁଏ । ପ୍ରତି କିଡନିରୁ ଗୋଟିଏ ୟୁରେଟର ବାହାରି ଶେଷରେ ମୂତ୍ରାଶୟ ସହ ସଂଯୁକ୍ତ ହୋଇଥାଏ ।
ନେଫ୍ରନର ଆରମ୍ଭ ସ୍ଥାନରେ
ନେଫ୍ରନର ଆରମ୍ଭ ସ୍ଥାନଟିର ଆକାର ଗୋଟିଏ ଫୁଟବଲ ବ୍ଲାଡରକୁ ହାତରେ ଚିପି ଧରି ଦୁଇ ପ୍ରସ୍ତ କଲେ ଯେପରି ଦେଖାଯିବ ସେହିପରି ଥାଏ ଓ ଏହାକୁ ବାଓମେନ୍ସ କ୍ୟାପସ୍ୟୁଲ କହନ୍ତି । ସେହି ଭିତର ସ୍ଥାନରେ ରେନାଲ ଧମନୀ ଶାଖା ବିସ୍ତାର କରି ଶେଷରେ ଗୋଟିଏ ଆଫରଣ୍ଟ ଅର୍ଟେରିଓଲରେ ପରିଣତ ହୋଇ ଗୋଟିଏ ରକ୍ତ ନଳୀ ପ୍ରବେଶ କରି ଶାଖା ପ୍ରଶାଖା ମେଲେଇ ଯାଏ ଓ ଧିରେ କ୍ଷୁଦ୍ର ଶିରାରେ ପରିଣତ ହୁଏ । ଏହାକୁ ଗ୍ଲୋମେରୁଲସ କହନ୍ତି ।

କିଡନିର କାର୍ଯ୍ୟ[ସମ୍ପାଦନା]

ଅଦରକାରୀ ପଦାର୍ଥର ନିଷ୍କାସନ[ସମ୍ପାଦନା]

ଶରୀରର ବିପାକ ବା ମେଟାବୋଲିଜ୍ମଦ୍ୱାରା ଜାତ ହେଉଥିବା ଅଦରକାରୀ ତଥା କ୍ଷତିକାରକ ପଦାର୍ଥକୁ ନିଷ୍କାସନ କରିବାରେ କିଡନି ମୂଖ୍ୟ ଭୂମିକା ନିର୍ବାହ କରେ । ପ୍ରୋଟିନ ବା ପୁଷ୍ଟିସାର ଜାତୀୟ ଖାଦ୍ୟରୁ ବିପାଚନଦ୍ୱାରା ଯବକ୍ଷାରଜାନ ପଦାର୍ଥ ଯଥା ୟୁରିଆ, ଓ ନ୍ୟୁକ୍ଲିକ ଏସିଡର ବିପାଚନରୁ ୟୁରିକ ଏସିଡ ଜାତ ହୁଏ । ଏହି ପଦାର୍ଥ ଫିଲଟର ହୋଇ କିଡନିଦ୍ୱାରା ପରିସ୍ରାରେ ବାହାରି ଯାଏ ।

ଅତ୍ୟାବଶ୍ୟକ ପୋଷକମାନଙ୍କର ଅବଶୋଷଣ[ସମ୍ପାଦନା]

ନିମ୍ନରେ କେତେକ ପୋଷକମାନଙ୍କର ନେଫ୍ରନର କେଉଁ ସ୍ଥାନରେ କଅଣ ଅବଶୋଷଣ ହୁଏ ତାହାର ତାଲିକା ଦିଆ ଯାଇଛି ।

ପୁନଃ ଅବଶୋଷଣ ସ୍ଥାନ ପୁନଃ ଅବଶୋଷିତ ପୋଷକ ସୂଚନା
ପ୍ରାରମ୍ଭ ପ୍ରୋକ୍ସିମାଲ ଟିବ୍ୟୁଲ ଗ୍ଲୁକୋଜ ବା ଶର୍କରା (୧୦୦%), ଆମିନୋ ଏସିଡ (୧୦୦%), ବାଇକାର୍ବୋନେଟ (୯୦%), Na+ (୬୫%), Cl, ଫସଫେଟ ଓ H2O (୬୫%)
  • PTH ବା ପରାଥାଇରଏଡ ହରମୋନ ଫସଫେଟ ନିସ୍କାଷନ କରାଏ ନାହିଁ
  • AT II ବା ଆଞ୍ଜିଓଟେନସିନ II Na+, H2O and HCO3 ପୁନଃ ଅବଶୋଷଣକୁ ଉତ୍ତେଜିତ କରାଏ ।.
ପତଳା ଡିସେନ୍ଡିଙ୍ଗ ଲୁପ ଅଫ ହେନଲେ H2O
  • ମେଡୁଲାସ୍ଥ ଅତିତନବୀ (Hypertonicity) ଯୋଗୁ ପୁନଃ ଅବଶୋଷିତ ହୁଏ ଓ ପରିସ୍ରାକୁ ଅତିତନବୀ କରାଏ ।
ମୋଟା ଉର୍ଦ୍ଧ୍ୱଗାମୀ ଲୁପ ଅଫ ହେନଲେ Na+ (୧୦-୨୦%), K+, Cl; Mg2+, Ca2+ର ପାରାସେଲ୍ୟୁଲାର ଅବଶୋଷଣ ବିକଳ୍ପ ଭାବରେ କରାଏ
  • ଏହି ସ୍ଥଳରେ H2O ଅବଶୋଷଣ ହୁଏ ନାହିଁ ଓ ପରିସ୍ରା ଅଧିକ ଘାନା ହୁଏ ନାହିଁ ।
ପ୍ରାରମ୍ଭ ମୋଡି ହୋଇଥିବା ଟୁବ୍ୟୁଲ Na+, Cl
  • PTH ବା ପାରାଥାଇରଏଡ ହରମୋନ Ca2+ର ପୁନଃ ଅବଶୋଷଣ କରାଏ
କଲେକଟିଂ ଟୁବ୍ୟୁଲ Na+(3–5%), H2O
  • K+, and H+ ବଦଳରେ Na+ ପୁନଃ ଅବଶୋଷଣ ହୁଏ ।
  • V2 ରିସେପ୍ଟର ଉପରେ ଏ.ଡି.ଏଚ (ADH) କାମ କରି aquaporinsକୁ ଲୁମିନାଲ ପାର୍ଶ୍ୱରେ ଭର୍ତ୍ତି କରାଏ ।

ଗର୍ଭାବସ୍ଥାରେ ଗ୍ଳୁକୋଜର ପୁନଃ ଅବଶୋଷଣ କମିଯାଏ ।

ଏସିଡ-ବେସ ସମତୁଲ[ସମ୍ପାଦନା]

କିଡନି ଓ ଫୁସଫୁସ ଏହି ଦୁଇ ଅଙ୍ଗ ଦେହର ଏସିଡ- ବେସ ବା pH ସମତୁଲ କରିବା ନିମନ୍ତେ କାମ କରନ୍ତି । ଫୁସଫୁସ ଅଙ୍ଗାରକାମ୍ଳ ନିସ୍କାସନ କରି ଓ କିଡନି ଉଦଜାନ ଆୟନ ନିଷ୍କାସନ କରିବା ସହ ପରିସ୍ରାରୁ ବାଇକାର୍ବୋନେଟ ପୁନଃଶୋଷଣ କରି ଏହି ଏସିଡ- ବେସ ସମତୁଲ କରେ ।

ଅସମୋଲାଲିଟି ନିୟନ୍ତ୍ରଣ[ସମ୍ପାଦନା]

ପ୍ଲାଜ୍ମା ଅସମୋଲାଲିଟି ବୃଦ୍ଧି ଘଟିଲେ ମସ୍ତିଷ୍କର ହାଇପୋଥାଲାମସ (Hypothalamus) ଜାଣିପାରେ ଓ ପୋସ୍ଟିରିଅର ପିଟୁଇଟାରି (Posterior pituitary gland) ଗ୍ରନ୍ଥି ବା ଗ୍ଲାଣ୍ଡ ସହ ସମ୍ପର୍କ ସ୍ଥାପନ କରେ ଓ ଏହି ଗ୍ରନ୍ଥିରୁ ଆଣ୍ଟିଡାଇୟୁରେଟିକ ହରମୋନ (Antidiuretic hormone) କ୍ଷରିତ କରାଏ । ଏହି ହରମୋନ ପ୍ରଭାବରେ ପରିସ୍ରାରୁ ଜଳ ଶୋଷିତ ହୁଏ ଓ ପରିସ୍ରାର କନସେଣ୍ଟ୍ରେସନ ବୃଦ୍ଧି ପ୍ରାପ୍ତ ହୁଏ ବା ପରିସ୍ରା ଗାଢ଼ ହୁଏ ।

କିଛି ଛବି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "HowStuffWorks How Your Kidney Works".
  2. "Kidneys Location Stock Illustration". Archived from the original on 2013-09-27.

ବାହାର ଲିଙ୍କ୍[ସମ୍ପାଦନା]