ଇଣ୍ଟରନେଟ

ଉଇକିପିଡ଼ିଆ‌ରୁ
(Internetରୁ ଲେଉଟି ଆସିଛି)
ଇଣ୍ଟରନେଟ‎
ଇଣ୍ଟରନେଟ‎

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ୱବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।[୧]

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୂଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ୱରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଜ୍ଞାନକୌଶଳ[ସମ୍ପାଦନା]

ଇଣ୍ଟରନେଟରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ । ସର୍ଭରଗୁଡ଼ିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭର ବା ମୁଖ୍ୟ କମ୍ପ୍ୟୁଟରରେ ଡାଟା ସବୁ ସାଇତି ରଖା ଯାଇଥାଏ । ପ୍ରତ୍ୟେକ ସର୍ଭରର ସ୍ୱତନ୍ତ୍ର ନାମ ଏବଂ ଆଡ୍ରେସ ରହିଥାଏ । ଆମେ ଯେତେବେଳେ ଆମ କମ୍ପ୍ୟୁଟରରେ ୱେବସାଇଟ ଖୋଳୁଛୁ, ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭରରୁ ସମ୍ପୃକ୍ତ ପ୍ରୁଷ୍ଠାକୁ ଆମ କମ୍ପ୍ୟୁଟରରେ ଦେଖେଇ ଥାଏ ଏବଂ ଆମେ ଆମ କାମ କରିଥାଉ ।

ଆଧାର[ସମ୍ପାଦନା]

  1. "Internet | Description, History, Uses, & Facts | Britannica". www.britannica.com (in ଇଂରାଜୀ). Retrieved 6 February 2022.