ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ

ଉଇକିପିଡ଼ିଆ‌ରୁ
(Institute of Mathematics and Applications(Bhubaneswar)ରୁ ଲେଉଟି ଆସିଛି)


ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ(IMA)
ସ୍ଥାପିତ୧୯୯୯
ପ୍ରକାରସର୍ବସାଧାରଣଙ୍କ ପାଇଁ
ନିର୍ଦ୍ଦେଶକପ୍ରଫେସର ଏ.କେ. ମିଶ୍ର
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସରସହରାଞ୍ଚଳ (Urban)
ୱେବସାଇଟhttp://www.iomaorissa.ac.in
ଭୁବନେଶ୍ୱର is located in Odisha
ଭୁବନେଶ୍ୱର
ଭୁବନେଶ୍ୱର
ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଅବସ୍ଥିତି

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (English: Institute of Mathematics and Applications ବା IMA), ଭୁବନେଶ୍ୱର, ଓଡ଼ିଶା ସରକାରଙ୍କଦ୍ୱାରା 1999 ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷା ଅନୁଷ୍ଠାନ ଅଟେ । ଏହାର ଦୁଇଟି ମୂଳ ଉଦ୍ଦେଶ୍ୟ ହେଲା ପ୍ରୟୋଗାତ୍ମକ ଓ ଶୁଦ୍ଧ ଗଣିତଶାସ୍ତ୍ର ଉପରେ ଉଚ୍ଚତର ଗବେଷଣା ଏବଂ ଗଣିତରେ(mathematics, computation and computational finance) ସ୍ନାତକୋତ୍ତର ଶିକ୍ଷା ପ୍ରଦାନ । ଗଣିତ ବିଷୟରେ ଆଗ୍ରହ ସୃଷ୍ଟି ନିମନ୍ତେ ଏହି ଅନୁଷ୍ଠାନ ବିଭିନ୍ନ ବିଦ୍ୟାଳୟରେ ତାଲିମ କାର୍ଯ୍ୟକ୍ରମ କରିଥାଏ ଓ ଗଣିତ ଅଲମ୍ପିଆଡ(Mathematics Olympiads) ଆୟୋଜନ ମଧ୍ୟ କରିଥାଏ ।

ଇତିହାସ[ସମ୍ପାଦନା]

ରାଜନୈତିକ ଇତିହାସ[ସମ୍ପାଦନା]

  • ପ୍ରଫେସର ବାମାଚାରଣ ଦାସ ଓଡ଼ିଶା ଗଣିତ ସଂସଦର ସଭାପତି ଥିବା ସମୟରେ ୧୯୭୫, ୧୯୭୬, ୧୯୮୧ ମସିହାରେ ଓଡ଼ିଶାରେ ଗଣିତ ପ୍ରତିଷ୍ଠାନ (Institute of Mathematics) ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ ।
  • ପ୍ରଫେସର ଘନଶ୍ୟାମ ସାମଲ ସଭାପତି ଥିବା ସମୟରେ ଗଣିତ ପ୍ରତିଷ୍ଠାନ ସ୍ଥାପନା ପାଇଁ ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟିବା ପାଇଁ ପ୍ରସ୍ତାବ ଗ୍ରହଣ । [୧]
  • ୧୯୯୩ ମସିହାରେ ପ୍ରଫେସର ତ୍ରିବିକ୍ରମ ପତି ସଭାପତି ହେଲେ ଓ ସେ ଏହି ପଦବୀରେ ରହିଲେ ୨୦୦୧ ମସିହା ପର୍ଯ୍ୟନ୍ତ । ଓଡ଼ିଶାରେ ଗଣିତ ପ୍ରତିଷ୍ଠାନର ସ୍ଥାପନା କରିବା ପାଇଁ ସେ ଏହି ସମୟରେ ସକ୍ରିୟ ଭୂମିକା ଗ୍ରହଣ କଲେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କୁ ସେ ଏକା ଏକା ଅନେକ ଥର ସାକ୍ଷାତ କରିଛନ୍ତି । ଏକାଧିକବାର ଅନୁଷ୍ଠାନ କରିବା ପାଇଁ Memorandum ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତୁତିକରଣ ପ୍ରକ୍ରିୟା ଓ ଆଲୋଚନା ବେଳେ ଏହାର ନାମକରଣ ହେଲା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (Institute of Mathematics and Application) ଓ ଉଦ୍ଦେଶ୍ୟଗୁଡିକ ଲିପିବଦ୍ଧ ହୋଇଥିଲା । [୧]

ବିବାଦ[ସମ୍ପାଦନା]

କ୍ୟାମ୍ପସ[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଅଭିନବ ଗଣିତ ବିଚିତ୍ରା , ଭାଗ-୩୦ , ସଂଖ୍ୟା-୩ , (ଗଣିତ ଓ ରାଜନୀତି-୭ , ଗୋକୁଳାନନ୍ଦ ଦାସ) , ପୃ-୮

ବାହାର ଲିଙ୍କ[ସମ୍ପାଦନା]