ଇଚ୍ଛାପୁରମ

Coordinates: 19°07′N 84°42′E / 19.12°N 84.7°E / 19.12; 84.7
ଉଇକିପିଡ଼ିଆ‌ରୁ
(Ichchapuramରୁ ଲେଉଟି ଆସିଛି)
ଇଚ୍ଛାପୁର
—  ସହର , ମଣ୍ଡଳପୌରପାଳିକା  —
ଆନ୍ଧ୍ର ପ୍ରଦେଶ, ଭାରତରେ ଅବସ୍ଥିତି
ଆନ୍ଧ୍ର ପ୍ରଦେଶ, ଭାରତରେ ଅବସ୍ଥିତି
ଇଚ୍ଛାପୁର
ଇଚ୍ଛାପୁରର ଅବସ୍ଥାନ
ଆନ୍ଧ୍ର ପ୍ରଦେଶ
ଦିଗବାରେଣି 19°07′N 84°42′E / 19.12°N 84.7°E / 19.12; 84.7
ଦେଶ ଭାରତ
ରାଜ୍ୟ ଆନ୍ଧ୍ର ପ୍ରଦେଶ
ଭାରତର ଜିଲାସବୁ ଶ୍ରୀକାକୁଲମ
ବିଧାୟକ ପିରିୟା ସାଇରାଜ
ଲୋକସଂଖ୍ୟା ୩୨୬୫୦ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
କୋଡ଼
ବେବସାଇଟ [http://www.ichchapuram.com www.ichchapuram.com]

ଇଚ୍ଛାପୁର (ତେଲୁଗୁ: ఇచ్ఛాపురం, English: Ichchapuram/Ichapuram; ଇଚ୍ଛାପୁରମ ରୂପେ ମଧ୍ୟ ପରିଚିତ) ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଏକ ପୌରପାଳିକା ତଥା ସଦର ମହକୁମା ଅଟେ । ଏହାର ଉତ୍ତର ଓ ପଶ୍ଚିମ ସୀମାରେ ଓଡ଼ିଶା, ଦକ୍ଷିଣରେ କଭିତି ମଣ୍ଡଳ ଏବଂ ପୂର୍ବରେ ବଙ୍ଗୋପସାଗର ଅବସ୍ଥିତ ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଇଚ୍ଛାପୁରର ଅକ୍ଷାଂଶ ଓ ଦ୍ରାଘିମା 19°07′N 84°42′E / 19.12°N 84.7°E / 19.12; 84.7 I [୧] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୭ ମି. (୨୨ ଫୁଟ) ।

ଦି ଇମ୍ପେରିଆଲ ଗେଜେଟର ଅଫ ଇଣ୍ଡିଆଅନୁସାରେ [୨] ୧୯୦୧ ମସିହାରେ ଇଚ୍ଛାପୁର ଗଞ୍ଜାମ ଜିଲ୍ଲା ଜମିଦାରୀ ତହସିଲ ଅନ୍ତର୍ଗତ ୩୦୦ ବର୍ଗ ମାଇଲର ଅଞ୍ଚଳ ଥିଲା।ଏହାର ଲୋକସଂଖ୍ୟା ୮୩,୫୦୦ ଥିଲା ଯାହାକି ୧୮୯୧ରେ ୭୪,୮୪୬ ଥିଲା । ବ୍ରହ୍ମପୁର ତାଲୁକା ଅଞ୍ଚଳ ଏହାର ପଡ଼ିଶା ତହସିଲ ଥିଲା । ଏହି ତହସିଲର ମୁଖ୍ୟ ଗ୍ରାମଗୁଡ଼ିକ ହେଲା ଚିକିଟି, ସୁଡଙ୍ଗୀଜରଦା । ଚିକିଟି ବାହୁଡା ନଦୀଦ୍ୱାରା ଉନ୍ନତ ଏକ ଚାଷବାସର ଅଞ୍ଚଳ ଥିଲା ବେଳେ ଜରଦା ଓ ସୁଡଙ୍ଗୀ ଘଞ୍ଚ ଜଙ୍ଗଲ ଓ ପାହାଡରେରେ ଭରପୁର ଥିଲା।

୨୦୦୧ ଭାରତର ଲୋକସଂଖ୍ୟା ଅନୁସାରେ [୩] ଇଚ୍ଛାପୁରର ଲୋକସଂଖ୍ୟା ୪୨,୬୫୦ । ମୋଟ ଲୋକ ସଂଖ୍ୟାର ୪୮% ପୁରୁଷ ଓ ୫୨% ସ୍ତ୍ରୀ।ଏହାର ସାକ୍ଷରତା ହାର ୫୩% ଯାହାକି ଜାତୀୟ ହାର ୫୯.୫%ରୁ କମ।ପୁରୁଷ ସାକ୍ଷରତା ହାର ୬୪% ଥିଲା ବେଳେ ମହିଳା ସାକ୍ଷରତା ହାର ୪୪% । ଇଚ୍ଛାପୁରରେ ମୋଟ ଲୋକସଂଖ୍ୟାର ୧୩% ହେଉଛନ୍ତି ୬ ବର୍ଷରୁ କମ ଶିଶୁ ।

ଜାଣିବା କଥା[ସମ୍ପାଦନା]

  • ଇଚ୍ଛାପୁର ହେଉଛି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାହାକି ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ । ଏହା ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ରାଜଧାନୀ ବ୍ରହ୍ମପୁରଠାରୁ ଅତି ନିକଟରେ ଅବସ୍ଥିତ ।
  • ଆଞ୍ଚଳିକ ଚିକିତ୍ସା କେନ୍ଦ୍ରଆନ୍ଧ୍ର ପ୍ରଦେଶ ବୈଦ୍ୟ ବିଧାନ ପରିଷଦ ଏଠାରେ ଅବସ୍ଥିତ । ଏହା ଏକ ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ।[୪]
  • ଏଠାରେ ୪୧୧ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି ।
  • ଡାକ ଓ ତାରର ସୁବିଧା ରହିଛି ।

ବିଧାନ ସଭା ମଣ୍ଡଳୀ[ସମ୍ପାଦନା]

ଇଚ୍ଛାପୁର ନିଜେ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ । ୧୯୯୯ରେ ୧,୩୦,୩୦୬ ଜଣ ପଞ୍ଜୀକୃତ ମତଦାତା ଥିଲେ ।

ନିର୍ବାଚିତ ପ୍ରତିନିଧିମାନଙ୍କ ତାଲିକା[୫]

  • ୧୯୫୧ - ଅସି ନୀଳାଦ୍ରି ରେଡ୍ଡୀ.[୬]
  • ୧୯୫୫ ଓ ୧୯୭୨ - ଉପ୍ପାଡା ରଙ୍ଗାବାବୁ ରେଡ୍ଡୀ[୭]
  • ୧୯୬୨ - କୀର୍ତ୍ତି ଚନ୍ଦ୍ର ଦେଓ.[୮]
  • ୧୯୬୭ -ଏଲ.କେ. ରେଡ୍ଡୀ[୯]
  • ୧୯୭୮ - ବେନ୍ଦଲମ ଭେଙ୍କଟେଶ୍ୱରମ ଶର୍ମା
  • ୧୯୮୩, ୧୯୮୫, ୧୯୮୯ and ୧୯୯୯ -ଏମ.ଭି.କୃଷ୍ଣ ରାଓ
  • ୧୯୯୪ - ସ୍ୱର୍ଗତ ଡାକ୍କଟ ଅଚ୍ୟୁତ ରାମାୟା ରେଡ୍ଡୀ
  • ୨୦୦୪ - ନରେଶ କୁମାରଅଗ୍ରୱାଲ
  • ୨୦୦୯ - ସାଇ ରାଜ ପିରିୟା

ଯାତାୟତ[ସମ୍ପାଦନା]

ରେଳ[ସମ୍ପାଦନା]

ଭୁବନେଶ୍ୱର,ବ୍ରହ୍ମପୁର,କଟକ,କୋଲକାତା,ଚେନ୍ନାଇ,ହାଇଦ୍ରାବାଦମୁମ୍ବାଇ ସବୁଦିନ ରେଳ ଯୋଗାଯୋଗର ସୁବିଧା ଅଛି ।

ଗ୍ରାମ ଓ ପଞ୍ଚାୟତ[ସମ୍ପାଦନା]

ଇଚ୍ଛାପୁର ମଣ୍ଡଳରେ ୨୧ ଟା ଗ୍ରାମ ପଞ୍ଚାୟତ ରହିଛି।[୧୦]

  • ଅର୍କଭଦ୍ର (ଗ୍ରାମ ଓ ପଞ୍ଚାୟତ)
  • ବାଳକୃଷ୍ଣପୁର (ଗ୍ରାମ ଓ ପଞ୍ଚାୟତ)
  • ବିର୍ଲାଙ୍ଗୀ (ଗ୍ରାମ ଓ ପଞ୍ଚାୟତ)
  • ବଡବାଡ (ଗ୍ରାମ ଓ ପଞ୍ଚାୟତ)
  • ବୁର୍ଜପାଡୁ (ଗ୍ରାମ ଓ ପଞ୍ଚାୟତ)
  • ଧରମପୁର (ଗ୍ରାମ ଓ ପଞ୍ଚାୟତ)
  • ଏଡୁପୁର (ଗ୍ରାମ ଓ ପଞ୍ଚାୟତ)
  • ହରିପୁର (ଗ୍ରାମ ଓ ପଞ୍ଚାୟତ)
  • କେଦାରିପୁର (ଗ୍ରାମ ଓ ପଞ୍ଚାୟତ)
  • କୀରତିପୁର(ଗ୍ରାମ ଓ ପଞ୍ଚାୟତ)
  • କେସୁପୁର (ଗ୍ରାମ ଓ ପଞ୍ଚାୟତ)
  • କୋଳିଗ୍ରାମ (ଗ୍ରାମ ଓ ପଞ୍ଚାୟତ)
  • କୋଠାରି (ଗ୍ରାମ ଓ ପଞ୍ଚାୟତ)
  • ଲୋଡାପୁଟି (ଗ୍ରାମ ଓ ପଞ୍ଚାୟତ)
  • ମଣ୍ଡାପଲ୍ଲୀ (ଗ୍ରାମ ଓ ପଞ୍ଚାୟତ)
  • ମସଖାପୁର (ଗ୍ରାମ ଓ ପଞ୍ଚାୟତ)
  • ମୁଚ୍ଚିନ୍ଦ୍ରା (ଗ୍ରାମ ଓ ପଞ୍ଚାୟତ)
  • ପଇତାରି(ଗ୍ରାମ ଓ ପଞ୍ଚାୟତ)
  • ଟି.ବ୍ରମ୍ହପୁର(ଗ୍ରାମ ଓ ପଞ୍ଚାୟତ)
  • ତେଲୁକୁଞ୍ଚି (ଗ୍ରାମ ଓ ପଞ୍ଚାୟତ)
  • ତୁଳସୀଗ୍ରାମ (ଗ୍ରାମ ଓ ପଞ୍ଚାୟତ)

ଆଧାର[ସମ୍ପାଦନା]

  1. Falling Rain Genomics, Inc - Ichchapuram
  2. The Imperial Gazetteer of India. Vol 13, pp: 33
  3. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  4. "APVVP.Hospitals". Archived from the original on 2008-01-08. Retrieved 2013-01-29.
  5. Election Commission of India.1978-2004 results-Ichapuram
  6. Election Commission of India.Madras Assembly results.1951
  7. Election Commission of India.A.P.Assembly results.1972
  8. Election Commission of India.A.P.Assembly results.1962
  9. Election Commission of India.A.P.Assembly results.1967
  10. Details of Andhra Pradesh till Village Panchayat Tier

ବାହାର ଲିଙ୍କ[ସମ୍ପାଦନା]