ଦନ୍ତ କ୍ଷୟ

ଉଇକିପିଡ଼ିଆ‌ରୁ
(Dental cariesରୁ ଲେଉଟି ଆସିଛି)
ଦନ୍ତ କ୍ଷୟ
Destruction of a tooth by cervical decay from dental caries. This type of decay is also known as root decay.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିdentistry[*]
ଆଇସିଡ଼ି-୧୦K02.
ଆଇସିଡ଼ି-୯-ସିଏମ୍521.0
ରୋଗ ଡାଟାବେସ29357
ମେଡ଼ିସିନ-ପ୍ଲସ001055

ଦନ୍ତ କ୍ଷୟ (ଇଂରାଜୀରେ Dental caries); (ଲାଟିନ ଭାଷାରେ caries ଅର୍ଥ ପଚା)[୧]), ବା ଲୋକପ୍ରିୟ ନାମ ପୋକ ଖିଆ ଦାନ୍ତ ବା କୋଟର ଏକ ପ୍ରକାର ରୋଗ ଯେଉଁଥିରେ ଜୀବାଣୁ କାର୍ଯ୍ୟକଳାପ ଯୋଗୁ ଦାନ୍ତ କ୍ଷୟ ହୋଇଯାଏ । [୨] ରୋଗାକ୍ରାନ୍ତ ଦାନ୍ତର ରଙ୍ଗ ହଳଦିଆରୁ କଳା ରଙ୍ଗ ପର୍ଯ୍ୟନ୍ତ ଅନେକ ପ୍ରକାର ରଙ୍ଗ ନିଏ । [୩] ଏହାର ଲକ୍ଷଣ ମଧ୍ୟରେ ଦାନ୍ତ ମୂଳରେ ଯନ୍ତ୍ରଣା ଓ ଖାଇବା କଷ୍ଟକର ହୁଏ । [୪][୩] ଏହି ରୋଗର ଜଟିଳତା ମଧ୍ୟରେ ଦାନ୍ତ ଚାରିପଟେ ପ୍ରଦାହ, ଦାନ୍ତ ପଡ଼ିଯିବା ଓ ଦାନ୍ତ ମୂଳରେ ପୂଜ ଇତ୍ୟାଦି ଦେଖାଯାଏ । [୧][୩]

ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର ଏନାମେଲ୍, ଡେଣ୍ଟିନ୍ ଓ ସେମେଣ୍ଟମ୍କୁ ନଷ୍ଟ କରିଦିଏ । [୫] ଜୀବାଣୁର ଶକ୍ତିଦାୟୀ ଖାଦ୍ୟ ସରଳ ଶର୍କରା ହୋଇଥିବାରୁ ଶର୍କରାଜାତୀୟ ଖାଦ୍ୟ ରୋଗ ସଙ୍କଟ ସୃଷ୍ଟି କରିପାରେ । [୫] ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । [୫] କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି ଡାଏବେଟିସ୍ ମାଲିଟସ୍, ଜୋଗ୍ରେନ ସିଣ୍ଡ୍ରୋମ୍ ଓ କେତେକ ଔଷଧ ସେବନ । [୫] ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । [୫] ଦାରିଦ୍ର୍ୟ, ମୁଖ ପରିଚ୍ଛନ୍ନତାର ଅଭାବ ହେଲେ ଓ ମାଢ଼ି କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ । [୬][୨]

ପ୍ରତିଷେଧ ବ୍ୟବସ୍ଥାରେ ନିୟମିତ ଦାନ୍ତ ସଫା ରଖିବା, ଖାଦ୍ୟରେ ଶର୍କରା ଜାତୀୟ ଖାଦ୍ୟ କମ୍ ଖାଇବା ଓ ଫ୍ଲୋରାଇଡ ପରିମାନ କମ୍ ରଖିବା ଆବଶ୍ୟକ । [୫][୪] ଦିନ‌କୁ ଦୁଇ ଥର ଦାନ୍ତ ଘସିବା ଓ ଥରେ ଦାନ୍ତ ସନ୍ଧିକୁ ଫ୍ଲସ୍ ସାହାଯ୍ୟରେ ସଫା କରିବାକୁ ଉପଦେଶ ଦିଆଯାଏ । [୨][୭] ଜଳରୁ, ଦାନ୍ତଘସା ପେସ୍ଟରୁ, ଲୁଣରୁ ବା ଅନ୍ୟ ଉତ୍ସରୁ ଫ୍ଲୋରାଇଡ ମିଳିପାରେ । [୪] ମା'ର ଦନ୍ତ କ୍ଷୟ ଚିକିତ୍ସା କଲେ ଜୀବାଣୁ ଛୁଆକୁ ନ ଯାଇ ପାରି ତାର ଦନ୍ତ କ୍ଷୟ ସଙ୍କଟ ଟଳି ଯାଏ । [୫] ସ୍କ୍ରିନିଙ୍ଗ କରି ପ୍ରାରମ୍ଭରୁ ରୋଗ ଚିହ୍ନଟ କରିବା ଉଚିତ । [୨] ଦାନ୍ତ ବାହାର କରିବା (extraction) ବା ଚିକିତ୍ସା କରି ରଖିବା (restoration) କ୍ଷୟର ପରିମାଣ ଉପରେ ନିର୍ଭର କରେ । [୨] କ୍ଷୟ ହୋଇଥିବା ବଡ଼ ଭାଗ ଦାନ୍ତକୁ ପୁନର୍ନିମାଣ ନିମନ୍ତେ କୌଣସି ପଦ୍ଧତି ଜଣାନାହିଁ । [୮] ବିକାଶଶୀଳ ଦେଶମାନଙ୍କରେ ଚିକିତ୍ସା ଉପଲବ୍‌ଧି ବିଶେଷ ଉତ୍ସାହପ୍ରଦ ନୁହେଁ । [୪] ଯନ୍ତ୍ରଣା ହେଲେ ପାରାସେଟାମଲ୍, ଆସେଟାମିନୋଫେନ କିମ୍ବା ଆଇବୁପ୍ରଫେନ ଦିଆଯାଏ । [୨]

ପୃଥିବୀରେ ପ୍ରାୟ ୨.୪୩ ବିଲିଅନ୍ ଲୋକ ବା ଜନସଂଖ୍ୟାର ୩୬ % ଲୋକ ସ୍ଥାୟୀ ଦାନ୍ତରେ ଦନ୍ତ କ୍ଷୟ ରୋଗ ଭୋଗନ୍ତି । [୯] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରୁ ଜଣାଯାଏ, ପ୍ରାୟ ସମସ୍ତ ବୟସ୍କ ଲୋକ ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି । [୪] ୬୨୦ ନିୟୁତ ଲୋକ ବା ୯ % ଲୋକଙ୍କର ଶିଶୁ ଅବସ୍ଥରେ ଦନ୍ତ କ୍ଷୟ ହୋଇଥାଏ । [୯] ଅଧୁନା ଉଭୟ ପିଲା ଓ ବୟସ୍କଙ୍କୁ ଏହି ରୋଗ ଆକ୍ରମଣ କରୁଛି । [୧୦] ବିକଶିତ ଦେଶମାନଙ୍କରେ ଲୋକମାନେ ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଉଥିବାରୁ ଏହି ରୋଗ ଅନ୍ୟ ଦେଶର ଲୋକଙ୍କ ଅପେକ୍ଷା ଅଧିକ ହେଉଛି । [୨]


ଆଧାର[ସମ୍ପାଦନା]

  1. ୧.୦ ୧.୧ Taber's cyclopedic medical dictionary (Ed. 22, illustrated in full color ed.). Philadelphia: F.A. Davis Co. 2013. p. 401. ISBN 9780803639096.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Silk, H (March 2014). "Diseases of the mouth". Primary care. 41 (1): 75–90. doi:10.1016/j.pop.2013.10.011. PMID 24439882.
  3. ୩.୦ ୩.୧ ୩.୨ Laudenbach, JM; Simon, Z (November 2014). "Common Dental and Periodontal Diseases: Evaluation and Management". The Medical clinics of North America. 98 (6): 1239–1260. doi:10.1016/j.mcna.2014.08.002. PMID 25443675.
  4. ୪.୦ ୪.୧ ୪.୨ ୪.୩ ୪.୪ "Oral health Fact sheet N°318". who.int. April 2012. Retrieved 10 December 2014.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ SECTION ON ORAL, HEALTH; SECTION ON ORAL, HEALTH (December 2014). "Maintaining and improving the oral health of young children". Pediatrics. 134 (6): 1224–9. doi:10.1542/peds.2014-2984. PMID 25422016.
  6. Schwendicke, F; Dörfer, CE; Schlattmann, P; Page, LF; Thomson, WM; Paris, S (January 2015). "Socioeconomic Inequality and Caries: A Systematic Review and Meta-Analysis". Journal of dental research. 94 (1): 10–18. doi:10.1177/0022034514557546. PMID 25394849.
  7. SECTION ON ORAL, HEALTH; SECTION ON ORAL, HEALTH (December 2014). "Maintaining and improving the oral health of young children". Pediatrics. 134 (6): 1224–9. doi:10.1542/peds.2014-2984. PMID 25422016.
  8. Otsu, K; Kumakami-Sakano, M; Fujiwara, N; Kikuchi, K; Keller, L; Lesot, H; Harada, H (2014). "Stem cell sources for tooth regeneration: current status and future prospects". Frontiers in physiology. 5: 36. doi:10.3389/fphys.2014.00036. PMID 24550845.{{cite journal}}: CS1 maint: unflagged free DOI (link)
  9. ୯.୦ ୯.୧ Vos, T (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
  10. Bagramian, RA; Garcia-Godoy, F; Volpe, AR (February 2009). "The global increase in dental caries. A pending public health crisis". American journal of dentistry. 22 (1): 3–8. PMID 19281105.