ଦେବାଶିଷ ମହାନ୍ତି

ଉଇକିପିଡ଼ିଆ‌ରୁ
(Debashish Mohantyରୁ ଲେଉଟି ଆସିଛି)
ଦେବାଶିଷ ସର୍ବେଶ୍ୱର ମହାନ୍ତି
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରଡାହାଣ-ହାତୀ
ବୋଲିଂ ପ୍ରକାରଡାହାଣ-ହାତୀ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ୯ ଅଗଷ୍ଟ ୧୯୯୭ v ଶ୍ରୀଲଙ୍କା
ପ୍ରଥମ ଦିନିକିଆ୧୩ ସେପ୍ଟେମ୍ବର ୧୯୯୭ v ପାକିସ୍ଥାନ
ଘରୋଇ ଦଳ ତଥ୍ୟ
YearsTeam
ସହିଦ ସ୍ପୋଟିଙ୍ଗ
Source: ESPNcricinfo, ୨୬ ଜୁଲାଇ ୨୦୧୨

ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଥିବା ପ୍ରଥମ ଓଡ଼ିଆ ଖେଳାଳି ।[୧] ତାଙ୍କ ବ୍ୟତିତ,ଶିବସୁନ୍ଦର ଦାସ,ସଞ୍ଜୟ ରାଉଳ, ପ୍ରଜ୍ଞାନ ଓଝା ମଧ୍ୟ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦେବାଶିଷ ମହାନ୍ତିଙ୍କର ପୁର୍ଣ ନାମ 'ଦେବାଶିଷ ସର୍ବେଶ୍ୱର ମହାନ୍ତି'। ସେ ୧୯୭୬ ମସିହା ଜୁଲାଇ ୨୦[୨] ତାରିଖରେ ପିତା ସର୍ବେଶ୍ୱର ମହାନ୍ତି ଓ ମାତା ମଞ୍ଜୁଳା ମହାନ୍ତିଙ୍କଠାରୁ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ତିନି ଜଣ ଭଉଣୀ ମଧ୍ୟ ଅଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ, ସେ ଜଣେ ସ୍ନାତକ । ସେ ସମ୍ବଲପୁରର ଆଇନୀଜୀବୀ, ମୋତିଲାଲ ଦାସ ଓ ଚନ୍ଦ୍ରପ୍ରଭା ଦେବୀଙ୍କ କନ୍ୟା ରିତିମୁକ୍ତାଙ୍କୁ ବିବାହ କରିଛନ୍ତି ।[୩] ସେ ବର୍ତ୍ତମାନ ନାଲକୋରେ କାର୍ଯ୍ୟରତ ।

କ୍ରିକେଟ ଜୀବନ[ସମ୍ପାଦନା]

ଦେବାଶିଷ ମହାନ୍ତି, ୧୯୯୧ ମସିହାରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସହିଦ ସ୍ପୋଟିଂ କ୍ଳବରେ ଯୋଗଦାନ କରି ସ୍ୱର୍ଗତ କମଳ ଗାଙ୍ଗୁଲୀଙ୍କଠାରୁ କ୍ରିକେଟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । [୪] ସେ କ୍ରମେ ଭୁବନେଶ୍ୱର, ଓଡ଼ିଶା ଓ ପୂର୍ବାଞ୍ଚଳ ପାଇଁ ଖେଳିଥିଲେ । ୧୯୯୭ରେ ବଙ୍ଗଳାଦେଶରେ ଅନୁଷ୍ଠିତ ସାର୍କ ଟୁର୍ଣାମେନ୍ଟରେ ତାଙ୍କର ବୋଲିଙ୍ଗରେ ପ୍ରଭାବିତ ହୋଇ, ତତକାଳୀନ ଭାରତ 'ଏ' ଦଳର ପ୍ରଶିକ୍ଷକ, ଭାରତୀୟ ଦଳ ପାଇଁ ତାଙ୍କ ନାମ ସୁପାରିସ କରିଥିଲେ । [୫] ୧୯୯୭ ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ପ୍ରଥମ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହି ମ୍ୟାଚର ପ୍ରଥମ ଇନିଙ୍ଗସରେ ସେ ୨୦.୪ ଓଭର ବୋଲିଙ୍ଗ କରି ୪ଟି ଉଇକେଟ ନେବାରେ ସଫଳ ହୋଇଥିଲେ ।[୬] ଏହି ପ୍ରଦର୍ଶନ ପରେ, ସେ ଜଣେ ଭଲ ସୁଇଙ୍ଗ ବୋଲର ହିସାବରେ ପରିଗଣିତ ହୋଇଥିଲେ । ଭାରତୀୟ ପିଚ ଅପେକ୍ଷା, ଭାରତ ବାହାରର ସୁଇଙ୍ଗ ପିଚରେ ତାଙ୍କର ପ୍ରଦର୍ଶନ ବେଶି ଭଲ ହୋଇପାରିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଟେଷ୍ଟ ମ୍ୟାଚରେ ବିଶେଷ ସୁଯୋଗ ମିଳି ପାରିନଥିଲା । ୧୯୯୭ରେ ହିଁ ସେ ପାକିସ୍ଥାନ ବିରୋଧରେ ଟରୋଣ୍ଟୋଠାରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ସେ ୭ ଓଭରରେ ୨୨ ରନ ଦେଇ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ । [୭] ଭାରତର, ଏହି ସିରିଜ ଜିତିବାରେ ଦେବାଶିଷ ମହାନ୍ତିଙ୍କର ପ୍ରମୁଖ ଭୂମିକା ରହିଥିଲା । ୧୯୯୯ ବିଶ୍ୱକପରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ବିଶ୍ୱକପରେ ସେ ସମୁଦାୟ ୬ଟି ମ୍ୟାଚ ଖେଳି ୧୦ଟି ଉଇକେଟ ନେଇଥିଲେ ଓ ଭାରତ ତରଫରୁ ଦ୍ୱିତୀୟ ସର୍ବାଧିକ ଉଇକେଟ ଅର୍ଜନ କରିଥିଲେ । ୨୦୦୧ ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ନିଜର ଶେଷ ଆନ୍ତର୍ଜାତୀକ ମ୍ୟାଚ ଖେଳିଥିଲେ ।[୮] ୨୦୦୬ରେ ସେ କଲଉଇନୀ କ୍ରିକେଟ କ୍ଳବ ସହ ଅନୁବନ୍ଧିତ ହୋଇଥିଲେ । ତାଙ୍କ ନିଜ ମତରେ , ଭାରତୀୟ କ୍ରିକେଟ ଦଳ ପାଇଁ ବଛାଯିବା ଓ ବିଶ୍ୱକପରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ୱଙ୍କର ଉଇକେଟ ନେବା ତାଙ୍କ କ୍ରିକେଟ ଜୀବନର ଦୁଇଟି ସ୍ମରଣୀୟ ଘଟଣା ।[୪]

ବର୍ତ୍ତମାନ ସେ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରୂପେ କାର୍ଯ୍ୟରତ । [୯] ସେ ପୁର୍ବାଞ୍ଚଳ ଦଳର ପ୍ରଶିକ୍ଷକ ରୁପେ ମଧ୍ୟ କାର୍ଯ୍ୟ କରି ଏହାକୁ ଦୁଲୀପ ଟ୍ରଫି ଜିତାଇ ସାରିଛନ୍ତି ।[୧୦]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Bill Frindall (1 February 2010). The Wisden Book of Test Cricket, 1977-2000. A&C Black. pp. 571–. ISBN 978-1-4081-2758-2.
  2. Orissa General Knowledge. Bright Publications. pp. 122–. ISBN 978-81-7199-574-5.
  3. http://www.odisha.com/20080424/fullstory/debasis.html
  4. ୪.୦ ୪.୧ http://www.orisports.com/PersonDetails.aspx?pId=MjU=
  5. https://www.batoi.com/360/odisha/infopedia/odia-personalities/debashish-mohanty/
  6. http://www.espncricinfo.com/ci/engine/match/63763.html
  7. http://www.espncricinfo.com/ci/engine/match/66035.html
  8. http://www.espncricinfo.com/ci/engine/match /66321.html
  9. http://www.espncricinfo.com/indian-domestic-2011/content/story/538716.html
  10. http://www.orissacricket.org/news-details.php?id=Mzg3[permanent dead link]
  11. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2012-07-26. {{cite web}}: Cite has empty unknown parameter: |1= (help)
  12. "ଆର୍କାଇଭ୍ କପି". Archived from the original on 2013-03-14. Retrieved 2012-07-26. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]