୧ (ସଂଖ୍ୟା)

ଉଇକିପିଡ଼ିଆ‌ରୁ
(1 (number)ରୁ ଲେଉଟି ଆସିଛି)
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ()ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।[୧]

ଗାଣିତିକ ଧର୍ମ[ସମ୍ପାଦନା]

  • ୧ ହେଉଛି ସେହି ସ୍ୱତଂତ୍ର ସଂଖ୍ୟା ଯାହା ମୌଳିକ ସଂଖ୍ୟା ନୁହଁ କି ଯୌଗିକ ସଂଖ୍ୟା ନୁହଁ ।
  • ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶିର ମୂଲ୍ୟ ସର୍ବଦା ୧ ହୁଏ ।
  • ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
  • ୧ ହେଉଛି ପ୍ରଥମ ଅଯୁଗ୍ମ ସଂଖ୍ୟା ତଥା ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ସଂଖ୍ୟା ।
  • ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।[୨]

ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ[ସମ୍ପାଦନା]

  • ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[୩]

ବିବିଧ ବିଶେଷତ୍ୱ[ସମ୍ପାଦନା]

  • ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।

ଆଧାର[ସମ୍ପାଦନା]

  1. "The Multiplicative Identity Property". Retrieved 8 June 2018.
  2. "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
  3. Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 34.