ୟୁକ୍ଲିଡ୍

ଉଇକିପିଡ଼ିଆ‌ରୁ
ୟୁକ୍ଲିଡ୍
Euclid
ୟୁକ୍ଲିଡ୍‌ଙ୍କ ମୂର୍ତ୍ତୀ, ଅକ୍ସ୍‌ଫୋର୍ଡ଼୍ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ
BornUnknown
DiedUnknown
Euclid in Raphael's School of Athens
ୟୁକ୍ଲିଡ୍‌ଙ୍କ ଏଲିମେଣ୍ଟ୍‌ସ୍‌ ପୁସ୍ତକ ୩, ପ୍ରସ୍ତାବନା ୩୫

ୟୁକ୍ଲିଡ୍ (/ˈjuːklɪd/; ପ୍ରାଚୀନ ଗ୍ରୀକ: Εὐκλείδης Eukleidēs; ପ୍ରାୟ ଖ୍ରୀ.ପୂ ୩୨୫-ଖ୍ରୀ.ପୂ.୨୬୫) ଜଣେ ଗ୍ରୀକ୍ ଗଣିତଜ୍ଞ ଥିଲେ । ସେ ମିଶରର ଆଲେକ୍‌ଜାଣ୍ଡ୍ରିଆରେ ଥିଲେ ଓ ଆଲେକ୍‌ଜାଣ୍ଡ୍ରିଆ ପାଠାଗାରରେ କାମ କରୁଥିଲେ । ତାଙ୍କ ବିଷୟରେ କମ୍ ଜଣାଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଟଲେମି ୧ମ ଙ୍କର ସମସାମୟିକ । ତାଙ୍କର ଜନ୍ମସ୍ଥାନ ଓ ସମୟ ଜଣା ନାହିଁ ।

ଦି ଏଲିମେଣ୍ଟ୍‌ସ୍[ସମ୍ପାଦନା]

ୟୁକ୍ଲିଡ୍ ଜ୍ୟାମିତିର ସମସ୍ତ ଜଣା ତଥ୍ୟକୁ ଏକାଠି କରିଥିଲେ । ତାଙ୍କ ପୁସ୍ତକଏଲିମେଣ୍ଟ୍‌ସ୍ ପ୍ରାଚୀନ ଜ୍ୟାମିତିର ଏକ ମୁଖ୍ୟ ଉତ୍ସ । ତାଙ୍କ ବିଷୟରେ ଏବେ ମଧ୍ୟ ପାଠ୍ୟପୁସ୍ତକରେ ପଢ଼ାଯାଉଛି । ଏହି ପୁସ୍ତକରେ ସେ କେତେକ ଅନୁସିଦ୍ଧାନ୍ତରୁ (ଯାହା ସମସ୍ତେ ସତ୍ୟ ବୋଲି ଭାବନ୍ତି) ଆରମ୍ଭ କରିଛନ୍ତି । ୟୁକ୍ଲିଡ୍ ପ୍ରମାଣ କରିଛନ୍ତି ଯେ ଜ୍ୟାମିତିକ ବସ୍ତୁ ଏବଂ ପୂର୍ଣ୍ଣ ସଂଖ୍ୟା ଏହି ଅନୁସିଦ୍ଧାନ୍ତ ଉପରେ ପର୍ଯ୍ୟବେଷିତ ।

ଏଲିମେଣ୍ଟ୍‌ସ୍‌ରେ ବିଭିନ୍ନ ଜ୍ୟାମିତିକ ଆକୃତି ବିଷୟରେ ଆଲୋଚନା କରାଯାଇଛି । ଜ୍ୟାମିତି ଛଡ଼ା ସେ ସଂଖ୍ୟା ତତ୍ତ୍ୱ ଉପରେ ମଧ୍ୟ କାମ କରିଛନ୍ତି । ଗରିଷ୍ଟ ସାଧାରଣ ଗୁଣନୀୟକ (ଗ.ସା.ଗୁ.) ବିଷୟରେ ୟୁକ୍ଲିଡ୍ କହିଥିଲେ । ଏ କଥା ଏଲିମେଣ୍ଟସ୍‌ରେ ଲିଖିତ । ଦୁଇଟି ସଂଖ୍ୟାର ଗ.ସା.ଗୁ. ହେଉଛି ସବୁଠୁ ବଡ଼ ସଂଖ୍ୟା ଯାହା ଉଭୟ ସଂଖ୍ୟାକୁ ବିଭକ୍ତ କରେ ।

ଏଲିମେଣ୍ଟ୍‌ସ୍‌ରେ ବର୍ଣ୍ଣିତ ଜ୍ୟାମିତି ଅନେକ ଦିନ ପର୍ଯ୍ୟନ୍ତ ଏକ ମାତ୍ର ଜ୍ୟାମିତି ବୋଲି ଧରା ଯାଉଥିଲା । ୧୯ଶ ଶତାବ୍ଦୀରେ ଆବିଷ୍କୃତ ଅଣ-ୟୁକ୍ଲିଡୀୟ ଜ୍ୟାମିତିରୁ ଅଲଗା କରିବା ପାଇଁ ଏବେ ତାକୁ ୟୁକ୍ଲିଡୀୟ ଜ୍ୟାମିତି କୁହାଯାଉଛି ।

ଅନ୍ୟାନ୍ୟ କାମ[ସମ୍ପାଦନା]

ଏଲିମେଣ୍ଟ୍‌ସ୍ ଛଡ଼ା ୟୁକ୍ଲିଡ୍‌ଙ୍କର ଅନ୍ତତଃ ୫ଟି କାମ ଏବେ ପର୍ଯ୍ୟନ୍ତ ଅଛି । ଏଗୁଡ଼ିକ ମଧ୍ୟ ସଂଜ୍ଞା ଓ ପ୍ରସ୍ତାବନାକୁ ଭିତ୍ତି କରିଥାଆନ୍ତି ।

ୟୁକ୍ଲିଡ୍‌ଙ୍କ ଏଲିମେଣ୍ଟ୍‌ସ୍‌ର ସର୍ବପୁରାତନ ଅଂଶ, ପ୍ରାୟ ଖ୍ରୀ.୧୦୦ପୁସ୍ତକ ୨, ପ୍ରସ୍ତାବନା ୫ର ଚିତ୍ର[୧]
ପିଥାଗୋରାସ୍ ଉପପାଦ୍ୟର ବିଷ୍ଳେଶଣ

ୟୁକ୍ଲିଡ୍‌ଙ୍କ ପ୍ରତି ସମ୍ମାନ[ସମ୍ପାଦନା]

  • ୟୁକ୍ଲିଡ୍‌ଙ୍କ ନାମରେ ନାମିତ ଏକ ଗ୍ରହାଣୁ
  • ଜହ୍ନରେ ଏକ ଆଗ୍ନେୟଗିରି ମୁଖ ୟୁକ୍ଲିଡ୍‌ଙ୍କ ନାମରେ ନାମିତ

ଆଧାର[ସମ୍ପାଦନା]

  1. Bill Casselman. "One of the Oldest Extant Diagrams from Euclid". University of British Columbia. Retrieved 2008-09-26.

ବାହାର ଲିଙ୍କ[ସମ୍ପାଦନା]