ହୋ ଜନ‌ଜାତି

ଉଇକିପିଡ଼ିଆ ରୁ
ହୋ
ସମୁଦାୟ ଜନସଂଖ୍ୟା
୧,୦୦୦,୦୦୦+
ସଂଖ୍ୟାଧିକ ଜନସଂଖ୍ୟା ଥିବା ଧର୍ମ
              ଝାଡ଼ଖଣ୍ଡ 700,000
              ଓଡ଼ିଶା 200,000
ଭାଷାସମୂହ
ବରାଙ୍ଗ କ୍ଷିତି
ଧର୍ମ
ଆଦିମ
ସମ୍ବନ୍ଧିତ ସମ୍ପ୍ରଦାୟ
ମୁଣ୍ଡା  • ସାନ୍ତାଳ  • କୋହ୍ଲ

ହୋ ଏକ ଅନୁସୁଚିତ ଜନଜାତି । ଏହି ଜନଜାତିର ଅଧିବାସୀ ମାନେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ଏହା ଓଡ଼ିଶାର ଏକ ବହୁ ପୁରାତନ ଜନଜାତି । ଏମାନେ ହୋ ଭାଷା (ଏକ ପ୍ରକାରର ମୁଣ୍ଡା ଭାଷା)ରେ କଥାବାର୍ତ୍ତା କରିଥାନ୍ତି । ଅଧୁନା ୧୦ ଲକ୍ଷରୁ ଅଧିକ ଲୋକ ଏହି ଭାଷାରେ କଥା ହେଉଛନ୍ତି ।[୧]

ଅବସ୍ଥିତି[ସମ୍ପାଦନା]

ହୋ ଜନ‌‌‌‌ ଜାତିର ଆଦିବାସୀ ମାନେ ନଦୀ କୂଳରେ ଜଙ୍ଗଲରେ ନିଜ ଅଞ୍ଚଳର ଆଦିବାସୀମାନଙ୍କ ସାଙ୍ଗରେରହିବା ପାଇଁ ଭଲ ପାଆନ୍ତି । ସେମାନେ ନିଜ ପରିବାରର ଲୋକଙ୍କ ସାଙ୍ଗରେରହିଥାନ୍ତି ।

ଜାତି ଓ ଉପଜାତି[ସମ୍ପାଦନା]

ହୋ ଜନଜାତିରେ ବିଭିନ୍ନ ପ୍ରକାର ଉପଜାତି ଅଛି, ଯଥା: ପୂର୍ତ୍ତି, ଗାଗରାଇ, ହେମ୍ବ୍ରମ, ସିଂକୁ, ବାଙ୍କିରା, ବଦରା, ସାମାଡ଼, ଗୋଇପାଇ, ସଏ ଇତ୍ୟାଦି । ହୋ ଜନଜାତିର ଆଦିବାସୀମାନଙ୍କର ଅଲଗା ଗୋତ୍ର ମଧ୍ୟ ଥାଏ, ଯଥା ଭେଙ୍ଗରା, ହଂସା, ବାଲୁମ, କଣ୍ଡରୁ ଓ ବୋଦରା ଇତ୍ୟାଦି ।

ଜୀବନ ଶୈଳୀ[ସମ୍ପାଦନା]

ପାରିବାରିକ ଜୀବନ[ସମ୍ପାଦନା]

ଏମାନେ ମୁଖ୍ୟତଃ ନାଚ ଗୀତରେ ଜୀବନ ଅତିବାହିତ କରିବା ପସନ୍ଦ କରନ୍ତି । ସେମାନେ ନିଜ ପରିବାର ଅର୍ଥାତ ମା, ବାପା, ଭାଇ, ଭଉଣୀ, ଦାଦା, ଖୁଡ଼ୀଙ୍କ ସହ ମିଳିମିଶିରହିବା ଭଲ ପାଆନ୍ତି । ହୋ ଜନଜାତିର ନାରୀମାନେ ଘରେରହି ଘର ତଥା ଘରଲୋକଙ୍କରରକ୍ଷଣାବେକ୍ଷଣା କରନ୍ତି । ସେମାନେ ସଜାଇ ହୋଇରହିବାରେ ବହୁ ଆନନ୍ଦ ପାଆନ୍ତି । ଆଜିକାଲି ୨୦ ପ୍ରତିଶତ ହୋ ଜନଜାତିର ନାରୀମାନେ ପାଠାପଢାରେ ମଧ୍ୟ ଧ୍ୟାନ ଦେଲେଣି । ଏହି ଜନଜାତିର ଲୋକେ ପରିବାର ବର୍ଗଙ୍କ ସହରହିବା ପାଇଁ ଭଲ ପାଆନ୍ତି ।

ବିବାହ ଶୈଳୀ[ସମ୍ପାଦନା]

ହୋ ମାନଙ୍କର ପାଇଁ ବିବାହ ହେଉଛି ଜୀବନର ଏକା ମୁଖ୍ୟ ଭାଗ । ସେମାନଙ୍କର ବିବାହ କୌଣସି ପର୍ବପର୍ବାଣୀଠାରୁ କମ ନୁହେଁ । ଏହି ସମୟରେ ପରିବାର ଉତ୍ସବ ମୁଖରିତ ହୋଇ ଉଠିଥାଏ । ବନ୍ଧୁମିଳନ ସାଙ୍ଗକୁ ଭୋଜିର ବ୍ୟବସ୍ଥା ହୋଇଥାଏ । ସେମାନଙ୍କର ବିବାହ ପ୍ରଥା ଅତି ସାଧାରଣ ଓ ଆଧୁନିକ ଓଡ଼ିଆ ସମାଜର ବିବାହ ପ୍ରଥାଠାରୁ ଅଲଗା । ହୋ'ମାନଙ୍କ ମତରେ ନିଜର ବଂଶରକ୍ଷା ତଥା ଆଦିବାସୀ ପ୍ରଥାରଖିବା ପାଇଁ ବିବାହ ପ୍ରଥା ବହୁ ଜରୁରୀ । ବିବାହ ପ୍ରଥା ହେଉଛି ଦୁଇ ଶରୀର ତଥା ଦୁଇ ଆତ୍ମାର ମିଳନ । ଏହା ଏକ ଗୁରୁ ଦାୟୀତ୍ୱ ଆଗାମୀ ପିଢ଼ିକୁ ସମାଜକୁ ଆଣିବା ତଥା ତାଙ୍କର ଠିକ ଭାବେ ଲାଳନପାଳନ କରିବା । ହୋ ଜନଜାତିରେ ଭିନ୍ନ ଜାତିରେ ବିବାହ ପ୍ରଥା ପ୍ରଚଳିତ ହେଲେ ମଧ୍ୟ ଉପଜାତି-ଉପଜାତି ମଧ୍ୟରେ ବିବାହକୁ ଅପରାଧ ଭାବେ ବିବେଚନା କରାଯାଏ । ଯଦି କେହି ହୋ ଜନଜାତିର ପରିବାର ସମାନ ଗୋତ୍ରର ପରିବାର ଲୋକଙ୍କ ସାଙ୍ଗରେ ବିବାହ ପ୍ରସ୍ତାବ ଠିକ କରେ ତେବେ ସେମାନଙ୍କୁ ହୋ ଜାତିରୁ ବାସନ୍ଦ କରାଯାଏ କିମ୍ବା ଦଣ୍ଡ ହିସାବରେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ । ଏହି ଜନଜାତିରେ ବିଭିନ୍ନ ପ୍ରକାରର ବିବାହ ପ୍ରଥା, ଯଥା: ତିପିଃ ଆନ୍ଦି (ପ୍ରେମ ବିବାହ) ଏବଂ ଜି‌‌ସୁକୁ ଆନ୍ଦି (ମଧ୍ୟସ୍ଥି ବିବାହ) ଆଦି ପ୍ରଚଳିତ ଅଛି । ତିପିଃ ଆନ୍ଦିରେ ଯୁବକ ଯୁବତୀ ସାମୁହିକ ନାଚ ଗୀତ ବେଳେ କିମ୍ବା ହାଟ, ବଜାରରେ ପରସ୍ପରକୁ ଦେଖି ପସନ୍ଦ କରିଥାନ୍ତି । ପରେ ସେମାନେ ବିବାହ କରିଥାନ୍ତି । ଏହି ବିବାହରେ କେବେ କେବେ ସେମାନେ ଘର ଲୋକଙ୍କ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ବେଳେ ବେଳେ ସେମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଥାଏ । ଜିସୁକୁ ଆନ୍ଦି ଦୁଇ ପରିବାରର ବୁଝାମଣାରେ ହୋଇଥାଏ । ଏଥିରେ ରାଏବାର(ମଧ୍ୟସ୍ଥି)ଙ୍କର ଭୁମିକା ଗୁରୁତ୍ବପୂର୍ଣ । ରାଏବାର ଦୁଇ ପକ୍ଷରେ ଥାଆନ୍ତି । ବରପକ୍ଷରୁ ପ୍ରଥମେ ମଧ୍ୟସ୍ଥିକୁ କନ୍ୟାପକ୍ଷର ମଧ୍ୟସ୍ଥିପାଖକୁ ପଠାଯାଏ । କନ୍ୟାପକ୍ଷର ମଧ୍ୟସ୍ଥି କନ୍ୟାଘରକୁ ଯାଇ ପ୍ରସ୍ତାବ ଦିଅନ୍ତି । କନ୍ୟାପକ୍ଷ ରାଜି ହେଲାପରେ କନ୍ୟାପକ୍ଷର ମଧ୍ୟସ୍ଥି ବରପକ୍ଷ ମଧ୍ୟସ୍ଥିକୁ ଖବର ପଠାଏ । ପରେ ନିର୍ଦ୍ଧାରିତ ତାରିଖରେ ବରପକ୍ଷ କନ୍ୟାଘରକୁ କନ୍ୟା ଦେଖିଯାଆନ୍ତି । ଉଭୟପକ୍ଷ ରାଜି ହେଲେ କନ୍ୟାପକ୍ଷରୁ ବରଘରକୁ ଯାଆନ୍ତି ।

ବିବାହ ପୂର୍ବ ପରମ୍ପରା[ସମ୍ପାଦନା]

ଉଭୟ ପକ୍ଷରାଜି ହେଲାପରେ ବିବାହ ତାରିଖ ସ୍ଥିର କରାଯାଏ । ଏହା ପରର ସମୟ ବର ଏବଂ କନ୍ୟା ପାଇଁ ଗୁରୁତ୍ତ୍ୱପୂର୍ଣ୍ନ ଅଟେ । ଏହି ସମୟ ମଧ୍ୟରେ ଗନଂସିଡ (ବିବାହ ପୁର୍ବର ବୁଝାମଣା) କରାଯାଏ । ଏଥିରେ ବର ପକ୍ଷରୁ କନ୍ୟାପକ୍ଷ କୁ କଣ ଦିଅଯିବ ତାହା ଧାର୍ଯ୍ୟ କରାଯାଏ ।

ପୋଷାକ ପରିଧାନ ଓ ଅଳଙ୍କାର[ସମ୍ପାଦନା]

ପୋଷାକ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ବିବାହ ପରିବେଶର ।

ନାଚ ଗୀତ[ସମ୍ପାଦନା]

ଏହି ଜନଜାତିର ବିବାହ ସମୟର ନାଚଗୀତ ହୋଇଥାଏ । ନାଗରା,ଦୁମେଂ,ଘଣ୍ଟି ଆଦି ନାନା ପ୍ରକାରର ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଇଥାଏ । ପୁରୁଷମାନେ ବାଦ୍ୟ ବଜାଇଲା ବେଳେ ପୁରୁଷ, ମହିଳା, ଯୁବକ, ଯୁବତୀ ହାତ ଧରାଧରି ହୋଇ ହାଣ୍ଡିଆ ପିଇ ସାରା ରାତି ନାଚଗୀତରେ ମସଗୁଲ ହୋଇଥାନ୍ତି ।

କନ୍ୟା ବିଦାୟ[ସମ୍ପାଦନା]

ଖାଦ୍ୟ ପଦ୍ଧତି[ସମ୍ପାଦନା]

ବନ୍ଧୁ ମିଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Ho language". Swarthmore College Laboratory for Endangered Languages Research and Documentation. http://www.swarthmore.edu/SocSci/langhotspots/Ho/. Retrieved 16 May 2014. 

ଅଧିକ ତଥ୍ୟ[ସମ୍ପାଦନା]