ହୃତ୍‌ପିଣ୍ଡ

ଉଇକିପିଡ଼ିଆ ରୁ
(ହୃଦୟ ରୁ ଲେଉଟି ଆସିଛି)
ହୃତ୍‌ପିଣ୍ଡ
Heart rotating.gif
ଛାତିର ମଝି ସ୍ଥାନରେ ହୃତ୍‌ପିଣ୍ଡ ଅବସ୍ଥିତ । ଏହାର ମାଂସପେଶୀପୁଞ୍ଜ ବାମ ପାଖରେ ଅଧିକ ଥାଏ ଓ ଏହାର ଶିର୍ଷ ସାମାନ୍ୟ ବାମ ପାଖକୁ ଢଳି ରହିଥାଏ ।
Heart anterior exterior view.jpg
ମାନବ ହୃତ୍‌ପିଣ୍ଡର ଚିତ୍ର
ଲାଟିନ ଭାଷା କର୍ (cor)
System ରକ୍ତ ସଞ୍ଚାଳନ
ଧମନୀ ଦକ୍ଷିଣ କରୋନାରୀ ଧମନୀ, ବାମ କରୋନାରୀ ଧମନୀ, ସମ୍ମୁଖସ୍ଥିତ ଆନ୍ତଃ ନିଳୟ ଧମନୀ
ଶିର ସୁପିରିଅର୍ ଭେନା କାଭା, ଇନ୍‌ଫିରିଅର୍ ଭେନା କାଭା, ଦକ୍ଷିଣ ପଲ୍‌ମୋନାରି ଶିରା, ବାମ ପଲ୍‌ମୋନାରି ଶିରା
Nerve Accelerans nerve, ଭେଗସ୍ ସ୍ନାୟୁ
MeSH Heart

ହୃତ୍‌ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ ।[୧] ରକ୍ତ ଶରୀରକୁ ଅମ୍ଳଜାନପୋଷକ (nutrients) ଯୋଗାଏ ତ‌ଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ । [୨] ଛାତିର ମେଡିଆସ୍ଟାଇନମ୍‌ର ମଧ୍ୟ କୋଠରୀରେ ଏହା ଅବସ୍ଥିତ । [୩] ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।

ମାନବ ଓ ଅନ୍ୟାନ୍ୟ ପଶୁ, ପକ୍ଷୀଙ୍କର ହୃତ୍‌ପିଣ୍ଡ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ: ଉପର ବାମ ଓ ଡାହାଣ ଅଳିନ୍ଦ, ନିମ୍ନ ବାମ ଓ ଡାହାଣ ନିଳୟ[୪][୫] ସାଧାରଣତଃ ଡାହାଣ ଅଳିନ୍ଦ ଓ ନିଳୟକୁ ଡାହାଣ ହୃତ୍‌ପିଣ୍ଡ କୁହାଯାଏ ଓ ବାମ ପାଖରେ ଥିବା ଅଳିନ୍ଦ ଓ ନିଳୟକୁ ବାମ ହୃତ୍‌ପିଣ୍ଡ କୁହାଯାଏ । [୬] ମାଛର ଦୁଇଟି କୋଠରୀ ଥାଏ ଓ ସରୀସୃପଙ୍କର ତିନୋଟି କୋଠରୀ ଥାଏ । [୫] ସୁସ୍ଥ ହୃତ୍‌ପିଣ୍ଡରେ ପ୍ରତି କୋଠରୀର ପ୍ରସ୍ଥାନ ପଥରେ ହୃତ୍‌ପିଣ୍ଡ କପାଟିକା (heart valve) ଥାଏ, ତେଣୁ ରକ୍ତ ସଞ୍ଚାଳନ ସର୍ବଦା ଏକ ପଥରେ ହୁଏ ଓ ପଛୁଆ ରକ୍ତ ପ୍ରବାହ ହୁଏ ନାହିଁ । [୩] ହୃତ୍‌ପିଣ୍ଡଟି ଗୋଟିଏ ସୁରକ୍ଷାକାରୀ ମୁଣା ବା ପେରିକାର୍ଡିଅମ (pericardium) ଭିତରେ ଥାଏ ଓ ସେହି ହୃଦାବରଣର ଦୁଇ ସ୍ତର ମଧ୍ୟରେ ସ୍ୱଳ୍ପ ପରିମାଣର ତରଳ ପଦାର୍ଥ ଥାଏ । ହୃତ୍‌ପିଣ୍ଡର କାନ୍ଥର ତିନୋଟି ସ୍ତର ଥାଏ; ଏପିକାର୍ଡିଅମ୍, ମାୟୋକାର୍ଡିଅମଏଣ୍ଡୋକାର୍ଡିଅମ[୭]

ହୃତ୍‌ପିଣ୍ଡ ଦୁଇଟି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରକ୍ତ ପମ୍ପ କରେ । ସ୍ୱଳ୍ପ ଅମ୍ଳଜାନ ଥିବା ରକ୍ତ ଶାରୀରିକ ରକ୍ତ ସଞ୍ଚାଳନ ତନ୍ତ୍ରରୁ ସୁପିରିଅର ଭେନାକାଭାଇନ୍‌ଫିରିଅର୍ ଭେନାକାଭା ମାଧ୍ୟମରେ ଆସି ଦକ୍ଷିଣ ଅଳିନ୍ଦରେ ପ୍ରବେଶ କରେ ଓ ସେଠାରୁ ଦକ୍ଷିଣ ନିଳୟରେ ପ୍ରବେଶ କରେ । ଏହା ପରେ ହୃତ୍‌ପିଣ୍ଡ ରକ୍ତକୁ ଫୁସ୍‌ଫୁସିୟ ସଞ୍ଚାଳନକୁ ପମ୍ପ କରେ ଯେଉଁଠାରେ ଫୁସ୍‌ଫୁସ୍‌ରେ ରକ୍ତ ସ‌ହ ଅମ୍ଳଜାନର ମିଶ୍ରଣ ଓ ଅଙ୍ଗାରକାମ୍ଳ ନିଷ୍କାସନ ହୁଏ । ଅମ୍ଳଜାନ ମିଶ୍ରିତ ରକ୍ତ ଫୁସ୍‌ଫୁସ୍‌ରୁ ବାମ ଅଳିନ୍ଦ ଓ ତାପରେ ବାମ ନିଳୟକୁ ଯାଇ ସେଠାରୁ ଆଓର୍ଟା ଭିତରକୁ ପମ୍ପ ହୁଏ । ଏହି ରକ୍ତ ଶରୀରର ପ୍ରତ୍ୟେକ ଅଂଶକୁ ଯାଏ, ବିପାକ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବ‌ହୃତ ହେଲାପରେ ଅଙ୍ଗାରକାମ୍ଳ ତ୍ୟକ୍ତ ହୁଏ । [୨] ସାଧାରଣତଃ ପ୍ରତି ହୃତ୍‌ସ୍ପନ୍ଦନରେ ଯେତିକି ରକ୍ତ ଫୁସ୍‌ଫୁସ୍‌ ଭିତରକୁ ଛଡ଼ାଯାଇଥାଏ ସେତିକି ରକ୍ତ ବାମ ନିଳୟ ଶରୀର ମଧ୍ୟକୁ ଛାଡ଼େ । ଅମ୍ଳଜାନବର୍ଜିତ ରକ୍ତ ହୃତ୍‌ପିଣ୍ଡ ଭିତରକୁ ଶିରା ଆଣେ ଓ ଅମ୍ଳଜାନ ମିଶ୍ରିତ ରକ୍ତ ଶରୀର ମଧ୍ୟକୁ ଧମନୀ ଛାଡ଼େ । ଶିରା ଅପେକ୍ଷା ଧମନୀରେ ରକ୍ତଚାପ ଅଧିକ ଥାଏ । [୨][୩] ବିଶ୍ରମ ସମୟରେ ପ୍ରତି ମିନିଟ ପିଛା ହୃତ୍‌ପିଣ୍ଡର ସଙ୍କୋଚନ ୭୨ଥର ହୁଏ । [୨] ବ୍ୟାୟାମ କଲେ ଏହି ସଙ୍କୋଚନ ହାର ବଢ଼େ କିନ୍ତୁ ହୃତ୍‌ପିଣ୍ଡ ହାର ଦୀର୍ଘ ସୁତ୍ରରେ କମିଯାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ ଭଲ । [୮]

ସନ ୨୦୦୮ରେ ହୃତ୍‌ପିଣ୍ଡରକ୍ତନଳୀ ରୋଗ ଅତି ସାଧାରଣ ଓ ହିସାବରେ ୩୦% କେସ୍ ଥିଲା, [୯][୧୦] ଏଥିରୁ ସୁଇ ତୃତୀୟାଂଶ କରୋନାରୀ ଧମନୀ ରୋଗଷ୍ଟ୍ରୋକ ଥିଲା । [୯] ଧୁମ୍ରପାନ, ଅତ୍ୟଧିକ ଓଜନ ବୃଦ୍ଧି, କମ୍ ବ୍ୟାୟାମ, ଅଧିକ କୋଲେଷ୍ଟେରଲ, ଉଚ୍ଚ ରକ୍ତଚାପମଧୁମେହ ରୋଗର ଅପଚିକିତ୍ସା ଏହି ରୋଗ ସଙ୍କଟସୃଷ୍ଟିକାରୀ ଅଟନ୍ତି । [୧୧] ଛାତିରେ ସ୍ଟେଥୋସ୍କୋପ୍ ଥୋଇ ହୃତ୍‌ପିଣ୍ଡ-ଶବ୍ଦ ଶୁଣି, ଇସିଜି କରି ରୋଗ ନିର୍ଣ୍ଣୟ କରାଯାଏ । [୩] ହୃଦ୍‌ରୋଗକୁ ହୃତ୍‌ପିଣ୍ଡ ବିଶେଷଜ୍ଞମାନେ ଚିକିତ୍ସା କରନ୍ତି ଯଦିଓ ଅନେକ ସ୍ପେସିଆଲିଷ୍ଟଙ୍କ କାମ ଥାଏ । [୧୦]


ଇସିଜି ପରୀକ୍ଷା

ଆଧାର[ସମ୍ପାଦନା]

  1. Taber, Clarence Wilbur; Venes, Donald (2009). Taber's cyclopedic medical dictionary. F a Davis Co. pp. 1018–23. ISBN 0-8036-1559-0. 
  2. ୨.୦ ୨.୧ ୨.୨ ୨.୩ Hall, John (2011). Guyton and Hall textbook of medical physiology (12th ed. ed.). Philadelphia, Pa.: Saunders/Elsevier. p. 157. ISBN 978-1-4160-4574-8. 
  3. ୩.୦ ୩.୧ ୩.୨ ୩.୩ Keith L. Moore; Arthur F. Dalley; Anne M. R. Agur. "1". Clinically Oriented Anatomy. Wolters Kluwel Health/Lippincott Williams &Wilkins. pp. 127–173. ISBN 978-1-60547-652-0. 
  4. Cecie Starr; Christine Evers; Lisa Starr (2 January 2009). Biology: Today and Tomorrow With Physiology. Cengage Learning. pp. 422–. ISBN 978-0-495-56157-6. Retrieved 7 June 2012. 
  5. ୫.୦ ୫.୧ Reed, C. Roebuck; Brainerd, Lee Wherry; Lee,, Rodney; Inc, the staff of Kaplan, (2008). CSET : California Subject Examinations for Teachers (3rd ed. ed.). New York, NY: Kaplan Pub. p. 154. ISBN 9781419552816. 
  6. Phibbs, Brendan (2007). The human heart: a basic guide to heart disease (2nd ed.). Philadelphia: Lippincott Williams & Wilkins. p. 1. ISBN 9780781767774. 
  7. Betts, J. Gordon (2013). Anatomy & physiology. pp. 787–846. ISBN 1938168135. Retrieved 11 August 2014. 
  8. Hall, John (2011). "84". Guyton and Hall textbook of medical physiology (12th ed. ed.). Philadelphia, Pa.: Saunders/Elsevier. pp. 1039–1041. ISBN 978-1-4160-4574-8. 
  9. ୯.୦ ୯.୧ "Cardiovascular diseases (CVDs) Fact sheet N°317 March 2013". World Health Organization. http://www.who.int/mediacentre/factsheets/fs317/en/. Retrieved 20 September 2014. 
  10. ୧୦.୦ ୧୦.୧ Longo, Dan; Fauci, Anthony; Kasper, Dennis; Hauser, Stephen; Jameson, J.; Loscalzo, Joseph (August 11, 2011). Harrison's Principles of Internal Medicine (18 ed.). McGraw-Hill Professional. p. 1811. ISBN 9780071748896. 
  11. Graham, I; Atar, D; Borch-Johnsen, K; Boysen, G; Burell, G; Cifkova, R; Dallongeville, J; De Backer, G; Ebrahim, S; Gjelsvik, B; Herrmann-Lingen, C; Hoes, A; Humphries, S; Knapton, M; Perk, J; Priori, SG; Pyorala, K; Reiner, Z; Ruilope, L; Sans-Menendez, S; Scholte op Reimer, W; Weissberg, P; Wood, D; Yarnell, J; Zamorano, JL; Walma, E; Fitzgerald, T; Cooney, MT; Dudina, A; European Society of Cardiology (ESC) Committee for Practice Guidelines, (CPG) (Oct 2007). "European guidelines on cardiovascular disease prevention in clinical practice: executive summary: Fourth Joint Task Force of the European Society of Cardiology and Other Societies on Cardiovascular Disease Prevention in Clinical Practice (Constituted by representatives of nine societies and by invited experts).". European heart journal 28 (19): 2375–414. doi:10.1093/eurheartj/ehm316. PMID 17726041. 

ବାହର ତଥ୍ୟ[ସମ୍ପାଦନା]