ହରିପ୍ରସାଦ ଚୌରାଶିଆ

ଉଇକିପିଡ଼ିଆ ରୁ
ହରିପ୍ରସାଦ ଚୌରାଶିଆ
ଭୁବନେଶ୍ଵର ରେ ଏକ ସଙ୍ଗୀତ ସଂଧ୍ୟା ରେ ହରିପ୍ରସାଦ ଚୌରାଶିଆ
ବିବରଣୀ
ଜନ୍ମ ୧ ଜୁଲାଇ ୧୯୩୮
ଆରମ୍ଭ ବାରାଣସି, ଉତ୍ତର ପ୍ରଦେଶ, ଭାରତ
ବିଭାଗ ହିନ୍ଦୁସ୍ତାନି ସଙ୍ଗୀତ
ଜୀବିକା ସଙ୍ଗୀତ ନିର୍ଦ୍ଦେଶକ, ବଂସୀ ବାଦକ
ବାଦନ ଜନ୍ତ୍ର ବଂସୀ


ପଣ୍ଡିତ ହରିପ୍ରସାଦ ଚୌରାଶିଆ(ଜନ୍ମ ୧ ଜୁଲାଇ ୧୯୩୮) ଜଣେ ବିଶ୍ଵପ୍ରସିଦ୍ଧ ହିନ୍ଦୁସ୍ତାନି ସଙ୍ଗୀତ ବାଦକ । [୧] ସେ ହିନ୍ଦୁସ୍ତାନି ବଂସୀ ବାଦନ କରନ୍ତି ।

୨୦୧୧ ରେ ଚୌରାଶିଆ
୨୦୦୭ ରେ ଚୌରାଶିଆ
ଉସ୍ତାଦ୍ ଜାକିର୍ ହୁସେନ୍ ଙ୍କ ସହିତ (୨୦୧୨)





ବାଲ୍ୟ ଜୀବନ[ସମ୍ପାଦନା]

ହରିପ୍ରସାଦ ଚୌରାଶିଆ ଆଲ୍ଳାହାବାଦ ରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା ଜଣେ ମଲ୍ଲଯୋଦ୍ଧା ଥିଲେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା' ଇହଲିଳା ସମ୍ବରଣ କରିଥିଲେ । ପିତାଙ୍କ ଅଜ୍ଞାତସାର ରେ ସେ ବଂସୀବାଦନ ଶିକ୍ଷ୍ୟା ଗ୍ରହଣ କରୁଥିଲେ । ତାଙ୍କ ପିତା ଚାହୁଁଥିଲେ ତାଙ୍କୁ ଜଣେ ପହିଲିମାନ ଭାବେ ଦେଖିବାପାଇଁ । ସେ ପିତା ଙ୍କ ସହିତ ସମୟ ସମୟ ରେ ଆଖଡାଶାଳ ରେ ତାଲିମ୍ ନେଉଥିଲେ । ତା ସହିତ ସେ ବଂସୀବାଦନ ଶିକ୍ଷ୍ୟା ଗ୍ରହଣ କରୁଥିଲେ ଏବଂ ବନ୍ଧୁ ଙ୍କ ଘରେ ଅଭ୍ୟାସ କରୁଥିଲେ ।

କର୍ମଜୀବନ[ସମ୍ପାଦନା]

ହରିପ୍ରସାଦ ଚୌରାଶିଆ ୧୫ ବର୍ଷ ବୟସ ରେ ତାଙ୍କ ପଡୋସି ପଣ୍ଡିତ ରାଜାରାମ ଙ୍କ ଠାରୁ ବଂସୀବାଦନ ଶିକ୍ଷ୍ୟା ଗ୍ରହଣ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ହରିପ୍ରସାଦ ଚୌରାଶିଆ ବିବାହ କରିଛନ୍ତି ଅନୁରାଧା ଙ୍କୁ ସେ ଜଣେ ସାସ୍ତ୍ରିୟ ସଙ୍ଗିତ ଗାୟିକା ।[୩] ଏହି ଦମ୍ପନ୍ତି ଙ୍କ ଔରସ ରୁ ଏକମାତ୍ର ପୁତ୍ର ହେଉଛନ୍ତି ରାଜିବ ।[୪] ପ୍ରଥମ ପତ୍ନି ହେଉଛନ୍ତି କମଳା ଚୌରାଶିଆ ଏବଂ ତାଙ୍କର ଦୁଇ ପୁତ୍ର ହେଉଛନ୍ତି ଅଜୟ ଚୌରାଶିଆ, ବିନୟ ଚୌରାଶିଆ ।

ମାନସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସଙ୍ଗିତ ନାଟକ ଏକାଡେମି - ୧୯୮୪
  • କୋଣାର୍କ ସମ୍ମାନ - ୧୯୯୨
  • ପଦ୍ମ ଭୁଷଣ - ୧୯୯୨
  • ୟସ୍ ଭାରତି ସମ୍ମାନ - ୧୯୯୪
  • ପଦ୍ମ ବିଭୁଷଣ - ୨୦୦୦
  • ହାଫିଜ ଅଲି ଖାଁ ପୁରସ୍କାର - ୨୦୦୦
  • ଦିନାନାଥ ମଙ୍ଗେଷକର ପୁରସ୍କାର - ୨୦୦୦
  • ପୁଣେ ପଣ୍ଡିତ ପୁରସ୍କାର - ୨୦୦୮ (ଦି ଆର୍ଟ୍ ଆଣ୍ଡ୍ ମ୍ୟୁଜିକ୍ ଫାଉଣ୍ଡେସନ, ପୁଣେ, ଭାରତ)
  • ଜାତିୟ ମର୍ଯ୍ୟାଦା ଜନକ ପୁରସ୍କାର - ନାଦ ବିଦ୍ୟା ଭାରତି - ବିଶାଖା ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ୍ ଏକାଡେମି, ଭାଇଜାଗ - ୨୦୦୯


  • Honoured by Dutch Royal family at Amsterdam,and was conferred with the title Officer in the Order of Orange-Nassau (“officier in de Orde van Oranje-Nassau”) and was honoured by Princess Maxima herself.[୫]
  • Ministry of Culture of the Republic of France.[୬] He has been appointed as Knight in the Order of Arts and Letter (“Ordres des Arts et Lettres”) in appreciation of the significant contribution he has made to spread culture in France and the rest of the World - 2009
  • Honorary Doctorate by the North Orissa University for his unparalleled role and contribution to the world of Indian Classical Music - 2009

ବହି[ସମ୍ପାଦନା]

  • ଅଫିସିଆଲ୍ ଆତ୍ମ ଜିବନୀ - "ଉଡ୍ଵିଣ୍ଡ୍ସ୍ ଅଫ୍ ଚେଞ୍ଜ୍" - ସୁଜିତ ସିଂ (୨୦୦୮)
  • "ହରିପ୍ରସାଦ ଚୌରାଶିଆ ଆଣ୍ଡ୍ ଦି ଆର୍ଟ୍ ଅଫ୍ ଇମ୍ପ୍ରୋଭାଇଜେସନ୍" - ହେନ୍ରି ଟର୍ନର [୭]

ଆଲ୍‌ବମ୍[ସମ୍ପାଦନା]

ବଲିଉଡ୍ ଚଳଚ୍ଚିତ୍ର ରେ ସଙ୍ଗିତ ନିର୍ଦ୍ଦେଶନା[ସମ୍ପାଦନା]

ପଣ୍ଡିତ ଶିବକୁମାର ଶର୍ମା ଙ୍କ ମିଳିତ ସହଯୋଗ ରେ ସେ ବଲିଉଡ୍ ଚଳଚ୍ଚିତ୍ର ରେ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ |

  • ଚାନ୍ଦନି
  • ଡର୍
  • ଲମ୍‌ହେ
  • ସିଲ୍ ସିଲା
  • ଫାସ୍‌ଲେ
  • ବିଜୟ
  • ସାହିବାନ୍

ତେଲୁଗୁ ଚଳଚ୍ଚିତ୍ର ରେ ସଙ୍ଗିତ ନିର୍ଦ୍ଦେଶନା[ସମ୍ପାଦନା]

ଚଳଚ୍ଚିତ୍ର "ଶିରିଭେନେଲା" ରେ ଏକ ଅନ୍ଧ ବଂସୀବାଦକ ଭୁମିକା ରେ ଅଭିନେତା ଶର୍ବଦମନ ବାନାର୍ଜି ଅଭିନୟ କରିଥିଲେ ଏବଂ ତାଙ୍କ ପାଇଁ ହରିପ୍ରସାଦ ଚୌରାଶିଆ ବଂସୀ ର ଧୁନ୍ ଦେଇଥିଲେ| ସଙ୍ଗିତ ସଂଯୋଜନା କରିଥିଲେ କେ. ଭି. ମହାଦେବନ |[୮]

ଇଂରାଜି ଚଳଚ୍ଚିତ୍ର ରେ ସଙ୍ଗିତ ନିର୍ଦ୍ଦେଶନା[ସମ୍ପାଦନା]

  • ୧୬ ଡେଜ୍ ଇନ୍ ଆଫ୍ଗାନିସ୍ତାନ

ଆଧାର[ସମ୍ପାଦନା]

ବାହାର ସ୍ରୋତ[ସମ୍ପାଦନା]