ହରିଆଲି ଅମାବାସ୍ୟା

ଉଇକିପିଡ଼ିଆ‌ରୁ

ଶ୍ରାବଣ ମାସରେ ହରିଆଲି ଅମାବାସ୍ୟା ପାଳନ କରାଯାଏ ୤ ଏହି ଅମାବାସ୍ୟାକୁ ଉତ୍ତରଭାରତୀୟମାନେ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରିଥାନ୍ତି ୤ ତେଣୁ ମନରେ ଉଲ୍ଲାସ ଭରିଦେବା ସହ ପ୍ରକୃତିପ୍ରେମୀ କରିଦେଇଥାଏ ୤ ଏହି ଉତ୍ସବରେ କର୍ମକାଣ୍ଡ, ଦେବପୂଜା ଏବଂ ଆନନ୍ଦ ଉଲ୍ଲାସ ସହ ବୃକ୍ଷ ରୋପଣ କରିବା ପରମ୍ପରା ଉତ୍ତର ଭାରତରେ ପ୍ରଚଳିତ ହୋଇଆସୁଛି ୤ ଏହି ଉତ୍ସବରେ ପିପ୍ପଳ(ଅଶ୍ୱତ୍‌ଥ), ବଟବୃକ୍ଷ, ଆମ୍ବ, ନିମ ଏବଂ ଶମୀ ଆଦି ପାଞ୍ଚୋଟି ମହାନ୍‌ ବୃକ୍ଷକୁ ରୋପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ ୤ ଏହି ପାଞ୍ଚବୃକ୍ଷରେ ଆଧ୍ୟାତ୍ମିକ ଗୁଣ ଭରିରହିଥିବାରୁ ହିନ୍ଦୁମାନେ ଦେବତୁଲ୍ୟ ପୂଜାକରନ୍ତି ୤ ଭଗବତ୍‌ଗୀତାରେ ପିପ୍ପଳକୁ କୃଷ୍ଣ ହିଁ ନିଜର ସ୍ୱରୂପ ବୋଲି କହିଛନ୍ତି ଏବଂ ଭଗବାନ୍‌ ଶ୍ରୀକୃଷ୍ଣ ବଟବୃକ୍ଷ ପତ୍ରରେ ଭାସିଭାସି ଯାଉଥିଲେ ବୋଲି ଚିତ୍ରିତ ହୋଇଛି ୤ ସେପରି ନାମକୁ ଦାରୁବ୍ରହ୍ମ ରୂପେ ମାନି ହିନ୍ଦୁନାରୀ ପୂଜାର୍ଚ୍ଚନା କରିବା ସହ ଦୈନିକ କାର୍ଯ୍ୟରେ ବ୍ୟବହୃତ କରିଥାନ୍ତି ୤ ଔଷଧ ପ୍ରସ୍ତୁତିରେ ନିମବୃକ୍ଷର ପ୍ରତ୍ୟେକ ଅଂଶକୁ ବ୍ୟବହାର କରାଯାଉଛି ୤ ଅର୍ଜୁନ ଅଜ୍ଞାତବାସରେ ଥିବାବେଳେ ସେ ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଶମୀବୃକ୍ଷରେ ଲୁଚାଇ ରଖିଥିଲେ ଏବଂ ଲକ୍ଷ୍ମଣ ଚଉଦବର୍ଷ ବନବାସ ସମୟରେ ଫଳ ସଂଗ୍ରହ କରି ଶ୍ରୀରାମଙ୍କୁ ଆହାର କରିବାକୁ ଦେଉଥିଲେ ୤ ଅବଶିଷ୍ଟ ଫଳ ନ ଖାଇ ଲକ୍ଷ୍ମଣ ଶମୀବୃକ୍ଷ ତଳେ ରଖିଦେଉଥିଲେ ୤ ଆମ୍ର ବୃକ୍ଷରେ ମଧ୍ୟ ଆଧ୍ୟାତ୍ମିକ ଗୁଣ ଭରି ରହିଛି ୤ ଯାହା ସମସ୍ତ ପୂଜାର୍ଚ୍ଚନାରେ ବ୍ୟବହୃତ ହୋଇପାରିଛି ୤ ଏହି ପାଞ୍ଚୋଟି ବୃକ୍ଷ ସମସ୍ତ ସଂସାର ତଥା ଜୀବଜଗତ ପାଇଁ ବେଶ୍‌ ଉପଯୋଗୀ ବୋଲି ଉତ୍ତର ଭାରତୀୟମାନେ ହରିଆଲି ଅମାବାସ୍ୟା ପାଳନ କରିଥାନ୍ତି ୤[୧]

  1. ସମୟ, ପୃଷ୍ଠା-୨, ୨୧.୮.୨୦୧୪, ଗୁରୁବାର

ଆଧାର[ସମ୍ପାଦନା]